ଗୋପାଳ କୃଷ୍ଣ ରଥ
ଗୋପାଳ କୃଷ୍ଣ ରଥ | |
---|---|
ଜନ୍ମ | କଂସାରୀପଡ଼ା, ସମ୍ବଲପୁର | ୩ ଅଗଷ୍ଟ ୧୯୪୫
ମୃତ୍ୟୁ | ୩୦ ଡିସେମ୍ବର ୨୦୧୬ | (ବୟସ ୭୧)
ମୃତ୍ୟୁର କାରଣ | ହୃଦ୍ଘାତ |
ଜାତୀୟତା | ଭାରତୀୟ |
ଜାତୀୟତା | ଭାରତୀୟ |
ଶିକ୍ଷାନୁଷ୍ଠାନ | ଉତ୍କଳ ବିଶ୍ୱବିଦ୍ୟାଳୟ, ପାଟଣା ବିଶ୍ୱବିଦ୍ୟାଳୟ |
ବୈବାହିକ-ସାଥୀ | କିରଣବାଳା ରଥ |
ସନ୍ତାନ | ଅମୃତ, ରୋଜୀ |
ପିତାମାତା(s) | ଗଣେଶ ପ୍ରସାଦ ରଥ, ରୁକ୍ମିଣୀ ଦେବୀ |
ପୁରସ୍କାର | କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୧୪ |
ଗୋପାଳ କୃଷ୍ଣ ରଥ,(୩ ଅଗଷ୍ଟ ୧୯୪୫ - ୩୦ ଡିସେମ୍ବର ୨୦୧୬)[୧] ଜଣେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଓଡ଼ିଆ କବି ଥିଲେ ।[୨]
ଜୀବନୀ
[ସମ୍ପାଦନା]ଗୋପାଳ କୃଷ୍ଣ, ୧୯୪୫ ମସିହା ଅଗଷ୍ଟ ୩ ତାରିଖରେ ସମ୍ବଲପୁର ଜିଲ୍ଲାର କଂସାରୀପଡ଼ାରେ ଜନ୍ମଗ୍ରହଣ କରିଥିଲେ । ପିତାଙ୍କ ନାମ ଥିଲା ଗଣେଷ ପ୍ରସାଦ ରଥ ଓ ମାତା ରୁକ୍ମିଣୀ ଦେବୀ ।[୩] ସେ ସମ୍ବଲପୁର ଜିଲ୍ଲା ସ୍କୁଲ ଓ ଗଙ୍ଗାଧର ମେହେର କଲେଜରୁ ଶିକ୍ଷା ଲାଭ କରିଥିଲେ । ମଧୁସୁଦନ ଆଇନ କଲେଜରୁ ଆଇନ ଶିକ୍ଷାଲାଭ କରି, ସେ ଅାଇନଜୀବୀ ଭାବେ ପେସା ଆରମ୍ଭ କରିଥିଲେ । ପରେ ଓଡ଼ିଶା ବିଚାର ବିଭାଗ ସେବାରେ ଯୋଗ ଦେଇଥିଲେ । ୨ବର୍ଷ ପରେ ଇସ୍ତଫା ଦେଇ ଲଜପତ ରାୟ ଅାଇନ ମହାବିଦ୍ୟାଳୟରେ ଅଧ୍ୟାପକ ଓ ପରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ଅାଇନ ବିଭାଗରେ ପ୍ରାଧ୍ୟାପକ ହୋଇଥିଲେ । ୨୦୦୫ରେ ସେ ସ୍ନାତକୋତ୍ତର ଶ୍ରେଣୀ ବିଭାଗ ସମୂହର ଅଧ୍ୟକ୍ଷ ଭାବେ ଅବସର ଗ୍ରହଣ କରିଥିଲେ । ୬ବର୍ଷ କାଳ ସେ ଓଡ଼ିଶା ସାହିତ୍ୟ ଏକାଡେମିର ସାଧାରଣ ପରିଷଦ ସଭ୍ୟ ଭାବେ ମଧ୍ୟ କାର୍ଯ୍ୟ ତୁଲାଇଥିଲେ । ୨୦୦୬ରେ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଦିଲ୍ଲୀ ଅାକାଶବାଣୀଦ୍ୱାରା ଅାୟୋଜିତ କବି ସମ୍ମିଳନୀରେ ଓଡ଼ିଅା ଭାଷାର ଏକକ ପ୍ରତିନିଧିତ୍ୱ କରିଥିଲେ । [୪] ୨୦୧୪ ମସିହାରେ ସନ୍ନ୍ୟାସ ଦିକ୍ଷା ଗ୍ରହଣ କରି ସେ ସ୍ୱାମୀ ଗୁରୁ ରୂପାନନ୍ଦ ସରସ୍ୱତୀ ଭାବେ ପରିଚିତ ହୋଇଥିଲେ [୫] ଓ ଭୁବନେଶ୍ୱରସ୍ଥ "ବିଶୁଦ୍ଧାନନ୍ଦ ସାରସ୍ୱତ ସଂଘ" ମନ୍ଦିରରେ ପତ୍ନୀ କିରଣବାଳା ରଥଙ୍କ ସହ ସନ୍ୟାସୀ ଭାବରେ ଅବସ୍ଥାନ କରୁଥିଲେ । [୬] ପୁଣେରେ ଚିକିତ୍ସାଧୀନ ଥିବା ଅବସ୍ଥାରେ ହୃଦ୍ଘାତ ଯୋଗୁଁ ୨୦୧୬ ଡିସେମ୍ବର ୩୦ତାରିଖରେ ତାଙ୍କର ପରଲୋକ ଘଟିଥିଲା ।
ରଚନାବଳୀ
[ସମ୍ପାଦନା]୧୯୮୦ମସିହାରେ ତାଙ୍କର ପ୍ରଥମ କବିତା ସଂକଳନ ଏକଲା ମଣିଷ ପ୍ରକାଶ ପାଇଥିଲା । ବର୍ତ୍ତମାନ ତାଙ୍କର ମୋଟ ୬ଗୋଟି କବିତା ସଙ୍କଳନ ପ୍ରକାଶ ପାଇଛି। ପ୍ରତି ଦଶବର୍ଷର ଜୀବନ ଶୈଳୀକୁ ନେଇ ସେ କବିତା ସଂକଳନ ରଚନା କରୁଥିଲେ । କିନ୍ତୁ ବିହ୍ୱଳ ବେଳାଭୂମି ଓ ଅରୁଣ ଉଦ୍ଭାସ କବିତା ସଂକଳନ କ୍ଷେତ୍ରରେ ବ୍ୟତିକ୍ରମ ଦେଖାଯାଏ (୩ବର୍ଷର ବ୍ୟବଧାନ)। ତାଙ୍କ ପତ୍ନୀ କିରଣବାଳା ରଥଙ୍କ ସମ୍ପଦନାରେ ଗୋପାଳକୃଷ୍ଣ ରଥଙ୍କ କବିତା ସମଗ୍ର ପ୍ରକାଶ ପାଇଛି ୨୦୧୯ ମସିହାରେ।
- ବିହ୍ୱଳ ବେଳାଭୂମି, ୨୦୧୩
- ବିପୁଳ ଦିଗନ୍ତ, ୨୦୧୦
- କୁନିପୁଅ ଓ ନିଷ୍ପାପ ସକାଳ, ୨୦୦୦
- କେତେଦୂର, ୧୯୯୦
- ଏକଲା ମଣିଷ, ୧୯୮୦
- ଅରୁଣ ଉଦ୍ଭାସ,୨୦୧୬
ପୁରସ୍କାର ଓ ସମ୍ମାନ
[ସମ୍ପାଦନା]- କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୧୪ (ବିପୁଳ ଦିଗନ୍ତ)[୭]
- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୦୩ (କୁନିପୁଅ ଓ ନିଷ୍ପାପ ସକାଳ) [୮] [୯]
- ଝଙ୍କାର ପୁରସ୍କାର (କବିତା), ୧୯୮୪ (ପ୍ରଜାତନ୍ତ୍ର ପ୍ରଚାର ସମିତି ପ୍ରଦତ୍ତ)[୧୦]
- ଗଙ୍ଗାଧର ମେହେର କବିତା ସମ୍ମାନ, ୨୦୧୩ (ଉତ୍କଳ ସାହିତ୍ୟ ସମାଜ ପ୍ରଦତ୍ତ)
- ଗୋକର୍ଣ୍ଣିିକା ସମ୍ମାନ
- ଯଦୁମଣି ସାହିତ୍ୟ ସଂସଦ ସମ୍ବର୍ଦ୍ଧନା
- ମାତୃଭୂମି ସହକାର ସମ୍ବର୍ଦ୍ଧନା
- ଶ୍ରୀବଳଦେବ ସମ୍ମାନ
ଆଧାର
[ସମ୍ପାଦନା]- ↑ "ସାହିତ୍ୟିକ ଗୋପାଳକୃଷ୍ଣଙ୍କ ପରଲୋକ". ଧରିତ୍ରୀ. Retrieved 31 December 2016.
- ↑ "Kendra Sahitya Akademi for Gopal Rath". Indian Express. Archived from the original on 2015-11-16. Retrieved 20 ଡିସେମ୍ବର 2014.
- ↑ "କବି ଗୋପାଳକୃଷ୍ଣ ରଥଙ୍କ ପରଲୋକ". ସମ୍ବାଦ ୩୧/୧୨/୨୦୧୬ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୩. Retrieved 31 December 2016.[permanent dead link]
- ↑ "ଗୋପାଳ କୃଷ୍ଣ ରଥଙ୍କୁ କେନ୍ଦ୍ର ସାହିତ୍ୟ ଅକାଦେମୀ ପୁରସ୍କାର" (PDF). ସମ୍ବାଦ, ସମ୍ବଲପୁର ସଂସ୍କରଣ. Retrieved 20 December 2014.[permanent dead link]
- ↑ "ଆର୍କାଇଭ୍ କପି". Archived from the original on 2016-03-04. Retrieved 2014-12-25.
{{cite web}}
: Cite has empty unknown parameter:|1=
(help) - ↑ ସମାଜ ୨୧ ଡିସେମ୍ବର ୨୦୧୪, ପୃଷ୍ଠା: ୩
- ↑ "AKADEMI AWARDS (1955-2016)". ସାହିତ୍ୟ ଏକାଡେମୀ. Retrieved 6 January 2017.
- ↑ "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Retrieved 31 December 2016.
- ↑ ପ୍ରମେୟ ୨୦/୧୨/୨୦୧୪ ପୃଷ୍ଠା ୧ ଓ ୭.
- ↑ "ଝଙ୍କାର ପୁରସ୍କାର ବିଜେତା" (PDF). ପ୍ରଜାତନ୍ତ୍ର ପ୍ରଚାର ସମିତି. Archived (PDF) from the original on 8 October 2020. Retrieved ୧୨ ଜୁନ ୨୦୨୧.
{{cite web}}
: Check date values in:|accessdate=
(help)