ଶ୍ରୀୟଙ୍କା ଷଡ଼ଙ୍ଗୀ
ଶ୍ରୀୟଙ୍କା ଷଡ଼ଙ୍ଗୀ | |
---|---|
ଜନ୍ମ | ୧୦ ଜାନୁଆରୀ ୧୯୯୫ |
ଜାତୀୟତା | ଭାରତୀୟ |
ଅନ୍ୟ ନାମ | ସାକ୍ଷୀ |
ଶିକ୍ଷା | ଏକାଦଶ |
ଶିକ୍ଷାନୁଷ୍ଠାନ | ଲୋରେଟୋ କନଭେଣ୍ଟ ସ୍କୁଲ, ସେଣ୍ଟ ଷ୍ଟିଫେନସ କଲେଜ |
ପ୍ରସିଦ୍ଧି | ଲକ୍ଷ୍ୟ ଭେଦ (ବନ୍ଧୁକ) |
ପିତାମାତା(s) | ସୀତାଂଶୁ ଚରଣ ଷଡ଼ଙ୍ଗୀ, ସୁଧା ଷଡ଼ଙ୍ଗୀ |
ସମ୍ପର୍କୀୟ | ସ୍ନେହାଂଶୁ ଷଡ଼ଙ୍ଗୀ(ଭାଇ) |
ଶ୍ରୀୟଙ୍କା ଷଡ଼ଙ୍ଗୀ (ଜନ୍ମ ୧୦ ଜାନୁଆରୀ ୧୯୯୫)[୧] ଓଡ଼ିଶାରେ ଜନ୍ମିତ ଜଣେ ସୁଟର । ୧୦ମିଟର ଏୟାର ରାଇଫଲ ସୁଟିଂ ତାଙ୍କର ପ୍ରିୟ ଇଭେଣ୍ଟ । ଅନ୍ତର୍ଜାତୀୟ ସ୍ଥରରେ ସେ ଏଯାବତ ୪ଟି ସ୍ୱର୍ଣ୍ଣ ସହ ପ୍ରାୟ ୨୫ଟି ପଦକ ହାସଲ କରିସାରିଲେଣି ।
ଜୀବନୀ
[ସମ୍ପାଦନା]ଶ୍ରୀୟଙ୍କାଙ୍କ ପିତା ସୀତାଂଶୁ ଚରଣ ଷଡ଼ଙ୍ଗୀ ଭାରତୀୟ ସ୍ଥଳସେନା ଚାକିରି କରନ୍ତି । ସୀତାଂଶୁ ନିଜେ ଜଣେ କ୍ରିକେଟ ଖେଳାଳି । ସେ ସର୍ଭିସେସ ପକ୍ଷରୁ ୨୬ଟି ପ୍ରଥମ ଶ୍ରେଣୀ ମ୍ୟାଚ ଖେଳିଛନ୍ତି । ଭାରତୀୟ ସେନାର "ମିଶନ୍ ଅଲିମ୍ପିକ୍ସ କ୍ୟାଚ୍ ଦେମ୍ ୟଙ୍ଗ" କାର୍ଯ୍ୟକ୍ରମଦ୍ୱାରା ଶ୍ରୀୟଙ୍କା ସେନା ପକ୍ଷରୁ ଶୁଟିଂ ଖେଳ ପାଇଁ ବଛାଯାଇଥିଲେ । ଶ୍ରୀୟଙ୍କାଙ୍କ ପୈତୃକ ଘର ସମ୍ବଲପୁର ଜିଲ୍ଲାର ମୋଦିପଡ଼ା । ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଅନ୍ତର୍ଗତ ସେଣ୍ଟ ଷ୍ଟିଫେନସ କଲେଜରୁ ସ୍ନାତକୋତ୍ତର ଶିକ୍ଷାଲାଭ କରିଛନ୍ତି । ୨୦୧୧ମସିହାରୁ ଗଗନ ନାରଙ୍ଗଙ୍କ ପୁଣେସ୍ଥିତ "ଗନ୍ ଫର୍ ଗ୍ଲୋରୀ" ଅନୁଷ୍ଠାନରେ ଟ୍ରେନିଂ କରୁଛନ୍ତି । ସେଠାରେ ରୁଷୀୟ ପ୍ରଶିକ୍ଷକ "ଉରିଲ ମିଖାଲକିନ" ତାଙ୍କୁ ୨୦୧୧-୧୨ରେ ପ୍ରଶିକ୍ଷଣ କରିଥିଲେ । "ଦୀପାଳି ଦେଶପାଣ୍ଡେ" ତାଙ୍କର ନିୟମିତ ପ୍ରଶିକ୍ଷକ ଅଟନ୍ତି । "ଗୋସ୍ପୋର୍ଟ ଫାଉଣ୍ଡେସନ" ତାଙ୍କର ପ୍ରାୟୋଜକ ଅଟନ୍ତି । ମନସ୍ତାତ୍ତିକ ପ୍ରଶିକ୍ଷକ ବୈଭବ ଆଗାସେ ମଧ୍ୟ ତାଙ୍କୁ ମନସ୍ତାତ୍ତିକ ପ୍ରଶିକ୍ଷଣ ପ୍ରଦାନ କରନ୍ତି ।[୨]
ସଫଳତା
[ସମ୍ପାଦନା]- ଜାନୁଆରୀ ୨୦୧୨ ଦୋହାର କାତାରଠାରେ ଅନୁଷ୍ଠିତ ଦ୍ୱାଦଶ ଏସୀୟ ସୁଟିଂ ଚାମ୍ପିଅନଶିପର ଜୁନିଅର ବିଭାଗରେ ରୌପ୍ୟ ପଦକ[୩]
- ୨୦୧୧ରେ କୁଏତରେ ଅନୁଷ୍ଠିତ ଚତୁର୍ଥ ଏସୀୟ ଏୟାର ଗନ ସୁଟିଂ ଚାମ୍ପିଅନସିପର ୧୦ମିଟର ଏୟାର ରାଇଫଲ ଜୁନିଅର ମହିଳା ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ [୪]
- ୨୦୧୧ ଜୁନରେ ଅନୁଷ୍ଠିତ ୫୫ତମ ଜାତୀୟ ସୁଟିଂ ଚାମ୍ପିଅନସିପରେ ଦୁଇଟି ରୌପ୍ୟ ପଦକ
- ୨୦୧୧ର ଉତ୍ତରାଞ୍ଚଳ ସୁଟିଂ ଚାମ୍ପିଅନସିପରେ ଦୁଇଟି ସ୍ୱର୍ଣ୍ଣ ଓ ହରିୟାନା ରାଜ୍ୟ ସୁଟିଂ ଚାମ୍ପିଅନସିପରେ ଦୁଇଟି ସ୍ୱର୍ଣ୍ଣପଦକ[୫]
- ଫେବୃଆରୀରେ ସାରଜାହଠାରେ ଅନୁଷ୍ଠିତ ଆରବ ଓମେନ ସୁଟିଂ ଚାମ୍ପିଅନଶିପରେ ଦୁଇଟି ରୌପ୍ୟ (ବ୍ୟକ୍ତିଗତ ଓ ଦଳଗତ)
- ୨୧ମଇ-୨୮ମଇ ୨୦୧୨ରେ ଜର୍ମାନିର ମ୍ୟୁନିକ ସହରରେ ଆୟୋଜିତ ଆଇ. ଏସ ଏସ ଏଫ ବିଶ୍ୱକପ-୩ରେ ଭାରତୀୟ ସୁଟିଂ ଦଳ ପକ୍ଷରୁ ପ୍ରତିନିଧିତ୍ୱ
- ୧୩ମଇ-୨୧ମଇ ୨୦୧୨ରେ ଇଟାଲୀର ମିଲାନ ସହରରେ ଆୟୋଜିତ ଆଇ. ଏସ ଏସ ଏଫ ବିଶ୍ୱକପ-୨ରେ ଭାରତୀୟ ସୁଟିଂ ଦଳ ପକ୍ଷରୁ ପ୍ରତିନିଧିତ୍ୱ
ଆଧାର
[ସମ୍ପାଦନା]- ↑ "Personalities". Orisports.com. Retrieved 12 January 2017.
- ↑ "ସ୍ୱର୍ଣ୍ଣପ୍ରିୟା ଶ୍ରୀୟଙ୍କା". ଧରିତ୍ରୀ ୨୧/୦୪/୨୦୧୭ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧୮. Retrieved 21 April 2017.
- ↑ "Odisha: Odia girl Shriyanka Sadangi wins silver in Asian shooting, Oriya Orbit". orissadiary.com. 2012. Archived from the original on 12 February 2012. Retrieved 27 May 2012.
Odia girl Shriyanka Sadangi bagged a silver medal in the 10m Air Rifle women junior team
- ↑ "D P S Vasantkunj :: HALL OF FAME - Monica". dpsvasantkunj.com. 2012. Archived from the original on 25 May 2012. Retrieved 27 May 2012.
Gold medal in the 10m Air Rifle junior women team event
- ↑ "News". orisports.com. 2012. Retrieved 27 May 2012.
became a medallist in the Haryana State championship
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |