ଭିକାରୀ ବଳ

ଉଇକିପିଡ଼ିଆ ରୁ
(ଭିକାରି ବଳ ରୁ ଲେଉଟି ଆସିଛି)
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ଭଜନ ସମ୍ରାଟ ଭିକାରୀ ବଳ
Bhikari Bal.jpg
ଭିକାରୀ ବଳ
ଜନ୍ମ ଓ ଜନ୍ମସ୍ଥାନ ମଇ ୨୫, ୧୯୨୯(1929-05-25)
ସୋବଳା, କେନ୍ଦ୍ରାପଡ଼ା, ଓଡ଼ିଶା
ମୃତ୍ୟୁ ୨ ନଭେମ୍ବର, ୨୦୧୦ (୮୧ ବର୍ଷ)
କଟକ
ମୃତ୍ୟୁର କାରଣ ପାର୍କିନ୍‌ସନ୍ ରୋଗ[୧]
ଘର ବାଖରାବାଦ, କଟକ
ଆଞ୍ଚଳିକତା ଓଡ଼ିଆ
ନାଗରିକତା  ଭାରତୀୟ
ଜୀବିକା ସଙ୍ଗୀତ ଗାନ
ପ୍ରସିଦ୍ଧି ଭଜନ
ଜୀବନସାଥି ଉଷାରାଣୀ ଦେବୀ
ସନ୍ତାନ ୨ ପୁଅ, ଜଣେ ଝିଅ
ୱେବସାଇଟ ଭିକାରି ବଳ (ଇଣ୍ଟରନେଟ ମୁଭି ଡାଟାବେସରେ)

ଭଜନ ସମ୍ରାଟ ଭିକାରୀ ବଳ ଓଡ଼ିଶାର କେନ୍ଦ୍ରାପଡ଼ା, ସୋବଳାରେ ଜନ୍ମିତ ଜଣେ ଓଡ଼ିଆ ସଙ୍ଗୀତଜ୍ଞ ଓ ଗାୟକ । ସେ ଓଡ଼ିଶାର ଅନେକ ପଲ୍ଲୀଗୀତ, ଛାନ୍ଦ, ଚମ୍ପୁ ଓ ପୁରାତନ ରଚନାକୁ ଗୀତ ରୂପାନ୍ତର କରି ଗୀତ ବୋଲିଛନ୍ତି ।

ଜୀବନକାଳ[ସମ୍ପାଦନା]

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ପିତା ରାମଚନ୍ଦ୍ର ବଳ ଓ ମାତା ଗେହ୍ଲାରାଣି ବଳଙ୍କ ସନ୍ତାନ ଭିକାରୀ ବଳ ୧୯୨୯ ମସିହା ମଇ ୨୫ ତାରିଖରେ ଓଡ଼ିଶାର କେନ୍ଦ୍ରାପଡ଼ାସ୍ଥିତ ସୋବଳାରେ ଜନ୍ମ ନେଇଥିଲେ । ତାଙ୍କ ମାଆଙ୍କ ସବୁ ସନ୍ତାନ ଜନ୍ମ ପରେ ମରିଯାଉଥିଲେ, ତେଣୁ କେବଳ ଭିକାରି ହିଁ ଜୀଇଁ ରହିଥିବାରୁ ଭଗବାନଙ୍କ କୃପା ଭାବି ତାଙ୍କ ନାମ 'ଭିକାରି' ରଖାଯାଇଥିଲା । ସେ ଖୁବ ଛୋଟ ଥିଲା ବେଳେ ତାଙ୍କ ବାପା ମାଆ ମୃତ୍ୟୁ ବରଣ କରିଥିଲେ । ତାଙ୍କ ବାପାଙ୍କ ପ୍ରଥମ ପକ୍ଷ ବିବାହର ପୁଅ ଧନେଶ୍ଵର ଓ ତାଙ୍କ ପତ୍ନୀଙ୍କ ଦେଇ ଶିଶୁ ଭିକାରିଙ୍କ ଲାଳନପାଳନ ହୋଇଥିଲା ।

କିଶୋର ଜୀବନ[ସମ୍ପାଦନା]

ପ୍ରାଥମିକ ଶିକ୍ଷା ପରେ ଭିକାରୀ କେନ୍ଦ୍ରାପଡ଼ା ଜିଲା କଦଳୀବଣ ହାଇସ୍କୁଲରେ ନାମ ଲେଖାଇଥିଲେ ଓ ସେଠାରେ ନବମ ଶ୍ରେଣୀ ଯାଏଁ ପାଠ ପଢ଼ିଥିଲେ । ଏହା ପରେ ନିଜ ଗାଁ ସୋବଳାରେ ସେ ଯାତ୍ରା ଦଳରେ ଯୋଗ ଦେଇଥିଲେ । ସେଠାରେ ସେ ଗୀତ ଗାନ, ହାରମୋନିଅମ ବଜାଇବା, ଅଭିନୟ ଆଦି ଶିଖିଥିଲେ । ସେତେବେଳେ ଯାତ୍ରାମାନଙ୍କରେ ପୁଅ ମାନେ ଝିଅ ବେଶ ହୋଇ ଗୋଟିପୁଅ ଭାବେ ନାଟ କରୁଥିଲେ । ଏହାପରେ ସେ ଏକ ପାଖ ସ୍କୁଲ, ଗୋକୁଳାନନ୍ଦ ସଙ୍ଗୀତ ସଦନରେ ସଙ୍ଗୀତ ଶିକ୍ଷକ ହୋଇଥିଲେ । ସେ ୨୦ ବର୍ଷ ବୟସରେ ଉଷାରାଣୀ ଦେବୀଙ୍କୁ ବିବାହ କରିଥିଲେ । ବିବାହ ପରେ ସେ କଟକ କାମ ପାଇଁ ଆସିଥିଲେ ।

୭୦ ଦଶକ[ସମ୍ପାଦନା]

ଗୁରୁ ଖିତିଜ ମିତ୍ରଙ୍କ ସହାୟତାରେ ସେ କଟକ କଳାବିକାଶ କେନ୍ଦ୍ରରେ ଓଡ଼ିଶୀ ସଙ୍ଗୀତରେ ଶିକ୍ଷାଲାଭ କରିଥିଲେ । ଯେତେବେଳେ ସେ ଆକାଶବାଣୀରେ ଗାୟକ ଭାବରେ ଯୋଗଦେବାକୁ ଆବେଦନ କରି ବିଧିବଦ୍ଧ ଭାବେ ଗାୟକ ହେବା ପାଇଁ ଚେଷ୍ଟାଚଳାଇଥିଲେ । ସେଠାରେ ସେ ଜଣେ ଏ-ଶ୍ରେଣୀର ଗାୟକ ଭାବରେ ୧୯୬୩ ରେ କାମ ଆରମ୍ଭ କଲେ । ପ୍ରାଣ ମିତଣି ବାରେ ଚାହାଁରେ ଗୀତ ପାଇଁ ସେ ସେଠାରେ ଅନେକ ଲୋକପ୍ରିୟତା ଅର୍ଜନ କରିଥିଲେ । ହେଲେ ତାହାଙ୍କ ଜନପ୍ରିୟତା କୋଠ ଭୋଗଖିଆ ଗୀତରୁ ଅନେକ ବଢ଼ିଯାଇଥିଲା । ଏହି ଗୀତ ୭୦ ଦଶକରେ ଏକ ବହୁଳ ଲୋକପ୍ରିୟ ଗୀତର ମାନ୍ୟତା ପାଇଥିଲା ।

ଉତ୍ତର ଜୀବନ[ସମ୍ପାଦନା]

ପୁରାତନ ରଚନାରୁ ସେ ବହୁ ସଙ୍ଗୀତ ଗାନ କରିଛନ୍ତି । ଗୋପାଳକୃଷ୍ଣ, ଦୀନକୃଷ୍ଣ, ବଳଦେବ, ବନମାଳିସାଲବେଗ ଆଦି ପୁରାତନ କବିଙ୍କ ବହୁ ଭଜନରେ ସେ କଣ୍ଠଦାନ କରିଛନ୍ତି ।

ସେ ଡ. ପ୍ରସନ୍ନ ସାମଲ, ଖିରୋଦ ଚନ୍ଦ୍ର ପୋଥାଳ, ଅରବିନ୍ଦ ମୁଦୁଲି, ଶୀର୍ଷାନନ୍ଦ ଦାସ କାନୁନଗୋ, ଅଲେଖ ବିଶ୍ଵାଳ, ଗୌରହରି ଦଳାଇ ଓ ଶ୍ରୀକାନ୍ତ ଗୌତମଙ୍କ ଅନେକ ଗୀତରେ ମଧ୍ୟ କଣ୍ଠଦାନ କରିଛନ୍ତି ।

ତାଙ୍କର ଜଗନ୍ନାଥ ଭଜନ ଓ ଗୀତ ଗୋବିନ୍ଦର ପଦ ଆବୃତି ତାଙ୍କୁ ଘରେ ଘରେ ପରିଚିତ କରାଇଥିଲା । ସେ ଅନେକ ଚମ୍ପୁ, ଛାନ୍ଦଲୋକଗୀତ ମଧ୍ୟ ଗାଇଥିଲେ । ଅନେକ ଓଡ଼ିଆ ଚଳଚ୍ଚିତ୍ରରେ ମଧ୍ୟ କଣ୍ଠଦାନ କରିଥିଲେ । ପୁରୀର ଗଜପତି ମହାରାଜା ଦିବ୍ୟସିଂହ ଦେବ ତାଙ୍କୁ "ଭଜନ ସମ୍ରାଟ" ଉପାଧିରେ ଭୂଷିତ କରିଥିଲେ ଓ ଜଗନ୍ନାଥ ମନ୍ଦିରରେ ସେବା ପାଇଁ ଅନୁମତି ଓ ଅନେକ ସୁବିଧା ସୁଯୋଗ ଖଞ୍ଜି ଦେଇଥିଲେ । ସେ ଜଗନ୍ନାଥଙ୍କର ଚାମର ସେବା ନିମନ୍ତେ ମଧ୍ୟ ସୁଯୋଗ ପାଇଥିଲେ । ତାଙ୍କ ଦେଇ ବୋଲାଯାଇଥିବା ଶେଷ ଆଲବମ ଭଜନ ଥିଲା ୨୦୦୫ର "ଚଗଲା ମନ" ଓ ଶେଷ ସଙ୍ଗୀତ ପରିବେଷଣ ଥିଲ ୨୦୦୬ରେ । ତାହା ପରେ ସେ ପାର୍କିନ୍‌ସନ୍ ରୋଗରେ ପିଡ଼ୀତ ହୋଇ ଶଯ୍ୟାଶାୟୀ ହୋଇଥିଲେ ।[୨]

ନଭେମ୍ବର ୩, ୨୦୧୦ ରେ ତାଙ୍କର ପରଲୋକ ହୋଇଥିଲା ।[୧][୩][୪]

ସୁପରିଚିତ ସଙ୍ଗୀତ[ସମ୍ପାଦନା]

ଚଳଚ୍ଚିତ୍ର[ସମ୍ପାଦନା]

ମସିହା ନାମ ଯୋଗଦାନ
୧୯୮୩ ଅଭିଳାଷ କଣ୍ଠଦାନ
୧୯୮୩ ଭକ୍ତ ସାଲବେଗ କଣ୍ଠଦାନ
୧୯୮୦ ଅଗ୍ନି ପରୀକ୍ଷା କଣ୍ଠଦାନ
୧୯୮୦ ଅପରିଚିତା କଣ୍ଠଦାନ
୧୯୭୯ ମଥୁରା ବିଜୟ କଣ୍ଠଦାନ
୧୯୭୯ ଶ୍ରୀକୃଷ୍ଣ ରାସଲୀଳା କଣ୍ଠଦାନ
୧୯୭୮ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସଙ୍ଗୀତ ନିର୍ଦ୍ଦେଶନା
୧୯୭୭ ଅନୁତାପ କଣ୍ଠଦାନ
୧୯୭୬ ଅମର ପ୍ରେମ କଣ୍ଠଦାନ
୧୯୭୩ କନକଲତା କଣ୍ଠଦାନ
୧୯୬୮ କିଏ କାହାର କଣ୍ଠଦାନ

[୩]

ଅନ୍ୟାନ୍ୟ[ସମ୍ପାଦନା]

  • କୋଠ ଭୋଗଖିଆ
  • ଜଗନ୍ନାଥ ହେ, କିଛି ମାଗୁନାହିଁ ତୋତେ
  • ଭଜୁ କି ନା ରାମ ନାମ
  • ଭକତ ବିଦୁର ଶାଗ ଭଜା ଦେଇ
  • ହାତରେ ମୋ ମୁଠା ମୁଠା ଶରଧା ବାଲି
  • ତୋର ସାଆନ୍ତପଣକୁ କିଏ ସରିକି
  • ଶ୍ରିଖେତ୍ରେ କରିଛି ଘର କାଳିଆ ମୋ ବନ୍ଧୁ
  • ଅଜା ଥାଉ ଥାଉ ନାତି ଯାଏ ଚାଲି
  • ତୋତେ ବାହୁଡ଼େଇ ନେବି ଆସିଛି
  • ତୋ ଦାଣ୍ଡଧୁଳି ମୁ ନହେଲେ ନାହିଁ

[୪][୨]

ମାନସମ୍ମାନ[ସମ୍ପାଦନା]

  • ଭଜନ ସମ୍ରାଟ: ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଦେଇ ଭଜନ ସମ୍ରାଟ ଉପାଧିରେ ଭୂଷିତ ।
  • ପରଲୋକ ପରେ ତାଙ୍କ ସ୍ମୃତିରେ "ଭିକାରୀ ବଳ ଫାଉଣ୍ଡେସନ" ନାମରେ ଏକ ସଙ୍ଗଠନ ଗଠିତ ହୋଇଛି ଓ ପ୍ରତି ବର୍ଷ ସଙ୍ଗୀତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି ।[୫] ତାହାଙ୍କୁ ପଦ୍ମ ଉପାଧିରେ ଭୂଷିତ କରିବା ନିମନ୍ତେ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ନିକଟରେ ଆବେଦନ କରିଛନ୍ତି ।[୬][୭]

ଆହୁରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

ବାହାର ଲିଙ୍କ[ସମ୍ପାଦନା]