ସୁଭଦ୍ରା ପ୍ରଧାନ

ଉଇକିପିଡ଼ିଆ‌ରୁ

ସୁଭଦ୍ରା ପ୍ରଧାନ ଜଣେ ଭାରତୀୟ ହକି ଖେଳାଳୀ | [୧]

ପ୍ରାରମ୍ଭିକ ଜୀବନୀ[ସମ୍ପାଦନା]

ସୁଭଦ୍ରା ପ୍ରଧାନଙ୍କ ଜନ୍ମ ୧୯୮୬ ମସିହା ଜୁନ୍ ୫ ତାରିଖରେ ଓଡ଼ିଶାର ଏକ ଛୋଟ ସହର ସୌନାମରାରେ ଏକ ଆଦିବାସୀ ପରିବାରରେ ହୋଇଥିଲା | [୨]ସେ ବିର୍ସା ମୁଣ୍ଡା ସ୍କୁଲରେ ନିଜର ସ୍କୁଲ୍ କ୍ୟାରିୟର୍ ଆରମ୍ଭ କରିଥିଲେ | [୩]ପରେ ସେ ପଟିଆଲାର ଖାଲସା କଲେଜରେ ପଢ଼ିଥିଲେ | [୪]ଏହାପରେ ସେ ରାଉଲକେଲାର ପାନପୋଶ୍ ହକି ହଷ୍ଟେଲରେ ରହି ହକି ଶିକ୍ଷା ଆରମ୍ଭ କରିଥିଲେ | ପରେ ୧୯୯୭ ମସିହାରେ ହକି ଖେଳରେ ସେ ନିଜର କ୍ୟାରିୟର୍ ଆରମ୍ଭ କରିଥିଲେ |[୫]

କ୍ୟାରିୟର୍[ସମ୍ପାଦନା]

୨୦୦୦ ମସିହାରେ ସୁଭଦ୍ରା ପ୍ରଧାନ ଭାରତର ଜୁନିଅର୍ ହକି ଟିମରେ ସାମିଲ୍ ହୋଇଥିଲେ | ୨୦୦୧ ଅକ୍ଟୋବର ଓ ନଭେମ୍ବରରେ ଅନୁଷ୍ଠିତ ହୋଇଥିବା ଏସିଆ କପ୍ର ଜୁନିୟର୍ ଟିମ୍ରେ ତୃତୀୟ ସ୍ଥାନ ହାସଲ୍ କରିଥିଲେ | ପୂର୍ବରୁ ୨୦୦୩ରେ ସେ ସିନିଅର୍ ଟିମ୍ରେ ମଧ୍ୟ ସାମିଲ୍ ହୋଇଥିଲେ | [୬]୨୦୦୪ ଏସିଆ କପ୍ରେ ଏହି ସିନିଅର୍ ଟିମ୍ ରୌପ୍ୟ ପଦକ ଜିତିଥିବା ବେଳେ ୨୦୦୬ କମନ୍ ଓ୍ବେଲ୍ଥ୍ ଗେମ୍ସରେ ତାଙ୍କ ଟିମ୍ ବ୍ରୋଞ୍ଜ୍ ପଦକ ହାସଲ କରିଥିଲା | ୨୦୦୭ରେ ସୁଭଦ୍ରା ପ୍ରଧାନ ଓ ଜସଜୀତ୍ କୌର୍ ୟୁରୋପୀୟ କ୍ଲବରେ ଖେଳିଥିବା ପ୍ରଥମ ଭାରତୀୟ ଭାବେ ସ୍ଥାନ ପାଇଥିଲେ | ସେ ସମୟରେ ସେ ଡଚ୍ କ୍ଲବ୍ ଏଚ୍.ସି. ଡେନ୍ ବୋସ୍ଚରେ ହକି ଖେଳୁଥିଲେ | ୨୦୦୯ ଏସିଆ କପ୍ରେ ସେ 'ପ୍ଲେୟାର୍ ଅଫ୍ ଦ ଟୁର୍ଣ୍ଣାମେଣ୍ଟ୍' ଭାବେ ସମ୍ମାନିତ ହୋଇଥିଲେ | [୭] [୮] ଏହି ଏସିଆ କପ୍ରେ ଭାରତ ଦ୍ୱିତୀୟ ସ୍ଥାନ ହାସଲ କରିଥିଲା |[୯][୧୦]

ବ୍ୟକ୍ତିଗତ ଜୀବନୀ[ସମ୍ପାଦନା]

୨୦୦୯ ଏପ୍ରିଲ୍ ମାସରେ ସୁଭଦ୍ରା ପ୍ରଧାନ ପ୍ରଦୀପ ନାଏକଙ୍କୁ ବିବାହ କରିଥିଲେ | ସେ ସମୟରେ ପ୍ରଦୀପ ଦକ୍ଷିଣ ପୂର୍ବ ରେଳରେ କାର୍ଯ୍ୟରତ ଥିଲେ | ବର୍ତ୍ତମାନ ସେ ରାଞ୍ଚୀ ରେଳ ବିଭାଗରେ କାର୍ଯ୍ୟ କରୁଛନ୍ତି | [୧୧] [୧୨]

ପୁରସ୍କାର[ସମ୍ପାଦନା]

୨୦୦୬ ମସିହାରେ ଭାରତୀୟ ହକିରେ ଅବଦାନ ପାଇଁ ସୁଭଦ୍ରାଙ୍କୁ ଏକଲବ୍ୟ ପୁରସ୍କାର ଦିଆଯାଇଛି | [୧୩] [୧୪] [୧୫]

ଆଧାର[ସମ୍ପାଦନା]

  1. https://www.revolvy.com/main/index.php?s=Subhadra%20Pradhan
  2. https://www.revolvy.com/main/index.php?s=Subhadra%20Pradhan
  3. https://www.revolvy.com/main/index.php?s=Subhadra%20Pradhan
  4. https://www.revolvy.com/main/index.php?s=Subhadra%20Pradhan
  5. https://www.revolvy.com/main/index.php?s=Subhadra%20Pradhan
  6. https://www.revolvy.com/main/index.php?s=Subhadra%20Pradhan
  7. https://www.revolvy.com/main/index.php?s=Subhadra%20Pradhan
  8. www.bharatiyahockey.org/khiladi/stree/Subhadra_Pradhan.html
  9. www.bharatiyahockey.org/khiladi/stree/Subhadra_Pradhan.html
  10. https://www.revolvy.com/main/index.php?s=Subhadra%20Pradhan
  11. https://www.revolvy.com/main/index.php?s=Subhadra%20Pradhan
  12. "ଆର୍କାଇଭ୍ କପି". Archived from the original on 2013-07-19. Retrieved 2017-04-06. {{cite web}}: Cite has empty unknown parameter: |1= (help)
  13. www.bharatiyahockey.org/khiladi/stree/subhadra_Pradhan.html
  14. https://www.revolvy.com/main/index.php?s=Subhadra%20Pradhan
  15. http://www.oneindia.com/2006/05/15/woman-hockey-player-subhadra-to-receive-ekalabya-award-1147762325.html