ଜିକା ଜ୍ୱର

ଉଇକିପିଡ଼ିଆ ରୁ
Jump to navigation Jump to search
ଜିକା ଜ୍ୱର
Alexius Salvador Zika-Virus.jpg
ଜିକା ସଂକ୍ରମଣରେ ହେଉଥିବା ରାସ୍ ବା ପିତ୍ତିକା ।
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିInfectious disease
ଆଇସିଡ଼ି-୧୦U06.9 Code change from 21 December 2015
ଆଇସିଡ଼ି-୯-ସିଏମ୍066.3

ଜିକା ଜ୍ୱର, ଅନ୍ୟ ନାମ ଜିକା ଭୁତାଣୁ ରୋଗ, ଏକ ରୋଗ ଯାହା ଜିକା ଭୁତାଣୁଦ୍ୱାରା ସଂକ୍ରମିତ ହୋଇଥାଏ ।[୧] ଏହାର ଲକ୍ଷଣ ଡେଙ୍ଗୁ ଜ୍ୱର ସ‌ହିତ ସଦୃଶ ।[୧] ଅଧିକାଂଶ କେଶ୍‌ରେ (୬୦–୮୦%) କୌଣସି ଲକ୍ଷଣ ନ ଥାଏ ।[୨]ସାଧାରଣତଃ ଏହାର ଲକ୍ଷଣରେ ଜ୍ୱର, ଲାଲ ଆଖି, ଗଣ୍ଠି ଯନ୍ତ୍ରଣା, ମୁଣ୍ଡବଥା ଓ ମାକୁଲୋପାପୁଲାର ରାସ୍ ଦେଖାଯାଏ ।[୩][୧] ସାଧାରଣତଃ ଏହାର ଲକ୍ଷଣ ସାମାନ୍ୟ ଧରଣର ହୁଏ ଓ ୭ ଦିନରୁ କମ ସମୟ ରହେ ।[୪] ସନ ୨୦୧୫ ସୁଦ୍ଧା କୌଣସି ମୃତ୍ୟୁ ହୋଇନାହିଁ ।[୨] ଏହି ସଂକ୍ରମଣର ଗୁଲେନ-ବାରି ସିଣ୍ଡ୍ରୋମ ସ‌ହ ସଂଯୋଗ ଅଛି । [୨]

କାରଣ ଓ ରୋଗ ନିର୍ଣ୍ଣୟ[ସମ୍ପାଦନା]

ଜିକା ଜ୍ୱର ମୁଖ୍ୟତଃ ଏଡିସ ଧରଣର ମଶା କାମୁଡ଼ିବା ଯୋଗୁ ବ୍ୟାପେ ।[୪] ଯୌନ ସଙ୍ଗମ ଓ ରକ୍ତ ଅନ୍ତର୍ଭରଣ ସମୟରେ ମଧ୍ୟ ଏହାର ସଞ୍ଚାର ସମ୍ଭାବନା ଅଛି ।[୪] ଏହା ଗର୍ଭରେ ମାଆଠାରୁ ଶିଶୁକୁ ସଂକ୍ରମିତ ହୋଇ ଶିଶୁର କ୍ଷୁଦ୍ର ଶିର (microcephaly) ହୋଇପାରେ ।[୧][୨] ରୋଗାକ୍ରାନ୍ତ ଲୋକର ରକ୍ତ, ପରିସ୍ରା ବା ଲାଳ ସଂଗ୍ରହ କରି ସେଥିରେ ଭୁତାଣୁର ଆରଏନଏ ଉପସ୍ଥିତି ଦେଖି ରୋଗ ନିର୍ଣ୍ଣୟ କରାଯାଏ । [୪][୧]

ପ୍ରତିଷେଧ ଓ ଚିକିତ୍ସା[ସମ୍ପାଦନା]

ରୋଗ ପ୍ରବଣ ଇଲାକାମାନଙ୍କରେ ମଶା କାମୁଡ଼ା ପ୍ରତିରୋଧ କରିବା ଆବଶ୍ୟକ ।[୪] ଏଥି ନିମନ୍ତେ କୀଟ ବିଡ଼କ (insect repelent), ମଶାରୀ ବ୍ୟବ‌ହାର, ସମ୍ପୁର୍ଣ୍ଣ ଦେହ ଆବୃତ ଇତ୍ୟାଦି କରିବା ସ‌ହ ମଶା ପ୍ରଜନନ କରୁଥିବା ସ୍ଥିର ଜଳ ନିଷ୍କାସନ ବ୍ୟବସ୍ଥା ଦରକାର ।[୧] ଏହା ନିମନ୍ତେ କୌଣସି ଟିକା ବାହାରି ନାହିଁ ।[୪] ବ୍ରାଜିଲର ସ୍ୱାସ୍ଥ୍ୟ କର୍ମଚାରୀମାନେ ସନ ୨୦୧୫ରେ ଗର୍ଭାଧାନ ନ କରିବା ନିମନ୍ତେ ଉପଦେଶ ଦେଉଥିଲେ ଓ ଜିକା ପ୍ରବଣ ଇଲାକାକୁ ଅନ୍ୟ ସ୍ଥାନରୁ ଗର୍ଭାଧାନ କରିଥିବା ମହିଳାଙ୍କୁ ଯିବାକୁ ବାରଣ କରୁଥିଲେ ।[୫][୪] ଏହାର କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ନାହିଁ ଓ କେବଳ ପାରାସେଟାମୋଲ (ଆସେଟାମିନୋଫେନ) ଦେଇ ଏହାର ଲକ୍ଷଣ ନିୟନ୍ତ୍ରଣ କରାଯାଏ । [୪] ଡାକ୍ତରଖାନାରେ ଆଡମିସନ କ୍ୱଚିତ ଆବଶ୍ୟକ ହୁଏ । [୨]

ଇତିହାସ ଓ ରୋଗାନୁଶୀଳନ[ସମ୍ପାଦନା]

ସନ ୧୯୪୭ରେ ଏହି ରୋଗର ଭୁତାଣୁ ପୃଥକୀକୃତ କରାଯାଇଥିଲା ।[୬] ଫେଡେରେଟେଡ ଷ୍ଟେଟ ଅଫ ମାଇକ୍ରୋନେସିଆରେ ସନ ୨୦୦୭ରେ ପ୍ରଥମ ରୋଗ ଆବିର୍ଭାବ ହେବା ଲିଖିତ ଅଛି ।[୪] ଆମେରିକୀୟ ସ୍ଥାନମାନଙ୍କର ୨୦ଟି ସ୍ଥାନରେ ଏହି ରୋଗ ହେବା ସନ ୨୦୧୬ରେ ଜଣାଯାଇଛି ।[୪] ଏସିଆ, ଆଫ୍ରିକା ଓ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ମାନଙ୍କରେ ମଧ୍ୟ ଏହି ରୋଗ ହେଉଛି ।[୧] ସନ ୨୦୧୫ରେ ବ୍ରାଜିଲରେ ଏହି ରୋଗ ଆରମ୍ଭ ହେବାରୁ ଫେବୃଆରି ୨୦୧୬ରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁ.ଏଚ.ଓ) ଏହାକୁ ଆନ୍ତର୍ଜାତୀୟ ଚିନ୍ତାଜନ‌କ ଜନସ୍ୱାସ୍ଥ୍ୟ ଏମର୍ଜେନ୍‌ସି ଘୋଷଣା କଲେ । [୭]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "Zika virus". WHO. January 2016. Retrieved 3 February 2016.
  2. ୨.୦ ୨.୧ ୨.୨ ୨.୩ ୨.୪ "Factsheet for health professionals". ecdc.europa.eu. Retrieved 22 December 2015.
  3. Musso, D.; Nilles, E.J.; Cao-Lormeau, V.-M. (2014). "Rapid spread of emerging Zika virus in the Pacific area". Clinical Microbiology and Infection. 20 (10): O595–6. doi:10.1111/1469-0691.12707. PMID 24909208.
  4. ୪.୦ ୪.୧ ୪.୨ ୪.୩ ୪.୪ ୪.୫ ୪.୬ ୪.୭ ୪.୮ ୪.୯ Chen, LH; Hamer, DH (2 February 2016). "Zika Virus: Rapid Spread in the Western Hemisphere". Annals of internal medicine. PMID 26832396.
  5. "Brazil warns against pregnancy due to spreading virus - CNN.com". CNN. Retrieved 24 December 2015.
  6. Haddow, AD; Schuh, AJ; Yasuda, CY; Kasper, MR; Heang, V; Huy, R; Guzman, H; Tesh, RB; Weaver, SC (2012). "Genetic characterization of Zika virus strains: geographic expansion of the Asian lineage". PLoS neglected tropical diseases. 6 (2): e1477. PMID 22389730.
  7. "WHO Director-General summarizes the outcome of the Emergency Committee regarding clusters of microcephaly and Guillain-Barré syndrome". WHO. 1 February 2016. Retrieved 3 February 2016.