ରଞ୍ଜିତା ନାୟକ

ଉଇକିପିଡ଼ିଆ‌ରୁ
ରଞ୍ଜିତା ନାୟକ
ଜନ୍ମ ଓ ଜନ୍ମସ୍ଥାନ (1955-01-29) ୨୯ ଜାନୁଆରୀ ୧୯୫୫ (ବୟସ ୬୯)
ବୃତ୍ତିକବୟତ୍ରୀ
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ସାହିତ୍ୟ କୃତିଝଡ଼ର ଆକାଶ (କାବ୍ୟ-କବିତା)
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୯୭

ରଞ୍ଜିତା ନାୟକ (ଜନ୍ମ: ୨୯ ଜାନୁଆରୀ ୧୯୫୫) ଜଣେ ଓଡ଼ିଆ କବୟତ୍ରୀ । ସେ ଓଡ଼ିଆ ଭାଷାରେ ଅନେକ କବିତାମାନ ରଚନା କରିଛନ୍ତି । ତାଙ୍କୁ ୧୯୯୭ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ମିଳିଥିଲା । ତାଙ୍କ ରଚିତ କାବ୍ୟ ଗ୍ରନ୍ଥ ଝଡ଼ର ଆକାଶ ପାଇଁ ତାଙ୍କୁ ଏହି ପୁରସ୍କାର ମିଳିଥିଲା ।

ସାହିତ୍ୟ କୃତି[ସମ୍ପାଦନା]

ରଞ୍ଜିତା ନାୟକଙ୍କ ରଚିତ ପୁସ୍ତକ ୨୦୦୦ ମସିହାରେ ସମୟରେ ସମୟକୁ ପ୍ରକାଶ ପାଇଥିଲା ।[୧] ୧୯୯୭ ମସିହାରେ ତାଙ୍କ ରଚିତ କାବ୍ୟ ଗ୍ରନ୍ଥ ଝଡ଼ର ଆକାଶ ପ୍ରକାଶ ପାଇଥିଲା, ଯାହା ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ୨୦୧୪, ୨୦୦୩, ୨୦୧୦ ମସିହାରେ ତାଙ୍କ ରଚିତ ପୁସ୍ତକ ଯାଥାକ୍ରମେ ସମୀଲକ୍ଷାୟନ, ପତ୍ରଝରା ଋତୁ, ଯେ ଗୀତ ଗାଏ ପକ୍ଷୀ ପ୍ରକାଶ ପାଇଥିଲା ।[୧]

ରଞ୍ଜିତା ନାୟକ କିଛି ସମବେତ ରଚନାବଳୀରେ ମଧ୍ୟ ଲେଖକ ଥିଲେ । ସାରଳା ସାହିତ୍ୟଦ୍ୱାରା ସଂକଳିତ ଓ ପଠାଣି ପଟ୍ଟନାୟକଙ୍କର ସମ୍ପାଦନାରେ ପ୍ରକାଶ ପାଇଥିଲା ପୁସ୍ତକ ମହାପାତ୍ର ନୀଳମଣି ସାହୁ: ସୃଷ୍ଟି ମାନସ, ଯେଉଁଥିରେ ରଞ୍ଜିତା ନାୟକ ଜଣେ ଲେଖିକା ଥିଲେ ।[୧] ସେହିଭଳି ହେମନ୍ତ କୁମାର ଦାସ, ରଞ୍ଜିତା ନାୟକ ଏବଂ ପ୍ରସନ୍ନ କୁମାର ସ୍ୱାଇଁଙ୍କ ରଚିତ ଏବଂ ସମ୍ପାଦିତ ଏକ ପୁସ୍ତକ ସାମ୍ପ୍ରତିକ କବି ଓ କବିତା ପ୍ରକାଶ ପାଇଥିଲା ।[୧] ସାରଳା ସାହିତ୍ୟଦ୍ୱାରା ସଂକଳିତ ଅନ୍ୟ ଏକ ପୁସ୍ତକ କାବ୍ୟ ସରସ୍ୱତୀ ସଚ୍ଚି ରାଉତରାୟର ରଚନା ଏବଂ ସମ୍ପାଦନ ହେମନ୍ତ କୁମାର ଦାସ, ରଞ୍ଜିତା ନାୟକ, ଏବଂ ପ୍ରସନ୍ନ କୁମାର ସ୍ୱାଇଁଙ୍କଦ୍ୱାରା କରାଯାଇଥିଲା ।[୧]

ରଚନାବଳୀ[ସମ୍ପାଦନା]

  • ଝଡ଼ର ଆକାଶ (୧୯୯୭)
  • ସମୟରେ ସମୟକୁ (୨୦୦୦)
  • ସମୀଲକ୍ଷାୟନ (୨୦୧୪)
  • ସାମ୍ପ୍ରତିକ କବି ଓ କବିତା (ସମବେତ ରଚନା)‌
  • ଯେ ଗୀତ ଗାଏ ପକ୍ଷୀ (୨୦୧୦)
  • ପତ୍ରଝରା ଋତୁ (୨୦୦୩)
  • କାବ୍ୟ ସରସ୍ୱତୀ ସଚ୍ଚି ରାଉତରାୟ (ସାରଳା ସାହିତ୍ୟ ଦ୍ୱାରା)

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

ରଞ୍ଜିତା ନାୟକଙ୍କୁ ୧୯୯୭ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ମିଳିଥିଲା । ତାଙ୍କ ରଚିତ କାବ୍ୟ ଗ୍ରନ୍ଥ ଝଡ଼ର ଆକାଶ ପାଇଁ ତାଙ୍କୁ ଏହି ପୁରସ୍କାର ମିଳିଥିଲା ।[୨]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ "VTLS Chameleon iPortal". opac.nationallibrary.gov.in. Retrieved 2019-03-28.
  2. "Odisha Sahitya Akademi". odishasahityaakademi.org. Retrieved 28 March 2019.