ପ୍ରତିମା ପୁହାଣ

ଉଇକିପିଡ଼ିଆ‌ରୁ
ପ୍ରତିମା ପୁହାଣ
ଜନ୍ମ
ପୋଡ଼ାବର, ଜଗତପୁର, କଟକ
ଜାତୀୟତା ଭାରତୀୟ
ଶିକ୍ଷାନୁଷ୍ଠାନଭଗବତୀ ବିଦ୍ୟାପୀଠ, ତୁଳସୀ ଦାସ ମଠ
ପ୍ରସିଦ୍ଧିନୌ-ଚାଳନା
ପିତାମାତା(s)ସନାତନ ପୁହାଣ, ସଂଯୁକ୍ତା ପୁହାଣ

ପ୍ରତିମା ପୁହାଣ(ଜନ୍ମ : ୧୯୯୧) କଟକର ଜଗତପୁରଠାରେ ଜନ୍ମ ଗ୍ରହଣ କରିଥିବା ଜଣେ ମହିଳା ନୌ-ଚାଳନା ଖେଳାଳି ।[୧] ସେ ଭାରତ ତରଫରୁ ୨୦୧୦ ମସିହାରେ ୧୬ତମ ଏସୀୟ କ୍ରୀଡ଼ା ପ୍ରତିଯୋଗୀତାରେ ଯୋଗ ଦେଇ ମହିଳା କକଲେସ୍ ପେୟାର ବିଭାଗରେ ପ୍ରମିଳାପ୍ରଭା ମିଞ୍ଜଙ୍କ ସହ ମିଶି ବ୍ରୋଞ୍ଜ ପଦକ ହାସଲ କରିଥିଲେ । ନୌଚାଳନାରେ ଆନ୍ତର୍ଜାତିକ ପଦକ ଜିତିବାରେ ସେ ଭାରତର ପ୍ରଥମ ମହିଳା ପ୍ରତିଯୋଗୀ ।[୨]

ଜୀବନୀ[ସମ୍ପାଦନା]

ପ୍ରତିମା, କଟକ ମହାନଗର ନିଗମ ଅନ୍ତର୍ଗତ ପୋଡ଼ାବର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ପିତା ସନାତନ ପୁହାଣ ଓ ମାତା ସଂଯୁକ୍ତାଙ୍କର ସେ ଥିଲେ ସାନ ଝିଅ । ସେ "ତୁଳସୀ ଦାସ ମଠ"ରୁ ପାଠପଢ଼ା ଆରମ୍ଭ କରିଥିଲେ । ପରେ ସେ ଭୈରପୁରର ଭଗବତୀ ବିଦ୍ୟାପୀଠରେ ସପ୍ତମ ଶ୍ରେଣୀ ପରୀକ୍ଷା ଦେବାପରେ ଜଗତପୁରଠାରେ ଥିବା ରୋଇଂ କ୍ରୀଡ଼ାରେ ଯୋଗ ଦେବା ପାଇଁ ଆବେଦନ କରିଥିଲେ । ଜଗତପୁରଠାରେ ପ୍ରଶିକ୍ଷଣ ଗ୍ରହଣ କରିବାର ୪ମାସ ମଧ୍ୟରେ ସେ ତାମିଲନାଡୁରେ ଏକ ପ୍ରତିଯୋଗିତାରେ କାଂସ୍ୟ ପଦକ ହାସଲ କରିଥିଲେ । ତାପରେ ସେ ଅନେକ ଜାତୀୟ ଓ ଆନ୍ତର୍ଜାତୀୟ ପ୍ରତିଯୋଗିତାରେ ଓଡ଼ିଶା ଓ ଭାରତକୁ ପ୍ରତିନିଧିତ୍ୱ କରି ପଦକ ହାସ୍ଲ କରିଛନ୍ତି ।

କୃତିତ୍ୱ [ସମ୍ପାଦନା]

  • ୨୦୧୦ ଏସୀୟ କ୍ରୀଡ଼ା ପ୍ରତିଯୋଗୀତାରେ ମହିଳା କକଲେସ୍ ପେୟାର ବିଭାଗରେ ପ୍ରମିଳାପ୍ରଭା ମିଞ୍ଜଙ୍କ ସହ ମିଶି ବ୍ରୋଞ୍ଜ ପଦକ[୩]

ପୁରସ୍କାର [ସମ୍ପାଦନା]

ଆଧାର [ସମ୍ପାଦନା]