ରଚିତା ମିସ୍ତ୍ରୀ

ଉଇକିପିଡ଼ିଆ‌ରୁ
ରଚିତା ମିସ୍ତ୍ରୀ
ବ୍ୟକ୍ତିଗତ ତଥ୍ୟ
ପୂରା ନାମରଚିତା ପଣ୍ଡା ମିସ୍ତ୍ରୀ
ଜାତୀୟତା ଭାରତ
ଜନ୍ମ (1974-03-04) ୪ ମାର୍ଚ୍ଚ ୧୯୭୪ (ବୟସ ୫୦)
ରାଉରକେଲା, ସୁନ୍ଦରଗଡ଼ ଜିଲ୍ଲା, ଓଡ଼ିଶା
ଉଚ୍ଚତା୧.୬୪ m (୫ ft 4 12 in)
ଓଜନ55 kg (121 lb; 8.7 st)
Sport
ଦେଶଭାରତ
କ୍ରୀଡ଼ାଦୌଡ଼
Event(s)100 ମିଟର, 200 ମିଟର
Clubଭାରତୀୟ ରେଳବାଇ
RetiredNo
Achievements and titles
Personal best(s)100 m: 11.38 (ଥିରୁଭାନନ୍ତପୁରମ୍ 2000)
200 m: 23.10
(ଚେନ୍ନାଇ 2000)
Medal record
ଅଖିଳ ଭାରତ ମୁକ୍ତ ଜାତୀୟ ଚାମ୍ପିୟନସିପ[୧]
Gold 1998 ଚାମ୍ପିୟନସିପ୍ 100 ମିଟର
ଅଖିଳ ଭାରତ ଆନ୍ତର୍ରାଜ୍ୟ ଚାମ୍ପିୟନସିପ୍
Gold 1998 ଚାମ୍ପିୟନସିପ୍ 100 ମିଟର
Gold 2000 ଚାମ୍ପିୟନସିପ୍ 100 ମିଟର
Gold 2000 ଚାମ୍ପିୟନସିପ୍ 200 ମିଟର
ଭାରତୀୟ ଜାତୀୟ କ୍ରୀଡ଼ା
Gold 1997 କ୍ରୀଡ଼ା 100 ମିଟର

ରଚିତା ମିସ୍ତ୍ରୀ (ଜନ୍ମ 04 ମାର୍ଚ୍ଚ 1974)[୨] ହେଉଛନ୍ତି ମୁମ୍ବାଇ, ମହାରାଷ୍ଟ୍ରରୁ ଜଣେ ଭାରତୀୟ ପେଶାଦାର ଦୌଡ଼ାଳୀ। ୧୨ ଅଗଷ୍ଟ ୨୦୦୦ରେ ଥିରୁଭାନନ୍ତପୁରମ୍‌ଠାରେ ଅନୁଷ୍ଠିତ ନ୍ୟାସନାଲ ସର୍କିଟ ଆଥଲେଟିକ ମିଟରେ ସେ ୧୦୦ ମିଟର ଦୌଡ଼କୁ ୧୧.୩୮ ସେକେଣ୍ଡରେ ପୂରା କରି ଜାତୀୟ ରେକର୍ଡ କରିଛନ୍ତି। [୩][୪] ଯାହାକୁ ୨୦୧୩ରେ ମର୍ଲିନ କେ ଜୋସେଫଙ୍କ ପୂର୍ବରୁ ୧୩ ବର୍ଷ ପର୍ଯ୍ୟନ୍ତ କେହି ବଳି ଯାଇ ନ ଥିଲେ। [୫] ୫ ଜୁଲାଇ ୨୦୦୧ରେ ବାଙ୍ଗାଲୁରୁଠାରେ ସେ ନିଜର ସର୍ବୋତ୍ତମ କୃତି ୧୦୦ ମିଟରକୁ ୧୧.୨୬ ସେକେଣ୍ଡରେ ଦୌଡ଼ ପୂରା କରି ସେ ପି.ଟି. ଉଷାଙ୍କର ଦୀର୍ଘ ଦିନର ୧୧.୩୯ ସେକେଣ୍ଡର ଜାକର୍ତ୍ତାରେ ଅନୁଷ୍ଠିତ ୧୯୮୫ର ଏସିୟାନ କ୍ରୀଡ଼ା ଚାମ୍ପିୟନସିପ ରେକର୍ଡକୁ ଭଙ୍ଗ କରିଥିଲେ। [୬][୭] ତେବେ କେତେକ ବିବାଦ/ବିତର୍କ ପରେ, [୮][୯] ଭାରତର ଆମାଚ୍ୟୁର ଆଥଲେଟିକ ଫେଡେରେସନ (AAFI) ଏହି ଜାତୀୟ ରେକର୍ଡକୁ ପୁଷ୍ଟି କରି ନ ଥିଲେ। କାରଣ ଥିଲା ଯେ ଏହି କ୍ରୀଡ଼ା ସମୟରେ ତାଙ୍କୁ କିଛି ଶକ୍ତିବର୍ଦ୍ଧକ ଔଷଧି ଦିଆ ଯାଇଥିଲା କି ନା ତା'ର ଡୋପ ପରୀକ୍ଷଣ କରା ଯାଇ ନ ଥିଲା। [୧୦] ତେବେ AAIF ଏହା ସ୍ପଷ୍ଟ କରିଥିଲେ ଯେ କ୍ରୀଡ଼ାବିତ୍‌ଙ୍କର ଏହି ରେକର୍ଡ ତାଙ୍କର ବ୍ୟକ୍ତିଗତ ସର୍ବୋତ୍ତମ ରେକର୍ଡ ହିସାବରେ ପରିଗଣିତ ହେବ।[୧୦]

ରଚିତା ପି.ଟି. ଉଷା ଓ ଇ.ବି. ଶିଲାଙ୍କ ସହିତ ୧୯୯୮ର ଏସିୟାନ ଚାମ୍ପିୟନସିପ ଆଥଲେଟିକ୍‌ରେ ଭାରତର ପ୍ରତିନିଧିତ୍ୱ ୪x୧୦୦ ମିଟର ରିଲେ ଦୌଡ଼ରେ କରିଥିଲେ। ଏଠାରେ ୪୪.୪୩ ସେକେଣ୍ଡରେ ଦଉଡ ରେକର୍ଡ କରିବା ସହିତ ତାଙ୍କ ଟିମ୍ ସ୍ୱର୍ଣ୍ଣ ପଦକ ଜିତିଥିଲା। [୧୧][୧୨] ପରେ ୨୦୦୦ ଗ୍ରୀଷ୍ମ ଅଲିମ୍ପିକ ବା ୨୦୦୦ ସିଡନୀ ଅଲିମ୍ପିକ୍‌ରେ ୪x୧୦୦ ମିଟର ରିଲେ ଦୌଡ଼ରେ ଭି ଜୟଲକ୍ଷ୍ମୀ, ବିନୀତା ତ୍ରିପାଠୀ ଏବଂ ସରସ୍ୱତୀ ସାହାଙ୍କୁ ନେଇ ଗଠିତ ତାଙ୍କ ଟିମ୍ ପ୍ରଥମ ରାଉଣ୍ଡକୁ ୪୫.୨୦ ସେକେଣ୍ଡରେ ପୂରା କରିଥିଲେ। [୧୩][୧୪]

ରଚିତା ମଧ୍ୟ ଜଣେ ପୂର୍ବତନ ୨୦୦ ମିଟର ଦୌଡ ରେକର୍ଡକାରୀ ଅଟନ୍ତି। ସେ ୩୧ ଜୁଲାଇ ୨୦୦୦ରେ ଚେନ୍ନାଇଠାରେ ଅନୁଷ୍ଠିତ ଏକ ଦୌଡକୁ ୨୩.୧୦ ସେକେଣ୍ଡରେ ପୂରା କରିଥିଲେ। [୧୫] ଏହାଦ୍ୱାରା ସେ ପି.ଟି. ଉଷାଙ୍କର ପୂର୍ବ ରେକର୍ଡକୁ ଭାଙ୍ଗିଥିଲେ। ରଚିତାଙ୍କର ୨୦୦ ମିଟରର ରେକର୍ଡ ପରେ ଅଗଷ୍ଟ ୨୦୦୨ରେ ସରସ୍ୱତୀ ସାହାଙ୍କଦ୍ୱାରା ପ୍ରତିସ୍ଥାନିତ ହୋଇଥିଲା। [୧୫] ୧୯୯୮ରେ ଭାରତୀୟ କ୍ରୀଡ଼ାକୁ ତାଙ୍କ ଅବଦାନ ପାଇଁ ସେ ଅର୍ଜ୍ଜୁନ ପୁରସ୍କାରରେ ସମ୍ମାନିତ ହୋଇଥିଲେ। [୧୬]

ସଫଳତା[ସମ୍ପାଦନା]

Year Competition Venue Position Notes
ପ୍ରତିନିଧିତ୍ୱ  ଭାରତ
1998 ଏସୀୟାନ ଚାମ୍ପିୟନସିପ୍ ଫୁକୁଓକା, ଜାପାନ ପ୍ରଥମ 4 x 100 m NR
2000 ଏସୀୟାନ ଚାମ୍ପିୟନସିପ୍ ଜାକର୍ତ୍ତା, ଇଣ୍ଡୋନେସିଆ 3rd 100 m

ଆଧାର[ସମ୍ପାଦନା]

  1. "Indian Championships and Games". gbrathletics.com. Retrieved 2009-09-06.
  2. "Rachita Mistry". iaaf.org. Retrieved 28 January 2016.
  3. "Official Website of Athletics Federation of India: NATIONAL RECORDS as on 21.3.2009". Athletics Federation of INDIA. Retrieved 2009-09-02.
  4. "Neelam heaves discus to a new National mark". The Hindu. 2000-08-13. Archived from the original on 2012-11-05. Retrieved 2009-10-02.
  5. "Merlin K Joseph 'betters' national mark". The Times of India. 9 September 2013. Retrieved 9 September 2013.
  6. "Shakti Singh betters Asian shot put record". International Association of Athletics Federations (IAAF). 2000-07-07. Retrieved 2009-10-02.
  7. "Shakti Singh creates Asian record". The Hindu. 2000-07-06. Archived from the original on 2022-09-20. Retrieved 2009-10-02.
  8. "Not a bitter pill to swallow!". The Hindu. 2000-07-22. Archived from the original on 2012-11-05. Retrieved 2009-09-02.
  9. "Time to set the record straight". The Hindu. 2002-04-04. Archived from the original on 2008-12-20. Retrieved 2009-09-19.
  10. ୧୦.୦ ୧୦.୧ "AAFI rejects four National records". The Hindu. 2002-08-05. Archived from the original on 2006-03-21. Retrieved 2009-09-19.
  11. Vijaykumar, C.N.R (1998-12-15). "After the feast, the famine". www.rediff.com. Retrieved 2009-09-04.
  12. "National records" (PDF). ATHLETICS FEDERATION of INDIA. 2011-12-31. Retrieved 2013-08-17.[permanent dead link]
  13. "Sydney2000 Results: Official Results - 4 X 100 METRES - Women - Round 1". IAAF. Retrieved 2009-10-02.
  14. "Rachita Mistry - Biography and Olympics results". Sports Reference LLC. Retrieved 2009-09-05.
  15. ୧୫.୦ ୧୫.୧ "Saraswati breaks 23-second barrier". The Hindu. 2002-08-29. Archived from the original on 2012-11-06. Retrieved 2009-09-03.
  16. "Arjuna Awardees". Ministry of Youth Affairs and Sports. Archived from the original on 2007-12-25. Retrieved 2009-09-05.

ବାହ୍ୟ ସୂତ୍ର[ସମ୍ପାଦନା]