ପରଜା

ଉଇକିପିଡ଼ିଆ ରୁ
Jump to navigation Jump to search


ପରଜା  
ଲେଖକଗୋପୀନାଥ ମହାନ୍ତି
ଦେଶଭାରତ
ଭାଷାଓଡ଼ିଆ
ବିଭାଗଉପନ୍ୟାସ
ପ୍ରକାଶକବିଦ୍ୟାପୁରୀ, ବାଲୁବଜାର, କଟକ
ପ୍ରକାଶ ତାରିଖ୧୯୪୫, ମେ ୧୯୮୩, ଜୁଲାଇ ୧୯୯୧, ଅକ୍ଟୋବର ୧୯୯୭, ଜାନୁୟାରୀ ୨୦୦୧, ନଭେମ୍ବର ୨୦୦୭
ମାଧ୍ୟମ ପ୍ରକାରଛପା ବହି (କାଗଜ ମଲାଟ)
ପୃଷ୍ଠା୩୪୦ (ଦଶମ ମୁଦ୍ରଣ)
ISBN୯୭୮-୮୧-୭୪୧୧-୬୪୬-୮

ପରଜା ଭାରତୀୟ ଉପନ୍ୟାସ ସାହିତ୍ୟରେ ଏକ ଅଭିଜାତ ଅଭିବ୍ୟକ୍ତି । ଏହା ବିଭିନ୍ନ ଭାରତୀୟ ଭାଷାରେ ତଥା ଇଂରାଜୀରେ ମଧ୍ୟ ଅନୁବାଦିତ ହୋଇସରିଛି । ଇଂରାଜୀରେ ଏହାର ଅନୁବାଦ କରିଥିଲେ ପ୍ରଫେସର ବିକ୍ରମ ଦାସ [୧][୨]। ନିରୁତା ଓଡ଼ିଆ ଭାଷାରେ ଲେଖାଯାଇଥିବାରୁ ଅନୁବାଦକମାନଙ୍କୁ ଏଥିପାଇଁ ବହୁ ଶ୍ରମ ସ୍ୱୀକାର କରିବାକୁ ପଡ଼ିଥିଲା । ଏହାର ପ୍ରଥମ ପ୍ରକାଶ ସମୟରେ ଲେଖକ ଗୋପୀନାଥ ମହାନ୍ତି ଯୁବକ ଥିଲେ । ବହିଟିର ପ୍ରକାଶକ ଲେଖିଥିଲେ "ଉପନ୍ୟାସ ଭିତରକୁ ଭେଦିଗଲେ ଲାଗେ ସତେଯେପରି ତରୁଣ କବି ଗୋପୀନାଥଙ୍କ ଆଗ୍ନେୟ ଅନୁଭବର ଅନୁପମ ଆଲେଖ୍ୟ ।"[୩]

ପରଜାର ମୁଖ୍ୟ ବିଭାବ ହେଲା ବାସ୍ତବବାଦୀ ଉପନ୍ୟାସ । ବିଂଶ ଶତାବ୍ଦୀର ମଧ୍ୟଭାଗରେ ଏହିପରି ଉପନ୍ୟାସର ଚାହିଦା ଫ୍ରାନସ ତଥା ୟୁରୋପର ଅନ୍ୟାନ୍ୟ ପ୍ରାନ୍ତରେ ବହୁତ ପରିଲକ୍ଷିତ ହେଉଥିଲା ।

ଉପନ୍ୟାସ ସମ୍ପର୍କରେ[ସମ୍ପାଦନା]

ଚରିତ୍ର[ସମ୍ପାଦନା]

ଅବିଭକ୍ତ କୋରାପୁଟ ଜିଲ୍ଲାର ଘଞ୍ଚ ଜଙ୍ଗଲ ଭିତରେ ଜୀବନ ବଞ୍ଚୁଥିବା ସରଳ ଅଥଚ ସଂଗ୍ରାମୀ ପରଜା ଜନଜାତିର ମଣିଷ ଏହାର ମୁଖ୍ୟ ଚରିତ୍ର ସୁକୃଜାନୀ

ବର୍ଣ୍ଣିତ ପରିବେଶ[ସମ୍ପାଦନା]

ଡଙ୍ଗର-ଟାଙ୍ଗର, ପାହାଡ-ପର୍ବତ, ଝୋଲା-ଝରଣା, ଜାତି ଜାତି ପଶୁପକ୍ଷୀ, ସରୀସୃପ ଏବଂ ଗଛଲତାରେ ପ୍ରାଣବନ୍ତ ଧରିତ୍ରୀ ଏଠାରେ ମୁଖ୍ୟ ବର୍ଣ୍ଣିତ ପରିବେଶ। ଏଥିରେ ସୁକୃଜାନୀ ବିଷୟରେ ଆଲୋଚନା କରିଛନ୍ତି

କାହାଣୀ[ସମ୍ପାଦନା]

ସେଇ ମଣିଷମାନଙ୍କ ଧର୍ମବିଶ୍ୱାସ, ରୀତି-ନୀତି, ଆଚାର-ବିଚାର, ପ୍ରେମ-ପ୍ରତାରଣା, ମିତ୍ରତା-ଶତ୍ରୁତା, ଦ୍ୱେଷ-ଅନୁରାଗ, ବିଶ୍ୱାସ-ଅବିଶ୍ୱାସ, ସଭ୍ୟ ଓ ମୁଖାଧାରୀ ମଣିଷମାନଙ୍କଦ୍ୱାରା ପ୍ରତାରିତ ସ୍ୱପ୍ନ, ବର୍ତ୍ତମାନ ଓ ତଜ୍ଜନିତ ପ୍ରତିବାଦ ଓ ଅବସାଦ ଏହାର ମୁଖ୍ୟ ବିଷୟ ।[୩]

ପ୍ରଶଂସା[ସମ୍ପାଦନା]

  • ପ୍ରସିଦ୍ଧ ଇଂରାଜୀ ଲେଖକ ଅମିତାଭ ଘୋଷ ଥରେ କହିଥିଲେ ଯେ "ଏହା ଏକ ଉଲ୍ଲେଖନୀୟ ଉପନ୍ୟାସ .... ଆମ ସମୟର ସବୁଠାରୁ ଶ୍ରେଷ୍ଠ ଲେଖା ।" [୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ମୋ କଥା- ଅନୁବାଦକ ବିକ୍ରମ ଦାସ
  2. ବୁକ୍‌ଅଦା- ଇଂରାଜୀ ଅନୁବାଦକ ବିକ୍ରମ ଦାସ
  3. ୩.୦ ୩.୧ ମହାନ୍ତି, ଗୋପୀନାଥ. ପରଜା. ବିଦ୍ୟାପୁରୀ. pp. ପଛ ମଲାଟ - ଦଶମ ମୁଦ୍ରଣ.