ନିର୍ମଳା ଦେବୀ
ନିର୍ମଳା ଦେବୀ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ୧୯୦୭ |
ମୃତ୍ୟୁ | ୧୯୮୭ |
ବୃତ୍ତି | କବୟତ୍ରୀ |
ଭାଷା | ଓଡ଼ିଆ |
ଜାତୀୟତା | ଭାରତୀୟ |
ସାହିତ୍ୟ କୃତି | ବର୍ଣ୍ଣରାଗ (କାବ୍ୟ-କବିତା) |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୮୫ |
ସନ୍ତାନ | ବିଧୁଭୂଷଣ ଦାସ |
ନିର୍ମଳା ଦେବୀ (୧୯୦୭ - ୧୯୮୭) ଜଣେ ଓଡ଼ିଆ କବୟତ୍ରୀ ଥିଲେ । ସେ ଓଡ଼ିଆ ଭାଷାରେ ଅନେକ କାବ୍ୟ କବିତା ରଚନା କରିଥିଲେ । ୧୯୮୫ ମସିହାରେ ନିର୍ମଳା ଦେବୀଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ମିଳିଥିଲା ।[୧] ତାଙ୍କ ରଚିତ କବ୍ୟ କବିତା ବର୍ଣ୍ଣରାଗ ପାଇଁ ତାଙ୍କୁ ଏହି ପୁରସ୍କାର ମିଳିଥିଲା ।
୨୦୧୮ ମସିହାରେ ନିର୍ମଳା ଦେବୀଙ୍କ ବର୍ଣ୍ଣରାଗ ପୁସ୍ତକରୁ ୬ଟି କବିତାକୁ ଗୀତରେ ପରିଣତ କରିଥିଲେ ସଙ୍ଗୀତ ନିର୍ଦ୍ଦେଶକ ତଥା ଗାୟକ ରତିକାନ୍ତ ଶତପଥୀ ।[୨] ଏହି ଆଲବମ୍ଟିର ନାମ ରଖାଯାଇଥିଲା ବର୍ଣ୍ଣରାଗ । ଏହି ଆଲବମ୍ର ପ୍ରଯୋଜନା କରିଥିଲେ ନିର୍ମଳା ଦେବୀଙ୍କ ନାତୁଣୀ ପଞ୍ଚମୀ ମାନୁ ଉକିଲ୍ ।[୩]
ସାହିତ୍ୟ କୃତି
[ସମ୍ପାଦନା]ନିର୍ମଳା ଦେବୀଙ୍କ ରଚିତ କିଛି କବିତା ଗ୍ରନ୍ଥ ମଧ୍ୟରେ ଦିନାନ୍ତେ, ସୀମାନ୍ତେ, ୧୯୫୩ ଆଦି ଅନ୍ୟତମ ।[୪] ୧୯୮୫ ମସିହାରେ ତାଙ୍କ ରଚିତ କାବ୍ୟ ଗ୍ରନ୍ଥ ବର୍ଣ୍ଣରାଗ ପାଇଁ ତାଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ମିଳିଥିଲା ।
ରଚନାବଳୀ
[ସମ୍ପାଦନା]- ବର୍ଣ୍ଣରାଗ - ୧୯୮୫ (ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର)
- ଦିନାନ୍ତେ
- ସୀମାନ୍ତେ
- ୧୯୫୩
- ଏ ଜୀବନେ
ପୁରସ୍କାର ଓ ସମ୍ମାନ
[ସମ୍ପାଦନା]୧୯୮୫ ମସିହାରେ ନିର୍ମଳା ଦେବୀଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ମିଳିଥିଲା । ତାଙ୍କ ରଚିତ କାବିତାବଳୀ ବର୍ଣ୍ଣରାଗ ପାଇଁ ତାଙ୍କୁ ଏହି ପୁରସ୍କାର ମିଳିଥିଲା ।[୧]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Odisha Sahitya Akademi". odishasahityaakademi.org. Odisha Sahitya Academy. Retrieved 28 March 2019.
- ↑ "ଆଈଙ୍କ କବିତାକୁ ସଙ୍ଗୀତରେ ବଦଳାଇଲେ ନାତୁଣୀ". KNews Odisha (in ଆମେରିକୀୟ ଇଂରାଜୀ). 2018-08-19. Archived from the original on 2019-03-28. Retrieved 2019-03-28.
- ↑ "ସ୍ୱଗର୍ତ ନିର୍ମଳା ଦେବୀଙ୍କ କବିତା ନେଇ ସଙ୍ଗୀତର ରୂପାୟନ ମନଛୁଆଁ ଗୀତ 'ତୁମେ ବର୍ଣ୍ଣବିହୀନ ପରା', ରତିକାନ୍ତ ଶତପଥୀଙ୍କ କଣ୍ଠରୁ ଶୁଣନ୍ତୁ ! | Kanak Lifestyle". OllyBolly (in ଆମେରିକୀୟ ଇଂରାଜୀ). 2018-08-18. Archived from the original on 2019-03-28. Retrieved 2019-03-28.
- ↑ "ନିର୍ମଳା ଦେବୀ | Nirmala Devi | Writer of Odia Language & Literature" (in ଇଂରାଜୀ). Retrieved 2019-03-28.