ମିନତି ମହାପାତ୍ର
ମିନତି ମହାପାତ୍ର | |
---|---|
ଜନ୍ମ | ଚାରିଶ୍ରୀ, ପୁରୀ ସଦର, ପୁରୀ ଜିଲ୍ଲା | ୩୧ ଡିସେମ୍ବର ୧୯୫୫
ଜାତୀୟତା | ଭାରତୀୟ |
ପ୍ରସିଦ୍ଧି | ସାଇକେଲ ଚାଳନା[୧] |
ବୈବାହିକ-ସାଥୀ | ପ୍ରକାଶ ଦାସ |
ପିତାମାତା | ଜଗନ୍ନାଥ ମହାପାତ୍ର, ମନୋରମା ମହାପାତ୍ର[୨] |
ପୁରସ୍କାର | ଅର୍ଜୁନ ପୁରସ୍କାର ୧୯୮୦ |
ମିନତି ମହାପାତ୍ର, (ଜନ୍ମ: ୩୧ ଡିସେମ୍ବର ୧୯୫୫) ସାଇକେଲ ଚାଳନା (ସାଇକେଲିଙ୍ଗ)ରେ ଆଠଥରର ଜାତୀୟ ଚମ୍ପିୟାନ । ଅର୍ଜୁନ ପୁରସ୍କାର ଲାଭ କରିଥିବା ସେ ପ୍ରଥମ ଓଡ଼ିଆ ମହିଳା ଅଟନ୍ତି ।
୩୧ ଡିସେମ୍ବର ୧୯୫୫ମସିହାରେ ମିନତି ଜନ୍ମଗ୍ରହଣ କରିଥିଲେ ।[୩] ମିନତି, ପିଲାବେଳରୁ ଜଣେ ଭଲ କ୍ରୀଡ଼ାବିତ ଥିଲେ । ୧୫ବର୍ଷ ବୟସ ବେଳକୁ, ସେ ଆଥଲେଟିକରେ ନିଜ ପାରଦର୍ଶିତା ପ୍ରଦର୍ଶନ କରିସାରିଥିଲେ । ତାପରେ, ସେ ସାଇକେଲିଙ୍ଗକୁ ବାଛିଲେ ଓ ଏହି ଖେଳରେ ୧୯୭୦ ମସିହା ଜାତୀୟ କ୍ରୀଡାରେ ପ୍ରଥମଥର ପାଇଁ ଏକ ପଦକ ହାସଲ କରିଥିଲେ । ୧୯୭୨ରୁ ୧୯୭୯ ପର୍ଯ୍ୟନ୍ତ ସେ ଲଗାତାର ୮ଥର ଜାତୀୟ କ୍ରୀଡାରେ ଚମ୍ପିୟାନ ହୋଇଥିଲେ ୧୯୭୯ ମସିହାରେ ଶ୍ରୀଲଙ୍କାଠାରେ ଅନୁଷ୍ଠିତ ଇଣ୍ଡୋ-ଶ୍ରୀଲଙ୍କା ସାଇକେଲିଙ୍ଗ ମିଟରେ, ସେ ୫ଟି ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ ।[୪] ସେତେବେଳେ ତାଙ୍କୁ ଉଡନ୍ତା ରାଣୀ (ଫ୍ଲାଇଙ୍ଗ କୁଇନ) ସମ୍ବୋଧନ କରାଯାଉଥିଲା ।[୫]
ମିନତି ବର୍ତ୍ତମାନ ରାଉରକେଲା ଷ୍ଟୀଲ ପ୍ଲାଣ୍ଟରେ ଜଣେ ପଦସ୍ଥ ଅଧିକାରୀ ଭାବରେ କାର୍ଯ୍ୟରତ ।[୬] ତାଙ୍କ ପତି ପ୍ରକାଶ ଦାସ ମଧ୍ୟ ଏହି ଅନୁଷ୍ଠାନରେ କାର୍ଯ୍ୟ କରିଛନ୍ତି । ମିନତି ସାଇକେଲିଙ୍ଗ କ୍ରୀଡ଼ାରୁ ଅବସର ଗ୍ରହଣ କରିସାରିଥିଲେ ମଧ୍ୟ ସାଇକେଲିଙ୍ଗ ପ୍ରଶିକ୍ଷଣ ଓ ସାଇକେଲ ଚାଳନାକୁ ଲୋକପ୍ରିୟ କରିବାରେ ଲିପ୍ତ ଅଛନ୍ତି ।
ପୁରସ୍କାର ଓ ସମ୍ମାନ
[ସମ୍ପାଦନା]- ଅର୍ଜୁନ ପୁରସ୍କାର - ୧୯୭୮-୭୯
- ମୋହନ କୁମାର ମଙ୍ଗଳମ ସମ୍ମାନ (ରାଉରକେଲା ଷ୍ଟୀଲ ପ୍ଲାଣ୍ଟ) - ୧୯୭୫
- ଖାରବେଳ ସମ୍ମାନ (ଏସ.ସି.ଏସ କ୍ଳବ, କଟକ) - ୧୯୮୧
- ପ୍ରଜାତନ୍ତ ପ୍ରସାର ସମିତି ସମ୍ମାନ - ୧୯୯୧
- ବିଜୁ ପଟ୍ଟନାୟକ କ୍ରୀଡ଼ା ସମ୍ମାନ[୭]
ଆଧାର
[ସମ୍ପାଦନା]- ↑ Limca Book of Records. Bisleri Beverages Ltd. 1990.
- ↑ http://www.orisports.com/PersonDetails.aspx?pId=NDA4
- ↑ "ସାଇକେଲ ରାଣୀ". ଛୁଟିଦିନ (ଧରିତ୍ରୀ). ୨୭ ମାର୍ଚ୍ଚ - ୨ ଅପ୍ରେଲ ୨୦୨୨. p. ୬. Retrieved 27 March 2022.
{{cite web}}
: Check date values in:|date=
(help) - ↑ Indian and Foreign Review. Publications Division of the Ministry of Information and Broadcasting, Government of India. 1979.
- ↑ http://www.dsysodisha.gov.in/view_detail_eminent_personality.php?id=74
- ↑ "ଆର୍କାଇଭ୍ କପି". Archived from the original on 2015-03-19. Retrieved 2015-03-07.
{{cite web}}
: Cite has empty unknown parameter:|1=
(help) - ↑ http://orissa.gov.in/e-magazine/orissaannualreference/ORA-2005/pdf/bijupatnaik_award-2005.pdf