ଉଇକିଡାଟା

ଉଇକିପିଡ଼ିଆ‌ରୁ
(WDQ (identifier)ରୁ ଲେଉଟି ଆସିଛି)
ଉଇକିଡାଟା
Wikidata logo
Screenshot of Wikidata's Main page
ଉଇକିଡାଟାର ମୁଖ୍ୟ ପୃଷ୍ଠା
ୟୁ.ଆର.ଏଲwww.wikidata.org
ବ୍ୟବସାୟିକNo
ସାଇଟର ପ୍ରକାର
ରେଜେଷ୍ଟ୍ରିକରଣOptional
ମିଳୁଥିବା ଭାଷାMultilingual
ମାଲିକWikimedia Foundation
ତିଆରି କରିଥିଲେWikimedia community
ଆରମ୍ଭ କରାଯାଇଥିଲା30 ଅକ୍ଟୋବର 2012; 11 years ago (2012-୧୦-30)
ଆଲେକ୍ସା କ୍ରମାଙ୍କDecrease 19,615 (January 2016)[୧]

ଉଇକିଡାଟା ସମ୍ମିଳିତ ଭାବେ ପ୍ରସ୍ତୁତ ବଦଳଯୋଗ୍ୟ ଏକ ଜ୍ଞାନ ଭଣ୍ଡାର ଯାହା ଉଇକିମିଡ଼ିଆ ସଂସ୍ଥାଦ୍ୱାରା ପରିଚାଳିତ ହେଉଅଛି । ଏହାର ଲକ୍ଷ୍ୟ ହେଉଛି କେତେକ ତଥ୍ୟ ନେଇ ଗୋଟିଏ ସାଧାରଣ ସ୍ରୋତ ତିଆରି କରିବା ଯାହା ଉଇକିମିଡ଼ିଆର ପରିକଳ୍ପନା ଯେପରି ଉଇକିପିଡ଼ିଆରେ ବ୍ୟବହୃଉତ ହେଇପାରିବ । [୨][୩] ଉଇକିଡାଟା ଉଇକିକମନ୍ସ ଭଳି ଏକ ଉଇକିମିଡ଼ିଆ ପ୍ରକଳ୍ପ । ଉଇକିକମନ୍ସ୍ ଯେପରି ଛବି, ଭିଡିଓ, ଓ ଅନ୍ୟାନ୍ୟ ମିଡ଼ିଆ ଫାଇଲ୍ ପାଇଁ ଷ୍ଟୋରେଜ ପ୍ରଦାନ କରେ ସେହିପରି ଉଇକିଡାଟା କେତେକ ତଥ୍ୟ ପାଇଁ ଷ୍ଟୋରେଜ୍ ପ୍ରଦାନ କରେ । ଉଇକିଡାଟା ଉଇକିବେସ୍ଦ୍ୱାରା ତାର ସାମର୍ଥ୍ୟ ପାଇଛି ।[୪]

ଚିନ୍ତାକଳ୍ପ[ସମ୍ପାଦନା]

Screenshots
Wikidata screenshot
Three statements from Wikidata's item on the planet Mars. Values include links to other items and to Wikimedia Commons.
Wikidata screenshot
A layout of the four main components of a phase-1 Wikidata page: the label, description, aliases and interlanguage links.
Wikipedia screenshot
A Wikipedia article's list of interlanguage links as they appeared in an edit box (left) and on the article's page (right) prior to Wikidata. Each link in these lists is to an article that requires its own list of interlanguage links to the other articles; this is the information centralized by Wikidata.
Click here to visit the Wikidata entry for the article featured.
Wikidata screenshot
The "Edit links" link takes the reader to Wikidata to edit interlanguage links.

ଉଇକିଡାଟା ଏକ ତଥ୍ୟ ଅଭିମୁଖି କମ୍ପ୍ୟୁଟର୍ଦ୍ୱାରା ସଜ୍ଜିତ ରଖାଯାଇଥିବା ବିଷୟବସ୍ତୁ । ଏହା ତାଲିକାଭୁକ୍ତ ବିଷୟ ପ୍ରତି କେନ୍ଦ୍ରିତ ହେଇଚି । ଏଠାରେ ପ୍ରତ୍ୟେକ ତାଲିକାଭୁକ୍ତ ବିଷୟ ଏକ ଆଲୋଚ୍ୟ ବିଷୟକୁ ପ୍ରତିନିଧିତ୍ୱ କରେ ଓ ଏକ ଅଦ୍ୱୀତିୟ ସଂଖ୍ୟାଦ୍ୱାରା ଚିହ୍ନିବା ସମ୍ଭବ ହୁଏ ଓ ତାର ପୂର୍ବପଦରେ 'Q' ଅକ୍ଷର ବ୍ୟବହାର ହୋଇଥାଏ । ଉଦାହରଣ ସ୍ୱରୂପ :- "ଓଡ଼ିଆ ଭାଷା" ପ୍ରସଙ୍ଗ ପାଇଁ Q33810 ବ୍ୟବହାର ହୋଇଛି । ଏହା ସାଧାରଣ ତଥ୍ୟ ବା ବିଷୟକୁ ଜାଣିବାର ସାମର୍ଥ୍ୟ ଦିଏ ।

ବିଷୟ ଉପରେ ତଥ୍ୟ ଯୋଡ଼ିବା ପାଇଁ ଏକ ଷ୍ଟେଟମେଣ୍ଟ ତିଆରି କରା ଯାଇଥାଏ । ଷ୍ଟେଟମେଣ୍ଟ "ଗୁଡ଼ିକ କି-ଭ୍ୟଲୁ ପେଆର୍"ର ରୂପ ନିଅନ୍ତି ଏବଂ ପ୍ରତ୍ୟେକ ଷ୍ଟେଟମେଣ୍ଟରେ ଏକ "କି" ଥାଏ ଓ ଏକ ତଥ୍ୟ ଲିଙ୍କ ହୋଇଥାଏ ।

ଏହି ଛବିଟି ଉଇକିଡାଟାରେ ବ୍ୟବହାର ହଉଥିବା ସାଧାରଣ ପ୍ରକାଶକ ପଦକୁ ଦର୍ଶାଉଛି

ବିକାଶ ଇତିହାସ[ସମ୍ପାଦନା]

ଏହି ପରିକଳ୍ପନାର ଉତ୍ପତ୍ତି ପାଇଁ ପାଣ୍ଠି ଯୋଗାଣ ଆଲେନ ଇନଷ୍ଟିଚ୍ୟୁଟ ଫର୍ ଆର୍ଟିଫିସିଆଲ ଇଣ୍ଟେଲ୍ଳିଜେନ୍ସ, ଗାର୍ଡନ ଆଣ୍ଡ ବେଟି ମୁର ଫାଉଣ୍ଡେସନ, ଗୁଗୁଲଇନ୍ସଦ୍ୱାରା ହେଇଥିଲା ଏବଂ ଏହାର ମୂଲ୍ୟ ୧.୩ଲକ୍ଷ ପାଉଣ୍ଡ ଥିଲା ।[୫][୬] ଏହି ପରିକଳ୍ପନାର ପ୍ରାରମ୍ଭିକ ବିକାଶ ଉଇକିମିଡ଼ିଆ ଡ଼ିଉତ୍ସେଲାଣ୍ଡଦ୍ୱାରା ପରିଚାଳିତ ହେଉଥିଲା ଓ ତିନୋଟି ଭାଗରେ ବିଭକ୍ତ ହୋଇଥିଲା[୭] :-

  1. ଇଣ୍ଟରଲାଙ୍ଗୁଏଜ୍ ଲିଙ୍କ ଗୁଡ଼ିକ କେନ୍ଦ୍ରୀକୃତ କରିବା - ପ୍ରତ୍ୟେକ ସମାନାନ୍ତର ବିଷୟ ଉପରେ ଲେଖା ହୋଇଥିବା ବିଭିନ୍ନ ଭାଷାରେ ଅନୁଚ୍ଛେଦ ଗୁଡ଼ିକ ଯୋଡ଼ିବା
  2. ପ୍ରତ୍ୟେକ ଉଇକିଆଳିଙ୍କ ଇନ୍ଫୋବକ୍ସ ପାଇଁ ଏକ କେନ୍ଦ୍ରୀୟ ସ୍ଥାନ ବନାଇବା
  3. ଉଇକିଡାଟାରେ ତଥ୍ୟ ନେଇ ଏକ ତାଲିକା ପ୍ରସ୍ତୁତ କରିବା

ପର୍ଯ୍ୟାୟ ୧[ସମ୍ପାଦନା]

ଉଇକିଡାଟା ୩୦ ଅକ୍ଟୋବର ୨୦୧୨ ମସିହାରେ ପ୍ରଚାଳିତ ହେଇଥିଲା ଏବଂ ଉଇକିମିଡ଼ିଆ ଫାଉଣ୍ଡେସନର ୨୦୦୬ ପରଠାରୁ ପ୍ରଥମ ନୂତନ ଉଇକି ପରିକଳ୍ପନା ଥିଲା ।[୨][୮][୯] ଏହି ସମୟରେ ଏହା ପ୍ରଥମ ପର୍ଯ୍ୟାୟରେ ଥିଲା । ଏହା ପ୍ରତ୍ୟେକ ତାଲିକାଭୁକ୍ତ ବିଷୟ ପ୍ରତି କିଛି ସାଧାରଣ ତଥ୍ୟ ଯୋଡ଼ିବାର ସହଯୋଗ କରୁଥିଲା ଯେପରି ଏକ ନାମ, ଲେବଲ, କିଛି ବର୍ଣ୍ଣନା, ଅନ୍ୟ ପ୍ରସଙ୍ଗକୁ ଲିଙ୍କ ଇତ୍ୟାଦି ।

ପର୍ଯ୍ୟାୟ ୨[ସମ୍ପାଦନା]

ଦ୍ୱିତୀୟ ପର୍ଯ୍ୟାୟର ପ୍ରଥମ ଦୃଷ୍ଟିକୋଣ ୪ ଫେବୃଆରୀ ୨୦୧୩ରେ ଦେଖିବାକୁ ମିଳିଲା, ଏବଂ ଏହି ପର୍ଯ୍ୟାୟରେ ଉଇକିଡାଟାରେ ବକ୍ତବ୍କୁ ଲେଖିବାର ସୁବିଧା ପ୍ରଦାନ କରିଥିଲା । ପ୍ରଥମେ ଭ୍ୟାଲୁଗୁଡ଼ିକ ଲେଖିବାର ସୀମିତ ପ୍ରୟୋଗ ଆସିଥିଲା ଓ ପରେ ପରେ ଅଧିକ ପ୍ରକାର ଡାଟା ଲେଖିବାର ସାହାଯ୍ୟ ମଧ୍ୟ ମିଳିଥିଲା । ପ୍ରଥମ 'string' ଡାଟା ଟାଇପ ୬ ମାର୍ଚ୍ଚରେ ଦେଖିବାକୁ ମିଳିଲା ।[୧୦] ଉଇକିରେ ଥିବା ଅନ୍ୟାନ୍ୟ ଭାଷା ନିମନ୍ତେ ଉଇକିଡାଟା ୨୭ ମାର୍ଚ୍ଚରୁ ୨୫ ଏପ୍ରିଲ ୨୦୧୩ ମଧ୍ୟରେ ଆରମ୍ଭ ହୋଇଥିଲା ।[୧୧][୧୨]

ପର୍ଯ୍ୟାୟ ୩[ସମ୍ପାଦନା]

ତୃତୀୟ ପର୍ଯ୍ୟାୟରେ ତଥ୍ୟ ପ୍ରସ୍ତୁତ ଥିବା ବିଷୟ ପାଇଁ ତାଲିକା ତିଆରି, ଡାଟାବେଶ ବନାଇବା ଇତ୍ୟାଦି କାର୍ଯ୍ୟ ଗୁଡ଼ିକ ପରିଚାଳିତ ହେଲା ।[୭]

ଅଧିକ ପଢ଼ିବେ[ସମ୍ପାଦନା]

  • Denny Vrandečić, Markus Krötzsch: Wikidata: A Free Collaborative Knowledge Base. Communications of the ACM. ACM. 2014 (preprint).
  • Claudia Müller-Birn, Benjamin Karran, Janette Lehmann, Markus Luczak-Rösch: Peer-production system or collaborative ontology development effort: What is Wikidata? In, OpenSym 2015 - Conference on Open Collaboration, San Francisco, US, 19 - 21 Aug 2015 (preprint).
  • Kolbe, Andreas (December 2, 2015), "Whither Wikidata?", Wikipedia Signpost, Wikimedia Foundation {{citation}}: Missing or empty |url= (help)

ଆଧାର[ସମ୍ପାଦନା]

  1. "Wikidata.org Site Info". Alexa Internet. Archived from the original on 2017-09-03. Retrieved 2016-01-09.
  2. ୨.୦ ୨.୧ Wikidata( Archived 2012-09-18 at the Wayback Machine.)
  3. "Data Revolution for Wikipedia". Wikimedia Deutschland. March 30, 2012. Archived from the original on October 23, 2012. Retrieved September 11, 2012.
  4. Wikibase
  5. Dickinson, Boonsri (March 30, 2012). "Paul Allen Invests In A Massive Project To Make Wikipedia Better". Business Insider. Archived from the original on December 13, 2012. Retrieved September 11, 2012.
  6. Perez, Sarah (March 30, 2012). "Wikipedia's Next Big Thing: Wikidata, A Machine-Readable, User-Editable Database Funded By Google, Paul Allen And Others". TechCrunch. Archived from the original on October 5, 2012. Retrieved September 11, 2012.
  7. ୭.୦ ୭.୧ https://meta.wikimedia.org/wiki/Wikidata
  8. Pintscher, Lydia (October 30, 2012). "wikidata.org is live (with some caveats)". wikidata-l (Mailing list). Retrieved November 3, 2012. {{cite mailing list}}: Unknown parameter |mailinglist= ignored (|mailing-list= suggested) (help)
  9. Roth, Matthew (March 30, 2012). "The Wikipedia data revolution". Wikimedia Foundation. Archived from the original on August 14, 2012. Retrieved September 11, 2012.
  10. Pintscher, Lydia. "Wikidata/Status updates/2013 03 01". Wikimedia Meta-Wiki. Wikimedia Foundation. Retrieved 3 March 2013.
  11. Pintscher, Lydia (27 March 2013). "You can have all the data!". Wikimedia Deutschland. Retrieved 28 March 2013.
  12. "Wikidata goes live worldwide". The H. 2013-04-25. Archived from the original on 2014-01-01. Retrieved 2016-01-14.

ଅଧିକ ତଥ୍ୟ[ସମ୍ପାଦନା]