Jump to content

ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟ

ଉଇକିପିଡ଼ିଆ‌ରୁ
(ଫକୀର ମୋହନ କଲେଜରୁ ଲେଉଟି ଆସିଛି)
ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟ
ଏଫ୍.ଏମ୍. କଲେଜ
ସ୍ଥାପିତ୧୯୪୪
ଅଧ୍ୟକ୍ଷଡ଼ ସଙ୍ଗୀତା ସାହୁ (ରସାୟନ ବିଜ୍ଞାନ)
ଅବସ୍ଥାନବାଲେଶ୍ୱର, ଓଡ଼ିଶା, ଭାରତ
ଅନୁବନ୍ଧନଫକୀର ମୋହନ ବିଶ୍ୱବିଦ୍ୟାଳୟ
ୱେବସାଇଟhttp://fmcollege.nic.in


ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟ ବା ଫକୀର ମୋହନ କଲେଜ ଓଡ଼ିଶାର ବାଲେଶ୍ୱର ଜିଲ୍ଲାରେ ଥିବା ଏକ ମହାବିଦ୍ୟାଳୟ ଅଟେ । ଏହା ବାଲେଶ୍ୱର କଲେଜ, ଏଫଏମ କଲେଜ ନାମରେ ମଧ୍ୟ ଜଣାଶୁଣା । ଜୁଲାଇ ମାସ ୬ ତାରିଖ ୧୯୪୪ ମସିହାରେ ଏହି ମହାବିଦ୍ୟାଳୟଟି ୯୬ଜଣ ଛାତ୍ରୀଛାତ୍ରଙ୍କୁ ନେଇ ସ୍ଥାପିତ ହୋଇଥିଲା, ସେତେବେଳ ଏହାକୁ ବାଲେଶ୍ୱର କଲେଜ କୁହାଯାଉଥିଲା । ୧୯୪୬ ମସିହାରୁ କଳାରେ ସ୍ନାତକ ପଢ଼ାହେବା ଆରମ୍ଭ ହୋଇଥିଲା । ୧୯୪୯ ମସିହାରେ ଏହାର ନାଁ ପରିବର୍ତ୍ତନ ହୋଇ ଫକୀର ମୋହନ କଲେଜ ହୋଇଥିଲା । ୧୯୬୧ ମସିହାରେ ବିଜ୍ଞାନରେ ସ୍ନାତକ ପଢ଼ାହେବା ଆରମ୍ଭ ହୋଇଥିଲା । ୨୦୧୯ ମସିହାରେ ଏଠାରେ ୩୫୦୦ରୁ ଅଧିକ ଛାତ୍ରୀଛାତ୍ର ଶିକ୍ଷାଲାଭ କରୁଛନ୍ତି । ଫକୀର ମୋହନ ବିଶ୍ୱବିଦ୍ୟଳୟ ସହ ଏହା ଜଡ଼ିତ ।[]

  1. "Fakir Mohan Autonmous College". fmcollege.nic.in. Archived from the original on 2019-05-27. Retrieved 2019-05-27.