ସୁବୋଧ ପଟ୍ଟନାୟକ

ଉଇକିପିଡ଼ିଆ‌ରୁ
ସୁବୋଧ ପଟ୍ଟନାୟକ
ଜନ୍ମ
ସୁବୋଧ ପଟ୍ଟନାୟକ

୧ ଫେବୃଆରୀ ୧୯୪୭[୧]
କମଳପୁର, କଟକ
ମୃତ୍ୟୁ୧୬ ସପ୍ଟେମ୍ବର ୨୦୧୭ (୭୦ ବର୍ଷ)[୨][୩]
ଖାନନ‌ଗର, କଟକ[୪]
ମୃତ୍ୟର କାରଣହୃଦଘାତ
ଜାତୀୟତାଭାରତୀୟ
ଜଣାଶୁଣାଓଡ଼ିଆ ନାଟ୍ୟକାର, ଗାଳ୍ପିକ
ପୁରସ୍କାର(ଗୁଡ଼ିକ)ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର

ସୁବୋଧ ପଟ୍ଟନାୟକ (୧ ଫେବୃଆରୀ ୧୯୪୭ - ୧୬ ସପ୍ଟେମ୍ବର ୨୦୧୭) ଜଣେ ଓଡ଼ିଆ ନାଟ୍ୟକାର, ସଂଳାପ ଲେଖକ, ଗାଳ୍ପିକ ଓ ଗୀତିକାର ।[୫] ପେସାରେ ସେ ଜଣେ ଡାକ୍ଟର ।

ସୁବୋଧ, ୧୯୪୭ ମସିହାରେ ଅବିଭକ୍ତ କଟକ ଜିଲ୍ଲାର କମଳପୁରଠାରେ ଜନ୍ମଗ୍ରହଣ କରିଥିଲେ । ବ୍ରହ୍ମପୁରସ୍ଥିତ ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟରୁ ଏମବିବିଏସ ପାସ କରିବାପରେ ରୋଗୀ ସେବା ଆରମ୍ଭ କରିଥିଲେ ।[୬]

ରରନାବଳୀ[ସମ୍ପାଦନା]

"ଏଥୁ ଅନ୍ତେ" ଥିଲା ସୁବୋଧଙ୍କର ପ୍ରକାଶିତ ପ୍ରଥମ ନାଟକ । ଏହି ନାଟକର ହାତ ଲେଖା ପାଣ୍ଡୁଲିପିକୁ କଟକର "ମୟୂର ଇଣ୍ଟରନ୍ୟାଶନାଲ"ଦ୍ୱାରା ୧୯୭୯ ମସିହାର ସଙ୍ଗୀତ ନାଟକ ଏକାଡେମୀର "ଏକାଦଶ ମୁକ୍ତାକାଶ ନାଟକୋତ୍ସବ"ରେ ପ୍ରଥମ କରି ମଞ୍ଚସ୍ଥ କରାଯାଇଥିଲା ।[୭] ଏଥିପାଇଁ ସୁବୋଧ ଶ୍ରେଷ୍ଠ ନାଟ୍ୟକାର ଓ ଇଂ. ସରୋଜ ଦାସ ଶ୍ରେଷ୍ଠ ହାସ୍ୟ ଅଭିନେତା ପୁରସ୍କାର ଲାଭ କରିଥିଲେ । ନାଟକଟି ଏଯାବତ ପାଞ୍ଚ ଶହରୁ ଅଧିକ ଥର ମଞ୍ଚସ୍ଥ ହୋଇସାରିଲାଣି । ଫ୍ରେଣ୍ଡସ ପବ୍ଲିଶର୍ସ ଏହି ପାଣ୍ଡୁଲିପିକୁ ଏକ ପୁସ୍ତକ ଆକାରରେ ୧୯୭୯ମସିହାରେ ଛାପିଥିଲେ । ଏହା ଥିଲା ସୁବୋଧଙ୍କର ପ୍ରଥମ ଛପା ବହି । ଏହି ନାଟକର ସଫଳତା ସୁବୋଧଙ୍କ ପାଇଁ ଆଣିଦେଇଥିଲା ଦଣ୍ଡାବାଳୁଙ୍ଗା ଚଳଚ୍ଚିତ୍ରର ସଂଳାପ ଲେଖିବା ପାଇଁ ନିମନ୍ତ୍ରଣ । ଦଣ୍ଡାବାଲୁଙ୍ଗା ପରେ, ସୁବୋଧ ବହୁ ନାଟକ ଓ ଚଳଚ୍ଚିତ୍ର ପାଇଁ ଲେଖିଛନ୍ତି ।

ନାଟକ[ସମ୍ପାଦନା]

ଓଡ଼ିଆ ଚଳଚ୍ଚିତ୍ରକୁ ଅବଦାନ[ସମ୍ପାଦନା]

ସୁବୋଧ ପ୍ରାୟ ୫୫ଟି ଓଡ଼ିଆ ଚଳିଚ୍ଚିତ୍ରର ସଂଳାପ ରଚନା କରିଥିଲେ ।

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

ମୃତ୍ୟୁ[ସମ୍ପାଦନା]

୧୬ ସେପ୍ଟେମ୍ବର ୨୦୧୭ରେ ତାଙ୍କ ବାସଭନରେ ତାଙ୍କର ହୃଦଘାତ ଜନିତ ମୃତ୍ୟୁ ହୋଇଥିଲା ।[୧୨] ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା ।[୩][୧୩]

ଆଧାର[ସମ୍ପାଦନା]

  1. "ଆଉ ଶୁଭିବନି ସୁବୋଧଙ୍କ ସଂଳାପ". ସମାଜ. 17 September 2017. Retrieved 17 September 2017.
  2. "ପରଲୋକରେ ସୁବୋଧ ପଟ୍ଟନାୟକ". ସମାଜ. 17 September 2017. Retrieved 17 September 2017.
  3. ୩.୦ ୩.୧ "ବିଶିଷ୍ଟ ନାଟ୍ୟକାର ତଥା ସଂଳାପ ଲେଖକ ଡାକ୍ତର ସୁବୋଧ ପଟ୍ଟନାୟକ ଆଉ ନାହାନ୍ତି !". sambad.in. 16 September 2017. Retrieved 16 September 2017.
  4. "ପରଲୋକରେ ବିଶିଷ୍ଟ ସଂଳାପ ଲେଖକ ଡ. ସୁବୋଧ ପଟ୍ଟନାୟକ". ସମାଜ. 16 September 2017. Retrieved 16 September 2017.
  5. http://www.nbtindia.gov.in/writereaddata/attachment/friday-april-12-201312-33-48-pmnewsletter-april-2013-for-web.pdf
  6. "ପରଲୋକରେ ସୁବୋଧ ପଟ୍ଟନାୟକ". dharitri.com. ୧୭ ସେପ୍ଟେମ୍ବର ୨୦୧୭. Retrieved 24 February 2021. {{cite web}}: Check date values in: |date= (help)
  7. http://www.caluniv.ac.in/global-mdia-journal/COMMENTARY-DEC%202013/Commentary_2_Alok_Baral.pdf
  8. "ପ୍ରଥମ ବହି". ଧରିତ୍ରୀ ସାହିତ୍ୟାୟନ ଅକ୍ଟୋବର ୧୭-୩୦ ୨୦୧୫ ପୃଷ୍ଠା ୨. Retrieved 17 October 2015.
  9. "ଜଣେ ଲେଖକଙ୍କ ମୃତ୍ୟୁ ସମ୍ପର୍କରେ ସଂସ୍କୃତି ମନ୍ତ୍ରୀଙ୍କୁ ଚିଠି". ସମ୍ବାଦ ୨୧/୦୯/୨୦୧୭ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧୨. Retrieved 21 September 2017.
  10. "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". odishasahityaakademi.org. Archived from the original on ୧୩ ଅକ୍ଟୋବର ୨୦୨୦. Retrieved 24 February 2021. {{cite web}}: Check date values in: |archivedate= (help)
  11. http://odishasuntimes.com/2014/03/05/five-day-panchamaveda-theatre-festival-form-mar-9/
  12. "Eminent Odia cinema scriptwriter Dr Subodh Patnaik no more". timesofindia.indiatimes.com. Retrieved 24 February 2021.
  13. "ସଂଳାପ ଲେଖକ ଓ ନାଟ୍ୟକାର ଡା. ସୁବୋଧ ପଟ୍ଟନାୟକଙ୍କ ପରଲୋକ". ଖବର ଓଡ଼ିଶା. 16 September 2017. Retrieved 16 September 2017.

ଅଧିକ ତଥ୍ୟ[ସମ୍ପାଦନା]