ବିଦ୍ୟୁତପ୍ରଭା ଦେବୀ
ବିଦ୍ୟୁତପ୍ରଭା ଦେବୀ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ୧୯୨୬ ନାତ୍ରା ଗ୍ରାମ |
ମୃତ୍ୟୁ | ୧୯୭୭ |
ବୃତ୍ତି | ଓଡ଼ିଆ କବୟତ୍ରୀ |
ଭାଷା | ଓଡ଼ିଆ |
ଜାତୀୟତା | ଭାରତୀୟ |
ନାଗରିକତା | ![]() |
ଶିକ୍ଷା | ନବମ ଶ୍ରେଣୀ |
ଶିକ୍ଷାନୁଷ୍ଠାନ | ରେଭେନ୍ସା ବାଳିକା ବିଦ୍ୟାଳୟ |
ସାହିତ୍ୟ କୃତି | ସବିତା, ସଞ୍ଚୟନ,ମରିଚିକା |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ସଞ୍ଚୟନ), ୧୯୬୨ |
ଜୀବନ ସାଥି | ପଞ୍ଛାନନ ମହାନ୍ତି |
ସନ୍ତାନ | ସଚ୍ଚିଦାନନ୍ଦ ମହାନ୍ତି[୧] |
ଜ୍ଞାତି କୁଟୁମ୍ବ | ବାସନ୍ତି (ଭଉଣୀ), ପୂଣ୍ୟପ୍ରଭା ଦେବୀ (ଭଉଣୀ)[୨] |
ବିଦ୍ୟୁତପ୍ରଭା ଦେବୀଙ୍କୁ, ଓଡ଼ିଆ ଭାଷାର ଶ୍ରେଷ୍ଠ ମହିଳା କବିମାନଙ୍କ ମଧ୍ୟରେ ପରିଗଣନା କରାଯାଏ । [୩] [୪] [୫] ନିଜ କାବ୍ୟ ସଙ୍କଳନ 'ସଞ୍ଚୟନ' ପାଇଁ, ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଛନ୍ତି ।[୬]
ରେଭେନ୍ସା ବାଳିକା ବିଦ୍ୟାଳୟରେ ମାତ୍ର ନବମ ଶ୍ରେଣୀ ଯାଏଁ ପଢିଥିବା ବିଦ୍ଯୁତପ୍ରଭା ଆପେ ଆପେ ଇଂରାଜୀ, ବଙ୍ଗଳା ଭାଷା,ବ୍ୟାକରଣ ତଥା କବିତା ରଚନାର ବିଭିନ୍ନ ବିଭବ ଶିକ୍ଷାକରିଥିଲେ । ନିଜ ପିତାଙ୍କ ବନ୍ଧୁ କୃଷ୍ଣଚନ୍ଦ୍ର କର, ରାଧାମୋହନ ଗଡ଼ନାୟକ ଓ ମାୟାଧର ମାନସିଂହ ଆଦିଙ୍କଦ୍ୱାରା ପ୍ରଭାବିତ ହୋଇ ୧୯୪୦ ମସିହାରୁ କବିତା ଲେଖିବା ଆରମ୍ଭ କରିଥିଲେ । ନିଜ ବଡ଼ ଭଉଣୀ ବାସନ୍ତି ଦେବୀଙ୍କ ସହ ମିଶି ୧୯୪୯ ମସିହାରେ 'ସବିତା' ନାମରେ ନିଜର ପ୍ରଥମ କାବ୍ୟ ସଙ୍କଳନ ପ୍ରକାଶ କରିଥିଲେ । ବିବାହ ପରେ, ତାଙ୍କ ସ୍ୱାମୀ ପଞ୍ଚାନନ ମହାନ୍ତି ତାଙ୍କୁ ଏ ଦିଗରେ ଉତ୍ସାହିତ କରିଥିଲେ ଏବଂ ତାଙ୍କର କବିତା ରଚନା ଅନବରତ ଚାଲିରହିଥିଲା । ୧୯୫୨ ମସିହାରେ ମାତୃତ୍ୱ ଲାଭ କରିବା ପରେ, ବିଦ୍ୟୁତପ୍ରଭା ଶିଶୁମାନଙ୍କ ପାଇଁ ଲେଖିବା ଆରମ୍ଭ କଲେ ଏବଂ ଖୁବ ଲୋକପ୍ରିୟ ହୋଇପାରିଥିଲେ ଓ ବହୁବାର ପୁରସ୍କୃତ ହୋଇଥିଲେ ।
୧୯୭୭ ମସିହାରେ ବିଦ୍ୟୁପ୍ରଭା ଦେବୀଙ୍କର ତିରୋଧାନ ଘଟିଥିଲା ।
ଓଡ଼ିଆ ସାହିତ୍ୟକୁ ଅବଦାନ[ସମ୍ପାଦନା]
- ସବିତା
- ମରିଚିକା
- କନକାଞ୍ଜଳି
- ସଞ୍ଚୟନ
- ଝରା ଶିଉଳି
- ପ୍ରତିଘାତ
- ମାଟିର ମଣିଷ
- ବିଳାସି
- ଖଦେଆତିକା କବି[୭]
- ବିଦ୍ୟୁତ ପ୍ରଭା ଗ୍ରନ୍ଥାବଳୀ
ପୁରସ୍କାର ଓ ସ୍ୱୀକୃତି[ସମ୍ପାଦନା]
ଆଧାର[ସମ୍ପାଦନା]
- ↑ http://www.hindu.com/2004/12/13/stories/2004121310960500.htm
- ↑ http://www.telegraphindia.com/1110701/jsp/orissa/story_14181981.jsp
- ↑ Signifying the Self: Women and Literature. Macmillan India. 1 January 2004. pp. 274–. ISBN 978-1-4039-2405-6. Retrieved 20 July 2013.
- ↑ Kabi Bidyutprabhā. Bidyutprabhā Smaraṇikā Kamiṭi. 1978. Retrieved 20 July 2013.
- ↑ Sachidananda Mohanty (2005). Early Women's Writings in Orissa, 1898-1950: A Lost Tradition. SAGE Publications. pp. 239–. ISBN 978-0-7619-3308-3. Retrieved 20 July 2013.
- ↑ http://orissa.gov.in/e-magazine/orissaannualreference/ORA-2004/pdf/orissa_sahitya_akademi_awarded-books-and_writers.pdf
- ↑ http://catdir.loc.gov/catdir/toc/ecip051/2004022810.html
- ↑ http://www.museindia.com/authprofile.asp?id=472
- ↑ http://www.odiasahitya.com/members/memberprofile/?member=Bidyutprava+Devi