ଗୋପୀନାଥ ମହାନ୍ତି
ଗୋପୀନାଥ ମହାନ୍ତି | |
---|---|
ଜନ୍ମ | |
ମୃତ୍ୟୁ | ୨୦ ଅଗଷ୍ଟ ୧୯୯୧ | (ବୟସ ୭୭)
ଜାତୀୟତା | ଭାରତୀୟ |
ଶିକ୍ଷାନୁଷ୍ଠାନ | ରେଭେନ୍ସା ମହାବିଦ୍ୟାଳୟ, ପାଟଣା ବିଶ୍ୱବିଦ୍ୟାଳୟ |
ବୃତ୍ତି(ସମୂହ) | ଗାଳ୍ପିକ, ଔପନ୍ୟାସିକ |
ସନ୍ତାନ | ୨ |
ସମ୍ପର୍କୀୟ | କାହ୍ନୁଚରଣ ମହାନ୍ତି (ବଡ଼ ଭାଇ), ଓଁକାରନାଥ ମହାନ୍ତି (ପୁଅ), ଗୁରୁ ପ୍ରସାଦ ମହାନ୍ତି (ପୁତୁରା) |
ପୁରସ୍କାର | ଜ୍ଞାନପୀଠ ପୁରସ୍କାର |
ୱେବସାଇଟ | gopinathmohanty |
ଗୋପୀନାଥ ମହାନ୍ତି (୨୦ ଅପ୍ରେଲ ୧୯୧୪- ୨୦ ଅଗଷ୍ଟ ୧୯୯୧) ଓଡ଼ିଶାର ପ୍ରଥମ ଜ୍ଞାନପୀଠ ପୁରସ୍କାର ସମ୍ମାନିତ ଓଡ଼ିଆ ଔପନ୍ୟାସିକ ଥିଲେ ।[୧] ତାଙ୍କ ରଚନାସବୁ ଆଦିବାସୀ ଜୀବନଚର୍ଯ୍ୟା ଓ ସେମାନଙ୍କ ଉପରେ ଆଧୁନିକତାର ଅତ୍ୟାଚାରକୁ ନେଇ । ତାଙ୍କ ଲେଖାମାନ ଓଡ଼ିଆ ଓ ଅନ୍ୟାନ୍ୟ ଭାଷାରେ ଅନୁଦିତ ହୋଇ ପ୍ରକାଶିତ ହୋଇଛି । ତାଙ୍କ ପ୍ରମୁଖ ରଚନା ମଧ୍ୟରେ ପରଜା[୨], ଦାଦିବୁଢ଼ା, ଅମୃତର ସନ୍ତାନ, ଛାଇଆଲୁଅ ଗଳ୍ପ ଆଦି ଅନ୍ୟତମ । ୧୯୮୬ରେ ଗୋପୀନାଥ ମହାନ୍ତି ଆମେରିକାର ସାନ୍ଜୋସ୍ ଷ୍ଟେଟ୍ ୟୁନିଭର୍ସିଟିରେ ସମାଜବିଜ୍ଞାନ ପ୍ରାଧ୍ୟାପକ ଭାବେ ଯୋଗ ଦେଇଥିଲେ । ତାଙ୍କର ଶେଷ ଜୀବନ ସେହିଠାରେ କଟିଥିଲା ।[୩]
ପ୍ରାରମ୍ଭିକ ଜୀବନ ଓ ଶିକ୍ଷା
[ସମ୍ପାଦନା]ଗୋପୀନାଥ ମହାନ୍ତି କଟକ ଜିଲ୍ଲାସ୍ଥିତ ନାଗବଳି ଗାଆଁରେ ୧୯୧୪ ମସିହା ଏପ୍ରିଲ ୨୦ତାରିଖରେ ଜନ୍ମ ହୋଇଥିଲେ । ପ୍ରସିଦ୍ଧ ସାହିତ୍ୟିକ କାହ୍ନୁଚରଣ ମହାନ୍ତି ତାଙ୍କର ବଡ଼ ଭାଇ ଓ ଅନ୍ୟତମ ସାହିତ୍ୟିକ ଗୁରୁପ୍ରସାଦ ମହାନ୍ତି ତାଙ୍କ ପୁତୁରା ଥିଲେ । ବିଜୁ ପଟ୍ଟନାୟକ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଓ ଶିକ୍ଷାବିଦ୍ ଓଁକାରନାଥ ମହାନ୍ତି ତାଙ୍କର ପୁଅ । ରେଭେନ୍ସା ମହାବିଦ୍ୟାଳୟରେ ଉଚ୍ଚଶିକ୍ଷା ସରିବା ପରେ ସେ ପାଟଣା ବିଶ୍ୱବିଦ୍ୟାଳୟରୁ ୧୯୩୬ରେ ଏମ.ଏ. ଡିଗ୍ରି ହାସଲ କରିଥିଲେ ।[୪]
ରଚନାବଳୀ
[ସମ୍ପାଦନା]ଓଡ଼ିଆ ସାହିତ୍ୟରେ ସ୍ୱାଧୀନତା ପରେ ପରେ ଗୋପୀନାଥଙ୍କ ଲେଖାଲେଖି ଆରମ୍ଭ ହୋଇଥିଲା । ସେ କାଳର ସାଧାରଣ ଲୋକ, ଆଦିବାସୀ ଓ ଅନ୍ୟାନ୍ୟ ଜନଜାତିର ଗାଉଁଲି ସରଳ, ନିରଳସ ଜୀବନଧାରଣ ଆଦିକୁ ନେଇ ତାଙ୍କ ରଚନା ସମୃଦ୍ଧ ହୋଇଥିଲା । ତାଙ୍କ ଲେଖାରେ ଓଡ଼ିଆ ଚଳଣି, ସମତଳ ଓ ପାହାଡ଼ି ଜୀବନର କାହାଣୀ, ସାଧାରଣ ମଣିଷର କଥାଭାଷା ଆଦିର ବ୍ୟବହାର ଦେଖିବାକୁ ମିଳିଥାଏ ।
ସେ ୨୪ଟି ଉପନ୍ୟାସ, ୧୧ଟି କ୍ଷୁଦ୍ରଗଳ୍ପ, ୩ଟି ନାଟକ, ୨ଟି ଆତ୍ମଜୀବନୀ, ୨ଟି ନିବନ୍ଧ, କନ୍ଧ, ଗଡ଼ବା, ସଉରାଙ୍କ ଭାଷା ଉପରେ ୫ଟି ବହି ଲେଖିଥିଲେ । ଲିଓ ଟଲଷ୍ଟୟଙ୍କ "ଉଆର ଆଣ୍ଡ ପିସ"କୁ ଓଡ଼ିଆରେ ଅନୁବାଦ କରିଥିଲେ (ଯୁଦ୍ଧ ଓ ଶାନ୍ତି, ୩ଟି ଖଣ୍ଡ, ୧୯୮୫-୮୬) ଓ ତାଙ୍କର ଆଉ ଏକ ଅନୁବାଦ କୃତି ଥିଲା ଟାଗୋରଙ୍କ "ଯୋଗାଯୋଗ" (୧୯୬୫) । ୫ଟି ଗଳ୍ପକୁ ନେଇ ୧୯୫୬ ମସିହାରେ ତାଙ୍କ ରଚିତ "ଛାଇଆଲୁଅ" ଗଳ୍ପ-ସଂକଳନ ପରେ ତାଙ୍କ ମୃତ୍ୟୁର ବର୍ଷେ ପରେ ୧୯୯୨ ମସିହାରେ ୫ଟି ଅଧିକ ଗଳ୍ପକୁ ମିଶାଇ "ଛାଇଆଲୁଅ"ର ପରିବର୍ଦ୍ଧିତ ସଂସ୍କରଣ ପ୍ରକାଶ ପାଇଥିଲା ।[୩]
ଉପନ୍ୟାସ
[ସମ୍ପାଦନା]
'ଭଲପାଇବାର ଶେଷ କଥା ' ନାମରେ ଏକ ଦୁଷ୍ପ୍ରାପ୍ୟ ଉପନ୍ୟାସ ରହିଅଛି । ୧୯୩୯ରେ ତାହା ନବଭରତାରେ ପ୍ରକାଶ ପାଇଥିଲା। ଗପ[ସମ୍ପାଦନା]
ଆତ୍ମଜୀବନୀ[ସମ୍ପାଦନା]
ଜୀବନୀ[ସମ୍ପାଦନା]
ନାଟକ[ସମ୍ପାଦନା]
|
ପ୍ରବନ୍ଧ[ସମ୍ପାଦନା]
ଅନୁବାଦ[ସମ୍ପାଦନା]
ଭାଷା ଭିତ୍ତିକ[ସମ୍ପାଦନା]
|
ଇଂରାଜୀରେ ଗୋପୀନାଥଙ୍କ ଉପନ୍ୟାସ
[ସମ୍ପାଦନା]ଗୋପୀନାଥଙ୍କ ୪ଟି ଉପନ୍ୟାସ- ପରଜା, ଦାନାପାଣି, ଲୟ ବିଲୟ, ଦାଦି ବୁଢ଼ା ଇଂରାଜୀରେ ଅନୁବାଦ କରାଯାଇଛି । ପ୍ରଥମ ତିନୋଟି ବିକାମ କେଶରୀ ଦାସ ଓ ଶେଷଟି ଅରୁଣ କୁମାର ମହାନ୍ତିଙ୍କଦ୍ୱାରା ଅନୁବାଦ କରାଯାଇଛି । ଫେବର ଆଣ୍ଡ ଫେବର (ଇଉ. କେ.) ଓ ଅକ୍ସଫୋର୍ଡ଼ ଇଉନିଭର୍ସିଟି ପ୍ରେସ (ଭାରତ)ଦ୍ୱାରା ୧୯୮୭ରେ ପରଜା' ପ୍ରକାଶ ପାଇଥିଲା । ତାଙ୍କର ଅନେକ ଗପ ମଧ୍ୟ ଇଂରାଜୀ ଓ ବାକି ଭାଷାରେ ଅନୁବାଦ କରାଯାଇଛି । ତେବେ ନିରୁତା ଓଡ଼ିଆ ଭାଷାର ବ୍ୟବହାରରେ ବଳିଷ୍ଠ ତାଙ୍କଲେଖାକୁ ଅନୁବାଦ କଲାବେଳେ ଅନୁବାଦକମାନଙ୍କୁ ତାଙ୍କ ଲେଖାର ସେହି ଭାବକୁ ଅଣ-ଓଡ଼ିଆ ପାଠକମାନଙ୍କ ପାଖରେ ପହଞ୍ଚାଇବାକୁ ଅନେକ କଷ୍ଟ ସ୍ୱୀକାର କରିବାକୁ ପଡ଼ିଛି ।
ପୁରସ୍କାର ଓ ସମ୍ମାନ
[ସମ୍ପାଦନା]- ପଦ୍ମ ଭୂଷଣ, ୧୯୮୧
- ଜ୍ଞାନପୀଠ ପୁରସ୍କାର, ୧୯୭୩ (ମାଟିମଟାଳ ପାଇଁ) [୭]
- କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୫୫ (ଅମୃତର ସନ୍ତାନ ପାଇଁ)[୮]
- ସୋଭିଏତ ଲ୍ୟାଣ୍ଡ ନେହେରୁ ପୁରସ୍କାର, ୧୯୭୦
- ଓଡ଼ିଆରେ ସର୍ଜନାତ୍ମକ ଲେଖା ପାଇଁ ଇଉ.ଜି.ସି. ତରଫରୁ ୧୯୭୯ରେ ଫେଲୋସିପ
- ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ଡି. ଲିଟ. ଡିଗ୍ରି, ୧୯୭୬
ଆଧାର
[ସମ୍ପାଦନା]- ↑ "Odisha diaspora celebrates Gopinath Mohanty birth centenary in US". OdishaSunTimes. Retrieved 22 August 2015.
- ↑ ଗୋପୀନାଥ ମହାନ୍ତି; Gopinath Mohanty (୧୯୪୬). ପରଜା. ISBN 978-81-7411-646-8. Wikidata Q15724516.
- ↑ ୩.୦ ୩.୧ ମହାନ୍ତି, ଗୋପୀନାଥ (2014). ବାବୁ. ବେଙ୍ଗାଳୁରୁ: ତପସ୍ୱିନୀ. p. 7.
- ↑ ସ୍ରୋତସ୍ୱତୀ ୧ (ଆତ୍ମଜୀବନୀ). ବିଦ୍ୟାପୁରୀ.
- ↑ Changing the Terms, Translating in the Postcolonial Era Archived 2011-08-27 at the Wayback Machine.. Sherry Simon and Paul St-Pierre. 272 pages . 6 x 9 ISBN 978-0-7766-0524-1 (November 2000). pp. 78
- ↑ http://odisha.gov.in/e-magazine/orissaannualreference/ORA-2011/pdf/87-89.pdf
- ↑ "Jnanpith Laureates Official listings". jnanpith Website. Archived from the original on 2016-07-14. Retrieved 2013-03-14.
- ↑ "AKADEMI AWARDS (1955-2020)". କେନ୍ଦ୍ର ସାହିତ୍ୟ ଏକାଡେମୀ. Retrieved 11 June 2021.