Jump to content

ଭିକାରୀ ବଳ

ଉଇକିପିଡ଼ିଆ‌ରୁ
(ଭିକାରି ବଳରୁ ଲେଉଟି ଆସିଛି)
ଭଜନ ସମ୍ରାଟ ଭିକାରୀ ବଳ
ଭିକାରୀ ବଳ
ଜନ୍ମ(1929-05-25)ମଇ ୨୫, ୧୯୨୯
ମୃତ୍ୟୁ୨ ନଭେମ୍ବର ୨୦୧୦(2010-11-02) (ବୟସ ୮୧)
ମୃତ୍ୟୁର କାରଣପାର୍କିନ୍‌ସନ୍ ରୋଗ[]
ଜାତୀୟତା ଭାରତୀୟ
ବୃତ୍ତିସଙ୍ଗୀତ ଗାନ
ପ୍ରସିଦ୍ଧିଭଜନ
ଶୈଳୀଓଡ଼ିଶୀ ସଙ୍ଗୀତ
ବୈବାହିକ-ସାଥୀଉଷାରାଣୀ ଦେବୀ
ସନ୍ତାନ୨ ପୁଅ, ଜଣେ ଝିଅ
ୱେବସାଇଟଇଣ୍ଟରନେଟ ମୁଭି ଡାଟାବେସରେ ଭିକାରି ବଳ

ଭଜନ ସମ୍ରାଟ ଭିକାରୀ ଚରଣ ବଳ ଓଡ଼ିଶାର କେନ୍ଦ୍ରାପଡ଼ା, ସୋବଳାରେ ଜନ୍ମିତ ଜଣେ ଓଡ଼ିଆ ସଙ୍ଗୀତଜ୍ଞ ଓ ଗାୟକ । ସେ ପାରମ୍ପରିକ ଓଡ଼ିଶୀ ସଙ୍ଗୀତର ବିଭିନ୍ନ ବିଭାଗ, ଯଥା ଚଉପଦୀ, ଛାନ୍ଦ, ଚମ୍ପୂ, ଚଉତିଶା, ଭଜନ, ଜଣାଣ, ଇତ୍ୟାଦି ସଙ୍ଗେ ସଙ୍ଗେ ପଲ୍ଲୀଗୀତ, ଆଧୁନିକ ଗୀତ ରେକର୍ଡ଼ କରିଛନ୍ତି ।

ଜୀବନକାଳ

[ସମ୍ପାଦନା]

ପ୍ରାରମ୍ଭିକ ଜୀବନ

[ସମ୍ପାଦନା]

ପିତା ରାମଚନ୍ଦ୍ର ବଳ ଓ ମାତା ଗେହ୍ଲାରାଣି ବଳଙ୍କ ସନ୍ତାନ ଭିକାରୀ ବଳ ୧୯୨୯ ମସିହା ମଇ ୨୫ ତାରିଖରେ ଓଡ଼ିଶାର କେନ୍ଦ୍ରାପଡ଼ାସ୍ଥିତ ସୋବଳାରେ ଜନ୍ମ ନେଇଥିଲେ । ତାଙ୍କ ମାଆଙ୍କ ସବୁ ସନ୍ତାନ ଜନ୍ମ ପରେ ମରିଯାଉଥିଲେ, ତେଣୁ କେବଳ ଭିକାରି ହିଁ ଜୀଇଁ ରହିଥିବାରୁ ଭଗବାନଙ୍କ କୃପା ଭାବି ତାଙ୍କ ନାମ 'ଭିକାରି' ରଖାଯାଇଥିଲା । ସେ ଖୁବ ଛୋଟ ଥିଲା ବେଳେ ତାଙ୍କ ବାପା ମାଆ ମୃତ୍ୟୁ ବରଣ କରିଥିଲେ । ତାଙ୍କ ବାପାଙ୍କ ପ୍ରଥମ ପକ୍ଷ ବିବାହର ପୁଅ ଧନେଶ୍ୱର ଓ ତାଙ୍କ ପତ୍ନୀଙ୍କ ଦେଇ ଶିଶୁ ଭିକାରିଙ୍କ ଲାଳନପାଳନ ହୋଇଥିଲା ।

କିଶୋର ଜୀବନ

[ସମ୍ପାଦନା]

ପ୍ରାଥମିକ ଶିକ୍ଷା ପରେ ଭିକାରୀ କେନ୍ଦ୍ରାପଡ଼ା ଜିଲା କଦଳୀବଣ ହାଇସ୍କୁଲରେ ନାମ ଲେଖାଇଥିଲେ ଓ ସେଠାରେ ନବମ ଶ୍ରେଣୀ ଯାଏଁ ପାଠ ପଢ଼ିଥିଲେ । ଏହା ପରେ ନିଜ ଗାଁ ସବଳାରେ ସେ ଯାତ୍ରା ଦଳରେ ଯୋଗ ଦେଇଥିଲେ । ସେଠାରେ ସେ ଗୀତ ଗାନ, ହାରମୋନିଅମ ବଜାଇବା, ଅଭିନୟ ଆଦି ଶିଖିଥିଲେ । ସେତେବେଳେ ଯାତ୍ରାମାନଙ୍କରେ ପୁଅମାନେ ଝିଅ ବେଶ ହୋଇ ଗୋଟିପୁଅ ଭାବେ ନାଟ କରୁଥିଲେ । ଏହାପରେ ସେ ଏକ ପାଖ ସ୍କୁଲ, ଗୋକୁଳାନନ୍ଦ ସଙ୍ଗୀତ ସଦନରେ ସଙ୍ଗୀତ ଶିକ୍ଷକ ହୋଇଥିଲେ । ସେ ୨୦ ବର୍ଷ ବୟସରେ ଉଷାରାଣୀ ଦେବୀଙ୍କୁ ବିବାହ କରିଥିଲେ । ବିବାହ ପରେ ସେ କଟକ କାମ ପାଇଁ ଆସିଥିଲେ ।

୭୦ ଦଶକ

[ସମ୍ପାଦନା]

ଗୁରୁ ଖିତିଜ ମିତ୍ରଙ୍କ ସହାୟତାରେ ସେ କଟକ କଳାବିକାଶ କେନ୍ଦ୍ରରେ ଓଡ଼ିଶୀ ସଙ୍ଗୀତରେ ଶିକ୍ଷାଲାଭ କରିଥିଲେ । ଯେତେବେଳେ ସେ ଆକାଶବାଣୀରେ ଗାୟକ ଭାବରେ ଯୋଗଦେବାକୁ ଆବେଦନ କରି ବିଧିବଦ୍ଧ ଭାବେ ଗାୟକ ହେବା ପାଇଁ ଚେଷ୍ଟାଚଳାଇଥିଲେ । ସେଠାରେ ସେ ଜଣେ ଏ-ଶ୍ରେଣୀର ଗାୟକ ଭାବରେ ୧୯୬୩ରେ କାମ ଆରମ୍ଭ କଲେ । ପ୍ରାଣ ମିତଣି ବାରେ ଚାହାଁରେ ଗୀତ ପାଇଁ ସେ ସେଠାରେ ଅନେକ ଲୋକପ୍ରିୟତା ଅର୍ଜନ କରିଥିଲେ । ହେଲେ ତାହାଙ୍କ ଜନପ୍ରିୟତା କୋଠ ଭୋଗଖିଆ ଗୀତରୁ ଅନେକ ବଢ଼ିଯାଇଥିଲା । ଏହି ଗୀତ ୭୦ ଦଶକରେ ଏକ ବହୁଳ ଲୋକପ୍ରିୟ ଗୀତର ମାନ୍ୟତା ପାଇଥିଲା ।

ଉତ୍ତର ଜୀବନ

[ସମ୍ପାଦନା]

ପୁରାତନ ରଚନାରୁ ସେ ବହୁ ସଙ୍ଗୀତ ଗାନ କରିଛନ୍ତି । ଗୋପାଳକୃଷ୍ଣ, ଦୀନକୃଷ୍ଣ, ବଳଦେବ, ବନମାଳିସାଲବେଗ ଆଦି ପୁରାତନ କବିଙ୍କ ବହୁ ଭଜନରେ ସେ କଣ୍ଠଦାନ କରିଛନ୍ତି ।

ସେ ଡ. ପ୍ରସନ୍ନ ସାମଲ, ଖିରୋଦ ଚନ୍ଦ୍ର ପୋଥାଳ, ଅରବିନ୍ଦ ମୁଦୁଲି, ଶୀର୍ଷାନନ୍ଦ ଦାସ କାନୁନଗୋ, ଅଲେଖ ବିଶ୍ୱାଳ, ଗୌରହରି ଦଳାଇ ଓ ଶ୍ରୀକାନ୍ତ ଗୌତମଙ୍କ ଅନେକ ଗୀତରେ ମଧ୍ୟ କଣ୍ଠଦାନ କରିଛନ୍ତି ।

ତାଙ୍କର ଜଗନ୍ନାଥ ଭଜନ ଓ ଗୀତ ଗୋବିନ୍ଦର ପଦ ଆବୃତି ତାଙ୍କୁ ଘରେ ଘରେ ପରିଚିତ କରାଇଥିଲା । ସେ ଅନେକ ଚମ୍ପୁ, ଛାନ୍ଦଲୋକଗୀତ ମଧ୍ୟ ଗାଇଥିଲେ । ଅନେକ ଓଡ଼ିଆ ଚଳଚ୍ଚିତ୍ରରେ ମଧ୍ୟ କଣ୍ଠଦାନ କରିଥିଲେ । ପୁରୀର ଗଜପତି ମହାରାଜା ଦିବ୍ୟସିଂହ ଦେବ ତାଙ୍କୁ "ଭଜନ ସମ୍ରାଟ" ଉପାଧିରେ ଭୂଷିତ କରିଥିଲେ ଓ ଜଗନ୍ନାଥ ମନ୍ଦିରରେ ସେବା ପାଇଁ ଅନୁମତି ଓ ଅନେକ ସୁବିଧା ସୁଯୋଗ ଖଞ୍ଜି ଦେଇଥିଲେ । ସେ ଜଗନ୍ନାଥଙ୍କର ଚାମର ସେବା ନିମନ୍ତେ ମଧ୍ୟ ସୁଯୋଗ ପାଇଥିଲେ । ତାଙ୍କ ଦେଇ ବୋଲାଯାଇଥିବା ଶେଷ ଆଲବମ ଭଜନ ଥିଲା ୨୦୦୫ର "ଚଗଲା ମନ" ଓ ଶେଷ ସଙ୍ଗୀତ ପରିବେଷଣ ଥିଲ ୨୦୦୬ରେ । ତାହା ପରେ ସେ ପାର୍କିନ୍‌ସନ୍ ରୋଗରେ ପିଡ଼ୀତ ହୋଇ ଶଯ୍ୟାଶାୟୀ ହୋଇଥିଲେ ।[]

ନଭେମ୍ବର ୨, ୨୦୧୦ରେ ତାଙ୍କର ଦେହାନ୍ତ ହୋଇଥିଲା ।[][][]

ସୁପରିଚିତ ସଙ୍ଗୀତ

[ସମ୍ପାଦନା]

ଚଳଚ୍ଚିତ୍ର

[ସମ୍ପାଦନା]
ମସିହାନାମଯୋଗଦାନ
୧୯୮୩ଅଭିଳାଷକଣ୍ଠଦାନ
୧୯୮୩ଭକ୍ତ ସାଲବେଗକଣ୍ଠଦାନ
୧୯୮୦ଅଗ୍ନି ପରୀକ୍ଷାକଣ୍ଠଦାନ
୧୯୮୦ଅପରିଚିତାକଣ୍ଠଦାନ
୧୯୭୯ମଥୁରା ବିଜୟକଣ୍ଠଦାନ
୧୯୭୯ଶ୍ରୀକୃଷ୍ଣ ରାସଲୀଳାକଣ୍ଠଦାନ
୧୯୭୮କବି ସମ୍ରାଟ ଉପେନ୍ଦ୍ର ଭଞ୍ଜସଙ୍ଗୀତ ନିର୍ଦ୍ଦେଶନା
୧୯୭୭ଅନୁତାପକଣ୍ଠଦାନ
୧୯୭୬ଅମର ପ୍ରେମକଣ୍ଠଦାନ
୧୯୭୩କନକଲତାକଣ୍ଠଦାନ
୧୯୬୮କିଏ କାହାରକଣ୍ଠଦାନ

[]

ଅନ୍ୟାନ୍ୟ

[ସମ୍ପାଦନା]
  • କୋଠ ଭୋଗଖିଆ
  • ଜଗନ୍ନାଥ ହେ, କିଛି ମାଗୁନାହିଁ ତୋତେ
  • ଭଜୁ କି ନା ରାମ ନାମ
  • ଭକତ ବିଦୂର ଶାଗ ଭଜା ଦେଇ
  • ହାତରେ ମୋ ମୁଠା ମୁଠା ଶରଧା ବାଲି
  • ତୋର ସାଆନ୍ତପଣକୁ କିଏ ସରିକି
  • ଶ୍ରୀକ୍ଷେତ୍ରେ କରିଛି ଘର କାଳିଆ ମୋ ବନ୍ଧୁ
  • ଅଜା ଥାଉ ଥାଉ ନାତି ଯାଏ ଚାଲି
  • ତୋତେ ବାହୁଡ଼େଇ ନେବି ଆସିଛି
  • ତୋ ଦାଣ୍ଡଧୁଳି ମୁ ନହେଲେ ନାହିଁ

[][]

ମାନସମ୍ମାନ

[ସମ୍ପାଦନା]
  • ଭଜନ ସମ୍ରାଟ: ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଦେଇ ଭଜନ ସମ୍ରାଟ ଉପାଧିରେ ଭୂଷିତ ।
  • ପରଲୋକ ପରେ ତାଙ୍କ ସ୍ମୃତିରେ "ଭିକାରୀ ବଳ ଫାଉଣ୍ଡେସନ" ନାମରେ ଏକ ସଙ୍ଗଠନ ଗଠିତ ହୋଇଛି ଓ ପ୍ରତି ବର୍ଷ ସଙ୍ଗୀତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି ।[] ତାହାଙ୍କୁ ପଦ୍ମ ଉପାଧିରେ ଭୂଷିତ କରିବା ନିମନ୍ତେ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ନିକଟରେ ଆବେଦନ କରିଛନ୍ତି ।[][]

ଆହୁରି ଦେଖନ୍ତୁ

[ସମ୍ପାଦନା]
  1. 1 2 End of an era in devotional music - Bhikari Bal’s recital of bhajans and folk songs are still popular among music lovers. NAMITA PANDA, LALMOHAN PATNAIK. The Telegraph November 4 , 2010
  2. 1 2 Oriya Devotional Singer Bhikari Bal Dead. India TV. 03 Nov 2010
  3. 1 2 Devotional singer Bhikari Bal passes away. Bhubaneswar. Zee News November 03, 2010]
  4. 1 2 "Bhajan Samrat Bhikari Bal is no more". Archived from the original on 2011-02-27. Retrieved 2011-08-15.
  5. BBF plan to observe Bhajan Samrat's birthday Archived 2010-11-16 at the Wayback Machine.. Cuttack. Jul 01, 2010
  6. Govt to bat for Padma award to bhajan samrat Bhikari Bal Archived 2012-10-16 at the Wayback Machine.. IBN News. Cuttack. Jul 25,2010
  7. Orissa government to bat for Padma award for 'bhajan samrat' Bhikari Bal. Daily News & Analysis (DNA). CuttackJul 25, 2010

ବାହାର ଲିଙ୍କ

[ସମ୍ପାଦନା]