ସଉରା

ଉଇକିପିଡ଼ିଆ‌ରୁ

ସଉରା ଭାରତର ଏକ ପୁରାତନ ଜନଜାତି । ଓଡ଼ିଶାର କୋରାପୁଟ, ପାରଳାଖେମୁଣ୍ଡି , ଗୁଣପୁର , ରାୟଗଡା ଅଞ୍ଚଳରେ ଏହିମାନେ ବସ ବାସ କରିଥାନ୍ତି। ସଉରା ଜନ ଜାତି ମୁହଁ ଓସାରିଆ ଏବଂ ନାକ ବଡ଼ ହୋଇ ଥାଏ। ଭ୍ରୂଲତାର ତଳ ହାଡ ମଧ୍ୟ ପ୍ରଶସ୍ତ ହୋଇ ଥାଏ। ମୁଣ୍ଡର ବାଳ କୁଞ୍ଚୁକୁଞ୍ଚିଆ ଏବଂ ଶରୀରର ରଙ୍ଗ କଳା ହୋଇ ଥାଏ। ଉତ୍ତର ଓଡ଼ିଶାର ଆଦିବାସୀଙ୍କ ତୁଳନାରେ ଏମାନଙ୍କ ଶରୀରର ଗଢଣ ମଜବୁତ ତଥା ସୁଷ୍ଠମ । ଏହି ଜାତିର ପୁରୁଷମାନେ ଖୁବ କ୍ଷୀପ୍ର ଗତିରେ ପାହାଡ଼ିଆ ରାସ୍ତାରେ ଚାଲି ପାରନ୍ତି ।[୧] ସଉରା ମହିଳାମାନେ ଅନେକ ପ୍ରକାରର ଅଳଙ୍କାର ବ୍ୟବହାର କରି ଥାନ୍ତି। ତା ମଧ୍ୟରୁ ଗୋଡ ବାଲା ଏବଂ କାଠ ତିଆରି ବେକର ହାର ମୁଖ୍ୟ । ଘାସ ଏବଂ ଏଲୁମିନିୟମରୁ ତିଆରି ଅଳଙ୍କାର ପ୍ରାୟତଃ ବ୍ୟବହାର ହୋଇଥାଏ। ମହିଳାମାନେ ଖୁବ କମ ବୟସରୁ ଦେହରେ ଚିତା କୁଟେଇ ଥାନ୍ତି। ଚିତାଗୁଡ଼ିକ ସେମାନଙ୍କ ଜୀବନର ବିଭିନ୍ନ ପର୍ଯ୍ୟାୟକୁ ବୁଝେଇ ଥାଏ। ଯୌବନ ପ୍ରାପ୍ତିଠାରୁ ବିବାହ ପର୍ଯ୍ୟନ୍ତ ବିଭିନ୍ନ ସମୟରେ କୁଟେଇଥିବା ଚିତା ଏହି ସଉରା ଜନ ଜାତିର ସାମାଜିକ ବ୍ୟବସ୍ଥାକୁ ଦର୍ଶାଇ ଥାଏ। ଏହି ଜନ ଜାତି ନିଜର କଳା କୃତି ପାଇଁ ଜଣାଶୁଣା । ଏମାନଙ୍କର ଚିତ୍ର କଳା ଇଦିତଳ ନାମରେ ପରିଚିତ। ଗୃହର ଭିତର କାନ୍ଥରେ ବିଭିନ୍ନ ବିଷୟରେ ଚିତ୍ର ଆଙ୍କି ଥାନ୍ତି। ମୁଖ୍ୟତଃ ପଶୁ ପକ୍ଷୀ ଙ୍କର ଚିତ୍ର ତଥା ସଉରା ଜନ ଜୀବନ ଏହି ଚିତ୍ରଦ୍ୱାରା ପ୍ରତିଫଳିତ ହୋଇଥାଏ। ସଉରା ଚିତ୍ରକଳାରେ କଳା ଓ ଧଳା ରଙ୍ଗର ବ୍ୟବହାର ଅଧିକଦେଖାଯାଏ ।

ସଉରା ମହିଳା

ଆଧାର[ସମ୍ପାଦନା]

  1. "ODISHA DISTRICT GAZETTEERS" (PDF). Retrieved 10 May 2017.