ନୀଳଗିରି

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/softredirect' not found. with short description]]

ନୀଳଗିରି
ସହର
Country India
Stateଓଡ଼ିଶା
Districtବାଲେଶ୍ୱର
Elevation
23 m (75 ft)
Population
 (2001)
 • Total୧୪,୭୪୫
Languages
Time zoneUTC+5:30 (IST)

ନୀଳଗିରି ଓଡ଼ିଶାର ବାଲେଶ୍ୱର ଜିଲାର ଏକ ସଦର ମହକୁମା ଓ ସହର ।

ଇତିହାସ[ସମ୍ପାଦନା]

ଓଡ଼ିଶାର ସ୍ୱାଧୀନତା ଆନ୍ଦୋଳନରେ ବନମାଳି ଦାସ, ବୈଷ୍ଣବ ପଟ୍ଟନାୟକନନ୍ଦ କିଶୋର ପଟ୍ଟନାୟକ ପ୍ରଜାମଣ୍ଡଳ ଗଢ଼ି ସ୍ଥାନୀୟ ଯୁବରାଜଙ୍କ ବିରୋଧରେ ଲଢ଼ାଇ କରିଥିଲେ ଓ ନୂଆ କରି ଗଢ଼ାଯାଇଥିବା ଭାରତୀୟ ସରକାରଙ୍କ ଅଧିନରେ ଆତ୍ମସମର୍ପଣ କରିବାକୁ ବାଧ୍ୟ କରିଥିଲେ । ଏହା ୫୭୬ଟି ରାଜା ରାଜୁଡ଼ା ଅଧିନରେ ଥିବା ରାଜ୍ୟକୁ ଭାରତୀୟ ସରକାରଙ୍କ ସହ ମିଶାଇବାର ମୂଳଦୁଆ ପକାଇଥିଲା । ନୀଲଗିରିର ଲୋକେ ଏହାକୁ 'ଜିତିବାର ଆରମ୍ଭ ଭାବରେ ପାଳନ କରନ୍ତି ।

"ସନ୍ତରାଗଡ଼ିଆ" ନୀଳଗିରି ଅଧିନରେ ଥିବା ଏକ ଛୋଟ ସହର ଯାହା ନୀଳଗିରିଠାରୁ ୧୧ କିମି ଦୂରରେ ଅଛି । ଏଠାରେ ଭଗବାନ ପଧାନ, ବୈଦ୍ୟନାଥ ପାଣିଗ୍ରାହୀଙ୍କ ପରି ସ୍ୱାଧିନତା ସଂଗ୍ରାମୀମାନେ ଜନ୍ମିଥିଲେ ।

ପଞ୍ଚଲିଙ୍ଗେଶ୍ୱର ନୀଳଗିରିଠାରୁ ୮ କିମି ଦୂରରେ ଅଛି । ଏଠାରେ ଏକ ଜଣାଶୁଣା "ଶିବ ମନ୍ଦିର" ଅଛି ଓ ପାଖାପାଖି ପାହାଡ଼, ଜଙ୍ଗଲ, ଝରଣା ଓ ଗଛ ଘେରା ଜାଗାରେ ସୁନ୍ଦର ବଣଭୋଜି ଜାଗାଟିଏ ଅଛି ।

ଅବସ୍ଥିତି[ସମ୍ପାଦନା]

ନୀଳଗିରିରେ ରହିଛି ।[୧] ଏହା ସମୁଦ୍ର ପତନଠାରୁ ୨୩ ମିଟର (୭୫ ଫୁଟ) ଉଚ୍ଚରେ ରହିଛି ।

ଜନଗଣନା[ସମ୍ପାଦନା]

୨୦୦୧ ଭାରତୀୟ ଜନଗଣନା ଅନୁସାରେ,[୨] ନୀଳଗିରିର ଲୋକସଂଖ୍ୟା ପାଖାପାଖି ୧୪,୭୪୫ । ପୁରୁଷ: ୫୧ %, ମହିଳା: ୪୯ % । ସାକ୍ଷରତା ହାର ୬୦%, ଯାହାକି ଭାରତର ସାକ୍ଷରତା ହାର ୫୯.୫%ରୁ ବେଶି: ପୁରୁଷ ସାକ୍ଷରତା ୬୬%, ମହିଳା ସାକ୍ଷରତା ୫୪%. ନୀଳଗିରିରେ, ଲୋକସଙ୍ଖ୍ୟାର ୧୩% ୬ ବର୍ଷ ବୟସର ।

ନୀଳଗିରି ଜଗନ୍ନାଥ ମନ୍ଦିର

ନୀଳଗିରି ସହର ଭିତରେ ଗୋଟିଏ ସୁନ୍ଦର ଜଗନ୍ନାଥ ମନ୍ଦିର ଅଛି । ଏହା ଓଡ଼ିଶାର ପ୍ରମୁଖ ମନ୍ଦିରମାନଙ୍କ ଭିତରୁ ଗୋଟିଏ । ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ଏଠାରେ ପୂଜା ପାଉ ଅଛନ୍ତି । [୩] ସବୁବର୍ଷ ଏଠାରେ ରଥଯାତ୍ରା ପାଳନ କରାଯାଏ ।

ନୀଳଗିରି ବାଲେଶ୍ୱର ଲୋକ ସଭା ମଣ୍ଡଳି ଭିତରେ ରହିଛି[୪]

ଆଧାର[ସମ୍ପାଦନା]

  1. Falling Rain Genomics, Inc - Nilagiri
  2. "Census of India 2001: Data from the 2001 Census, including cities, villages and towns (Provisional)". Census Commission of India. Archived from the original on 2004-06-16. Retrieved 2008-11-01.
  3. http://baleswar.nic.in/history_culture.htm
  4. "Assembly Constituencies - Corresponding Districts and Parliamentary Constituencies of Orissa" (PDF). Election Commission of India. Retrieved 2008-09-15.

ଛାଞ୍ଚ:ବାଲେଶ୍ୱର