ହୀରାକୁଦ ବନ୍ଧ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ


ହୀରାକୁଦ ବନ୍ଧ
ହୀରାକୁଦ ବନ୍ଧର ପାଣିଛାଡ଼ିବା ବାଟ
ପ୍ରଶାସନିକ ନାଆଁ ହୀରାକୁଦ ବନ୍ଧ
ସ୍ଥାନୀୟତା ହୀରାକୁଦ ବନ୍ଧ
ଦିଗବାରେଣି 21°34′N 83°52′E / 21.57°N 83.87°E / 21.57; 83.87Coordinates: 21°34′N 83°52′E / 21.57°N 83.87°E / 21.57; 83.87
କାମ ଆରମ୍ଭ ହେଲା ୧୯୪୮
ଖୋଲା ଗଲା ୧୯୫୭
ତିଅରି ଖର୍ଚ ୧୦୧ କୋଟି ଟଙ୍କା (୧୯୫୭)
ବନ୍ଧ ଓ ପାଣି ଯିବା ବାଟ
ବନ୍ଧର ପ୍ରକାର ବନ୍ଧ ଓ ଜଳ ଭଣ୍ଡାର
ଉଚ୍ଚତା 60.96 m (200 ft)
ଲମ୍ବା 4.8 km (3 mi) (main section)
25.8 km (16 mi) (entire dam)
ଜବତ କରିବା ମହାନଦୀ
ପାଣିଯିବା ବାଟ ୬୪ ସ୍ଲୁଇସ ଗେଟ
ପାଣିଯିବା ବାଟର କ୍ଷମତା 42,450 cubic metres per second (1,499,000 cu ft/s)
ଜଳଭଣ୍ଡାର
କ୍ଷମତା 5,896,000,000 m3 (4,779,965 acre·ft)
ନିଷ୍କାସନ କୁଣ୍ଡ 83,400 km2 (32,201 sq mi)
ପାବାର ଷ୍ଟେସନ
ଟରବାଇନସବୁ ପାଵାର ହାଉସ ୧ (ବୁର୍ଲା): ୫ x ୩୭.5 MW, ୨ x ୨୪ MW କାପଲାନ ପ୍ରକାରର
ପାଵାର ହାଉସ ୨ (ଚିପିଲିମା): : ୩ x ୨୪ MW
ପ୍ରତିଷ୍ଠିତ କ୍ଷମତା ୩୦୭.୫ MW

ହୀରାକୁଦ ମହାନଦୀ ତଟରେ ଅବସ୍ଥିତଥିବା ଓଡ଼ିଶାର ସବୁଠୁ ବଡ଼ ନଦୀବନ୍ଧ ଓ ଜଳ ପରିଯୋଜନା । ଏଠାରୁ ଜଳ ବିଦ୍ୟୁତ ଶକ୍ତି ଉତ୍ପାଦନ କରାଯାଇ ସାରା ଓଡ଼ିଶାକୁ ବିତରଣ କରାଯାଏ । ଏହା କୃଷି ଜଳସେଚନରେ ମଧ୍ୟ ସାହାଯ୍ୟ କରେ । ବନ୍ୟା ନିୟନ୍ତ୍ରଣ, ଜଳସେଚନ ଓ ବିଦ୍ୟୁତ ଉତ୍ପାଦନକୁ ଦୃଷ୍ଟିରେ ରଖି ହୀରାକୁଦ ବହୁମୁଖୀ ନଦୀବନ୍ଧ ଯୋଜନା ଭାରତ ସରକାରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ୧୯୫୭ରେ ସମ୍ପୂର୍ଣ୍ଣ ହୋଇଥିଲା । ଏହି ନଦୀବନ୍ଧ ଯୋଜନାରେ ସମୁଦାୟ ୮୪,୯୯୪ ବର୍ଗ କି.ମି. ଅଞ୍ଚଳରୁ ଜଳ ସଂଗୃହିତ ହେଉଥିବାବେଳେ ସେଥିରୁ ୬୭,୧୬୮ ବର୍ଗ କି.ମି. ଅର୍ଥା ୯୦% ଛତିଶଗଡ ରାଜ୍ୟର ଅନ୍ତର୍ଭୁକ୍ତ । ହୀରାକୁଦ ଜଳଭଣ୍ଡାରର କ୍ଷମତା ୪,୮୨୧ ନିୟୁତ ଘନ ମିଟର ଏବଂ ସିଧାସଳଖଭାବେ ଏଥିରୁ ୨ ଲକ୍ଷ ୬୭ ହଜାର ଜମି ଜଳସେଚିତ ହେଉଛି । ଏହାଛଡା ହୀରାକୁଦର ଦୁଇଟି ପ୍ରକଳ୍ପରୁ ୩୪୭ ମେଗାୱାଟ ବିଦ୍ୟୁତ ଉତ୍ପାଦନ ହେଉଛି । [୧]

ନିର୍ମାଣ ଇତିହାସ[ସମ୍ପାଦନା]

ମୂଳ ପ୍ରସ୍ତାବ ଅନୁଯାୟୀ ହୀରାକୁଦ, ଟିକରପଡା,ନରାଜଠାରେ ବନ୍ଧ ନିର୍ମାଣ ହେବାର ଥିଲା । ଆନ୍ଦୋଳନ ଯୋଗୁଁ ଟିକରପଡ଼ା ବନ୍ଧ,ମଣିଭଦ୍ରା ବନ୍ଧ ଓ ସୁବଳୟା ବନ୍ଧ ବନ୍ଦ ହୋଇଯାଇଥିଲା । କେବଳ ହୀରାକୁଦ ବନ୍ଧ ନିର୍ମାଣ ସମ୍ଭବ ହେଲା ।

ଚଳନ୍ତି ଜଳ ଧାରଣ କ୍ଷମତା / ରୁଲ କର୍ଭ[ସମ୍ପାଦନା]

ଚଳନ୍ତି ରୁଲ କର୍ଭ ଅନୁଯାୟୀ ସର୍ବନିମ୍ନ ଜଳସ୍ତର ଜୁଲାଇ ୧ ରେ ୫୯୫ ଫୁଟ, ଅଗଷ୍ଟ ୧ରେ ୫୯୦ ଫୁଟ, ଅଗଷ୍ଟ ୧୧ରେ ୬୦୫-୬୧୧ ଫୁଟ, ଅଗଷ୍ଟ ୨୧ରେ ୬୧୦-୬୨୨ ଫୁଟ, ସେପ୍ଟେମ୍ବର ୧ରେ ୬୧୯-୬୨୭ ଫୁଟ, ସେପ୍ଟେମ୍ବର ୧୧ରେ ୬୨୪-୬୨୯ ଫୁଟ, ସେପ୍ଟେମ୍ବର ୨୧ରେ ୬୨୯.୫-୬୩୦ ଫୁଟ ଏବଂ ଅକ୍ଟୋବର ୧ରେ ୬୩୦ ଫୁଟ ରହିବ ବୋଲି ନିର୍ଦ୍ଧାରଣ ହୋଇଛି ।[୨]

ଜଳମଗ୍ନ ଅଞ୍ଚଳ ଓ ବିସ୍ଥାପିତ ଲୋକ ସଂଖ୍ୟା[ସମ୍ପାଦନା]

ହୀରାକୁଦ ଜଳଭଣ୍ଡାର ନିର୍ମାଣ ପାଇଁ [୩]168 ଟି ଗ୍ରାମ ଜଳମଗ୍ନ ହେଇଥିଲା । ଏହି ଗ୍ରାମ ସମୂହ ରେ 1,23,00 ଏକର ଚାଷ ଜମି , ତାହା ମଧ୍ୟ ରୁ ଅନୀକ ଉର୍ବର ଜମି ଥାଏ ଜଳମଗ୍ନ ହେଇଥିଲା । ଏହି ଗ୍ରାମ ସବୁ ଜଳମଗ୍ନ ହେବା ଦ୍ଵାରା ସମୁଦାଯ 26,561 ଟି ପରିବାର ବାସହରା ହେଇ 1 ଲକ୍ଷ ଲୋକ ଦୁର୍ଦିନ ଭିତରେ ରହିଲେ । ବରତମା ଯାଏ ବନ୍ଧା ନିର୍ମାଣ ର 60 ବର୍ଷ ପରେ ମଧ୍ୟ ଏହି ବିସ୍ଥାପିତ ପରିବାର ମଧ୍ୟ ରୁ 10,000 ପରିବାର କୌଣଶୀ ପ୍ରକାର ସହାୟତା ପାଇ ନାହାନ୍ତି । [୪][୫]


ବିବାଦୀୟ[ସମ୍ପାଦନା]

ବନ୍ୟା ନିୟନ୍ତ୍ରଣକରିବାରେ ଅସମର୍ଥ[ସମ୍ପାଦନା]

୧୯୬୨ର ହୀରାକୁଦ ଇଭାଲୁଏସନ କମିଟି ରିପୋର୍ଟରେ ସ୍ପଷ୍ଟଭାବେ ଉଲ୍ଲେଖ ଅଛି ଯେ ହୀରାକୁଦ ମାଧ୍ୟମରେ ସାଧାରଣ ବନ୍ୟା ନିୟନ୍ତ୍ରଣ କରାଯାଇପାରିବ । ପ୍ରବଳ ବନ୍ୟା ଆଂଶିକ ଭାବେ ନିୟନ୍ତ୍ରଣ ସମ୍ଭବ ।ଅସାଧାରଣ ବନ୍ୟା ନିୟନ୍ତ୍ରଣ ସମ୍ଭବ ନୁହେଁ । ହୀରାକୁଦ ବନ୍ଧ ନିର୍ମାଣର ପଚାଶ ବର୍ଷ ପୂର୍ବରୁ ଯେତିକି ଥର ବନ୍ୟା ହେଉଥିଲା । ପରବର୍ତ୍ତୀ ପଚାଶ ବର୍ଷ ମଧ୍ୟରେ ଅଧିକ ଥର ବନ୍ୟା ହୋଇଛି । ଅବଶ୍ୟ ହୀରାକୁଦ ଯୋଗୁଁ ଆଂଶିକ ବନ୍ୟାନିୟନ୍ତ୍ରଣ ସମ୍ଭବ ହୋଇଛି । ବନ୍ୟାନିୟନ୍ତ୍ରଣ ସକାଶେ ହୀରାକୁଦର ଜଳ ଧାରଣ କ୍ଷମତା ଆରମ୍ଭରୁ ଯଥେଷ୍ଟ ନ ଥିଲା । ପଟୁମାଟି ଭର୍ତ୍ତି ଯୋଗୁଁ ଏହାର ଜଳ ଧାରଣ କ୍ଷମତା ଶତକଡା ୩୧ଭାଗ ପାଖାପାଖି କମିଛି । ଭବିଷ୍ୟତରେ ଆହୁରି କମିବାର ସମ୍ଭାବନା ଅଛି । ଅନ୍ୟାନ୍ୟ ଜଳଭଣ୍ଡାର ତୁଳନାରେ ଯଦିଓ ହୀରାକୁଦ ଜଳଭଣ୍ଡାର ବହୁତ ବଡ, ବାସ୍ତବରେ ନିଜ ଅବବାହିକା ପାଇଁ ଏହା ଅତି ଛୋଟ । ହୀରାକୁଦ ଅବବାହିକାରେ ହାରାହାରି ୧୫ ସେଣ୍ଟିମିଟର ବୃଷ୍ଟିପାତରେ ହୀରାକୁଦ ଜଳଭଣ୍ଡାର ପୂର୍ଣ୍ଣ ହୋଇଯାଏ । [୬]


ବନ୍ଧ ପାଇଁ ଅନୁପଯୁକ୍ତ ସ୍ଥାନ[ସମ୍ପାଦନା]

ହୀରାକୁଦର ଗଭୀରତା ୧୩୦ ଫୁଟ ହୋଇଥିବାବେଳେ, କେବଳ ୪୦ଫୁଟ ଜଳ ବ୍ୟବହୃତ ହୁଏ । ବର୍ଷ ଯାକ ୪ ଫୁଟ ବାଷ୍ପ ହୋଇ ନଷ୍ଟ ହୁଏ । ପ୍ରକୃତରେ ୩୬ ଫୁଟ ଜଳ ଉପଯୋଗୀ ହୁଏ । ଏହି କାରଣରୁ ଏହି ସ୍ଥାନ ନଦୀବନ୍ଧ ଯୋଜନା ପାଇଁ ଉପଯୁକ୍ତ ସ୍ଥାନ ନୁହେଁ ବୋଲି ୧୯୪୬ ଡିସେମ୍ବରରେ ମହିଶୂରର ଅବସରପ୍ରାପ୍ତ ମୁଖ୍ୟ ଇଞ୍ଜିନିଅର ଏମ ଜି ରଙ୍ଗେୟା ମତ ଦେଇଥିଲେ । ବନ୍ୟା ନିୟନ୍ତ୍ରଣ ପାଇଁ ହୀରାକୁଦ ଉପଯୁକ୍ତ ସ୍ଥାନ ନୁହେଁ । ତାଙ୍କ ରିପୋର୍ଟ ଉପରେ ଗୁରୁତ୍ଵ ଦିଆନଯାଇ ହୀରାକୁଦ ବନ୍ଧ ନିର୍ମିତ ହୋଇଥିଲା । [୭]

ପୁରାତନ ରୁଲକର୍ଭ[ସମ୍ପାଦନା]

ଜଳ ପରିଚାଳନା ପାଇଁ ଏକ ରୁଲକର୍ଭ ରହିଛି । କେଉଁ ତାରିଖରେ ହୀରାକୁଦ ଜଳ ସ୍ତର କେତେ ରଖାଯିବ ରୁଲକର୍ଭ ଅନୁସାରେ କରାଯାଏ ।ଶେଷଥର ପାଇଁ ୧୯୮୮ରେ ରୁଲକର୍ଭ ସଂଶୋଧିତ ହୋଇଥିଲା । ଏବେ ସୁଦ୍ଧା ଜଳ ପ୍ରବାହ ଓ ଧାରଣ କ୍ଷମତା ପାଇଁ ପୁରାତନ ପ୍ରଣାଳୀ ଅବଲମ୍ବନ କରାଯାଉଛି ଯାହାଦ୍ୱାରା ବନ୍ୟା ନିୟନ୍ତ୍ରଣରେ ଲାଭ ମିଳୁନାହିଁ । [୮]

୨୦୧୧ ବନ୍ୟା[ସମ୍ପାଦନା]

ଜଳବାୟୁରେ ବିରାଟ ପରିବର୍ତ୍ତନ, ଛତିଶଗଡରେ ଅନେକ ବନ୍ଧ ନିର୍ମାଣ ଯୋଗୁଁ, ହୀରାକୁଦକୁ ଜଳପ୍ରବାହରେ ଅନେକ ପରିବର୍ତ୍ତନ ହୋଇଛି । ୨୦୧୧ ସେପ୍ଟେମ୍ବର ୫ ତାରିଖରୁ ୯ ତାରିଖ ମଧ୍ୟରେ ଛତିଶଗଡ଼ର ଅଧିକାଂଶ ଛୋଟ ବଡ ବନ୍ଧ ପ୍ରବଳ ବର୍ଷା ଯୋଗୁଁ ଶତକଡା ନବେ ଭାଗ ଭର୍ତ୍ତି ଥିଲା । ଆବଶ୍ୟକତା ଦୃଷ୍ଟିରୁ ସେହି ବନ୍ଧ ସବୁରୁ ଜଳ ନିଷ୍କାସିତ ହେଉଥିଲା । ଏବଂ ଏହି ଜଳ ହୀରାକୁଦ ଜଳଭଣ୍ଡାରରେ ପ୍ରବେଶ କଲା । ସେହିପରି ଇବ ଓ ଭେଡେନ ନଦୀରୁ ପ୍ରବଳ ବର୍ଷା ଯୋଗୁଁ ଏକ ସଙ୍ଗେ ବନ୍ୟା ଜଳ ପ୍ରବେଶ କଲା । ୬୩୦ ଫୁଟ ସ୍ତର ପର୍ଯ୍ୟନ୍ତ ଜଳ ଗଛିତ ରହିପାରିବ ଜାଣି ସୁଦ୍ଧା ସେପ୍ଟେମ୍ବର ୭ ତାରିଖରେ ଜଳପତ୍ତନ ୬୨୫.୬୦ ରଖାଯାଇଥିଲା । ରୁଲକର୍ଭ ଅନୁସାରେ ଯେତିକି ଜଳପତ୍ତନ ରହିବା କଥା ତାହାର ବହୁ ଉପରେ ରହିଥିଲା । ୩୬ଟି ଗେଟ ଖୋଲା ଥିଲା । ସେପ୍ଟେମ୍ବର ୨ ତାରିଖରେ ଭାରତୀୟ ପାଣିପାଗ ବିଭାଗ (ଇଣ୍ଡିଆନ ମେଟ୍ରୋଲୋଜିକାଲ ଡିପାର୍ଟମେଣ୍ଟ) ତରଫରୁ ଛତିଶଗଡ଼ ଓ ଓଡ଼ିଶାରେ ସପ୍ତାହ କ ମଧ୍ୟରେ ପ୍ରବଳ ବର୍ଷା ହେବ ବୋଲି ଘୋଷଣା କରାଯାଇଥିଲା । କର୍ତୃପକ୍ଷ ଘୋଷଣା ଉପରେ ନଜର ନଦେଇ ତାହା ପରଦିନ ୮ ତାରିଖରେ ଥରକୁଥର କରି ୫୯ଟି ଗେଟ ଖୋଲିଥିଲେ ।ପରିସ୍ଥିତି ଅସମ୍ଭାଳ ହୋଇ ପ୍ରବଳ ବନ୍ୟା ଯୋଗୁଁ ଅନେକ କ୍ଷୟକ୍ଷତି ହେଲା ।[୯]

ବିସ୍ଥାପିତଙ୍କ କ୍ଷତିପୂରଣ[ସମ୍ପାଦନା]

ଅର୍ଦ୍ଧଶତାବ୍ଦୀ ବିତିଯାଇଥିଲେ ବି ହୀରାକୁଦ ବିସ୍ଥାପିତମାନଙ୍କୁ କ୍ଷତିପୂରଣ ଦେବା ସରିନାହିଁ । ୨୬୫୦୦ ପରିବାର ଏହି ଯୋଜନାରେ ବିସ୍ଥାପିତ ହେଲେ । ଏବେ ସୁଦ୍ଧା ନଅ ହଜାରରୁ ଉର୍ଦ୍ଧ୍ଵ ପରିବାର କ୍ଷତିପୂରଣ ପାଇନାହାନ୍ତି । [୧୦]

ମହାନଦୀ ଜଳ ବିବାଦ[ସମ୍ପାଦନା]

ଛତିଶଗଡ ଓ ଓଡ଼ିଶା ମଧ୍ୟରେ ହୀରାକୁଦ ଜଳଭଣ୍ଡାରକୁ ଜଳପ୍ରବାହ ଉପରେ ବୁଝାମଣା ନାହିଁ ବୋଲି ଜଣାଯାଏ । ଉପର ମୁଣ୍ଡରେ ଅନେକ ବନ୍ଧ ଛତିଶଗଡ଼ ସରକାରଙ୍କ ଦ୍ୱାରା ନିର୍ମାଣ ହୋଇଥିବାରୁ ମହାନଦୀ ଶୁଖିଲା ପଡ଼ିବ ଅନୁମାନ କରି ଓଡ଼ିଶା ତରଫରୁ ଥରକୁ ଥର 'ମହାନଦୀ ବଞ୍ଚାଅ' ବିକ୍ଷୋଭ ହୋଇଥିଲା । ୨୦୧୬ ମସିହା ଶେଷ ସୁଦ୍ଧା ଏହାର କୌଣସି ସମାଧାନ ହୋଇପାରିନଥିଲା ।[୧୧]

ଗେଲେରୀ[ସମ୍ପାଦନା]

ଆଧାର[ସମ୍ପାଦନା]

  1. http://sarbasadharana.com/p=24149
  2. http://odishasuntimes.com/2014/07/26/odishas-refusal-change-hirakud-rule-curve-dangerous-experts/
  3. it has submerged more than 360 villages covering more than 1,23,000 acres of land and displaced 26, 561 families (more than one lakh people). , http://www.indiawaterportal.org/articles/doomed-displacement
  4. “In the process of rehabilitation, the government resettled 2,243 families in 18 different rehabilitation camps, which is only 8.46% of the total displaced people.” In 2014, out of 26,561 displaced families approximately 10,000 families have still not received compensation.
  5. http://www.indiawaterportal.org/articles/doomed-displacement
  6. http://www.downtoearth.org.in/news/why-hirakud-dam-failed-to-check-flood-33982
  7. http://www.academia.edu/25595908/1991._State_Policies_and_Peoples_Response_Lessons_from_the_Hirakud_Dam_in_Orissa_Economic_and_Political_Weekly_Bombay_Vol.XXVI_No.41_pp.2373-79&ei=pXnOSMri&lc=en-IN&s=1&m=29&host=www.google.co.in&ts=1481131301&sig=AF9Nedn5OCwz2ruQan1s4iziqG9o_CL4Ug
  8. http://odishasuntimes.com/2014/07/26/odishas-refusal-change-hirakud-rule-curve-dangerous-experts/
  9. http://www.odisha.com/2011/september/10/fullstory/flood.html
  10. http://sadharanapurusha-karunakar.blogspot.in/2012/05/hirakud-dam-project.html?m=1
  11. http://onakhabar.com/%E0%AC%AE%E0%AC%B9%E0%AC%BE%E0%AC%A8%E0%AC%A6%E0%AD%80-%E0%AC%AA%E0%AC%BE%E0%AC%A3%E0%AC%BF-%E0%AC%B2%E0%AC%A2%E0%AC%BC%E0%AD%87%E0%AC%87-%E0%AC%95%E0%AD%8B%E0%AC%B0%E0%AD%8D%E0%AC%9F-%E0%AC%AF/