Jump to content

ଅଜିତ ଦାସ

ଉଇକିପିଡ଼ିଆ‌ରୁ
ଅଜିତ ନାରାୟଣ ଦାସ
ଜନ୍ମ(1949-01-20)୨୦ ଜାନୁଆରୀ ୧୯୪୯
ମୃତ୍ୟୁ୧୩ ସେପ୍ଟେମ୍ବର ୨୦୨୦(2020-09-13) (ବୟସ ୭୧)
ଭୁନେଶ୍ୱର
ଜାତୀୟତା ଭାରତୀୟ
ଶିକ୍ଷାସ୍ନାତକ (କଳା) (୧୯୭୧)
ଶିକ୍ଷାନୁଷ୍ଠାନରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟ (୧୯୭୫)
ବୃତ୍ତିକଥାଚିତ୍ର ଅଭିନେତା
ସକ୍ରିୟ ବର୍ଷ୧୯୭୬-୨୦୨୦
ପ୍ରସିଦ୍ଧିଓଡ଼ିଆ କଥାଚିତ୍ର ଅଭିନେତା
ବୈବାହିକ-ସାଥୀମାୟା ଦାସ[]
ସନ୍ତାନମନିଶିତା ଦାସ[]
ପିତାମାତାଶୈଳେଶ ଦାସ, ସତଦଳ ଦାସ
ସମ୍ପର୍କୀୟସୁଧୀର ଚନ୍ଦ୍ର ଦାସ
ପୁରସ୍କାରରାଜ୍ୟ ଚଳଚ୍ଚିତ୍ର ପୁରସ୍କାର

ଅଜିତ ଦାସ (୨୦ ଜାନୁଆରୀ ୧୯୪୯ - ୧୩ ସେପ୍ଟେମ୍ବର ୨୦୨୦) ଜଣେ ଓଡ଼ିଆ ନାଟ୍ୟକାର, ମଞ୍ଚ ଅଭିନେତା, ନିର୍ଦ୍ଦେଶକ ଏବଂ ନାଟ୍ୟଗୁରୁ ଥିଲେ ।[] ସେ ମଞ୍ଚ ଅଭିନୟ ଶିକ୍ଷାନୁଷ୍ଠାନ ଅଭିନୟ ଜାଗୃତି ଇନଷ୍ଟିଚ୍ୟୁଟ ଅଫ ଥିଏଟରର ପ୍ରତିଷ୍ଠାତା ।[] ନ୍ୟାସ୍‌ନାଲ୍ ସ୍କୁଲ୍ ଅଫ୍ ଡ୍ରାମାରୁ ଅଭିନୟରେ ଡିପ୍ଲୋମା ଶେଷ କରିବା ପରେ ୧୯୭୬ ମସିହାରେ ସେ ଓଡ଼ିଆ କଥାଚିତ୍ର ସିନ୍ଦୁର ବିନ୍ଦୁ ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ ।[]

ଜୀବନୀ

[ସମ୍ପାଦନା]

ସେ ୧୯୪୯ ମସିହାର ଜାନୁଆରୀ ମାସ ୨୦ ତାରିଖରେ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆଠାରେ ଜନ୍ମଗ୍ରହଣ କରିଥିଲେ । ଅଜିତ ଛୋଟବେଳରୁ ନାଟକ ସହିତ ଜଡ଼ିତ । ତାଙ୍କ ବଡ଼ବାପା ସୁଧୀର ଚନ୍ଦ୍ର ଦାସ ଜଣେ ନାଟକ ଅଭିନେତା ଥିଲେ ଓ ମୟୂରଭଞ୍ଜରେ ତାଙ୍କର ଏକ ନାଟକ ଦଳ ଥିଲା । ସେଠାରେ ନାଟକ ଦେଖୁ ଦେଖୁ ସେ ନାଟକ ଅଭିନୟ ପ୍ରତି ଆକର୍ଷିତ ହୋଇଥିଲେ ।[]

ବୃତ୍ତିଗତ ଜୀବନ

[ସମ୍ପାଦନା]

ଅଜିତ ଦାସ ୧୯୭୬ ମସିହାରେ ନିର୍ମିତ ସିନ୍ଦୂର ବିନ୍ଦୁ କଥାଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ । ଏହି ଚଳଚ୍ଚିତ୍ରରେ ସେ ଖଳନାୟକ ଭୂମିକାରେ ଅଭିନୟ କରିଥିଲେ, ଯାହା ନିର୍ଦ୍ଦେଶନା ଦେଇଥିଲେ ଧୀର ବିଶ୍ୱାଳ । ଏହାପରେ ସେ ନାୟକ ଓ ଚରିତ୍ର ଅଭିନେତା ଭାବରେ ଅନେକ ଓଡ଼ିଆ କଥାଚିତ୍ରରେ ଅଭିନୟ କରିସାରିଥିଲେ । କଥାଚିତ୍ର ବ୍ୟତୀତ, ଅଜିତ ଦୂରଦର୍ଶନ ଓ ମଞ୍ଚ ନାଟକ ଆଦିରେ ଅଭିନୟ କରିଥିଲେ ।[][]

ସେ ଉତ୍କଳ ସଙ୍ଗୀତ ନାଟକ ମହାବିଦ୍ୟାଳୟର ବିଭାଗୀୟ ମୁଖ୍ୟ ଭାବରେ କାର୍ଯ୍ୟ କରୁଥିଲେ ।[] ସେ, ଅଜିତ (ଅଭିନୟ ଜାଗୃତି ଇନଷ୍ଟିଉଟ ଅଫ ଥିଏଟର)[] ନାମକ ନାଟ୍ୟସଂସ୍ଥା ଗଠନକରି ନାଟକ ପରିବେଷଣ ଓ ନାଟ୍ୟଶିକ୍ଷା ପ୍ରଦାନ କରୁଥିଲେ ।[]

ଅଭିନୀତ ଓଡ଼ିଆ କଥାଚିତ୍ର

[ସମ୍ପାଦନା]
କଥାଚିତ୍ରମୁକ୍ତିଲାଭ ବର୍ଷନିର୍ଦ୍ଦେଶକ
କେବେ ତମେ ନାହଁ କେବେ ମୁଁ ନାହିଁ୨୦୧୨ଚକ୍ରଧର ସାହୁ
କୁଳ ଚନ୍ଦ୍ରମା୧୯୭୮
ପୁନର୍ମିଳନ୧୯୭୭
ଆହୁତି୧୯୭୭
ସନ୍ଧ୍ୟା ତାରା୧୯୭୭
ସିନ୍ଦୂର ବିନ୍ଦୁ୧୯୭୬

ପୁରସ୍କାର

ମୃତ୍ୟୁ

[ସମ୍ପାଦନା]

ଅଜିତ ୨୦୨୦ ମସିହାର ସେପ୍ଟେମ୍ବର ମାସ ୧୩ ତାରିଖରେ ମୃତ୍ୟୁବରଣ କରିଥିଲେ ।[] ସେ କରୋନା ସହ କିଛି ଅନ୍ୟାନ୍ୟ ରୋଗରେ ପୀଡ଼ିତ ଥିଲେ ।[୧୦] ମୃତ୍ୟୁବେଳକୁ ତାଙ୍କୁ ୭୧ ବର୍ଷ ବୟସ ହୋଇଥିଲା ।

  1. 1 2 "Veteran Odia actor Ajit Das no more - OrissaPOST". Odisha News, Odisha Latest news, Odisha Daily - OrissaPOST. 13 September 2020. Archived from the original on 13 September 2020. Retrieved 13 September 2020.
  2. http://www.telegraphindia.com/1120907/jsp/odisha/story_15942349.jsp#.U3w7PXbRNeE
  3. Orissa reference: glimpses of Orissa. TechnoCAD Systems. 2001.
  4. 1 2 "About Sir Ajit Narayan Das". Abhinayajagruti.org. Archived from the original on 17 May 2014. Retrieved 23 May 2014.
  5. 1 2 3 "ଖ୍ୟାତନାମା ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ଅଜିତ ଦାସଙ୍କ ଦେହାନ୍ତ". ସମ୍ବାଦ (in ଓଡ଼ିଆ). ଭୁବନେଶ୍ୱର: sambad.in. 13 September 2020. Archived from the original on 14 September 2020. Retrieved 14 September 2020.{{cite news}}: CS1 maint: unrecognized language (link)
  6. ଧରିତ୍ରୀ ୨୧/୦୫/୨୦୧୪ ପୃଷ୍ଠା ୧୧ରେ ପ୍ରକାଶିତ ଧରିତ୍ରୀ ଆଳାପ
  7. http://www.thehindu.com/todays-paper/tp-national/tp-otherstates/tele-serial-bags-award/article769030.ece
  8. http://www.newindianexpress.com/states/odisha/article487692.ece?service=print%5B%5D
  9. http://www.hindu.com/2009/01/21/stories/2009012150270200.htm
  10. "ଆରପାରିରେ ଅଭିନେତା ଅଜିତ ଦାସ". Prameyanews7. 13 September 2020. Archived from the original on 13 September 2020. Retrieved 13 September 2020.

ବାହାର ଆଧାର

[ସମ୍ପାଦନା]