ସର୍ବପଲ୍ଲୀ ରାଧାକୃଷ୍ଣନ

ଉଇକିପିଡ଼ିଆ‌ରୁ
Jump to navigation Jump to search
ସର୍ବପଲ୍ଲୀ ରାଧାକୃଷ୍ଣନ
Radhakrishnan.jpg
ଭାରତର ୨ୟ ରାଷ୍ଟ୍ରପତି
କାର୍ଯ୍ୟକାଳ
୧୩ ମଇ,୧୯୬୨ – ୧୩ ମଇ,୧୯୬୭
ପ୍ରଧାନ ମନ୍ତ୍ରୀଜବାହରଲାଲ ନେହେରୁ
ଗୁଲଜାରିଲାଲ ନନ୍ଦା (କାର୍ୟକାରୀ)
ଲାଲ ବାହାଦୁର ଶାସ୍ତ୍ରୀ
ଗୁଲଜାରିଲାଲ ନନ୍ଦା (କାର୍ୟକାରୀ)
ଇନ୍ଦିରା ଗାନ୍ଧୀ
Vice Presidentଜାକିର ହୁସେନ
ପୂର୍ବ ଅଧିକାରୀରାଜେନ୍ଦ୍ର ପ୍ରସାଦ
ପର ଅଧିକାରୀଜାକିର ହୁସେନ
ଭାରତର ପ୍ରଥମ ଉପ-ରାଷ୍ଟ୍ରପତି
କାର୍ଯ୍ୟକାଳ
୧୩ ମଇ,୧୯୫୨ – ୧୨ ମଇ,୧୯୬୨
ରାଷ୍ଟ୍ରପତିରାଜେନ୍ଦ୍ର ପ୍ରସାଦ
ପର ଅଧିକାରୀଜାକିର ହୁସେନ
ବ୍ୟକ୍ତିଗତ ସବିଶେଷ
ଜନ୍ମ୫ ସେପ୍ଟେମ୍ବର ୧୮୮୮(1888-09-05)
ତିରୁଟ୍ଟନି, ଭାରତ
ମୃତ୍ୟୁ୧୭ ଅପ୍ରେଲ ୧୯୭୫(1975-04-17) (ବୟସ ୮୬)
ଚେନ୍ନାଇ, ଭାରତ
ରାଜନୀତିକ ଦଳସ୍ୱାଧୀନ
ଜୀବନ ସାଥୀଶିବକାମୁ
ସନ୍ତାନ୫ ଝିଅ
୧ ପୁଅ
ଶିକ୍ଷାନୁଷ୍ଠାନମାଡ୍ରାସ ବିଶ୍ୱବିଦ୍ୟାଳୟ
ପେଷାଦାର୍ଶନିକ
ପ୍ରାଧ୍ୟାପକ

ସର୍ବପଲ୍ଲୀ ରାଧାକୃଷ୍ଣନ ଜଣେ ଭାରତୀୟ ଦାର୍ଶନିକ, ରାଷ୍ଟ୍ରନୀତିଜ୍ଞ ତଥା ଶିକ୍ଷକ ଥିଲେ ଏବଂ ୧୯୬୨ରୁ ୧୯୬୪ ପର୍ଯ୍ୟନ୍ତ ଭାରତର ରାଷ୍ଟ୍ରପତି ଥିଲେ ।[୧]

ଜୀବନୀ[ସମ୍ପାଦନା]

ବାଲ୍ୟ ଜୀବନ[ସମ୍ପାଦନା]

ସର୍ବପଲ୍ଲୀ ରାଧାକୃଷ୍ଣନ ଭାରତର ତାମିଲନାଡୁ ରାଜ୍ୟର ଚେନ୍ନାଇ ନଗରଠାରୁ ପ୍ରାୟ ୪୦ କି.ମି. ଦୂରରେ ଅବସ୍ଥିତ ତିରୁତ୍ତାଣି ଗ୍ରାମରେ ୧୮୮୮ ସେପ୍ଟେମ୍ବର ୫ ତାରିଖ ଦିନ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ବୀରସ୍ୱାମୀ ଓ ମାତା ସୀତାମ୍ମା । ରାଧାକୃଷ୍ଣନ‌ଙ୍କର ବାଲ୍ୟ ଜୀବନର ଅଧିକାଂଶ ସମୟ ତିରୁତ୍ତାଣି ଓ ତିରୁପତିଠାରେ କଟିଥିଲା । ତିରୁତ୍ତାଣିର ପ୍ରାଇମେରି ବୋର୍ଡ ଉଚ୍ଚ ବିଦ୍ୟାଳୟରେ ତାଙ୍କ ପ୍ରାଥମିକ ଶିକ୍ଷା ଆରମ୍ଭ ହୋଇଥିଲା । ପିତା ସ୍ଥାନୀୟ ଜମିଦାରଙ୍କ ପାଖରେ ଅଧସ୍ତନ କର୍ମଚାରୀ ଭାବେ କାମ କରିବା ସହ ସାମୟିକ ଶିକ୍ଷକତା କରି ତାଙ୍କର ପାଞ୍ଚଗୋଟି ସନ୍ତାନକୁ ବଢାଇଥିଲେ । ତାଙ୍କର ପୂର୍ବଜମାନେ ସର୍ବପଲ୍ଲୀ ଗ୍ରାମରେ ବସବାସ କରୁଥିଲେ । ଦକ୍ଷିଣ ଭାରତର କେତେକ କୁଳାଚାର ଅନୁସାରେ ଗ୍ରାମର ନାମ ବା ଗୋତ୍ର ସାଙ୍ଗିଆ ପରି ପ୍ରତି ଗ୍ରାମବାସୀଙ୍କ ନାମର ପ୍ରାରମ୍ଭରେ ରହେ । ସେହି ନିୟମରେ ତାଙ୍କର ନାମ ହେଲା ସର୍ବପଲ୍ଲୀ ରାଧାକୃଷ୍ଣନ । ସେ “ The Ethics of Vedants" ନିବନ୍ଧ ରଚନା କରି ଡକ୍ଟରେଟ ଉପାଧି ପାଇଥିଲେ । ସେ ୧୯୨୬ ମସିହାରେ ଯୁକ୍ତରାଷ୍ଟ୍ର ଆମେରିକା ଯାତ୍ରା କରି ଚିକାଗୋଠାରେ ହସ୍କେଲ୍ ବକ୍ତୃତାମାଳା ପ୍ରଦାନ କରିଥିଲେ । ଜଟିଳ ତଥ୍ୟର ସରଳ ତର୍ଜମା, ଶୁଦ୍ଧ ଇଂରାଜୀ ଓ ସାବଲୀଳ ଢଙ୍ଗରେ କଥାବସ୍ତୁର ଉପସ୍ଥାପନ ଥିଲା ତାଙ୍କ ବକ୍ତବ୍ୟର ବିଶେଷତ୍ୱ । ଭାରତ ପ୍ରତ୍ୟାବର୍ତ୍ତନ କରି ସେ ୧୯୩୧-୩୬ ପର୍ଯ୍ୟନ୍ତ ଆନ୍ଧ୍ର ପ୍ରଦେଶ ବିଶ୍ୱବିଦ୍ୟାଳୟର କୁଳପତି ହେଲେ ।

ଶିକ୍ଷା[ସମ୍ପାଦନା]

ରାଧାକୃଷ୍ଣନଙ୍କର ବିଭିନ୍ନ ମିଶନାରୀ ଶିକ୍ଷାନୁଷ୍ଠାନମାନଙ୍କରେ ସ୍କୁଲ ଓ କଲେଜ ଶିକ୍ଷାଲାଭ କରିଥିଲେ । ୧୯୦୯ ମସିହାରେ ସେ ମାନ୍ଦ୍ରାଜ ବିଶ୍ୱବିଦ୍ୟାଳୟରୁ ଦର୍ଶନଶାସ୍ତ୍ରରେ ଏମ୍.ଏ. ପାଶ କରି ମାନ୍ଦ୍ରାଜ ପ୍ରେସିଡେନ୍ସି କଲେଜରେ ଅଧାପକ ଭାବେ କାର୍ଯ୍ୟକଲେ । ୧୯୧୭ ମସିହାରେ ପର୍ଯ୍ୟନ୍ତ ସେ ସେଠାରେ ଅଧାପନା କରିବା ପରେ ମହୀଶୁର ରାଜ୍ୟର ଦେୱାନ୍ ବିଶ୍ୱେଶ୍ୱରାୟ ମୋକ୍ଷଗୁଣ୍ଡମଙ୍କ ଅନୁରୋଧକ୍ରମେ ସେ ମହୀଶୁର ବିଶ୍ୱବିଦ୍ୟାଳୟରେ ଯୋଗଦେଇଥିଲେ । ତା'ପରେ ସେ ମହୀଶୁରସ୍ଥିତ ମହାରାଜା କଲେଜରେ ଯୋଗଦେଇଥିଲେ । କଲିକତା ବିଶ୍ୱବିଦ୍ୟାଳୟର କୁଳପତି ଆଶୁତୋଷ ମୁଖାର୍ଜୀଙ୍କ ଅନୁରୋଧ କ୍ରମେ ସେ ଉକ୍ତ ବିଶ୍ୱବିଦ୍ୟାଳୟର ଏକ ବିଶିଷ୍ଟ ଆସନ ୫ମ କିଙ୍ଗ ଜର୍ଜ ଚେୟାର ଅଫ ମେଣ୍ଟାଲ ଆଣ୍ଡ ମୋରାଲ ସାଇନ୍ସ ପଦରେ ଯୋଗଦେଇଥିଲେ ।

ବୈବାହିକ ଜୀବନ[ସମ୍ପାଦନା]

ଭେଲୋରଠାରେ ପଢୁଥିବାବେଳେ, ୧୬ ବର୍ଷ ବୟସରେ, ସେ ଶିବକାମୁଆମ୍ମାଙ୍କୁ ବିବାହ କରିଥିଲେ ।[୨] ୫୦ ବର୍ଷର ବୈବାହିକ ଜୀବନ ବିତାଇବା ପରେ ୧୯୫୬ ମସିହାରେ, ତାଙ୍କ ସହଧର୍ମିଣୀ ୧୯୫୬ ମସିହାରେ ପରଲୋକ ଗମନ କଲେ ।

ରାଜନୈତିକ ଜୀବନ[ସମ୍ପାଦନା]

୧୯୪୯ରେ ଭାରତର ରାଷ୍ଟ୍ରଦୂତ ଭାବେ ସେ ସୋଭିଏତ୍ ଋଷ୍ ଯାଇଥିଲେ । ତତ୍କାଳୀନ ଋଷୀୟ ରାଷ୍ଟ୍ରପତି ଷ୍ଟାଲିନ୍‌ଙ୍କୁ ସେ ସେଠାରେ ଭେଟିଥିଲେ । ଆଲ୍‌ଜେରିଆ ଦେଶ ସ୍ୱାଧୀନ ବେଳେ ଉପୁଜିଥିବା ସମସ୍ୟା ସମାଧାନ ନିମନ୍ତେ ସେ ଉଦ୍ୟମ କରିଥିଲେ । ୧୯୫୨ରୁ ୧୯୬୨ ପର୍ଯ୍ୟନ୍ତ ଦୁଇଥର ସେ ଭାରତର ଉପରାଷ୍ଟ୍ରପତି ଭାବେ ଦାୟିତ୍ୱ ତୁଲାଇଥିଲେ । ୧୯୬୨–୬୭ ମସିହା ପର୍ଯ୍ୟନ୍ତ ସେ ଭାରତର ରାଷ୍ଟ୍ରପତି ହୋଇଥିଲେ । ସେ League of Nations' Committee for Intellectual Co-operationର ପରାମର୍ଶଦାତା ରୂପେ ନିଯୁକ୍ତି ପାଇ ୧୯୩୯ ମସିହା ପର୍ଯ୍ୟନ୍ତ ଏହି ଭୂମିକାରେ ଥିଲେ । ୧୯୪୬ ମସିହାରେ ତାଙ୍କର ଆମେରିକା ଗସ୍ତ ଅବସରରେ ସେ ହାଭାର୍ଡ, ୟେଲ୍, ଲସଏଞ୍ଜେଲସ୍, ମିଚିଗାନ୍, କର୍ଣ୍ଣେଲ ପ୍ରଭୃତି ବିଶ୍ୱବିଦ୍ୟାଳୟର ବକ୍ତୃତା ଦେଇଥିଲେ । ଭାରତର ପ୍ରତିନିଧି ଭାବେ ସେ ୟୁନେସ୍କୋର ତିନିଗୋଟି ଅଧୁବେଶନରେ ଯୋଗ ଦେଇଥିଲେ । ଭାରତ ସ୍ୱାଧୀନ ହେବା ପରେ ବିଶ୍ୱବିଦ୍ୟାଳୟ ଶିକ୍ଷା ଆୟୋଗ (୧୯୪୭–୪୯) ବସିଲା ଓ ସେ ଏହାର ଅଧକ୍ଷ ହୋଇଥିଲେ ।

ଦର୍ଶନ[ସମ୍ପାଦନା]

"The Ethics of Vedants" ନିବନ୍ଧଟି ତତ୍କାଳୀନ ଯୁଗର ବିଶିଷ୍ଟ ଦାର୍ଶନିକ ଏ ଜି ହଗ୍‌ଙ୍କଦ୍ୱାରା ଉଚ୍ଚ ପ୍ରଶଂସିତ ହେଇଥିଲା । ସେ ୧୯୨୬ ମସିହାରେ ଇଂଲଣ୍ଡ ଯାଇ ମାଞ୍ଚେଷ୍ଟର କଲେଜରେ ଅପଟନ୍ ବକ୍ତୃତାମାଳା (Upton Lectures) ପ୍ରଦାନ କରିଥିଲେ । ତାଙ୍କ ବକ୍ତବ୍ୟର କଥାବସ୍ତୁକୁ ନେଇ "ହିନ୍ଦୁ ଭିଉ ଅଫ ଲାଇଫ" ନାମକ ପୁସ୍ତକ ପ୍ରଣୟନ କରାଗଲା । ଭାରତୀୟ ଦର୍ଶନ କଂଗ୍ରେସ ପ୍ରତିଷ୍ଠାରେ ତାଙ୍କର ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ । ରବୀନ୍ଦ୍ରନାଥ ଠାକୁର ଏହାର ପ୍ରଥମ ସଭାପତି ହୋଇଥିଲେ । ଆନ୍ତର୍ଜାତିକ ଦର୍ଶନ କଂଗ୍ରେସରେ ରାଧାକୃଷ୍ଣନ ଭାରତର ପ୍ରତିନିଧିତ୍ୱ କରିଥିଲେ । ଶ୍ରୀମଦ୍ ଭଗବତ୍ ଗୀତାର ଜ୍ଞାନ-କର୍ମଭକ୍ତିତତ୍ତ୍ୱ ସହ ବୌଦ୍ଧ ମତର ନୈମିତ୍ରୀବାଣୀ ଆଦିରେ ସେ ବକୃତା ପ୍ରଦାନ କରିଥିଲେ ।

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

  • ୧୯୬୪ରେ ଭାଟିକାନର ପୋପ୍ ପର୍ଲି ବମ୍ବେ (ମୁମ୍ବାଇ) ଆସି ରାଧାକୃଷ୍ଣନ‌ଙ୍କୁ ସମ୍ମାନରେ ଭୂଷିତ କରିଥିଲେ ।
  • ୧୯୬୮ରେ ସେ ଭାରତର ସର୍ବୋଚ୍ଚ ବେସାମରିକ ପୁରସ୍କାର ଭାରତ ରତ୍ନ ପାଇଥିଲେ । [୩]
  • ୧୯୬୬ ମସିହାରେ ସେ କେନ୍ଦ୍ର ସାହିତ୍ୟ ଅକାଦମୀର ପ୍ରଥମ ଫେଲୋ ଥିଲେ ।
  • ଭାରତୀୟ ବିଦ୍ୟା ଭବନ ତାଙ୍କୁ ବ୍ରହ୍ମବିଦ୍ୟା ଭାସ୍କର ଉପାଧି ପ୍ରଦାନ କରିଥିଲା ।
  • ଇଂଲଣ୍ଡର ରାଣୀ ତାଙ୍କୁ "Order of Merit " ଉପାଧି ପ୍ରଦାନ କରିଥିଲେ ।
  • ପେନ୍‌ସିଲଭାନିଆ ବିଶ୍ୱବିଦ୍ୟାଳୟ ତାଙ୍କୁ "Doctor of Law" ସମ୍ମାନ ଦେଇଥିଲା ।
  • ମଙ୍ଗୋଲିଆ ସରକାରଙ୍କ ତାଙ୍କୁ ଜ୍ଞାନଗୁରୁ ସମ୍ମାନ ଦେଇଥିଲା ।
  • ଟେମ୍ପଲଟନ ଫାଉଣ୍ଡେସନ ତାଙ୍କୁ ୧୯୭୫ ମସିହାରେ ଟେମ୍ପଲଟନ ଆୱାର୍ଡ଼ ଦେଇଥିଲା ।

ସେ ଆନ୍ତର୍ଜାତିକ PEN ସଂସ୍ଥାର ପ୍ରଥମ ସଭାପତି ଥିଲେ ।

ଗ୍ରନ୍ଥସୂଚୀ[ସମ୍ପାଦନା]

ତାଙ୍କର ରଚନାଗୁଡ଼ିକ ମଧରୁ ତାଙ୍କର ଆତ୍ମଜୀବନୀ "My Search for Truth, Indian Philosophy" (୧ମ ଓ ୨ୟ ଭାଗ), "Present Crisis in Faith, Religion, Society & recovery of Faith, Our Heritage" ଆଦି ଅନ୍ୟତମ । ଗାନ୍ଧୀଙ୍କର ୭୦ତମ ଜୟନ୍ତୀରେ ରାଧାକୃଷ୍ଣନ ଗାନ୍ଧୀଙ୍କ ଜୀବନୀ ଆଧାରିତ ପୁସ୍ତକ ରଚନା କରି ତାଙ୍କୁ ଉପହାର ଦେଇଥିଲେ ।

ଅଧିକ ତଥ୍ୟ[ସମ୍ପାଦନା]

ଆଧାର[ସମ୍ପାଦନା]

  1. Mahapatra, Nirmala Kumari. "ରାଷ୍ଟ୍ରଗୁରୁ ଡଃ ସର୍ବପଲ୍ଲୀ ରାଧାକୃଷ୍ଣନ" (PDF). Utkala Prasanga (Sept, 2013): 100–102. Retrieved 6 September 2015.
  2. "Complete biography of Dr. Sarvepalli Radhakrishnan". Retrieved 9 September 2015.
  3. "Dr. Sarvepalli Radhakrishnan – Biography". Retrieved 10 September 2015.