ସଉରା ଜନଜାତି
ପାରମ୍ପରିକ ଗହଣା ପରିହିତ ରାୟଗଡ଼ା ଜିଲ୍ଲାର ଜଣେ ଲାଞ୍ଜିଆ ସଉରା ମହିଳା | |
| ସଂଖ୍ୟାଧିକ ଜନସଂଖ୍ୟା ଥିବା ଅଞ୍ଚଳ | |
|---|---|
| ଓଡ଼ିଶା | ୭୦୯,୩୪୯[୧] |
| ଆନ୍ଧ୍ର ପ୍ରଦେଶ | ୧୩୯,୪୨୪ |
| ଭାଷାସମୂହ | |
| ସଉରା | |
| ଧର୍ମ | |
| ଓଝାବାଦ • ହିନ୍ଦୁ • ଖ୍ରୀଷ୍ଟିଆନ (ବାପ୍ଟିଜିମ ଓ ଅନ୍ୟ ପ୍ରୋଟେଷ୍ଟାଣ୍ଟ ଶାଖା)[୨] | |
| ସମ୍ବନ୍ଧିତ ସମ୍ପ୍ରଦାୟ | |
| ମୁଣ୍ଡା, ହୋ, ସାନ୍ତାଳ ଓ ଅନ୍ୟ ମୁଣ୍ଡା ଜନଜାତି | |
ସଉରା ଭାରତର ଏକ ପୁରାତନ ଜନଜାତି । ଓଡ଼ିଶାର କୋରାପୁଟ, ପାରଳାଖେମୁଣ୍ଡି , ଗୁଣପୁର , ରାୟଗଡା ଅଞ୍ଚଳରେ ଏହିମାନେ ବସ ବାସ କରିଥାନ୍ତି ।
ଇତିହାସ
[ସମ୍ପାଦନା | ଉତ୍ସ ସମ୍ପାଦନା]ରାୟଗଡ଼ା ଗ୍ୟାଜେଟିୟରରେ ଉଲ୍ଲେଖ ରହିଛି ଯେ ସଉରା ଜନଜାତିର ଲୋକଙ୍କ ମୁହଁ ଓସାରିଆ ଏବଂ ନାକ ବଡ଼, ଭ୍ରୂଲତାର ତଳ ହାଡ଼ ପ୍ରଶସ୍ତ, ମୁଣ୍ଡର ବାଳ କୁଞ୍ଚୁକୁଞ୍ଚିଆ ଏବଂ ଶରୀରର ରଙ୍ଗ କଳା, ଉତ୍ତର ଓଡ଼ିଶାର ଆଦିବାସୀଙ୍କ ତୁଳନାରେ ସେମାନେ ମଜବୁତ ତଥା ସୁଷ୍ଠମ ଗଢ଼ଣର, ଏବଂ ଏହି ଜାତିର ପୁରୁଷମାନେ ଖୁବ କ୍ଷୀପ୍ର ଗତିରେ ପାହାଡ଼ିଆ ରାସ୍ତାରେ ଚାଲିପାରନ୍ତି ।[୩]
ଭାଷା
[ସମ୍ପାଦନା | ଉତ୍ସ ସମ୍ପାଦନା]ସଉରା ଲୋକମାନଙ୍କ ମାତୃଭାଷା ସଉରା । ଏହା ଅଷ୍ଟ୍ରୋଏସୀୟ ପରିବାରର ଏକ ଦକ୍ଷିଣ ମୁଣ୍ଡା ଭାଷା ଓ ମୁଖ୍ୟତଃ ଦକ୍ଷିଣ ଓଡ଼ିଶାର ଗଞ୍ଜାମ, ଗଜପତି[୪] ଏବଂ ରାୟଗଡ଼ ଜିଲ୍ଲା[୫] ତଥା ଏବଂ ଉତ୍ତର ଉପକୂଳ ଆନ୍ଧ୍ର ପ୍ରଦେଶରେ କଥିତ । ଆନ୍ତର୍ଜାତୀୟ ମାତୃଭାଷା ପ୍ରତିଷ୍ଠାନ (ଆଇଏମଏଲଆଇ) ଅନୁଯାୟୀ ଅନେକ ଏକଭାଷୀ ସଉରା ଭାଷାଭାଷୀ ଗଜପତିର ଗୁମ୍ମା ପ୍ରଶାସନିକ ବ୍ଲକରେ ବାସକରନ୍ତି[୬] ସଉରା ଅନେକ ଲିପିରେ ଲେଖାଯାଇଛି ଏବଂ ସେଥିମଧ୍ୟରୁ ସୋରାଙ୍ଗ ସୋମପେଙ୍ଗ ଲିପି ସହିତ ଲାଟିନ, ଓଡ଼ିଆ ଏବଂ ତେଲୁଗୁ ଲିପି ମଧ୍ୟ ରହିଛି।[୫] ଆନ୍ତର୍ଜାତୀୟ ମାତୃଭାଷା ସଂସ୍ଥାନ (IMLI) ଅନୁସାରେ ସଉରାକୁ ସଙ୍କଟଗ୍ରସ୍ତ ବୋଲି ଗଣୁଥିଲେ[୭] ହେଁ ଏଥନୋଲଗ ଏହାକୁ "ସ୍ଥିର" ଭାବରେ ତାଲିକାଭୁକ୍ତ କରିଛି। ସଉରା ସୋମ୍ପେଙ୍ଗ ୧୯୩୬ ମସିହାରେ ମାଳିଆ ଗମାଙ୍ଗୋଙ୍କ ଦ୍ୱାରା ଉଦ୍ଭାବିତ ହୋଇଥିଲା ଏବଂ ତାଙ୍କ ଜ୍ୱାଇଁ ମାଙ୍ଗାଇ ଗମାଙ୍ଗୋ ବହି ଛାପିବା ପାଇଁ ଏକ ଲେଟରପ୍ରେସ୍ ପ୍ରତିଷ୍ଠା କରିଥିଲେ ।[୫] ଓତା ଏବଂ ପଟେଲ (୨୦୨୧) ଅନେକ ସଉରା ଉପଭାଷା ବାବଦରେ ଉଲ୍ଲେଖ କରିଛନ୍ତି ଏବଂ ସେଥିମଧ୍ୟରୁ ଲାଞ୍ଜିୟା-ସଉରା, ଇମାନି, କାନସିଡ଼, କାମ୍ପୁ, ଟେଙ୍କଳା, ସାର୍ଦା, ଏବଂ ଜୁରାୟ ଅନ୍ୟତମ ।[୮] ତେବେ ଜାଇଡ଼ (୧୯୮୨) ଜୁରାୟକୁ ଏକ ଭିନ୍ନ ସଉରା ଭାଷା ବୋଲି ବର୍ଣ୍ଣନା କରିଥିବାବେଳେ[୯], ଗମଙ୍ଗୋ ଏବଂ ଆଣ୍ଡରସନ (୨୦୧୭)ଙ୍କ ଭଳି ପରବର୍ତ୍ତୀ ଅଧ୍ୟୟନ ଜୁରାୟ ଏବଂ ସଉରା ମଧ୍ୟରେ ଉଭୟ ସାମାଜିକ ଭାଷା ଏବଂ ଢାଞ୍ଚାଗତ ପାର୍ଥକ୍ୟ ଉପରେ ଗୁରୁତ୍ୱ ଦେଇଥାଏ ।[14] ଅତୀତରେ ଓତା ଓ ପଟେଲଙ୍କ ଦ୍ବାରା କରାଯାଇଥିବା ଏକ ଅଧ୍ୟୟନ (୨୦୨୧)ରେ ସଉରା ଭାଷାର ଭୌଗୋଳିକ ବିସ୍ତାର ଏବଂ ଅନ୍ତଃସମ୍ପର୍କ ଉପରେ ଗୁରୁତ୍ୱାରୋପ କରାଯାଇଛି ।[୧୦]
ଆଧାର
[ସମ୍ପାଦନା | ଉତ୍ସ ସମ୍ପାଦନା]- ↑ "ST-14 Scheduled Tribe Population By Religious Community". Census of India. Ministry of Home Affairs, India. Retrieved 15 October 2017.
- ↑ "ST-14 Scheduled Tribe Population By Religious Community - Odisha". census.gov.in. Retrieved 5 April 2025
- ↑ "ODISHA DISTRICT GAZETTEERS" (PDF). Retrieved 10 May 2017.
- ↑ "Sora". Living Tongues Institute for Endangered Languages. Living Tongues Institute. 25 June 2014. Retrieved 4 April 2026.
- 1 2 3 "Bhasha Sanchika". sanchika.ciil.org. Retrieved 4 April 2026.
- ↑ Anderson, Gregory D.S (ed). 2008. The Munda languages. Routledge Language Family Series 3.New York: Routledge. ISBN 0-415-32890-X.
- ↑ দেশোয়ারা, মিন্টু (21 February 2022). "হারিয়ে যাচ্ছে সৌরা ভাষা". The Daily Star Bangla (in ଇଂରାଜୀ). Retrieved 21 February 2022.
- ↑ Ota, A. B., Patel, B. (June 2021). "Status of Saora Languages and its Dialectical Variations" (PDF). Adivasi. Scheduled Castes and Scheduled Tribes Research and Training Institute (SCSTRTI). 61 (1): 1–15. ISSN 2277-7245.
- ↑ Anderson & Harrison (2008:299)
- ↑ Bapuji, Mendem; Gamango, Opino; Krishna, P. Phani (2025). "Juray: An Endangered Variety of the Sora Group of Lects". In Dash, Niladri Sekhar Dash; Arulmozi, S.; Ramesh, N. (eds.). Handbook on Endangered South Asian and Southeast Asian Languages. Springer Nature. pp. 173–209. doi:10.1007/978-3-031-80752-7_9. ISBN 978-303-180-751-0.