ଲିଓ ଟଲଷ୍ଟୟ

ଉଇକିପିଡ଼ିଆ ରୁ
Jump to navigation Jump to search

ଲିଓ ଟଲଷ୍ଟୟ (୯ ସେପ୍ଟେମ୍ବର ୧୮୨୮-୨୦ ନଭେମ୍ବର ୧୯୧୦) ଉନ୍ନବିଂଶ ଶତାବ୍ଦୀର ସର୍ବାଧିକ ସମ୍ମାନିତ ଲେଖକ ମାନଙ୍କ ମଧ୍ୟରେ ଅନ୍ୟତମ ।[୧] ଋଷର ଏକ ସଂପନ୍ନ ପରିବାରରେ ତାଙ୍କ ଜନ୍ମ । ଋଷରେ ସେ ସୈନ୍ୟବାହିନୀରେ ଯୋଗ ଦେଇ ସେ କ୍ରିମିୟା ଯୁଦ୍ଧରେ(୧୮୫୫) ଭାଗ ନେଇଥିଲେ, ତେବେ ତତ ପରବର୍ଷ ସେ ସେନାବାହିନୀ ତ୍ୟାଗକରି ଫେରିଆସିଲେ । ସେନାବାହିନୀରେ ଯୋଗ ଦେବା ପୂର୍ବରୁ ହିଁ ତାଙ୍କ ଭିତରେ ସାହିତ୍ୟ ପ୍ରତି ଋଚି ବୃଦ୍ଧି ପାଇଥିଲା । ତାଙ୍କ ରଚନା ମଧ୍ୟରେ ଯୁଦ୍ଧ ଏବଂ ଶାନ୍ତି (୧୮୬୫-୬୯) ତଥା ଆନ୍ନା କରେନୀନା (୧୮୭୫-୧୮୭୭) ସାହିତ୍ୟ ଜଗତରେ କ୍ଳାସିକାଲ ରଚନା ଭାବେ ସ୍ୱୀକୃତ ହୋଇସାରିଛି ।

ପ୍ରଚୁର ଧନ ଦୌଲତ ଏବଂ ସାହିତ୍ୟିକ ପ୍ରତିଭା ଟଲଷ୍ଟୟଙ୍କୁ ଶାନ୍ତି ଦେଇ ପାରି ନ ଥିଲା । ଅନ୍ତତଃ ୧୮୯୦ ମସିହା ବେଲକୁ ସେ ନିଜର ସମସ୍ତ ଧନ ସମ୍ପତ୍ତି ତ୍ୟାଗ କରିଦେଲେ । ନିଜର ପରିବାରକୁ ଛାଡି ସେ ଈଶ୍ୱର ତଥା ଗରୀବଙ୍କ ସେବା କରିବା ଉଦ୍ଦେଶ୍ୟରେ ବାହାରିପଡିଲେ । ତେବେ ତାଙ୍କ ସ୍ୱାସ୍ଥ୍ୟ ଏଥିପାଇଁ ଅନୁକୁଳ ହେଲା ନାହିଁ । ପରିଶେଷରେ ସେ ୨୦ ନଭେମ୍ବର ୧୯୧୦ ଦିନ ଅଷ୍ତାପବା ନାମକ ଏକ ଛୋଟ ରେଳ ଷ୍ଟେସନରେ ଏହି ସମ୍ଭ୍ରାନ୍ତ ବ୍ୟକ୍ତି ଜଣକ ଏକ ଗରୀବ, ନିରାଶ୍ରୟ, ରୋଗୀଣା ବୃଦ୍ଧ ଭାବେ ମୃତ୍ୟୁକୁ ଆଲିଙ୍ଗନ କରିଥିଲେ ।

ଜୀବନୀ[ସମ୍ପାଦନା]

ଟଲଷ୍ଟୟଙ୍କ ଜନ୍ମ ଋଷର ୟାସ୍ନାୟା ପୋଲ୍ୟାନ୍ୟା ନାମକ ସହରରେ, ଯାହାକି ମୋସ୍କୋଠାରୁ ୨୦୦ କି. ମି. ଦକ୍ଷିଣକୁ ଅବସ୍ଥିତ, ହୋଇଥିଲା । ପିତା କାଉଣ୍ଟ ନିକୋଲାଇ ଏବଂ ମାତା ମାରିୟା ଟଲଷ୍ଟୟଙ୍କର ସେ ଥିଲେ ଚତୁର୍ଥ ସନ୍ତାନ । ତାଙ୍କୁ ଯେତେବେଳେ ମାତ୍ର ଦୁଇ ବର୍ଷ ସେ ତାଙ୍କ ମାତାଙ୍କୁ ହରାଇଥିଲେ । ପୁଣି ତାଙ୍କୁ ନଅ ବର୍ଷ ବେଲକୁ ପିତାଙ୍କ ଦେହାନ୍ତ ହେଲା । ତେଣୁ ତାଙ୍କ ଲାଲନ ପାଲନ ଦାୟୀତ୍ୱ ନେଲେ ତାଙ୍କ ଜଣେ ସମ୍ପର୍କୀୟ କାକି ତତ୍ୟାନା । ତେବେ ଉଚ୍ଚ ବର୍ଗର ହୋଇଥିବାରୁ ତାଙ୍କ ଶିକ୍ଷାଦୀକ୍ଷା ନିମିତ୍ତ ସୁଦକ୍ଷ ବିଦ୍ୱାନ ନିଯୁକ୍ତ ହୋଇଥିଲେ । ବାଲ୍ୟାବସ୍ଥାରେ ହିଁ ତାଙ୍କୁ ପାଠ ସହ ଖେଳ କୁଦ, ଘୋଡାସବାରୀ, ଶିକାର, ନାଚଗାନା ଇତ୍ୟାଦି ବିଷୟରେ ଶିକ୍ଷା ଲାଭ କରିଥିଲେ । ୧୮୪୪ ମସିହାରେ ସେ କାଯାନ ବିଶ୍ୱବିଦ୍ୟାଳୟରେ ଆଇନ ଓ ପ୍ରାଚ୍ୟ ଭାଷା ଅଧ୍ୟୟନ କରିବା ଆରମ୍ଭ କଲେ । ତେବେ ପାଠ ପଢା ଅଧାରୁ ଛାଡି ସେ ନିଜ ଜନ୍ମ ସ୍ଥାନ ୟାସ୍ନାୟା ପୋଲ୍ୟାନ୍ୟା ଫେରି ଆସିଲେ ଏବଂ ସେଠାରେ ଏକ ବିଳାସ ତଥା ଆଳସ୍ୟପୂର୍ଣ ଜୀବନ ବିତାଇବାକୁ ଲାଗିଲେ । ଏହି ସମୟ ମଧ୍ୟରେ ସେ ନିଜର ପ୍ରଥମ ଉପନ୍ୟାସ ସହ ନିଜ ଯୁବାବସ୍ଥାର କିଛି କାଳ୍ପନିକ ଚିନ୍ତାଧାରାକୁ ନେଇ ରଚନା ମଧ୍ୟ ଲେଖିଥିଲେ ଯାହାକି ୧୮୫୨ ମସିହାରେ ପ୍ରକାଶିତ ହୋଇଥିଲା ।

ଭାଲୁଭାରଙ୍କ ଲିଖିତ ପ୍ରଖ୍ୟାତ ଉପନ୍ୟାସ ତିରୁକୁରାଲ(Tirukkural)ର ଏକ ଜର୍ମାନୀ ସଂସ୍କରଣ ପଢିବା ପରେ ସେ "ଅହିଂସା" ଶବ୍ଦଟି ତାଙ୍କ ମନରେ ଗଭୀର ରେଖାପାତ କରିଥିଲା [୨]। ପରବର୍ତ୍ତୀ ସମୟରେ ମହତ୍ମା ଗାନ୍ଧୀଙ୍କ ନିକଟକୁ ଲିଖିତ ଏକ ପତ୍ରରେ ସେ ଏହି ଭାବନାକୁ ପରିପ୍ରକାଶ କରିଥିଲେ । କହିବାକୁ ଗଲେ ଅହିଂସାର ପ୍ରବର୍ତ୍ତକ ଗାନ୍ଧିଜୀଙ୍କର ମୂଳ ମନ୍ତ୍ର ପଛରେ ପ୍ରେରଣା ଥିଲା ଟଲଷ୍ଟୟଙ୍କର ।[୩]

ବିଚାର ଏବଂ ଦର୍ଶନ[ସମ୍ପାଦନା]

ଟଲଷ୍ଟୟଙ୍କର ଧାର୍ମିକ ଭାବନା ଥିଲା ଅତ୍ୟନ୍ତ ଉଦାର ତଥା ବ୍ୟାପକ । ତତକାଳୀନ ଖ୍ରୀଷ୍ଟ ଧର୍ମ ପ୍ରତି ତାଙ୍କର ବିରୋଧାଭାସ ଥିଲା ସ୍ପଷ୍ଟ । ନିଜ ବିଚାରରେ ସେ ଏକ ପ୍ରକାର ସର୍ବଦେବବାଦୀ ପ୍ରତୀକ ବୋଲି ମନେହେଉଥିଲେ । ତାଙ୍କ ମତରେ ମୃତ୍ୟୁ ହେଉଛି ମଣିଷ ଜୀବନର ଅନ୍ତିମ ଏବଂ ଅବଶ୍ୟମ୍ଭାବୀ ପରିଣତି । ତାଙ୍କ ମତରେ ନିରୁଦ୍ଦିଷ୍ଟ, ବିଚାରହୀନ ତଥା ଆତ୍ମକୈନ୍ଦ୍ରିକ ଜୀବନକୁ ଥିଲା ଏକ ପ୍ରକାର ପାପ ।

ଆଧାର[ସମ୍ପାଦନା]

  1. "Leo Tolstoy | Russian writer". Encyclopedia Britannica (in ଇଂରାଜୀ). Retrieved 6 January 2020.
  2. Rajaram, M. (2009). Thirukkural: Pearls of Inspiration. New Delhi: Rupa Publications. pp. xviii–xxi.
  3. Mathai, Mundackal Paulose; John, M. S.; Joseph, Siby K. (2002). "Meditations on Gandhi: A Ravindra Varma Festschrift" (in ଇଂରାଜୀ). Concept Publishing Company. Retrieved 6 January 2020.