ମହାଦେବୀ ବର୍ମା

ଉଇକିପିଡ଼ିଆ ରୁ
Jump to navigation Jump to search
ମହାଦେବୀ ବର୍ମା
Mahadevi varma.png
ଜନ୍ମ୨୬ ମାର୍ଚ୍ଚ ୧୯୦୭(1907-03-26)
ଫରୁକ୍କାବାଦ
ମୃତ୍ୟୁ୧୧ ସେପ୍ଟେମ୍ବର ୧୯୮୭ (୮୦ ବର୍ଷ)
ଆହ୍ଲାବାଦ ଉତ୍ତର ପ୍ରଦେଶ, ଭାରତ
ବୃତ୍ତିଔପନାସିକା, କବି, ଗାଳ୍ପିକା
ଜାତୀୟତାଭାରତୀୟ
ଶିକ୍ଷାନୁଷ୍ଠାନଆହ୍ଲାବାଦ ବିଶ୍ୱବିଦ୍ୟାଳୟ, ସଂସ୍କୃତ
ସମୟବିଂଶ ଶତାବ୍ଦୀ
ସାହିତ୍ୟର ଆନ୍ଦୋଳନଛାୟାବାଦ
ସାହିତ୍ୟ କୃତିୟମ
ମେରା ପରିବାର
ପଥ କେ ସାଥୀ
ପୁରସ୍କାର୧୯୫୬: ପଦ୍ମ ଭୂଷଣ
୧୯୮୨: ଜ୍ଞାନପୀଠ ସମ୍ମାନ
୧୯୮୮: ପଦ୍ମ ଭିଭୂଷଣ
ଜୀବନ ସାଥିସ୍ୱରୂପ ନାରାୟଣ ବର୍ମା

ମହାଦେବୀ ବର୍ମା (୨୬ ମାର୍ଚ୍ଚ ୧୯୦୭ – ୧୧ ସେପ୍ଟେମ୍ବର ୧୯୮୭) ଜଣେ ହିନ୍ଦୀ କବି, ସ୍ୱାଧୀନତା ସଂଗ୍ରାମୀ ଓ ଶିକ୍ଷାବିତ ଥିଲେ । ସେ ଆଧୁନିକ "ମୀରା" ଭାବରେ ମଧ୍ୟ ପରିଚିତ । ୧୯୧୪-୧୯୩୮ରେ ହିନ୍ଦୀ କବିତାରେ ପ୍ରଚଳିତ "ଛାୟାବାଦର" ସେ ଜଣେ ପ୍ରମୁଖ କବିତ ଥିଲେ । କବି ସମ୍ମିଳନୀ ଆଦିରେ ସେ ଜଣେ ପରିଚିତ କବି ଥିଲେ । ସେ "ପ୍ରୟାଗ ମହିଳା ବିଦ୍ୟାପୀଠର" ଅଧ୍ୟକ୍ଷ ଓ କୁଳପତି ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।[୧]

ଜୀବନୀ[ସମ୍ପାଦନା]

ଆଦ୍ୟ ଜୀବନ ଓ ଶିକ୍ଷା[ସମ୍ପାଦନା]

ମହାଦେବୀ ୧୯୦୭ ମସିହା ମାର୍ଚ୍ଚ ୨୬ ତାରିଖରେ ଫରୁକ୍କାବାଦଠାରେ ଜନ୍ମଗ୍ରହଣ କରିଥିଲେ । ସେ ଆହ୍ଲାବାଦର କ୍ରସୱେଟ ବାଳିକା ବିଦ୍ୟାଳୟରେ ପଢିଥିଲେ ।[୨] ଏହି ସ୍କୁଲରେ ତାଙ୍କ ପରିଚିତି ସୁଭଦ୍ରା କୁମାରି ଚୌହାନଙ୍କ ସହିତ ହୋଇଥିଲା । ଚୌହାନ ପରବର୍ତ୍ତୀ ସମୟରେ ହିନ୍ଦୀ ସାହିତ୍ୟର ଜଣେ ପ୍ରମୁଖ କବି ଓ ଲେଖକ ହୋଇଥିଲେ ।

ମହାଦେବୀ ପ୍ରଥମେ ଏକ କନଭେଣ୍ଟ ସ୍କୁଲରେ ନାମ ଲେଖାଇଥିଲେ ମଧ୍ୟ ପରେ ଆହ୍ଲାବାଦର କ୍ରସୱେଟ ବାଳିକା ବିଦ୍ୟାଳୟକୁ ବଦଳି ହୋଇ ଆସିଥିଲେ । କ୍ରସୱେଟ ବାଳିକା ବିଦ୍ୟାଳୟରେ ବିଭିନ୍ନ ଧର୍ମାବଲାମ୍ବୀ ଛାତ୍ରୀମାନେ ପଢୁଥିବାରୁ, ସେଠାରେ ସେ ବିଭିନ୍ନ ଧର୍ମ ମଧ୍ୟରେ ସମାନତା ଓ ଐକତା ଶିଖି ପାରିଥିଲେ ବୋଲି ମହାଦେବୀ ନିଜେ ସ୍ୱୀକାର କରିଥିଲେ । ପ୍ରଥମେ ସେ ଲୁଚି ଲୁଚି କବିତା ଲେଖୁଥିଲେ କିନ୍ତୁ ତାଙ୍କର ସହକକ୍ଷା ବାନ୍ଧବୀ ସୁଭଦ୍ରା କୁମାରୀ ଚୌହାନ ତାଙ୍କ କବିତାକୁ ଆବିଷ୍କାର କରିଥିଲେ ଓ ବିଦ୍ୟାଳୟରେ, କବି ମହାଦେବୀଙ୍କୁ ପରିଚିତ କରିଥିଲେ । ପରେ ସେମାନେ ଏକାଠି କବିତା ଲେଖିବା ଆରମ୍ଭ କରିଥିଲେ ।

ଯେତେବେଳେ ଅନ୍ୟମାନେ ଖେଳାଖେଳି କରୁଥିଲେ, ମୁଁ ଏବଂ ସୁଭଦ୍ରା ଏକ ଗଛମୂଳେ ବସି କବିତା ଲେଖୁଥିଲୁ । ସେ ଖଡ଼ିବୋଲିରେ କବିତା ଲେଖୁଥିଲେ ମୁଁ ମଧ୍ୟ ଖଡ଼ିବୋଲିରେ କବିତା ଲେଖିବା ଆରମ୍ଭ କଲି । ଏହି ପରି ଭାବରେ ଆମେ ଦିନକୁ ଗୋଟିଏ ଦୁଇଟି କବିତା ଲେଖିପାରୁଥିଲୁ ।

ମହାଦେବୀ ଓ ସୁଭଦ୍ରା ବିଭିନ୍ନ ସାପ୍ତାହିକ ପତ୍ରିକାକୁ ନିଜର କବିତା ପଠାଉଥିଲେ ଓ ସେଥିରୁ କିଛି ପ୍ରକାଶିତ ମଧ୍ୟ ହେଉଥିଲା । ସେମାନେ ବିଭିନ୍ନ କବିତାସଭାକୁ ମଧ୍ୟ ଯାଉଥିଲେ । ସେଠାରେ ସ୍ୱରଚିତ କବିତା ପଢିବା ସହିତ ହିନ୍ଦୀର ଅନ୍ୟ କବିମାନଙ୍କ ସହିତ ଭେଟିପାରୁଥିଲେ । ସୁଭଦ୍ରା କ୍ରସୱେଟ ବିଦ୍ୟାଳୟ ଛାଡିବା ପର୍ଯ୍ୟନ୍ତ ଦୁହିଁଙ୍କ ଯୋଡି ଜମି ରହିଥିଲା ।

ନିଜ ଆତ୍ମଜୀବନୀ "ମେରେ ବଚପନ କେ ଦିନ"ରେ [୩] ମହାଦେବୀ ଲେଖିଛନ୍ତି ଯେ, ଯେଉଁ ସମୟରେ ସମାଜ କନ୍ୟାସନ୍ତାନମାନଙ୍କୁ ବୋଝ ବୋଲି ଭାବୁଥିଲା, ସେ ଏକ ଉଦାରଚିତ୍ତ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ଜେଜେବାପାଙ୍କ ଇଚ୍ଛା ଥିଲା ମହାଦେବୀ ଭଲ ପାଠ ପଢନ୍ତୁ କିନ୍ତୁ ସେ ୯ ବର୍ଷ ବୟସରେ ବିବାହ ମଧ୍ୟ କରନ୍ତୁ ।[୨] ମହାଦେବୀଙ୍କ ମା ସଂସ୍କୃତ ଓ ହିନ୍ଦୀ ଭଲରେ କହି ପାରୁଥିଲେ । ନିଜ ମାଙ୍କୁ ହିଁ ମହାଦେବୀ, ସାହିତ୍ୟରେ ଆଗ୍ରହ ଓ କବିତା ଲେଖିବାର ପ୍ରେରଣା ବୋଲି ମନେ କରୁଥିଲେ ।[୪]

ବୃତ୍ତିଗତ ଜୀବନ[ସମ୍ପାଦନା]

୧୯୩୦ ମସିହାରେ ମହାଦେବୀ ସ୍ଥାନୀୟ ଏକ ବିଦ୍ୟାଳୟରେ ଶିକ୍ଷକତା ଆରମ୍ଭ କରିଥିଲେ ।[୨] ରାଜନୀତି ସହିତ ପ୍ରତକ୍ଷ ସଂଶ୍ଲିଷ୍ଟ ନଥିଲେ ମଧ୍ୟ ସେ ଗାନ୍ଧୀଙ୍କ ଅହିଂସା ଆନ୍ଦୋଳନକୁ ଅନୁସରଣ କରି ଖଦି ପିନ୍ଧିବା ଆରମ୍ଭ କରିଥିଲେ ଓ ଇଂରାଜୀ ବର୍ଜନ କରିଥିଲେ । ୧୯୩୩ ମସିହାରେ ସେ "ଆହ୍ଲାବାଦ ମହିଳା ବିଦ୍ୟାପୀଠ"ର ପ୍ରଧାନ ଶିକ୍ଷୟତ୍ରୀ ଭାବରେ ନିଯୁକ୍ତି ପାଇଥିଲେ । ଏହା ଏକ ବେସରକାରୀ ହିନ୍ଦୀ ମାଧ୍ୟମ ବିଦ୍ୟାଳୟ ଥିଲା ଓ ବାଳିକାମାନଙ୍କୁ ସଂସ୍କୃତି ଓ ସାହିତ୍ୟଶିକ୍ଷା ଦେଉଥିଲା । ପରେ ସେ ଏହି ବିଦ୍ୟାପୀଠର କୁଳପତି ଆସନ ମଣ୍ଡନ କରିଥିଲେ । ସେ ଏହି ବିଦ୍ୟାଳୟରେ ଅନେକ ସଭା ସମିତି ଓ କବି ସମ୍ମିଳନୀ ଆୟୋଜନ କରିଥିଲେ । ୧୯୩୬ରେ ଏହି ପରି ଏକ ଗଳ୍ପ ସମ୍ମିଳନୀରେ ଲେଖିକା ସୁଦକ୍ଷିଣା ବର୍ମା ଅଧ୍ୟକ୍ଷତା କରିଥିଲେ ।

ଶିକ୍ଷକତା ସହିତ ମହାଦେବୀ ଲେଖାଲେଖିରେ ମଧ୍ୟ ମଗ୍ନ ଥିଲେ । ହିନ୍ଦୀ ପତ୍ରିକା "ଚାନ୍ଦ"ର ସେ ସମ୍ପାଦନା କରୁଥିଲେ ।[୨] ତାଙ୍କର ଏହି ସମ୍ପାଦକୀୟ ଲେଖା ଗୁଡିକ ୧୯୪୨ ମସିହାରେ "ଶୃଙ୍ଖଳା କେ କଡିୟାଁ" ନାମରେ ପ୍ରକାଶିତ ହୋଇଥିଲା ।

ପତିଙ୍କ ନିଧନ ପରେ, ୧୯୬୬ ମସିହାରୁ ମହାଦେବୀ ଆହ୍ଲାବାଦରେ ସ୍ଥାୟୀ ଭାବରେ ରହିଥିଲେ ।

ସାହିତ୍ୟ ସର୍ଜନା[ସମ୍ପାଦନା]

ଛାୟାବାଦର ଚାରି ଜଣ ପ୍ରମୁଖ କବିଙ୍କ ମଧ୍ୟରେ ମହାଦେବୀ ଜଣେ ଥିଲେ । ଅନ୍ୟମାନେ ଥିଲେ ସୂର୍ଯ୍ୟକାନ୍ତ ତ୍ରିପାଠୀ 'ନିରାଲା', ଜୟଶଙ୍କର ପ୍ରସାଦ ଓ ସୁମିତ୍ରାନନ୍ଦନ ପନ୍ତ । 'ୟାମା' ବ୍ୟତିତ 'ନୀଳକଣ୍ଠ' ତାଙ୍କର ଅନ୍ୟଏକ ସାହିତ୍ୟ କୃତି । ଏଥିରେ ସେ ମୟୁର ସହିତ ନିଜର ଅନୁଭୁତି ବର୍ଣ୍ଣନା କରିଥିଲେ । ଏହା ସିବିଏସଇର ୭ମ ଶ୍ରେଣୀର ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯାଇଥିଲା । 'ଗୌର' ପୁସ୍ତକରେ ସେ ଏକ ସୁନ୍ଦର ଗାଇ ବିଷୟରେ ଲେଖିଥିଲେ । 'ମେରେ ବଚପନ କେ ଦିନ' ଓ 'ଗିଲୁ'ରେ ସେ ନିଜ ପିଲାଦିନ କଥା ଲେଖିଥିଲେ । ଏ ଦୁଇଟି ମଧ୍ୟ ସିବିଏସଇର ୯ମ ଶ୍ରେଣୀର ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯାଇଥିଲା । [୩] 'ମଧୁର-ମଧୁର ମେରେ ଦୀପକ ଜଲ' ସିବିଏସଇର ୧୦ମ ଶ୍ରେଣୀର ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯାଇଥିଲା । 'ସ୍ମୃତି କି ରେଖାୟେଁ' ମଧ୍ୟ ସିବିଏସଇର ୧୨ଶ ଶ୍ରେଣୀର ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯାଇଥିଲା ।

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ୧୯୫୬ : ପଦ୍ମ ଭୂଷଣ
  • ୧୯୭୯: କେନ୍ଦ୍ର ସାହିତ୍ୟ ଏକାଡେମୀ ଫେଲୋସିପ
  • ୧୯୮୨: ଜ୍ଞାନପୀଠ ସମ୍ମାନ କବିତା ସଂଗ୍ରହ ୟମ ପାଇଁ
  • ୧୯୮୮: ପଦ୍ମ ବିଭୂଷଣ
  • ୨୭ ଅପ୍ରେଲ ୨୦୧୮: ଗୁଗୁଲ ନିଜ ଭାରତୀୟ ପୃଷ୍ଠାରେ ମହାଦେବୀଙ୍କର ଏକ ଡୁଡୁଲ ପ୍ରକାଶ କରିଥିଲା

ଆଧାର[ସମ୍ପାଦନା]

  1. "Google Doodle commemorates Mahadevi Varma Jnanpith". The Statesman (in ଇଂରାଜୀ). 2018-04-27. Retrieved 2018-05-19.
  2. ୨.୦ ୨.୧ ୨.୨ ୨.୩ Tharu, Susie J.; Lalita, Ke (1991-01-01). Women Writing in India: 600 B.C. to the early twentieth century (in ଇଂରାଜୀ). Feminist Press at CUNY. pp. 459–469. ISBN 9781558610279.
  3. ୩.୦ ୩.୧ "Mahadevi Varma Is Today's Google Doodle: Know All About The Celebrated Hindi Poet". NDTV.com. Retrieved 2018-05-19.
  4. "Mahadevi Varma, renowned Indian poet, honoured with Google doodle". The Indian Express (in ଇଂରାଜୀ). 2018-04-27. Retrieved 2018-04-27.

ଅଧିକା ପଢିବା ପାଇଁ[ସମ୍ପାଦନା]

ବାହ୍ୟ ଆଧାର[ସମ୍ପାଦନା]