କ୍ଲାଇନଫେଲ୍ଟର ସିଣ୍ଡ୍ରୋମ

ଉଇକିପିଡ଼ିଆ‌ରୁ
କ୍ଲାଇନଫେଲ୍ଟର ସିଣ୍ଡ୍ରୋମ
47,XXY
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିMedical genetics
ଆଇସିଡ଼ି-୧୦Q98.0-Q98.4
ଆଇସିଡ଼ି-୯-ସିଏମ୍758.7
ମେଡ଼ିସିନ-ପ୍ଲସ000382
ଇ-ମେଡ଼ିସିନped/1252
Patient UKକ୍ଲାଇନଫେଲ୍ଟର ସିଣ୍ଡ୍ରୋମ
MeSHD007713

କ୍ଲାଇନଫେଲ୍ଟର ସିଣ୍ଡ୍ରୋମ (ଇଂରାଜୀରେ Klinefelter syndrome ବା Klinefelter's syndrome (KS) (/ˈklnfɛltər/) ବା 47,XXY or XXY, ଏକ ଲକ୍ଷଣ ସେଟର ନାମ ଯାହା ପୁରୁଷମାନଙ୍କର ଦୁଇଟି X କ୍ରୋମୋଜୋମଦ୍ୱାରା ସଂଘଟିତ ହୁଏ । [୧] ଏହାର ପ୍ରଧାନ ଲକ୍ଷଣ ହେଲା ପ୍ରଜନନ ଅକ୍ଷମତା । [୧] ଅଧିକାଂଶ ସମୟରେ ଆକ୍ରାନ୍ତ ଲୋକ ନିଜେ କିଛି ଅସୁବିଧା ଥିବା କଥା ଜାଣିପାରନ୍ତି ନାହିଁ । ବେଳେ ବେଳେ ଲକ୍ଷଣ ପରିଷ୍ଫୁଟ ହୁଏ ଓ ଦୁର୍ବଳ ମାଂସପେଶୀ, ଅଧିକ ଉଚ୍ଚତା, ସ୍ୱଳ୍ପ ଦେହ ରୁମ, ଛୋଟ ଯୌନାଙ୍ଗ, ସ୍ତନ ବୃଦ୍ଧି, ଯୌନ‌କ୍ରିୟା ନିମନ୍ତେ ଅରୁଚି ଓ କୋଅର୍ଡ଼ିନେସନ ଅଭାବ ଆଦି ଲକ୍ଷଣ ଦେଖାଯାଏ । [୨]ଯୌନପରିପକ୍ୱତା (puberty) ସମୟରେ ଏହି ଲକ୍ଷଣ ସମସ୍ତ ଥିବା ଲକ୍ଷ କରାଯାଏ । [୩] ସେମାନଙ୍କର ସାଧାରଣ ବୁଦ୍ଧି ଥାଏ କିନ୍ତୁପଢ଼ିବା ଅକ୍ଷମତା ଓ କ‌ହିବା ଅସୁବିଧା ଦେଖାଯାଏ । ତିନି ବା ତାଠାରୁ ଅଧିକ କ୍ରୋମୋଜୋମ ଥିଲେ ଲକ୍ଷଣ ଅଧିକ ଗମ୍ଭୀର ହୁଏ । [୨]

କ୍ଲାଇନଫେଲ୍ଟର ସିଣ୍ଡ୍ରୋମ ଲକ୍ଷହୀନ (random) ଭାବରେ ହୁଏ । ବୟସ୍କ ମାତା ଥିଲେ ଏହି ରୋଗ ସଙ୍କଟ ସାମାନ୍ୟ ଅଧିକ ରହେ । ଏହା ବଂଶଗତ ନୁହେଁ ଓ ପିତାମାତାଙ୍କଠାରୁ ଉତ୍ତରାଧିକାର ସୂତ୍ରରେ ଆସେନାହିଁ । [୪] ଏହି ରୋଗୀର ଜୀବକୋଷରେ ୩୬ କ୍ରୋମୋଜୋମ ଥିବା ସ୍ଥାନରେ ଏହି ରୋଗୀର ୩୭ କ୍ରୋମୋଜୋମ ଥାଏ, Y କ୍ରୋମୋଜୋମ ସ‌ହିତ ଗୋଟିଏ ଅଧିକ X କ୍ରୋମୋଜୋମ ଥାଏ । [୫] କାରିଓଟାଇପ ଭଳି ଜେନେଟିକ ପରୀକ୍ଷା ସାହାଯ୍ୟରେ ଏହି ରୋଗ ନିର୍ଣ୍ଣୟ କରାଯାଏ । [୩]

ଏହି ରୋଗ ଆରୋଗ୍ୟସାଧ୍ୟ ନ ହେଲେ ମଧ୍ୟ କେତେକ ଚିକିତ୍ସାଦ୍ୱାରା ଉପକାର ମିଳେ । [୬] ଫିଜିଓଥାରାପି, ବାକ୍ ଓ ଭାଷା ଥେରାପି, କାଉନସେଲିଙ୍ଗ ଶିକ୍ଷା ପ୍ରଣାଳୀ ସୁବ୍ୟବସ୍ଥା କଲେ ଉପକାର ମିଳେ । ଟେସ୍ଟୋସ୍ଟେରନ ସ୍ତର କମ ଥିଲେ ଟେସ୍ଟୋସ୍ଟେରନ ପୁନଃସ୍ଥାପନ କରାଯାଏ । ବର୍ଦ୍ଧିତ ସ୍ତନ ଅପରେଶନ କରି କାଢ଼ିଦିଆଯାଏ । ସ‌ହ‌ଯୋଗ ପ୍ରଜନନ ଟେକନୋଲୋଜି ପଦ୍ଧତିରେ ଅର୍ଦ୍ଧେକ ସଂଖ୍ୟକ ରୋଗୀମାନଙ୍କର ସନ୍ତାନ ଜନ୍ମ ହୁଏ । [୭] ଏହି ରୋଗରେ ଆୟୁଷ ସାଧାରଣ ଥାଏ । [୬]

କ୍ଲାଇନଫେଲ୍ଟର ସିଣ୍ଡ୍ରୋମ ଏକ ସାଧାରଣ କ୍ରୋମୋଜୋମ ରୋଗ, ପ୍ରତି ୫୦୦ରୁ ୧୦୦୦ ଜୀବନ୍ତ ପୁଅ ଜନ୍ମରେ ଜଣେ ଆକ୍ରାନ୍ତ ହୁଏ । [୪][୮] ସନ ୧୯୪୦ରେ ହାରି କ୍ଲାଇନଫେଲ୍ଟର ଏହି ରୋଗ ପ୍ରଥମେ ଚିହ୍ନଟ କରିଥିଲେ । [୯] ସନ ୧୯୫୬ରେ ଅଧିକ କ୍ରୋମୋଜୋମ ଚିହ୍ନଟ ହୋଇଥିଲା । [୧୦] ମୂଷା ଦେହରେ XXY ସିଣ୍ଡ୍ରୋମ ହୁଏ, ତେଣୁ ଏମାନଙ୍କୁ ଗବେଷଣା ମଡେଲ କରାଯାଏ । [୧୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ "Klinefelter Syndrome (KS): Overview". www.nichd.nih.gov/. Eunice Kennedy Shriver National Institute of Child Health and Human Development. 2013-11-15. Retrieved 15 March 2015.
  2. ୨.୦ ୨.୧ "What are common symptoms of Klinefelter syndrome (KS)?". Eunice Kennedy Shriver National Institute of Child Health and Human Development. 2013-10-25. Retrieved 15 March 2015.
  3. ୩.୦ ୩.୧ "How do health care providers diagnose Klinefelter syndrome (KS)?". Eunice Kennedy Shriver National Institute of Child Health and Human Development. 2012-11-30. Retrieved 15 March 2015.
  4. ୪.୦ ୪.୧ "How many people are affected by or at risk for Klinefelter syndrome (KS)?". Eunice Kennedy Shriver National Institute of Child Health and Human Development. 2012-11-30. Retrieved 15 March 2015.
  5. Visootsak J, Graham JM; Graham Jr (2006). "Klinefelter syndrome and other sex chromosomal aneuploidies". Orphanet Journal of Rare Diseases. 1: 42. doi:10.1186/1750-1172-1-42. PMC 1634840. PMID 17062147.{{cite journal}}: CS1 maint: unflagged free DOI (link)
  6. ୬.୦ ୬.୧ "Is there a cure for Klinefelter syndrome (KS)?". Eunice Kennedy Shriver National Institute of Child Health and Human Development. 2012-11-30. Retrieved 16 March 2015.
  7. "What are the treatments for symptoms in Klinefelter syndrome (KS)?". Eunice Kennedy Shriver National Institute of Child Health and Human Development. 2013-10-25. Retrieved 15 March 2015.
  8. "Klinefelter syndrome". Genetics Home Reference. National Library of Medicine. 2012-10-30. Retrieved 2012-11-02.
  9. "Klinefelter Syndrome (KS): Condition Information". www.nichd.nih.gov/. 2013-11-15. Retrieved 15 March 2015.
  10. Odom, Samuel L. (2009). Handbook of developmental disabilities (Pbk. ed. ed.). New York: Guilford. p. 113. ISBN 9781606232484. {{cite book}}: |edition= has extra text (help)
  11. Conn, P. Michael (2013). Animal models for the study of human disease (First edition. ed.). San Diego: Elsevier Science & Technology Books. p. 780. ISBN 9780124159129.