ଆଶାପୂର୍ଣ୍ଣା ଦେବୀ

ଉଇକିପିଡ଼ିଆ ରୁ
Jump to navigation Jump to search
ଆଶାପୂର୍ଣ୍ଣା ଦେବୀ‌
ଜନ୍ମ ଓ ଜନ୍ମସ୍ଥାନ୮ ଜାନୁଆରୀ ୧୯୦୯(1909-01-08)
ପୋଟଳଡଙ୍ଗା, କଲିକତା
ମୃତ୍ୟୁ୧୩ ଜୁଲାଇ ୧୯୯୫(1995-07-13) (ବୟସ ୮୬)
ବୃତ୍ତିଔପନ୍ୟାସିକା, କବି
ଭାଷାବଙ୍ଗଳା
ଜାତୀୟତାଭାରତୀୟ
ସମୟ୧୯୩୯-୧୯୯୫
ସାହିତ୍ୟ କୃତିପ୍ରଥମ ପ୍ରତିଶୃତି
ସୂବର୍ଣ୍ଣଲତା
ବକୁଳ କଥା
ପୁରସ୍କାରଜ୍ଞାନପୀଠ ପୁରସ୍କାର
ପଦ୍ମଶ୍ରୀ
କେନ୍ଦ୍ର ସାହିତ୍ୟ ଏକାଡେମୀ ଫେଲୋସିପ

ଆଶାପୂର୍ଣ୍ଣା ଦେବୀ ( ୮ ଜାନୁଆରୀ ୧୯୦୯ - ୧୩ ଜୁଲାଇ ୧୯୯୫) ବଙ୍ଗଳା ଭାଷାର ଜଣେ ଔପନ୍ୟାସିକ ଓ କବି ଥିଲେ । ୧୯୭୬ ମସିହାରେ ସେ ଜ୍ଞାନପୀଠ ପୁରସ୍କାରପଦ୍ମଶ୍ରୀ ସମ୍ମାନ ଲାଭ କରିଥିଲେ । ସେ ଜବଲପୁର, ବର୍ଦ୍ଧମାନ ଓ ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟରୁ ଡିଲିଟ ଲାଭ କରିଛନ୍ତି ।[୧] ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟ ୧୯୮୯ରେ ତାଙ୍କୁ "ଦେଶିକୋତ୍ତମ" ସମ୍ମାନ ମଧ୍ୟ ପ୍ରଦାନ କରିଛି । ୧୯୯୪ରେ ସେ କେନ୍ଦ୍ର ସାହିତ୍ୟ ଏକାଡେମୀର ସର୍ବୋଚ୍ଚ ସମ୍ମାନ କେନ୍ଦ୍ର ସାହିତ୍ୟ ଏକାଡେମୀ ଫେଲୋସିପ ଲାଭ କରିଥିଲେ ।[୨]

ଜୀବନୀ[ସମ୍ପାଦନା]

ଆଶାପୂର୍ଣ୍ଣା ୧୯୦୯ ମସିହା ଜାନୁଆରୀ ୮ ତାରିଖରେ କଲିକତାର ପୋଟଳଡଙ୍ଗାଠାରେ ଏକ ବୈଦ୍ୟ ପରିବାରରେ ଜନ୍ମଗ୍ରହଣ କରିଥିଲେ । ଜନ୍ମବେଳେ ତାଙ୍କ ନାମ ଥିଲା ଆଶା ପୂର୍ଣ୍ଣା ଦେବୀ ( ଗୁପ୍ତା ) । ତାଙ୍କ ପିଲାଦିନ ଏକ ରକ୍ଷଣଶୀଳ ପରିବେଶରେ ବିତିଥିଲା । ତାଙ୍କ ପରିବାରରେ ଝିଅ ପିଲାମାନେ ସ୍କୁଲ ଯାଉନଥିଲେ । ଶିଶୁ ଆଶାପୂର୍ଣ୍ଣା ତାଙ୍କ ଭାଇମାନଙ୍କଠୁ ଦେଖି ଶୁଣି ଅକ୍ଷର ଶିଖିଥିଲେ ।[୩] ଆଶାପୂର୍ଣ୍ଣାଙ୍କ ପିତା "ହରେନ୍ଦ୍ର ନାଥ ଗୁପ୍ତା" କାଠ ଆସବାବପତ୍ରର ଡିଜାଇନର ଥିଲେ । ତାଙ୍କ ମା ସରଳା ସୁନ୍ଦରୀ ଜଣେ ପୁସ୍ତକପ୍ରେମୀ ମହିଳା ଥିଲେ । ମା'ଙ୍କ ପୁସ୍ତକ ପଢିବା ଅଭ୍ୟାସ ଆଶାପୂର୍ଣ୍ଣା ଓ ତାଙ୍କ ଭଉଣୀମାନଙ୍କୁ ମଧ୍ୟ ପଢିବାକୁ ଉତ୍ସାହିତ କରିଥିଲା ।[୪] ହରେନ୍ଦ୍ରନାଥ, ଆଚାର୍ଯ୍ୟ ପ୍ରଫୁଲ ଚନ୍ଦ୍ର ରୋଡ଼ସ୍ଥିତ ଘରକୁ ଯିବା ପରେ ସରଳା ସୁନ୍ଦରୀ ଓ ତାଙ୍କ ଝିଅମାନଙ୍କୁ ପଢିବାପାଇଁ ନିକଟସ୍ଥ ପାଠାଗାରରୁ ଅଧିକରୁ ଅଧିକ ପୁସ୍ତକ ମିଳିବାକୁ ଲାଗିଲା । ପିଲାଲାଦିନରୁ ଆଶାପୂର୍ଣ୍ଣା ସବୁପ୍ରକାର ବହି ପଢିଥିଲେ, ଯଦିଓ ସେ କେବେ ଧରାବନ୍ଧା ସ୍କୁଲ ଶିକ୍ଷା ଲାଭ କରିନଥିଲେ । ସେ ନିଜେ ଅକ୍ଷର ଶିଖି ବହି ପଢୁଥିଲେ ।[୫]

ଆଶାପୂର୍ଣ୍ଣା ଓ ତାଙ୍କ ଭଉଣୀଙ୍କର ବଢିବା ବୟସ ଦେଶପାଇଁ ଏକ ଅସ୍ଥିର ସମୟ ମଧ୍ୟରେ ବିତିଥିଲା । ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ସ୍ୱାଧିନତା ସଂଗ୍ରାମ ଚାଲିଥିଲା । ସେମାନେ ସ୍ୱାଧିନତା ସଂଗ୍ରାମ ସହିତ ପ୍ରତକ୍ଷ୍ୟ ଭାବରେ ଜଡିତ ନଥିଲେ ମଧ୍ୟ ଏହାର ପ୍ରଭାବ ସେମାନଙ୍କ ଉପରେ ପଡିଥିଲା ।[୬]

ପିଲାଦିନୁ ଆଶାପୂର୍ଣ୍ଣା ଓ ତାଙ୍କ ଭଉଣୀମାନେ କବିତା ଲେଖୁଥିଲେ ଓ ଆବୃତ୍ତି କରୁଥିଲେ । ଏହିପାଇଁ ସେମାନଙ୍କ ମଧ୍ୟରେ ରିତିମତ ପ୍ରତିଯୋଗୀତା ମଧ୍ୟ ଚାଲୁଥିଲା । ୧୯୨୨ ମସିହାରେ ଆଶାପୂର୍ଣ୍ଣା "ବାଇରେର ଡାକ" ନାମକ ନିଜର ଏକ କବିତା "ଶିଶୁ ସାଥୀ" ପତ୍ରିକାକୁ ପଠେଇଥିଲେ ଓ ତାହା ପତ୍ରିକାରେ ପ୍ରକାଶିତ ମଧ୍ୟ ହୋଇଥିଲା । ପରେ ପତ୍ରିକାର ସମ୍ପାଦକ ରାଜକୁମାର ଚକ୍ରବର୍ତ୍ତୀ ତାଙ୍କୁ ଅଧିକ କବିତା ପଠେଇବାକୁ ଅନୁରୋଧ କରିଥିଲେ । ଏହିପରି ଭାବରେ ଆଶାପୂର୍ଣ୍ଣାଙ୍କର କବିଜୀବନ ଆରମ୍ଭ ହୋଇଥିଲା ।[୭]

୧୯୨୪ ମସିହାରେ ଆଶାପୂର୍ଣ୍ଣା କାଳିଦାସ ଗୁପ୍ତାଙ୍କୁ ବିବାହ କରିଥିଲେ । ସେତେବେଳକୁ ତାଙ୍କର ବୟସ ଥିଲା ୧୫ । ବିବାହ ପରେ ସେ ବହୁ ଘର ବଦଳେଇବା ପରେ ପ୍ରଥମେ ଭବାନୀପୁର ଓ ପରେ "ବେଲତାଲା ରୋଡ଼"ରେ ସ୍ଥାୟୀ ଭାବରେ ରହିବାକୁ ଲାଗିଲେ । ଏଠାରେ ସେ ୧୯୬୦ ମସିହା ଯାଏଁ ରହିଥିଲେ । ତାପରେ ସେ ନିଜ ପୁଅ ସୁଶାନ୍ତ, ବୋହୁ ନୂପୁର ଓ ନାତୁଣୀ ଶତରୂପାଙ୍କ ସହ "ଗୋଲପାର୍କ"ରେ ରହିବା ଆରମ୍ଭ କରିଥିଲେ । ୧୯୬୭ରେ ଶତଦୀପା ନାମରେ ତାଙ୍କର ଆଉ ଏକ ନାତୁଣୀ ହୋଇଥିଲା । ୧୯୭୦ରେ ଗରିଆଠାରେ ସେମାନେ ନିଜ ଘରକୁ ଚାଲି ଯାଇଥିଲେ ଓ ଆଶାପୂର୍ଣ୍ଣା ୧୯୯୫ରେ ନିଜ ମୃତ୍ୟୁ ପର୍ଯ୍ୟନ୍ତ ସେହି ଘରେ ରହିଥିଲେ ।[୮]

"ବାଇରେର ଡାକ" ତାଙ୍କର ପ୍ରଥମ କବିତା ଥିଲା । ଏହାପରେ ସେ ୨୪୨ଟି ଛୋଟ ବଡ଼ ଉପନ୍ୟାସ, ୩୭ଟି କବିତା ସଂଗ୍ରହ ଓ ୬୨ଟି ଶିଶୁ ସାହିତ୍ୟ ପୁସ୍ତକ ରଚନା କରିଥିଲେ ।[୯] ସେ ୩୦୦୦ରୁ ଅଧିକ କ୍ଷୁଦ୍ରଗଳ୍ପ ଲେଖିଥିଲେ । ଲେଖାଲେଖି ଆରମ୍ଭ ବେଳକୁ ଆଶାପୂର୍ଣ୍ଣା କେବଳ ଶିଶୁମାନଙ୍କ ପାଇଁ ଲେଖୁଥିଲେ । ୧୯୩୮ରେ "ଛୋଟ ଠାକୁରଦାର କାଶୀ ଯାତ୍ରା" ପ୍ରକାଶ ପାଇଥିଲା । ଏହାଥିଲା ତାଙ୍କର ପ୍ରଥମ ପ୍ରକାଶିତ ପୁସ୍ତକ । ୧୯୩୬ରେ ସେ ପ୍ରାପ୍ତବୟସ୍କମାନଙ୍କ ପାଇଁ ପ୍ରଥମ ଗଳ୍ପ "ପତ୍ନୀ ଓ ପ୍ରେୟସୀ" ଲେଖିଥିଲେ ଓ ଏହା "ଆନନ୍ଦ ବଜାର ପତ୍ରିକା"ର ପୂଜା ସଂକଳନରେ ପ୍ରକାଶ ପାଇଥିଲା । ୧୯୪୪ରେ ତାଙ୍କର ପ୍ରଥମ ପ୍ରାପ୍ତବୟସ୍କମାନଙ୍କ ଉପନ୍ୟାସ "ପ୍ରେମ ଓ ପ୍ରୟୋଜନ" ପ୍ରକାଶ ପାଇଥିଲା । ସାମାଜିକ ଅନ୍ୟାୟ, ଲିଙ୍ଗ ବୈଷମ ଓ ସଂକିର୍ଣ୍ଣତା ବିରୋଧରେ ସେ ନିଜ ଲେଖା ମାଧ୍ୟମରେ ସ୍ୱର ଉତ୍ତଳନ କରିଥିଲେ । ତାଙ୍କ ପୁସ୍ତକ "ପ୍ରଥମ ପ୍ରତିଶୃତି" ( ୧୯୬୪ ), ସୂବର୍ଣ୍ଣଲତା ( ୧୯୬୭ )[୧୦], ଓ "ବକୁଳ କଥା" ( ୧୯୭୪ )ରେ ସେ ସ୍ତ୍ରୀମାନଙ୍କର ମାନବାଧିକାର ସଂଘର୍ଷ[୧୧] ବିଷୟରେ ଲେଖିଥିଲେ ।[୧୨]

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ଲୀଳା ପୁରସ୍କାର - ୧୯୫୪ (କଲିକତା ବିଶ୍ୱବିଦ୍ୟାଳୟ)
  • ମୋହିନୀ ଦାସୀ ସ୍ୱର୍ଣ୍ଣ ପଦକ - ୧୯୬୬ (ଭୂଟାନ)
  • ରେନଡ୍ରମ ମେମୋରିଆଲ ସମ୍ମାନ - ୧୯୬୬ ( ପଶ୍ଚିମବଙ୍ଗ ସରକାର)
  • ଜ୍ଞାନପୀଠ ପୁରସ୍କାର - ୧୯୭୬ (ପ୍ରଥମ ପ୍ରତିଶୃତି ପାଇଁ)[୧୩]
  • ହାରାନାଥ ଘୋଷ ପୁରସ୍କାର - ୧୯୮୮ (ବଙ୍ଗୀୟ ସାହିତ୍ୟ ପରିଷଦ)
  • ଜଗତାରିଣୀ ସ୍ୱର୍ଣ୍ଣ ପଦକ - ୧୯୯୩ (କଲିକତା ବିଶ୍ୱ ବିଦ୍ୟାଳୟ)

ରଚନାବଳୀ[ସମ୍ପାଦନା]

ଉପନ୍ୟାସ[ସମ୍ପାଦନା]

  1. ଆର ଏକ ଆଶାପୂର୍ଣ୍ଣା (ମିତ୍ର ଓ ଘୋଷ)
  2. ଅଗ୍ନୀ ପରୀକ୍ଷା (ମିତ୍ର ଓ ଘୋଷ)
  3. ଆଶାପୂର୍ଣ୍ଣା ଦେବୀର ରଚନାବଳୀ (ଦଶ ଖଣ୍ଡରେ) (ମିତ୍ର ଓ ଘୋଷ)
  4. ଆଶାପୂର୍ଣ୍ଣା ବିଥିକା (ନିର୍ମଳ ସାହିତ୍ୟମ)
  5. ଅନମାନୀଆ (କରୁଣା ପ୍ରକାଶନୀ)
  6. ବକୁଳ କଥା - ୧୯୭୪ (ମିତ୍ର ଓ ଘୋଷ)
  7. ବିଶ୍ୱାସ ଅବିଶ୍ୱାସ (ଦେବ ସାହିତ୍ୟ କୁଟୀର)
  8. ଚାବିବନ୍ଦ ସିନ୍ଦୁକ (ମିତ୍ର ଓ ଘୋଷ)
  9. ଚିତ୍ରକଳ୍ପ (ମିତ୍ର ଓ ଘୋଷ)
  10. ଚଷମା ପାଲଟେ ଯାଇ (ଦେବ ସାହିତ୍ୟ କୁଟୀର)
  11. ଦିବ୍ୟଦର୍ଶିନୀର ଦିନଲିପି (ମିତ୍ର ଓ ଘୋଷ)
  12. ଦୃଶ୍ୟ ଥେକେ ଦୃଶ୍ୟାନ୍ତରେ (ମିତ୍ର ଓ ଘୋଷ)
  13. ଦ୍ୱିତୀୟ ଅଦ୍ୱିତୀୟ (ନିର୍ମଳ ସାହିତ୍ୟମ)
  14. ଏଇ ତ ସେଦିନ (ଆନନ୍ଦ ପବ୍ଲିଶରସ)
  15. କଲ୍ୟାଣୀ (ନିର୍ମଳ ସାହିତ୍ୟମ)
  16. କଣ୍ଟା ପୁକୁର ଲେନର କମଳା (ଦେବ ସାହିତ୍ୟ କୁଟୀର)
  17. ଲଘୁ ତ୍ରିପଦୀ (ପୁଷ୍ପ)
  18. ଲୀଳା ଚିରନ୍ତନ (ମିତ୍ର ଓ ଘୋଷ)
  19. ନକ୍ଷେତ୍ରର ଆକାଶ (ନିର୍ମଳ ସାହିତ୍ୟମ)
  20. ନକ୍ସା କଟା ଘର (କରୁଣା ପ୍ରକାଶନୀ)
  21. ପାଞ୍ଚ ନଦୀର ତୀରେ (ପାଳ ପ୍ରକାଶନ)
  22. ପ୍ରେମ ଓ ପ୍ରୟୋଜନ (ପୁନଶ୍ଚ, ନିର୍ମଳ ସାହିତ୍ୟମ)
  23. ପ୍ରିୟ ଗଳ୍ପ (ନିର୍ମଳ ସାହିତ୍ୟମ)
  24. ପ୍ରଥମ ପ୍ରତିଶୃତି - ୧୯୬୪ (ମିତ୍ର ଓ ଘୋଷ)
  25. ଶଶି ବାବୁର ସଂସାର (ପୁନଶ୍ଚ)
  26. ଶିରୀ ଭଙ୍ଗା ଅଙ୍କ (ମିତ୍ର ଓ ଘୋଷ)
  27. ଶ୍ରୀମତି ସତ ଜୀବନ (କରୁଣା ପ୍ରକାଶନୀ)
  28. ସ୍ଥାନ କାଳ ପାତ୍ର (କରୁଣା ପ୍ରକାଶନୀ)
  29. ସୂବର୍ଣ୍ଣଲତା - ୧୯୬୭(ମିତ୍ର ଓ ଘୋଷ)
  30. ତିନି ପ୍ରହର (ମିତ୍ର ଓ ଘୋଷ)
  31. ତ୍ରିମାତ୍ରିକ (ନିର୍ମଳ ସାହିତ୍ୟମ)
  32. ଭିଆଇପି ବାରିର ଲୋକ (କରୁଣା ପ୍ରକାଶନୀ)

ରଚନାବଳୀ ସଂଗ୍ରହ[ସମ୍ପାଦନା]

ଆଶାପୂର୍ଣ୍ଣା ରଚନାବଳୀ "ମିତ୍ର ଓ ଘୋଷ" ପ୍ରକାଶନୀଦ୍ୱାରା ୧୦ଖଣ୍ଡରେ ପ୍ରକାଶ କରାଯାଇଛି ।

ରଚନାବଳୀ ସଂଗ୍ରହ ପ୍ରଥମ ଖଣ୍ଡ[ସମ୍ପାଦନା]

  1. "ବଳୟଗ୍ରାସ" (୧୯୫୨)
  2. "ଯୋଗବିୟୋଗ" (୧୯୬୦)
  3. "ନିର୍ଜନ ପୃଥିବୀ" (୧୯୫୬)
  4. "ଛାଡ଼ପତ୍ର" (୧୯୬୦)
  5. "ପ୍ରଥମ ଲଗ୍ନ"
  6. "ସମୁଦ୍ର ନୀଳ ଆକାଶ ନୀଳ" (୧୯୬୦)
  7. "ଉତ୍ତରଲିପି" (୧୯୬୦)
  8. "ତିନିଚନ୍ଦ୍ର"
  9. "ମୁଖର ରାତି" (୧୯୬୧)

ରଚନାବଳୀ ସଂଗ୍ରହ ଦ୍ୱିତୀୟ ଖଣ୍ଡ[ସମ୍ପାଦନା]

  1. "ଅଗ୍ନି ପରୀକ୍ଷା" (୧୯୫୨)
  2. "ଆଲୋର ସଖୋର"
  3. "ଜୀବନ ସ୍ୱାଦ"
  4. "ଆର ଏକ ଝର"
  5. "ନଦୀ ଦିକ ହରା"
  6. "ଏକଟି ସନ୍ଧ୍ୟ ଏକଟି ସକାଳ"
  7. "ଉତ୍ତରଣ"
  8. "ଜୋହୁରୀ"
  9. "ମାୟାଜାଲ"
  10. ପ୍ରକାଶ ପାଇନଥିବା କ୍ଷୁଦ୍ରଗଳ୍ପ
  11. ପ୍ରକାଶ ପାଇନଥିବା ଫିକ୍ସନ

ରଚନାବଳୀ ସଂଗ୍ରହ ତୃତୀୟ ଖଣ୍ଡ[ସମ୍ପାଦନା]

  1. ପ୍ରେମ ଓ ପ୍ରୟୋଜନ (୧୯୪୪)
  2. "ନବଜନ୍ମ" (୧୯୬୦)
  3. ଶଶି ବାବୁର ସଂସାର (୧୯୫୬)
  4. "ଉନ୍ମୋଚନ" (୧୯୫୭)
  5. "ବହିରଙ୍ଗ"
  6. "ବେଗବତୀ"
  7. "ଆବହସଙ୍ଗୀତ"
  8. ପ୍ରକାଶ ପାଇନଥିବା କ୍ଷୁଦ୍ରଗଳ୍ପ
  9. ପ୍ରକାଶ ପାଇନଥିବା କବିତା

ରଚନାବଳୀ ସଂଗ୍ରହ ଚତୁର୍ଥ ଖଣ୍ଡ[ସମ୍ପାଦନା]

  1. "ନେପଥ୍ୟ ନାୟିକା"
  2. "ଜନମ ଜନମ କେ ସାଥୀ"
  3. ଲଘୁ ତ୍ରିପଦୀ
  4. "ଦୁ ଏ ମିଲେ ଏକ"
  5. "ସୁକ୍ତିସାଗର"
  6. "ସୁଖରଛବି"
  7. "ସୁୟୋରାନୀର ସାଧ"
  8. "ସୁରଭି ସ୍ୱପ୍ନ"
  9. ପ୍ରକାଶ ପାଇନଥିବା କ୍ଷୁଦ୍ରଗଳ୍ପ
  10. ପ୍ରକାଶ ପାଇନଥିବା ନନ-ଫିକ୍ସନ

ରଚନାବଳୀ ସଂଗ୍ରହ ପଞ୍ଚମ ଖଣ୍ଡ[ସମ୍ପାଦନା]

  1. "ମାୟାଦର୍ପଣ"
  2. "ବୃତପୋଥ"
  3. "ମିଟିରବାଡି"
  4. "ଅତିକ୍ରାନ୍ତ"
  5. "ସୋନାର ହରିଣ"
  6. "ଉଡ ପକ୍ଷୀ"
  7. "ଯୁଗଳ ବନ୍ଦି"
  8. "ଶେଷ ରାଇ"

ରଚନାବଳୀ ସଂଗ୍ରହ ଷଷ୍ଠ ଖଣ୍ଡ[ସମ୍ପାଦନା]

  1. କୋଖୋନ ଦିନ କୋଖୋନ ରାତ
  2. ବାଲୁଚୋରୀ
  3. ଅଣବୋଗୁଣ୍ଠିତା
  4. ପ୍ରକାଶ ପାଇନଥିବା କ୍ଷୁଦ୍ରଗଳ୍ପ

ରଚନାବଳୀ ସଂଗ୍ରହ ସପ୍ତମ ଖଣ୍ଡ[ସମ୍ପାଦନା]

  1. "ବିଜୟୀ ବସନ୍ତ"
  2. "ଦ୍ୱିତୀୟ ଅଧ୍ୟାୟ"
  3. "ନୀଳ ପରଦା"
  4. "ଦୂରେର ଜାଆଁଳା"
  5. "ଯୁଗାନ୍ତର ଯବନୀକା ପରେ"
  6. "ଦୁଇ ମେରୁ"
  7. ପ୍ରକାଶ ପାଇନଥିବା କ୍ଷୁଦ୍ରଗଳ୍ପ

ରଚନାବଳୀ ସଂଗ୍ରହ ଅଷ୍ଟମ ଖଣ୍ଡ[ସମ୍ପାଦନା]

  1. ପ୍ରଥମ ପ୍ରତିଶୃତି (ପ୍ରଥମ ଭାଗ)
  2. "ପଳାତକ ସୈନିକ"
  3. "ପ୍ରତିକ୍ଷାର ବାଗାନ"
  4. "ଝିନୁକ ଏ ସେଇ ତାର"
  5. ପ୍ରକାଶ ପାଇନଥିବା କ୍ଷୁଦ୍ରଗଳ୍ପ

ରଚନାବଳୀ ସଂଗ୍ରହ ନବମ ଖଣ୍ଡ[ସମ୍ପାଦନା]

  1. ପ୍ରଥମ ପ୍ରତିଶୃତି (ଶେଷ ଭାଗ) (୧୯୬୪)
  2. ସୂବର୍ଣ୍ଣଲତା (୧୯୬୭)

ରଚନାବଳୀ ସଂଗ୍ରହ ଦଶମ ଖଣ୍ଡ[ସମ୍ପାଦନା]

  1. ବକୁଳ କଥା (୧୯୭୪)
  2. "ବାଲିର ନିଚେ ଢେଉ"
  3. ପ୍ରକାଶ ପାଇନଥିବା କ୍ଷୁଦ୍ରଗଳ୍ପ

ଶିଶୁ ସାହିତ୍ୟ[ସମ୍ପାଦନା]

  1. ଆଳୟ ଆଦିତ୍ୟର ଇଚ୍ଛାପତ୍ର ରହସ୍ୟ (ଆନନ୍ଦ ପବ୍ଲିଶରସ, ୧୯୯୫)
  2. ଅମରବତୀର ଅନ୍ତରାଳେ (୧୯୯୪)
  3. ବ୍ୟାପାରଟି କି ହଲୋ (୧୯୯୩)
  4. ଭଗ୍ଗୀ ଯୁଦ୍ଧ ବଢେଇଛିଲୋ (୧୯୮୬)
  5. ଭାଗ୍ୟଲକ୍ଷୀ ଲଟେରି (୧୯୯୦)
  6. ଭିତରେ କି ଛିଲୋ (୧୯୮୫)
  7. ଭୁତୁରେ କୁକୁର (୧୯୮୨)
  8. ବୋଲବେର ମତ ନଇ (୧୯୮୭)
  9. ଚା ଜନେ ମିଳେ (୧୯୭୯)
  10. ଛୁଟିତେ ଛୋଟଛୁଟି (୧୯୮୨)
  11. ଛୋଟଦେର ଶ୍ରେଷ୍ଠ ଗଳ୍ପ (୧୯୫୫)
  12. ଛୋଟଦେର ଶ୍ରେଷ୍ଠ ଗଳ୍ପ (୧୯୮୧)
  13. ଛୋଟ ଠାକୁରଦାର କାଶୀଯାତ୍ରା (୧୯୩୮)
  14. ଛୋଟଦେର ଭାଲୋ ଭାଲୋ ଗଳ୍ପ (୧୯୬୨)
  15. ଡକାତର କବଲେ ଆମି (୧୯୭୨)
  16. ଦିବ୍ୟସୁନ୍ଦରେର ଦିବ୍ୟଜ୍ଞାନ ଲଭ (୧୯୮୮)
  17. ଦୋସ୍ତି କିଶୋର ଉପନ୍ୟାସ (ଆନନ୍ଦ ପବ୍ଲିସରସ)
  18. ଦୁରେର ବାସି (୧୯୭୮)
  19. ଏକ କରି ଗଳ୍ପ (୧୯୮୮)
  20. ଏକ ସମୁଦ୍ର ଅନେକ ଢେଉ (୧୯୬୩)
  21. ଏକେର ମଧ୍ୟେ ତିନ (୧୯୯୧)
  22. ଗଜ ଉକିଲ ଏର ହତ୍ୟା ରହସ୍ୟ
  23. ଗଳ୍ପ ଭାଲୋଅ ଆବେର ବୋଲ (୧୯୫୮)
  24. ଗଳ୍ପ ହୋଲୋ ସୁରୁ (୧୯୫୫)
  25. ଗଳ୍ପେର ମତ ଗଳ୍ପ (୧୯୬୧)
  26. ହାଫ ହଲିଡେ (୧୯୪୧)
  27. ହସିର ଗଳ୍ପ (୧୯୬୭)
  28. ଜୀବନ କାଲିର ପକା ହିସାବ (୧୯୮୫)
  29. ଯୁଗଳରତ୍ନ ଟିକଟିକି ଅଫିସ (୧୯୯୨)
  30. କନକଦୀପ (୧୯୬୨)
  31. କାରାପକେର ପାକଚକ୍ର (୧୯୯୭)
  32. କତୋ କାଣ୍ଡ ରେଳଗାଡିତେ (1985)
  33. କିଶୋର ଅମନିବାସ (୧୯୮୬)
  34. କିଶୋର ବଚାଇ ଗଳ୍ପ (୧୯୯୯)
  35. କିଶୋର ସାହିତ୍ୟ ସମଗ୍ର (୧୯୮୩)
  36. କିଶୋର ସାହିତ୍ୟ ସମଗ୍ର (୧-୩)
  37. କିଶୋର ସାହିତ୍ୟ ସମ୍ଭାର (୧୯୮୦)
  38. ମଜାରୁମାମା (୧୯୯୨)
  39. ମାଣିକଚାନ୍ଦ ଓ ଆରୋ ଛୋଡ (୧୯୯୨)
  40. ମାନୁଷେର ମତ ମାନୁଷ (୧୯୮୬)
  41. ମନ ଥକଲେଇ ମନ କେମନ (୧୯୯୬)
  42. ନିଜେ ବୁଝେ ନିନ (୧୯୮୭)
  43. ନିଖାରଚାଇଅ ଆମୋଦ (୧୯୮୨)
  44. ଓନାର ଥାକବେନି (୧୯୮୨)
  45. ପାଞ୍ଚ ଭୁତେର ଗଳ୍ପ
  46. ପଞ୍ଚଶତି କିଶୋର ଗଳ୍ପ
  47. ପକ୍ଷୀ ଥେକେ ହାତୀ (୧୯୮୩)
  48. ପ୍ଲାଞ୍ଚେତ(୧୯୯୯)
  49. ପହେଲା ଦଶହରା (୧୯୯୨)
  50. ରାଜମୁମାରେର ପୋଷାକ (୧୯୭୫)
  51. ରହସ୍ୟେର ସନ୍ଧାନେ (୧୯୮୧)
  52. ରାଜା ନୟି ରାଣୀ ନୟି (୧୯୫୯)
  53. ରାଜାଇ ଗଳ୍ପ (୧୯୭୬)
  54. ରାଝୀ ମାହାବାଟିର ଅନ୍ତର୍ଧ୍ୟାନ ରହସ୍ୟ (୧୯୯୩)
  55. ରଙ୍ଗୀନ ମଲାଟ (୧୯୪୧)
  56. ସକାଳେର ସ୍ୱପ୍ନ (୧୯୯୪)
  57. ଷଡ଼ଜନ୍ତ୍ରେର ନାୟକ (୧୯୯୨)
  58. ସତ୍ୟାୟି ଅମୋଦ (୧୯୯୨)
  59. ସେଇ ସବ ଗଳ୍ପ (୧୯୬୭)
  60. ସେରା ବାନୋ (୧୯୮୮)
  61. ସେରା ରହସ୍ୟ ସମ୍ଭାର (୧୯୮୪)
  62. ସୁନିର୍ବାଚିତ ଛୋଟଦେର ଶ୍ରେଷ୍ଠ ଗଳ୍ପ (୧୯୯୬)
  63. ଶୋନ ଶୋନ ଗଳ୍ପ ଶୋନ (୧୯୫୬)

ଶିଶୁ ପତ୍ରିକାରେ ପ୍ରକାଶିତ[ସମ୍ପାଦନା]

  • "ଅଙ୍କ ସାର ଓ ମୋଜାର୍ଟ"
  • "ଭାଗ୍ୟ ଥାକଲେ କିଣା ହୋଇ"
  • "ବିଷେ ବିଷଖାଏ"
  • "ଭୁତ ନାମିବାର ସହଜ ପଦ୍ଧତି"
  • "ଛୁଟି ଛୋଟଛୁଟି"
  • "ଘ୍ୟାଞ୍ଚ କରେ"
  • "କାଗଜ ତ ପାରୋ ନା"
  • "କିଛୁ କରେନା କିଛୁ କର୍ବେ ନା"
  • "ମାତ୍ର ଏଖାନ ଥାନ୍ ଏତ"
  • "ମୁସ୍କିଲ ଆସାନ ଏର କଲକାଠି"
  • "ପରର ଛେଲେ"
  • "ସ୍ୱପ୍ନେର ରେଳଗାଡି"
  • "ତିବତ୍ତି ଲାମାର କଫିନ"

ପାକ୍ଷୀକ ଆନ୍ଦୋଳନମେଳା ଗଳ୍ପ ସଂକଳନ[ସମ୍ପାଦନା]

  • " ଟିକଟିକି, ଅତିନ୍ଦ୍ରୀୟ ଶକ୍ତି ଓ ବେଦାନ୍ତ ବର୍ଦ୍ଧନ
  • "କପାଳରେ ନାମ ଗୋପାଳ"
  • "ମୋଜାରୁ ମାମା"
  • " ନିଖୋଜ ନିରୁଦ୍ଦେଶ ହୋତେ ଗେଲେ"

ପୂଜାବାର୍ଷିକୀ ଆନ୍ଦୋଳନ ମେଳା ଗଳ୍ପ ସଂକଳନ[ସମ୍ପାଦନା]

  • ବାହାଦୂର (ଶାରଦୀୟ ଆନନ୍ଦମେଳା, ୧୯୭୧)
  • ହୋଇତ ଏଇରକମୀ (ଶାରଦୀୟ ଆନନ୍ଦମେଳା, ୧୯୯୨)
  • ଚାର ବୁଡେର ଆଡ୍ଡା (ଶାରଦୀୟ ଆନନ୍ଦମେଳା, ୧୯୯୬)

କିଶୋର ଉପନ୍ୟାସ[ସମ୍ପାଦନା]

  • ରାଜକୁମାର ଏର ପୋଷାକେ (ଆନନ୍ଦମେଳା)
  • ଗଜ ଉକିଲ ଏର ହତ୍ୟା ରହସ୍ୟ (ଆନନ୍ଦମେଳା)
  • ଭୁତୁରେ କୁକୁର (ଆନନ୍ଦମେଳା)
  • ଲଙ୍କା ମରିଚ ଓ ଏକ ମହାମାନବ (ପାକ୍ଷୀକ ଆନନ୍ଦମେଳା, ମାର୍ଚ୍ଚ ୧୯୮୩)
  • ମନୁଷେର ମତ ମନୁଷ (ଶାରଦୀୟ କିଶୋରମନ)
  • ଚାରା ପୁତେ ଗେଲେନ ନାଣ୍ଟୁ ପିସି (ପାକ୍ଷୀକ ଆନନ୍ଦମେଳା, ମାର୍ଚ୍ଚ ୧୯୮୭)
  • ବୋମାର ଚେୟେ ବିଷମ (ଶାରଦୀୟ କିଶୋର ଭାରତୀ)
  • ସୋମୁଦୁର ଦୁଃଖ (ଶାରଦୀୟ କିଶୋର ଭାରତୀ , ୧୯୮୮)
  • ଆଳୟ ଆଦିତ୍ୟର ଇଚ୍ଛାପତ୍ର ରହସ୍ୟ (ଆନନ୍ଦମେଳା)
  • ହାରାନୋ ଥେକେ ପ୍ରାପ୍ତି (ଆନନ୍ଦମେଳା)

ଚଳଚ୍ଚିତ୍ର, ମଞ୍ଚ ଓ ଦୂରଦର୍ଶନରେ[ସମ୍ପାଦନା]

୧୯୭୫ର ହିନ୍ଦୀ ଚଳଚ୍ଚିତ୍ର "ଚୈତାଳି" ଆଶାପୂର୍ଣ୍ଣାଙ୍କ ଉପନ୍ୟାସ ଉପରେ ପର୍ଯ୍ୟବେସିତ ଥିଲା ।[୧୪] "ବାଲୁଚୋରୀ" ଉପନ୍ୟାସଟି ଦୀପ୍ତ ଟିଭିଦ୍ୱାରା "ଅପରାଜିତା" ନାମରେ ଏକ ଧାରାବାହିକ ଭାବରେ ପ୍ରସାରିତ ହୋଇଥିଲା । "ସୂବର୍ଣ୍ଣଲତା" ଜୀ ବାଙ୍ଗଲାରେ ପ୍ରସାରିତ ହୋଇଥିଲା । "ପ୍ରଥମ ପ୍ରତିଶୃତି" ମଧ୍ୟ ଦୂରଦର୍ଶନରେ ପ୍ରସାରିତ ହୋଇଥିଲା । "ସୂବର୍ଣ୍ଣଲତା"କୁ ମଞ୍ଚ ନାଟକ ହିସାବରେ ପରିବେଷଣ କରାଯାଇଛି ।[୧୫]

ଆଧାର[ସମ୍ପାଦନା]

  1. EDITORIAL BOARD (1 June 2015). Quiz Time on The Go: -. V&S Publishers. pp. 57–. ISBN 978-93-5057-449-2.
  2. http://www.kalpana.it/eng/writer/indian_writers/ashapurna_devi.htm] Archived 13 March 2008 at the Wayback Machine.
  3. Ghosh 2004
  4. Ghosh 2004
  5. Ghosh 2004
  6. Ghosh 2004
  7. Ghosh 2004
  8. Ghosh 2004
  9. Dipannita Datta (2015). Ashapurna Devi and Feminist Consciousness in Bengal: A Bio-critical Reading. Oxford University Press. ISBN 978-0-19-809999-4.
  10. Āśāpūrṇā Debī; Asapurna Debi (1997). Subarnalata. Macmillan India. ISBN 978-0-333-92319-1.
  11. Amar Nath Prasad (2006). Feminism in Indian Writing in English. Sarup & Sons. pp. 36–. ISBN 978-81-7625-684-1.
  12. Jaydipsinh Dodiya; K. V. Surendran (1999). Indian Women Writers: Critical Perspectives. Sarup & Sons. pp. 163–. ISBN 978-81-7625-072-6.
  13. Prabhat Prakashan Team. Objective General Knowledge. Prabhat Prakashan. pp. 131–. ISBN 978-93-5266-665-2.
  14. "'My father was a fantastic storyteller'". www.navhindtimes.in/. navhindtimes. Retrieved 24 February 2020.
  15. "Subarnalata': A woman's quest to find her own space..." www.nationalheraldindia.com. national herald india. Retrieved 24 February 2020.

ବାହାର ଆଧାର[ସମ୍ପାଦନା]