ଯାଯାବର (୧୯୭୫ର କଥାଚିତ୍ର)

ଉଇକିପିଡ଼ିଆ‌ରୁ
(ଯାଯାବର (୧୯୭୫ର ସିନେମା)ରୁ ଲେଉଟି ଆସିଛି)
ଯାଯାବର
ରଙ୍ଗୀନ ଯାଯାବର ଚଳଚ୍ଚିତ୍ରର ପୋଷ୍ଟର
ନିର୍ଦ୍ଦେଶକତ୍ରିମୁର୍ତ୍ତୀ
ପ୍ରଯୋଜକବିଜୟ ପଟ୍ଟନାୟକ
କାହାଣୀବିଜୟ ମିଶ୍ର
କଳାକାରଶ୍ରୀରାମ ପଣ୍ଡା
ବନଜା ମହାନ୍ତି
ହେମନ୍ତ ଦାସ
ତ୍ରିପୁରା ମିଶ୍ର
ସଙ୍ଗୀତଅକ୍ଷୟ ମହାନ୍ତି
ଚିତ୍ରଗ୍ରହଣଶ୍ରୀନିବାସ ମହାପାତ୍ର
ବିତରକବସନ୍ତ ନାୟକ
ମୁକ୍ତିଲାଭ ତାରିଖ
୧୯୭୫
ଦେଶ ଭାରତ
ଭାଷାଓଡ଼ିଆ

ଯାଯାବର, ୧୯୭୫ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ବିଜୟ ପଟ୍ଟନାୟକ । ବିଜୟ ମିଶ୍ର ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ଓ ତ୍ରିମୁର୍ତ୍ତୀ ଏହାର ନିର୍ଦ୍ଦେଶନା ଦେଇଥିଲେ । ଅଭିନେତ୍ରୀ ଅନୀତା ଦାସ ଏହି କଥାଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[୧]

ଅଭିନୟ[ସମ୍ପାଦନା]

ନିର୍ଦ୍ଦେଶକ[ସମ୍ପାଦନା]

'ଯାଯାବର'ର ନିର୍ଦ୍ଦେଶନା ଦେବାପାଇଁ ଏକାଠି ହୋଇଥିଲେ, ଅକ୍ଷୟ ମହାନ୍ତି, ହେମନ୍ତ ଦାସବିଜୟ ମିଶ୍ର[୬] ସେମାନେ ନିଜ ନାମ ଲୁଚାଇ ଏହି ଛଦ୍ମନାମ, ତ୍ରିମୁର୍ତ୍ତୀ ବ୍ୟବହାର କରିଥିଲେ ।[୭][୮] ନିର୍ଦ୍ଦେଶନା ବ୍ୟତିତ, ଅକ୍ଷୟ ମହାନ୍ତି ଏହି ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା କରିଥିବା ସମୟରେ, ବିଜୟ ମିଶ୍ର କାହାଣୀ ଓ ଚିତ୍ରନାଟ ରଚନା କରିଥିଲେ ଏବଂ ହେମନ୍ତ ଦାସ ଏକ ପ୍ରମୁଖ ଚରିତ୍ରରେ ଅଭିନୟ କରିଥିଲେ ।[୯]

ଗୀତ ଓ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅକ୍ଷୟ ମହାନ୍ତି ।

ଗୀତ[ସମ୍ପାଦନା]

  • ଯାଯାବର ମନ ମୋର ନୀତି ଗଢ଼େ
  • ହାଇ ସେ ହରିଣୀ ଆଖି

ରଙ୍ଗୀନ ଯାଯାବର ମୁକ୍ତିଲାଭ[ସମ୍ପାଦନା]

କଳା ଓ ଧଳା ଓଡ଼ିଆ ସିନେମା ଯାଯାବରକୁ ରଙ୍ଗରେ ପରିଣତ କରାଯାଇଥିଲା। ଡିଜିଟାଲ କଳାକାର, ତିଳକ ରାୟ[୧୦] ଏବଂ ୧୮ ଜଣ ରୋଟୋ କଳାକାରଙ୍କୁ ନେଇ ବାପୁ ଲେଙ୍କା[୧୧][୧୨] ଏହି ଚଳଚ୍ଚିତ୍ରକୁ ପୁନରୁଦ୍ଧାର ଏବଂ ସଂରକ୍ଷଣ କରିବା ପାଇଁ ଏକ ଅସାଧାରଣ ପ୍ରୟାସ କରିଥିଲେ, ଯାହା ଦେଶର ପ୍ରଥମ କଳା ଓ ଧଳା ଆଞ୍ଚଳିକ ଚଳଚ୍ଚିତ୍ର ଭାବେ ରଙ୍ଗୀନ ହୋଇଛି । ୨୧ ଟେକ୍ନୋକ୍ରାଟ୍ ଏବଂ ୭୩୬ ଦିନର ପ୍ରୟାସ ବିନା ଫିଲ୍ମକୁ ପୁନଃକାର୍ଯ୍ୟ କରିବା ସମ୍ଭବ ହୋଇନଥାନ୍ତା । ଡିଜିଟାଲ ପେଣ୍ଟିଂର ନିର୍ଦ୍ଦେଶକ ତିଲକ ରାୟ ତାଙ୍କ ସହ ଜଡିତ ରୋଟୋ କଳାକାରଙ୍କ ସହ ମିଶି ଏହି କଳା ଓ ଧଳା ଫିଲ୍ମର ୨,୧୯,୦୦୦ ଫ୍ରେମକୁ ରଙ୍ଗୀନ କରିଥିଲେ ।[୧୦]

ଆଧାର[ସମ୍ପାଦନା]

  1. "ଓଡ଼ିଆ ଚଳଚ୍ଚିତ୍ରର ଲୋକପ୍ରିୟ ଅଭିନେତ୍ରୀ ଅନୀତା ଦାସଙ୍କ ପରଲୋକ". sambad.in. 11 May 2018. Retrieved 6 June 2018.
  2. "ସିନେମା ପୋଷ୍ଟରରୁ". samajaepaper.in. Archived from the original on ୧୩ ଫେବୃଆରୀ ୨୦୨୧. Retrieved 13 February 2021. {{cite web}}: Check date values in: |archivedate= (help)
  3. III, Harris M. Lentz (2011). Obituaries in the Performing Arts, 2010 (in ଇଂରାଜୀ). McFarland. ISBN 9780786441754. Retrieved 21 September 2018.
  4. "ଏହି ଅଧୁରା ସ୍ୱପ୍ନ ଛାଡି ଚାଲିଗଲେ ଅନୀତା ଦାସ". sambad.in. 12 May 2018. Retrieved 6 June 2018.
  5. "ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଅନାଥ କରି ଚାଲିଗଲେ ଓଲିଉଡର ମା' | Kanak News". Kanak News. kanaknews.com. 11 May 2018. Archived from the original on 16 October 2018. Retrieved 9 September 2020.
  6. Indian Panorama. Directorate of Film Festivals, Ministry of Information and Broadcasting, Government of India. 2010.
  7. Ashish Rajadhyaksha; Paul Willemen (10 July 2014). Encyclopedia of Indian Cinema. Routledge. pp. 264–. ISBN 978-1-135-94318-9.
  8. http://chalachitra.in/film/jajabar/
  9. K. Moti Gokulsing; Wimal Dissanayake (17 April 2013). Routledge Handbook of Indian Cinemas. Routledge. pp. 112–. ISBN 978-1-136-77291-7.
  10. ୧୦.୦ ୧୦.୧ "Infusing colour into Jajabara". The New Indian Express. Retrieved 2023-05-05.
  11. "A journey of cinema history". www.telegraphindia.com (in ଇଂରାଜୀ). Retrieved 2023-05-05.
  12. "FitFat Bioscope Award for Uttam Mohanty". The New Indian Express. Retrieved 2023-05-05.

ଅଧିକ ତଥ୍ୟ[ସମ୍ପାଦନା]