ରଞ୍ଜିତା ନାୟକ
ରଞ୍ଜିତା ନାୟକ | |
|---|---|
| ଜନ୍ମ ଓ ଜନ୍ମସ୍ଥାନ | ୨୯ ଜାନୁଆରୀ ୧୯୫୫ |
| ବୃତ୍ତି | କବୟତ୍ରୀ |
| ଭାଷା | ଓଡ଼ିଆ |
| ଜାତୀୟତା | ଭାରତୀୟ |
| ସାହିତ୍ୟ କୃତି | ଝଡ଼ର ଆକାଶ (କାବ୍ୟ-କବିତା) |
| ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୯୭ |
ରଞ୍ଜିତା ନାୟକ (ଜନ୍ମ: ୨୯ ଜାନୁଆରୀ ୧୯୫୫) ଜଣେ ଓଡ଼ିଆ କବୟତ୍ରୀ । ସେ ଓଡ଼ିଆ ଭାଷାରେ ଅନେକ କବିତାମାନ ରଚନା କରିଛନ୍ତି । ତାଙ୍କୁ ୧୯୯୭ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ମିଳିଥିଲା । ତାଙ୍କ ରଚିତ କାବ୍ୟ ଗ୍ରନ୍ଥ ଝଡ଼ର ଆକାଶ ପାଇଁ ତାଙ୍କୁ ଏହି ପୁରସ୍କାର ମିଳିଥିଲା ।
ସାହିତ୍ୟ କୃତି
[ସମ୍ପାଦନା]ରଞ୍ଜିତା ନାୟକଙ୍କ ରଚିତ ପୁସ୍ତକ ୨୦୦୦ ମସିହାରେ ସମୟରେ ସମୟକୁ ପ୍ରକାଶ ପାଇଥିଲା ।[୧] ୧୯୯୭ ମସିହାରେ ତାଙ୍କ ରଚିତ କାବ୍ୟ ଗ୍ରନ୍ଥ ଝଡ଼ର ଆକାଶ ପ୍ରକାଶ ପାଇଥିଲା, ଯାହା ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ୨୦୧୪, ୨୦୦୩, ୨୦୧୦ ମସିହାରେ ତାଙ୍କ ରଚିତ ପୁସ୍ତକ ଯାଥାକ୍ରମେ ସମୀଲକ୍ଷାୟନ, ପତ୍ରଝରା ଋତୁ, ଯେ ଗୀତ ଗାଏ ପକ୍ଷୀ ପ୍ରକାଶ ପାଇଥିଲା ।[୧]
ରଞ୍ଜିତା ନାୟକ କିଛି ସମବେତ ରଚନାବଳୀରେ ମଧ୍ୟ ଲେଖକ ଥିଲେ । ସାରଳା ସାହିତ୍ୟଦ୍ୱାରା ସଂକଳିତ ଓ ପଠାଣି ପଟ୍ଟନାୟକଙ୍କର ସମ୍ପାଦନାରେ ପ୍ରକାଶ ପାଇଥିଲା ପୁସ୍ତକ ମହାପାତ୍ର ନୀଳମଣି ସାହୁ: ସୃଷ୍ଟି ମାନସ, ଯେଉଁଥିରେ ରଞ୍ଜିତା ନାୟକ ଜଣେ ଲେଖିକା ଥିଲେ ।[୧] ସେହିଭଳି ହେମନ୍ତ କୁମାର ଦାସ, ରଞ୍ଜିତା ନାୟକ ଏବଂ ପ୍ରସନ୍ନ କୁମାର ସ୍ୱାଇଁଙ୍କ ରଚିତ ଏବଂ ସମ୍ପାଦିତ ଏକ ପୁସ୍ତକ ସାମ୍ପ୍ରତିକ କବି ଓ କବିତା ପ୍ରକାଶ ପାଇଥିଲା ।[୧] ସାରଳା ସାହିତ୍ୟଦ୍ୱାରା ସଂକଳିତ ଅନ୍ୟ ଏକ ପୁସ୍ତକ କାବ୍ୟ ସରସ୍ୱତୀ ସଚ୍ଚି ରାଉତରାୟର ରଚନା ଏବଂ ସମ୍ପାଦନ ହେମନ୍ତ କୁମାର ଦାସ, ରଞ୍ଜିତା ନାୟକ, ଏବଂ ପ୍ରସନ୍ନ କୁମାର ସ୍ୱାଇଁଙ୍କଦ୍ୱାରା କରାଯାଇଥିଲା ।[୧]
ରଚନାବଳୀ
[ସମ୍ପାଦନା]- ଅତଳତଳ
- ପତନର ଛନ୍ଦ
- ଏଇ କେତେଦିନ ହେବ
- କାନ୍ଥଖରା
- ନିଜ ଝରକାରୁ ଆକାଶ
- ଓଡ଼ିଆ ଉପନ୍ୟାସର ଇତିବୃତ୍ତି (ସ୍ୱାଧିନତା ପୂର୍ବବର୍ତ୍ତୀ)
- ଓଡ଼ିଆ ସାହିତ୍ୟରେ ନାରୀ
- କୁନ୍ତଳା କଥା ପ୍ରତିଭା
- ସମାଲୋଚନା ସମ୍ଭାର
- ଝଡ଼ର ଆକାଶ (୧୯୯୭)
- ସମୟରୁ ସମୟକୁ (୨୦୦୦)
- ସମୀଲକ୍ଷାୟନ (୨୦୧୪)
- ସାମ୍ପ୍ରତିକ କବି ଓ କବିତା (ସମବେତ ରଚନା)
- ଯେ ଗୀତ ଗାଏ ପକ୍ଷୀ (୨୦୧୦)
- ପତ୍ରଝରା ଋତୁ (୨୦୦୩)
- କାବ୍ୟ ସରସ୍ୱତୀ ସଚ୍ଚି ରାଉତରାୟ (ସାରଳା ସାହିତ୍ୟ ଦ୍ୱାରା)
ପୁରସ୍କାର ଓ ସମ୍ମାନ
[ସମ୍ପାଦନା]- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - ୧୯୯୭ (କାବ୍ୟ ଗ୍ରନ୍ଥ ଝଡ଼ର ଆକାଶ)[୨]
- ଝଙ୍କାର କବିତା ପୁରସ୍କାର, ୨୦୨୫ [୩]
- ଗଙ୍ଗାଧର ମେହେର କବିତା ସମ୍ମାନ, ୨୦୦୬
- ଚେଳିତୋଳ ପୁରସ୍କାର - ୨୦୨୫[୪]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ "VTLS Chameleon iPortal". opac.nationallibrary.gov.in. Retrieved 2019-03-28.
- ↑ "Odisha Sahitya Akademi". odishasahityaakademi.org. Retrieved 28 March 2019.
- ↑ "ବିଷୁବ ମଣ୍ଡପରେ ୭୬ତମ ବିଷୁବ ମିଳନ ସମାବର୍ତ୍ତନ ଉତ୍ସବ". ପ୍ରଜାତନ୍ତ୍ର ପ୍ରଚାର ସମିତି. Archived from the original on 17 April 2025. Retrieved 17 April 2025.
- ↑ "ରଞ୍ଜିତା ନାୟକ ପାଇବେ 'ଚେଳିତୋଳ ପୁରସ୍କାର'". sambadepaper.com. 12 November 2018. Retrieved 2 June 2025.