ଶ୍ରାବଣୀ ନନ୍ଦ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
2017

ଅଲିମ୍ପିଅାନ୍ ମହିଳା ଧାବିକା ଶ୍ରାବଣୀ ନନ୍ଦଙ୍କ ଜନ୍ମ ୫ ଜୁଲାଇ ୧୯୯୧ରେ ଓଡ଼ିଶାର କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ଟିକାବାଲିରେ। ତାଙ୍କ ବାପା ହେଉଛନ୍ତି ବନବିହାରୀ ନନ୍ଦ ଏବଂ ମାତା ସୁବାସିନୀ ରାୟଗୁରୁ। [୧]ଭବିଷ୍ୟତରେ ଜଣେ ଭଲ ଆଥଲେଟ‌୍ ହେବା ଆଶାରେ ୨୦୦୨ରେ ଯୋଗ ଦେଇଥିଲେ ରାଜ୍ୟ କ୍ରୀଡ଼ାବାସରେ। ସେ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ମହିଳା ୪୦୦ ମିଟର ରେଲେ ସହ ୧୦୦ ମିଟର ଓ ୨୦୦ ମିଟର ଦୌଡ଼ ପ୍ରତିଯୋଗିତା ମାନଙ୍କରେ ଭାରତ ଓ ଓଡ଼ିଶା ରାଜ୍ୟକୁ ପ୍ରତିନିଧିତ୍ଵ କରିଥିଲେ।

କ୍ରୀଡ଼ା ଜୀବନୀ[ସମ୍ପାଦନା]

2008ରେ ଜାତୀୟ ଜୁନିଅର ଆଥଲେଟିକ୍ ଚାମ୍ପିଅନସିପ୍‌ରେ ଉଭୟ 100 ଓ 200 ମିଟର ଦୌଡ଼ରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ ଶ୍ରୀବଣୀ । 2012ରେ ପତିଆଲାରେ ଅନୁଷ୍ଠିତ 16ତମ ଫେଡେରେସନ କପ୍‌ ଜାତୀୟ ସିନିଅର ଆଥଲେଟିକ୍ସରେ ଉଭୟ 100 ଓ 200 ମିଟରରେ ରୌପ୍ୟ ପଦକ । 2014 ଜାତୀୟ ଆନ୍ତଃରାଜ୍ୟ ସିନିଅର ଆଥଲେଟିକ ଚାମ୍ପିଅନସିପ୍‌ରେ 400ମିଟର ରିଲେରେ ସ୍ବର୍ଣ୍ଣ ପଦକ ସହ 100 ଏବଂ 200ମିଟର ଦୌଡ଼ରେ ବ୍ରୋଞ୍ଜ ପଦକ ହାସଲ କରିଥିଲେ । 2015ରେ ଫେଡେରେସନ କପ୍‌ ଜାତୀୟ ସିନିଅର ଆଥଲେଟିକ୍ସରେ ଉଭୟ 100 ଓ 200 ମିଟର ଦୌଡ଼ରେ ସ୍ବର୍ଣ୍ଣ ପଦକ । ଏଥିସହ ଚାମ୍ପିଅନସିପ୍‌ର ଶ୍ରେଷ୍ଠ ମହିଳା ଆଥଲେଟ ଭାବେ ବିବେଚିତ ହୋଇଥିଲେ ଶ୍ରାବଣୀ । 2015 ଜାତୀୟ ଆନ୍ତଃ-ରାଜ୍ୟ ସିନିଅର ଆଥଲେଟିକ୍ ଚାମ୍ପିଅନସିପ୍‌ରେ 200ମିଟର ଏବଂ 400ମିଟର ରିଲେରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ । 2016 ଦକ୍ଷିଣଏସୀୟ କ୍ରୀଡ଼ାରେ 200ମିଟର ଦୌଡ଼ରେ ସ୍ବର୍ଣ୍ଣ ପଦକ ହାସଲ । 2016 ଏପ୍ରିଲରେ ଇଣ୍ଡିଆନ୍‌ ଗ୍ରାଁ ପ୍ରିରେ 100ମିଟର ଦୌଡ଼ରେ ସ୍ବର୍ଣ୍ଣ ପଦକ ସହ ଜାତୀୟ ରେକର୍ଡ କରିଥିଲେ ଶ୍ରାବଣୀ । 11.23 ସେକେଣ୍ଡରେ ଦୂରତା ଅତିକ୍ରମ କରି ସ୍ପ୍ରିଣ୍ଟର ରଚିତା ମିସ୍ତ୍ରୀଙ୍କ ରେକର୍ଡ ଭାଙ୍ଗିଥିଲେ । ସେହି ବର୍ଷ ଏପ୍ରିଲରେ ଅନୁଷ୍ଠିତ ଫେଡେରେସନ କପ୍‌ ଜାତୀୟ ସିନିଅର ଆଥଲେଟିକ୍ସରେ 200ମିଟରରେ ସ୍ବର୍ଣ୍ଣ ଏବଂ 100ମିଟରରେ ରୌପ୍ୟ ପଦକ ହାସଲ । କାଜାଖସ୍ତାନରେ 23.07 ସେକେଣ୍ଡରେ 200ମିଟର ଦୂରତା ଅତିକ୍ରମ କରି ରିଓ ଅଲିମ୍ପିକକ୍ରିଡାରେ ଖେଳିବାର ସୁଯୋଗ ପାଇଛନ୍ତି ଶ୍ରାବଣୀ ।[୨]

ଶିକ୍ଷା[୩][ସମ୍ପାଦନା]

ରମାଦେବୀ ବିଶ୍ୱବିଦ୍ୟାଳୟରୁ କଳାରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି। ବର୍ତ୍ତମାନ ସେ ଏମ୍‌ବିଏ କରୁଛନ୍ତି।

କୋଚ୍[୪][ସମ୍ପାଦନା]

ଶ୍ରାବଣୀ ନନ୍ଦ ଭୁବନେଶ୍ୱର କ୍ରୀଡ଼ା ଛାତ୍ରାବାସରେ ପ୍ରଶିକ୍ଷଣ ନେଉଥିଲେ। ତାଙ୍କ ପ୍ରଶିକ୍ଷକ ହେଉଛନ୍ତି ନୀଳମାଧବ ଦେଓ, ଶାରୋନ ହାନନ ଏବଂ ତରୁଣ ସ।

ବୃତ୍ତି[୫][ସମ୍ପାଦନା]

ପ୍ରଥମେ ପୂର୍ବତଟ ରେଳବାଇରେ ଚାକିରି, ମେ ୨୩ ୨୦୧୬ରେ ଓଡ଼ିଶା ସରକାରଙ୍କ ଜଳ ବିଦ୍ୟୁତ୍ ନିଗମରେ ଜୁନିଅର ମ୍ୟାନେଜର ପଦରେ ଯୋଗ ଦେଇଛନ୍ତି।

ତାଲିମ[୬][ସମ୍ପାଦନା]

୨୦୦୨ରେ ରାଜ୍ୟ କ୍ରୀଡ଼ା ଛାତ୍ରାବାସରେ ତାଲିମ ଅାରମ୍ଭ କରିଥିଲେ ମିତ୍ତଲ ଅଲିମ୍ପିକ୍ ଅଭିଯାନରେ ସାମିଲ ହୋଇ ୨୦୦୯ରେ ଦକ୍ଷିଣ ଅାଫ୍ରିକା ଏବଂ ୨୦୧୧ରେ ଅଷ୍ଟ୍ରେଲିଅାରୁ ତାଲିମ ନେଇଛନ୍ତି।

ସଫଳତା[୭][ସମ୍ପାଦନା]

ଜାତୀୟ [ସମ୍ପାଦନା]

  • ୨୦୧୧ରେ ବାରବାଟୀ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ରାଜ୍ୟ ପ୍ରତିଯୋଗିତାର ଉଭୟ୧୦୦ ମିଟର ଓ ୨୦୦ ମିଟର ଦୌଡ଼ରେ ସ୍ବର୍ଣ୍ଣପଦକ। 
  • ମେ ୬, ୨୦୧୬ରେ ପାତିଅାଲାରେ ଦ୍ୱିତୀୟ ଇଣ୍ଡିଅାନ୍ ଗ୍ରାଁ ପ୍ରିର ୧୦୦ ମିଟରରେ ବ୍ରୋଞ୍ଜ ପଦକ। 
  • ଏପ୍ରିଲ୍ ୨୮ରୁ ୩୦, ୨୦୧୬ରେ ନୂଅାଦିଲ୍ଳୀରେ ବିଂଶତମ ଫେଡେରେସନ୍ କପ୍ ନ୍ୟାସ୍‌ନାଲ୍ ସିନିଅର୍ ଅାଥ୍‌ଲେଟିକ୍ସରେ ୨୦୦ ମିଟରରେ ସ୍ବର୍ଣ୍ଣ ପଦକ ଓ ୧୦୦ ମିଟରରେ ରୌପ୍ୟ ପଦକ। 
  • ଏପ୍ରିଲ୍ ୨୪, ୨୦୧୬ରେ ନୂଅାଦିଲ୍ଲୀରେ ଇଣ୍ଡିଅାନ୍ ଗ୍ରାଁ ପ୍ରି-୧ରେ ୧୦୦ ମିଟରରେ ନୂଅା ଜାତୀୟ ରେକର୍ଡ (୧୧.୨୩ ସେକେଣ୍ଡ) ସ୍ଥାପନ। 
  • ସେପ୍ଟେମ୍ବର ୧୭ରୁ ୧୯, ୨୦୧୫ରେ କୋଲ୍‌କାତାରେ ଅନୁଷ୍ଠିତ ୫୫ତମ ନ୍ୟାସ୍‌ନାଲ୍ ଓପନ୍ ଅାଥ୍‌ଲେଟିକ୍ ଚାମ୍ପିଅନ୍‌ସିପ୍‌ରେ ଯୋଗ ଦେଇ ରେଳବାଇ ପାଇଁ ତିନିଟି ରୌପ୍ୟ ପଦକ।
  • ଜୁଲାଇ ୧୦ରୁ ୧୩, ୨୦୧୫ରେ ଚେନ୍ନାଇରେ ଅାୟୋଜିତ ନ୍ୟାସ୍‌ନାଲ୍ ଇଣ୍ଟରଷ୍ଟେଟ୍‌ ସିନିଅର୍ ଅାଥ୍‌ଲେଟିକ୍ ଚାମ୍ପିଅନ୍‌ସିପ୍‌ରେ ୨୦୦ ମିଟର ଦୌଡ଼ ଏବଂ ୪x୧୦୦ ମିଟର ରିଲେ ରେସ୍‌ରେ ୨ ସ୍ବର୍ଣ୍ଣ ପଦକ।
  • ମେ ୧ରୁ ୪, ୨୦୧୫ରେ ମାଙ୍ଗାଲୋରରେ ଅନୁଷ୍ଠିତ ୧୯ତମ ଫେଡେରେସନ୍ କପ୍ ସିନିଅର୍ନ୍ୟାସ୍‌ନାଲ୍ ଓପନ୍ ଅାଥ୍‌ଲେଟିକ୍ ଚାମ୍ପିଅନ୍‌ସିପ୍‌ରେ ଉଭୟ ୧୦୦ ମିଟର ଏବଂ ୨୦୦ ମିଟର ଦୌଡ଼ରେ ସ୍ବର୍ଣ୍ଣପଦକ ଶ୍ରେଷ୍ଠ ମହିଳା କ୍ରୀଡ଼ାବିତ୍ ଘୋଷିତ।
  • ନଭେମ୍ବର ୨୦୦୮ରେ ଜୁନିଅର୍ ଅାଥ୍‌ଲେଟିକ୍ ଚାମ୍ପିଅନ୍‌ସିପ୍‌ରେ ଉଭୟ ୧୦୦ ମିଟର ଓ ୨୦୦ ମିଟରରେ ସ୍ବର୍ଣ୍ଣ ପଦକ।

ଅାନ୍ତର୍ଜାତୀୟ[ସମ୍ପାଦନା]

  • ୨୦୧୬ରେ ବାଙ୍ଗାଲୋରରେ ଅନୁଷ୍ଠିତ ଇଣ୍ଡିଅାନ୍ ଗ୍ରାଁ ପ୍ରିରେ ସ୍ବର୍ଣ୍ଣପଦକ ବିଜେତା ଭାରତୀୟ ରିଲେ ଦଳର ସଦସ୍ୟା।
  • ୨୦୧୬ରେ ରିଓ ଅଲିମ୍ପିକ୍ସରେ ୨୦୦ ମିଟର ଦୌଡ଼ରେ ଅଂଶଗ୍ରହଣ।
  • କୋଲ୍‌ପାକୋଭାରେ ୨୦୧୬ରେ ଅାନ୍ତର୍ଜାତିକ ପ୍ରତିଯୋଗିତାରେ ୪x୧୦୦ ରିଲେରେ ରୌପ୍ୟ ପଦକ।
  • ୨୦୧୬ରେ ସାଉଥ୍ ଏସିଅାନ୍ ଗେମ୍ସରେ ୨୦୦ ମିଟରରେ ସ୍ବର୍ଣ୍ଣ ପଦକ ଓ ୧୦୦ ମିଟରରେ ରୌପ୍ୟ ପଦକ।
  • ୨୦୧୫ରେ ଥାଇଲାଣ୍ଡ୍‌ରେ ୧୦୦ ମିଟରରେ ବ୍ରୋଞ୍ଜ ମେଡାଲ୍।
  • ୨୦୧୪ରେ ୧୭ତମ ଏସିଅାନ୍ ଗେମ୍ସରେ ଭାରତର ପ୍ରତିନିଧିତ୍ୱ।
  • ୨୦୧୬ରେ  ଶ୍ରାବଣୀଙ୍କ କ୍ୟାରିଅର୍‌ରେ ଶ୍ରେଷ୍ଠ ୧୦୦ ମିଟର୍ ସମୟ ହେଉଛି ୧୧.୯୦ ସେକେଣ୍ଡ।

ସମ୍ମାନ ଓ ସ୍ବୀକୃତି[୮][ସମ୍ପାଦନା]

  • ଏକଲବ୍ୟ ପୁରସ୍କାର ୨୦୧୬।
  • ବିଜୁ ପଟ୍ଟନାୟକ ରାଜ୍ୟ କ୍ରୀଡ଼ା ପୁରସ୍କାର ୨୦୦୮।
  • ୨୦୧୬ ଅଗଷ୍ଟ ୨୯ରେ ରିଓ ଅଲିମ୍ପିକ୍ସରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୫ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ।
  • ୨୦୧୬ ଜୁଲାଇ ୨୬ରେ ରିଓ ଅଲିମ୍ପିକ୍ସ ପାଇଁ ମନୋନୀତ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଓଡ଼ିଶା ଖଣି ନିଗମ ପକ୍ଷରୁ ୫ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ।[୯]