ପୀତାମ୍ବର ତରାଇ
ପୀତାମ୍ବର ତରାଇ | |
---|---|
ଜନ୍ମ | ପୀତାମ୍ବର ତରାଇ ୧୯୫୯ |
ଜାତୀୟତା | ଭାରତୀୟ |
ଜୀବନସାଥୀ | ସରିତା ତରାଇ |
ସନ୍ତାନ | ଅଗ୍ନି, କ୍ରୀଷ୍ଣା, ଲିପ୍ସା, ବିଦାୟୀ ବର୍ଷା |
ହାଡ଼ିବନ୍ଧୁ ତରାଇ ପଞ୍ଚେଇ ଦେବୀ | |
ପୁରସ୍କାର(ଗୁଡ଼ିକ) | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର |
ପୀତାମ୍ବର ତରାଇ ଜଣେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ କବି ।[୧][୨] କବିତା ବ୍ୟତିତ ଶିଶୁସାହିତ୍ୟରେ ମଧ୍ୟ ସେ ଲେଖନି ଚାଳନା କରିଛନ୍ତି । ପୀତାମ୍ବର ୧୯୫୯ ମସିହା ଦିପାବଳୀ ଦିନ, ଜଗତ୍ସିଂହପୁର ଜିଲ୍ଲାର କୁଜଙ୍ଗ ବ୍ଳକ ଅନ୍ତର୍ଗତ ସମୁଦ୍ର ସନ୍ନିକଟ ମଙ୍ଗରାଜପୁର ଗାଁର ଏକ କୈବର୍ତ୍ତ ପଲ୍ଲୀରେ ଜନ୍ମଗ୍ରହଣ କରିଥିଲେ । ଜୀବନର ସୁଖଦୁଃଖ ତାଙ୍କ କବିତାରେ ସ୍ଥାନ ପାଇଛି । ବିଶେଷତଃ ଦଳିତ, ଅବହେଳିତ, ବିସ୍ଥାପିତ ଜନଜୀବନକୁ ନେଇ ତାଙ୍କର କବିତା ପରିପୂର୍ଣ୍ଣ ।[୩]
କବିତା ସଂକଳନ[ସମ୍ପାଦନା]
- ବୁନ୍ଦେ ଲୁହର ପିଠିରେ ସମୁଦ୍ର - ୧୯୮୭
- ନିଜ ନିଶ୍ୱାସରେ ନିଜେ ହିଁ ଜଳୁଛି - ୧୯୯୦
- ଆଦିପର୍ବ - ୧୯୯୪
- ଶେଷ ହେବାଯାଏ - ୧୯୯୭
- ଦେହ ଦଶବିଶା - ୧୯୯୭
- ଚିରା-ଚଇତର ଚିଠା - ୨୦୦୨
- ରାଗ ରୁଦ୍ରାକ୍ଷରୀ - ୨୦୦୪
- ସଇରାତ ଶତକ - ୨୦୦୬[୪]
- ଇତର - ୨୦୦୭
- ଶୂଦ୍ରକର ଶ୍ଳୋକ - ୨୦୦୮
- ଅଭାଜନ - ୨୦୧୦
- ପିଛିଲା ତାରିଖ ଓ ଅନ୍ୟାନ୍ୟ କବିତା
- ଶେଷ ହେବାଯାଏ[୫]
ଶିଶୁ ସାହିତ୍ୟ[ସମ୍ପାଦନା]
- ଲହ ଲହକା ପତର ବଙ୍କା
ପୁରସ୍କାର[ସମ୍ପାଦନା]
- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର(ଅଭାଜନ ପାଇଁ) - ୨୦୧୨[୬]
- ପ୍ରଜାତନ୍ତ୍ର କବିତା ପୁରସ୍କାର
- ଚନ୍ଦ୍ରଭାଗା କବିତା ପୁରସ୍କାର
- ବସନ୍ତ ମୁଦୁଲି କବିତା ପୁରସ୍କାର
- ତୀର ତରଙ୍ଗ କବିତା ପୁରସ୍କାର
- ଓଡ଼ିଶା ଦଳିତ ସାହିତ୍ୟ ଏକାଡେମୀ ପକ୍ଷରୁ ସମ୍ମାନ
- ଦଧିଚୀ ସମ୍ମାନ[୭]
- ଧ୍ୱନୀ ପ୍ରତିଧ୍ୱନୀ କବିତା ସମ୍ମାନ
- ଗୋକର୍ଣ୍ଣିକା କବିତା ସମ୍ମାନ[୮]
ଆଧାର[ସମ୍ପାଦନା]
- ↑ Joshil K. Abraham; Judith Misrahi-Barak (24 July 2015). Dalit Literatures in India. Taylor & Francis. pp. 194–. ISBN 978-1-317-40879-6.
- ↑ http://www.thehindu.com/todays-paper/tp-national/tp-otherstates/sahitya-akademi-hosts-literary-meet/article704736.ece
- ↑ ସମୟ ତରଙ୍ଗ, ରବିବାର, ପୃଷ୍ଠା-୧୩, ୫.୧.୨୦୧୪
- ↑ http://nationallibrary.gov.in/showdetails.php?id=227086
- ↑ "ପ୍ରଥମ ବହି". ଧରିତ୍ରୀ ସାହିତ୍ୟାୟନ ଅକ୍ଟୋବର ୨୯- ନଭେମ୍ବର ୯ ପୃଷ୍ଠା ୨. Retrieved 2 November 2016.
- ↑ http://odishasahityaakademi.org/sahitya-award12.php
- ↑ http://www.dailypioneer.com/state-editions/bhubaneswar/2015-11-18-114729.html
- ↑ "ବ୍ୟକ୍ତିତ୍ୱ". No. ନିତିଦିନ ୨୨/୧୧/୨୦୧୯ ପୃଷ୍ଠା ୯. ନିତିଦିନ. Retrieved 22 November 2019.