ଶୈଳଜ ରବି
ଦେଖଣା
ଶୈଳଜ ରବି | |
---|---|
ଜନ୍ମ ଓ ଜନ୍ମସ୍ଥାନ | ରବୀନ୍ଦ୍ରନାଥ ସାହୁ ୧୯୪୨ |
ଭାଷା | ଓଡ଼ିଆ |
ଜାତୀୟତା | ଭାରତୀୟ |
ନାଗରିକତା | ଭାରତୀୟ |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - ୨୦୦୨ |
ସନ୍ତାନ | ଓମ୍ ଅଭିଜ୍ଞାନ ସାହୁ (ପୁଅ) |
ସମ୍ପର୍କୀୟ | ବବିତା ସାହୁ (ବୋହୁ) |
ରବୀନ୍ଦ୍ରନାଥ ସାହୁ (ଜନ୍ମ: ୧୯୪୨,[୧] ଶୈଳଜ ରବି ଭାବେ ଜଣାଶୁଣା) ଜଣେ ଓଡ଼ିଆ ସାହିତ୍ୟିକ ଓ ସର୍ବୋଦୟ କର୍ମୀ ।[୨] ସେ ଓଡ଼ିଆରେ କବିତା ଓ ନନ୍ଦନତତ୍ତ୍ୱ, ଲୋକବିଦ୍ୟା, ସାହିତ୍ୟତତ୍ତ୍ୱ ଓ କଳା ସଂପର୍କିତ ତୁଳନାତ୍ମକ ଓ ଆନ୍ତର୍ବିଦ୍ୟାଭିତ୍ତିକ ପ୍ରବନ୍ଧ ଆଦି ରଚନା କରିଛନ୍ତି । ସେ ୨୦୦୨ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇ ପ୍ରତ୍ୟାଖାନ କରିଥିଲେ ।[୧] ସେ ଓଡ଼ିଆରେ ଐକତାନ ଓ ଇଂରାଜୀରେ Parents & Pedagogues ନାମକ ପତ୍ରିକା ସମ୍ପାଦନା କରିଛନ୍ତି । ଜଣେ ଚିତ୍ରଶିଳ୍ପୀ ଭାବେ ସେ ଅନେକ ପୁସ୍ତକର ପ୍ରଚ୍ଛଦ ଆଙ୍କିଛନ୍ତି ।[୩] ସେ ୧୯୭୫ ମସିହାରେ ଘୋଷିତ ଜରୁରୀ ପରିସ୍ଥିତି ସମୟରେ ୬ ମାସ କାରାବରଣ କରିଥିଲେ ।
ସାହିତ୍ୟ ରଚନା
[ସମ୍ପାଦନା]ଶୈଳଜ ମୌଳିକ ରଚନା ସହ ମାଳତୀ ଦେବୀ: ଚଉଦଟି ଚିତ୍ରପଟ (୧୯୮୪), ପଥିକୃତ (୨୦୦୪), ରଚନା ସଂଗ୍ରହ (୨୦୦୮) ଓ ସଚ୍ଚି ରାଉତରାୟ ଚୟନିକା ଆଦି ପୁସ୍ତକ ତଥା ଓଡ଼ିଆ ପତ୍ରିକା ଐକତାନ ଏବଂ ଇଂରାଜୀ ପତ୍ରିକା Parents & Pedagogues ସମ୍ପାଦନା କରିଛନ୍ତି ।
ରଚନାବଳୀ
[ସମ୍ପାଦନା]କବିତା
[ସମ୍ପାଦନା]- ନିର୍ବାଚିତ କବିତା (୨୦୦୧)
- ପାଠକ ନିର୍ବାଚିତ ଚାଳିଶଟି କବିତା (୨୦୦୩)
- ମିଛୁଆ ଗାଈଆଳ ଟୋକା ମଲାପୂର୍ବରୁ ଗାଇଥିବା ଗୀତ
- ଦାରୁ (୨୦୧୫)
- ପାଷାଣ୍ଡ ସତୀ
- ଧାର୍ମିକ ଅବୋଲକରା କାହାଣୀ
ପ୍ରବନ୍ଧ/ସମାଲୋଚନା
[ସମ୍ପାଦନା]- ଯାତ୍ରା ପେଣ୍ଡାଲରେ ହାମଲେଟ୍ - ୨୦୧୨ (ପ୍ରବାହ, ଯାଜପୁର)[୪]
- ସଂସ୍କୃତିର ନବକଳେବର ୨୦୧୩
- ଆଧ୍ୟାତ୍ମିକ ବିଚାର ୨୦୧୯ (ଆମ ଓଡ଼ିଶା, ଭୁବନେଶ୍ୱର)
- A Strange Beggar (ବିନୋବା ଭାବେଙ୍କ ଜୀବନୀ)
ଅନୁବାଦ
[ସମ୍ପାଦନା]- କେନୋପନିଷଦ
- ଲକ୍ଷ୍ମୀଧର କବି, ଅଦ୍ୱେତ ମକରନ୍ଦ
- ଭଗତ ସିଂହ : ନିର୍ବାଚିତ ଭାଷଣ ଓ ରଚନା
ଇଂରାଜୀ
[ସମ୍ପାଦନା]- ରବି ରାୟ – ରେମିନିସେମ୍ସ୍[୫]
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୦୨ (ଶୈଳଜ ରବି: ନିର୍ବାଚିତ କବିତା ପାଇଁ)
- ବାଗ୍ମୀ ବିଶ୍ୱନାଥ କର ସମ୍ମାନ, ୨୦୨୪[୬]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "ରାଷ୍ଟ୍ରକଲ୍ୟାଣ ପାଇଁ ସକ୍ରିୟ ସକ୍ରିୟ ସମାଜସେବୀ ସଂଗଠନ ଆବଶ୍ୟକ". ସକାଳ. p. ୮. Archived from the original on 4 September 2022. Retrieved 4 September 2022.
- ↑ "ଚତୁର୍ଥ ପେନ୍ ଇନ୍ ବୁକ୍ସ ଯୁବ ଲେଖକ ପୁରସ୍କାର – ସମ୍ମାନିତ ହେଲେ ୧୦ ଲେଖକ". www.odisha.live. odisha live. Archived from the original on 17 August 2021. Retrieved 17 August 2021.
- ↑ sahityacharcha (2024-08-30). "ବରିଷ୍ଠ କବି ଶୈଳଜ ରବିଙ୍କ ସହ ଏକ ସାରସ୍ୱତ ଆଳାପ". Sahitya Charcha (in ଆମେରିକୀୟ ଇଂରାଜୀ). Retrieved 2024-09-02.
- ↑ "National Library Online Catalogue". www.opac.nationallibrary.gov.in/. national library govt of India. Retrieved 17 August 2021.
- ↑ "ବହି | ଓଡ଼ିଆ ବିଭବ Odia Bibhaba". odiabibhaba.in. Retrieved 2024-09-02.
- ↑ https://sambadepaper.com/imageview_52850_466793_4_72_25-12-2024_8_i_1_sf.html