ମୁଣ୍ଡବୁଲା

ଉଇକିପିଡ଼ିଆ‌ରୁ
ମୁଣ୍ଡବୁଲା
ଭୂସମାନ୍ତର ନିସ୍ଟାଗମସ, ମୁଣ୍ଡବୁଲା ସାଥିରେ ଥାଇପାରେ ।
ICD-10H81., R42.
ICD-9438.85, 780.4
DiseasesDB29286
eMedicinearticle/1159385
MeSHD014717

ମୁଣ୍ଡବୁଲା, (ଇଂରାଜୀ ଭାଷାରେ ଭର୍ଟିଗୋ/ vertigo) ନାମ ଦିଆଯାଏ ଯେତେବେଳେ ଚାରିପାଖର ଦୃଶ୍ୟ ବୁଲିବାଭଳି ଲାଗେ କିନ୍ତୁ ପ୍ରକୃତରେ ସେମାନେ ସ୍ଥିର ଥାଆନ୍ତି । [୧] ଏହା ବୁଲିବାଭଳି ବା ହଲିବାଭଳି ଅନୁଭବ ହୁଏ । [୧][୨] ଏହା ସ‌ହିତ ଅଇ, ବାନ୍ତି, ଝାଳ ବୁହା ଓ ଚାଲିବା ଅସୁବିଧା ହୋଇପାରେ । ମୁଣ୍ଡ ଚଳପ୍ରଚଳ କଲେ ଏହା ଆହୁରି ଖରାପ ହୁଏ । ଯନ୍ତ୍ରଣାବିହୀନ ମୁଣ୍ଡ ବେଆରାମ (dizziness) ରୋଗମାନଙ୍କ ମଧ୍ୟରେ ଏହି ରୋଗ ଅତି ସାଧାରଣ । ଗୋଟିଏ । [୨]

ମୁଣ୍ଡବୁଲାର ସର୍ବାଧିକ କାରଣମାନଙ୍କର ନାମ: ବିନାଇନ ପାରୋକ୍ସିସମାଲ ପୋଜିସନାଲ ଭର୍ଟିଗୋ, ମିନିଅର୍ସ ରୋଗ ବା ଲାବିରିନ୍ଥ ପ୍ରଦାହ.[୧][୨] କମ ସାଧାରଣ ରୋଗମାନଙ୍କର ନାମ: ସ୍ଟ୍ରୋକ୍, ମସ୍ତିଷ୍କ ଅର୍ବୁଦ, ମସ୍ତିଷ୍କ ଆଘାତ, ମଲ୍ଟିପ୍ଲ ସ୍କ୍ଲେରୋସିସ, ଓ ଅଧକପାଳି ଇତ୍ୟାଦି ।[୨] ଆଖି ବନ୍ଦ କରି ଘୁରିଲେ ବା ଦୀର୍ଘ ସମୟ ଧରି ଜାହାଜରେ ଗଲେ ଫିଜିଓଲୋଜିକ ଭର୍ଟିଗୋ ବା ଶରୀରତାତ୍ତ୍ୱିକ ମୁଣ୍ଡବୁଲା ହୁଏ । [୩][୪] କେତେକ ବିଷାକ୍ତ ପଦାର୍ଥ ଯଥା କାର୍ବନ ମୋନୋକ୍ସାଇଡ, ଆଲକୋହୋଲ, ବା ଆସ୍ପିରିନ ସଂସ୍ପର୍ଶରେ ଆସିଲେ ମଧ୍ୟ ମୁଣ୍ଡ ବୁଲାଏ ।[୫] ଭେସ୍ଟିବୁଲାର ସିସ୍ଟମର ମୁଣ୍ଡବୁଲା ଏକ ସମସ୍ୟା । ଏହାର ଅନ୍ୟାନ୍ୟ କାରଣ: ପ୍ରିସିଙ୍କୋପ, ଡିସଇକ୍ୱିଲିବ୍ରିଅମ ଓ ଅନିର୍ଦ୍ଦିଷ୍ଟ ଡିଜିନେସ । [୨]

ବିଭିନ୍ନ ଦଫାରେ ମୁଣ୍ଡବୁଲା ହେଉଥିଲେ ଓ ମଧ୍ୟବର୍ତ୍ତି ସମୟ ସାଧାରଣ ଥିଲେ ଅନ୍ୟ ଏକ ରୋଗ ବିନାଇନ ପାରୋକ୍ସିସମାଲ ପୋଜିସନାଲ ଭର୍ଟିଗୋ ହେଉଥିବାର ସମ୍ଭାବନା ଅଧିକ ଥାଏ । [୬] ଏହି ମୁଣ୍ଡବୁଲା ଏକ ମିନିଟରୁ କମ ସମୟ ହୁଏ । [୨] ଏହି ରୋଗରେ ଡିକ୍‌ସ-ହଲପାଇକ ଟେଷ୍ଟ କଲେ ନିସ୍ଟାଗମସ (ଆଖି ଡୋଳା ବାରମ୍ବାର ଦିଗ ପରିବର୍ତ୍ତନ କରେ) ହୁଏ । [୧] ମିନିଅର ରୋଗରେ ଅଧିକାଂଶ ସମୟରେ କାନରେ ଶବ୍ଦ ଶୁଣାଯାଏ, ଶ୍ରବଣ ହାନୀ ଓ ମୁଣ୍ଡବୁଲା ୨୦ ମିନିଟରୁ ଅଧିକ ସମୟ ପର୍ଯ୍ୟନ୍ତ ହୁଏ । ଲାବିରିନ୍ଥ ପ୍ରଦାହ ରୋଗରେ ହଠାତ୍ ମୁଣ୍ଡ ବୁଲା ହୁଏ ଓ ବିନା ଚଳପ୍ରଚଳରେ ନିସ୍ଟାଗମସ ହୁଏ । [୬] ଏହି ରୋଗରେ ମୁଣ୍ଡବୁଲା ଦିନ ଦିନ ଧରି ଚାଲୁ ରହେ । [୬] ଦୁର୍ବଳତା, ମୁଣ୍ଡବଥା, ଗୋଟିଏ ଦୃଶ୍ୟ ବଦଳରେ ଦୁଇଟି ଦୃଶ୍ୟ ଦେଖାଯିବା ଓ କାଲୁଆ ଅନୁଭବ ଥିଲେ ଏହି ରୋଗ ଥିବା ସମ୍ଭାବନା ଅଧିକ ହୁଏ । [୨]

ପ୍ରାୟ ୨୦ରୁ ୪୦ % ଲୋକଙ୍କର ଜୀବନରେ କେତେବେଲେ ହେଲେ ଯନ୍ତ୍ରଣାବିହୀନ ମୁଣ୍ଡ ବେଆରାମ (dizziness) ହୁଏ ଓ ତନ୍ମମଧ୍ୟରୁ ୭.୫-୧୦ % ଲୋକଙ୍କର ମୁଣ୍ଡବୁଲା ଥାଏ । [୭]ଏକ ବର୍ଷରେ ପ୍ରାୟ ୫ % ଲୋକଙ୍କର ମୁଣ୍ଡବୁଲା ହୁଏ । ବୟସ ବଢ଼ିବା ସଙ୍ଗେସଙ୍ଗେ ଏହା ଅଧିକ ହୁଏ ଓ ପୁରୁଷଙ୍କ ଅପେକ୍ଷା ମହିଳାଙ୍କର ୨ରୁ ୩ ଗୁଣ ଅଧିକ ହୁଏ । ବିକଶିତ ଦେଶମାନଙ୍କରେ ଆଶୁ ଚିକିତ୍ସା ବିଭାଗର ଉପସ୍ଥାନର ୨ରୁ ୩ % ଏହି ରୋଗୀ ଥାଆନ୍ତି । [୮]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ Post, RE; Dickerson, LM (2010). "Dizziness: a diagnostic approach". American Family Physician. 82 (4): 361–369. PMID 20704166.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ Hogue, JD (June 2015). "Office Evaluation of Dizziness". Primary care. 42 (2): 249–258. PMID 25979586.
  3. Falvo, Donna R. (2014). Medical and psychosocial aspects of chronic illness and disability (5 ed.). Burlington, MA: Jones & Bartlett Learning. p. 273. ISBN 9781449694425.
  4. Wardlaw, Joanna M. (2008). Clinical neurology. London: Manson. p. 107. ISBN 9781840765182.
  5. Goebel, Joel A. (2008). Practical management of the dizzy patient (2nd ed.). Philadelphia: Lippincott Williams & Wilkins. p. 97. ISBN 9780781765626.
  6. ୬.୦ ୬.୧ ୬.୨ Kerber, KA (2009). "Vertigo and dizziness in the emergency department". Emergency medicine clinics of North America. 27 (1): 39–50. doi:10.1016/j.emc.2008.09.002. PMC 2676794. PMID 19218018.
  7. von Brevern, M; Neuhauser, H (2011). "Epidemiological evidence for a link between vertigo & migraine". Journal of vestibular research: equilibrium & orientation. 21 (6): 299–304. doi:10.3233/VES-2011-0423. PMID 22348934.
  8. Neuhauser HK, Lempert T (November 2009). "Vertigo: epidemiologic aspects". Semin Neurol. 29 (5): 473–81. doi:10.1055/s-0029-1241043. PMID 19834858.