Jump to content

ଅର୍ଜୁନ ପୁରସ୍କାର

ଉଇକିପିଡ଼ିଆ‌ରୁ
ଅର୍ଜୁନ ପୁରସ୍କାର
ପୁରସ୍କାର ତଥ୍ୟ
ପ୍ରକାର ସାଧାରଣ
ଶ୍ରେଣୀ ଖେଳ (ଏକକ)
ସ୍ଥାପିତ ୧୯୬୧
ପ୍ରଥମେ ଦିଆଗଲା ୧୯୬୧
ଶେଷଥର ଦିଆଯାଇଛି ୨୦୧୯
ଦାତା ଭାରତ ସରକାର
ନଗଦ ଅର୍ଥ Indian Rupee ₹ ୫୦୦,୦୦୦
ପୁରସ୍କାର କ୍ରମ
ରାଜୀବ ଗାନ୍ଧୀ ଖେଳ ରତ୍ନ ← ଅର୍ଜୁନ ପୁରସ୍କାର → ଏକଲବ୍ୟ ପୁରସ୍କାର

ଅର୍ଜୁନ ପୁରସ୍କାର, ଆଧିକାରିକ ଭାବେ ‘କ୍ରୀଡା ଓ ଖେଳରେ ଅସାଧାରଣ ପ୍ରଦର୍ଶନ ପାଇଁ ଦିଆଯାଉଥିବା ଅର୍ଜୁନ ପୁରସ୍କାର’ ଭାବେ ପରିଚିତ, ଭାରତର ଦ୍ୱିତୀୟ ସର୍ବୋଚ୍ଚ କ୍ରୀଡା ସମ୍ମାନ ଅଟେ; ସର୍ବୋଚ୍ଚ ସମ୍ମାନ ହେଉଛି ମେଜର ଧ୍ୟାନଚନ୍ଦ ଖେଳ ରତ୍ନ ପୁରସ୍କାର । ଏହି ପୁରସ୍କାରର ନାମ ପ୍ରାଚୀନ ଭାରତର ସଂସ୍କୃତ ମହାକାବ୍ୟ ‘ମହାଭାରତ’ର ଏକ ପାତ୍ର ଅର୍ଜୁନଙ୍କ ନାମରେ ରଖାଯାଇଛି । ହିନ୍ଦୁଧର୍ମରେ ତାଙ୍କୁ କଠିନ ପରିଶ୍ରମ, ନିଷ୍ଠା ଏବଂ ଏକାଗ୍ରତାର ପ୍ରତୀକ ଭାବେ ଦର୍ଶାଯାଇଛି ।[] ଏହା ପ୍ରତିବର୍ଷ ଯୁବ କାର୍ଯ୍ୟ ଓ କ୍ରୀଡା ମନ୍ତ୍ରଣାଳୟ ଦ୍ୱାରା ପ୍ରଦାନ କରାଯାଏ ।

୧୯୯୧–୧୯୯୨ ମସିହାରେ ମେଜର ଧ୍ୟାନଚନ୍ଦ ଖେଳ ରତ୍ନ ପୁରସ୍କାର ପରିଚୟ ପୂର୍ବରୁ, ଅର୍ଜୁନ ପୁରସ୍କାର ଭାରତର ସର୍ବୋଚ୍ଚ କ୍ରୀଡା ସମ୍ମାନ ଥିଲା ।[] ଏହି ପୁରସ୍କାର ପାଇଁ ନାମାଙ୍କନ ସରକାରୀ ମାନ୍ୟତାପ୍ରାପ୍ତ ସମସ୍ତ ଜାତୀୟ କ୍ରୀଡା ମହାସଂଘ, ଭାରତୀୟ ଅଲିମ୍ପିକ ସଂଘ, ସ୍ପୋର୍ଟସ ଅଥରିଟି ଅଫ୍ ଇଣ୍ଡିଆ (SAI), ସ୍ପୋର୍ଟସ ପ୍ରମୋଶନ ଏବଂ କଣ୍ଟ୍ରୋଲ ବୋର୍ଡଗୁଡ଼ିକ, ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶ ସରକାରମାନେ, ଏବଂ ପୂର୍ବବର୍ଷଗୁଡ଼ିକର ମେଜର ଧ୍ୟାନଚନ୍ଦ ଖେଳ ରତ୍ନ, ଅର୍ଜୁନ, ଧ୍ୟାନଚନ୍ଦ ଏବଂ ଦ୍ରୋଣାଚାର୍ଯ୍ୟ ପୁରସ୍କାର ପ୍ରାପ୍ତ ଖେଳାଳୀମାନଙ୍କ ଠାରୁ ଗ୍ରହଣ କରାଯାଏ । ମନ୍ତ୍ରଣାଳୟ ଦ୍ୱାରା ଗଠିତ ଏକ ସମିତି ଦ୍ୱାରା ପୁରସ୍କାର ବିଜେତାମାନଙ୍କୁ ଚୟନ କରାଯାଏ ଏବଂ ଆନ୍ତର୍ଜାତୀୟ ସ୍ତରରେ ଚାରି ବର୍ଷର ଅବଧି ଧରି କ୍ରୀଡା କ୍ଷେତ୍ରରେ “ଉତ୍ତମ ପ୍ରଦର୍ଶନ” କରିଥିବା ସହିତ “ନେତୃତ୍ୱ, କ୍ରୀଡାମନୋଭାବ ଏବଂ ଶିଷ୍ଟାଚାରର ଭାବନା” ପ୍ରଦର୍ଶନ କରିଥିବା କ୍ଷେତ୍ରରେ ସମ୍ମାନିତ କରାଯାଏ।

୨୦୨୦ ପର୍ଯ୍ୟନ୍ତ, ଏହି ପୁରସ୍କାରରେ “ଅର୍ଜୁନଙ୍କ ଏକ କାଂସ୍ୟ ପ୍ରତିମା, ପ୍ରମାଣପତ୍ର, ଔପଚାରିକ ପୋଷାକ ଏବଂ ₹୧୫ ଲକ୍ଷ (ଯୁଏସ୍‌ଡଲାର୍ ୧୮,୦୦୦) ର ନଗଦ ପୁରସ୍କାର” ଦିଆୟାଉଥିଲା ।

ଅର୍ଜୁନ ପୁରସ୍କାର ବିଜେତା ଓଡ଼ିଆ ଖେଳାଳି

[ସମ୍ପାଦନା]

କେନ୍ଦ୍ର ସରକାରଙ୍କ ପ୍ରଚଳିତ ଏହି ସର୍ବୋଚ୍ଚ କ୍ରୀଡ଼ା ସମ୍ମାନର ୫୦+ ବର୍ଷର ଇତିହାସରେ ଓଡ଼ିଶାରୁ ୯ ଜଣ ଅର୍ଜୁନ ପୁରସ୍କାର ବିଜେତା ହୋଇପାରିଛନ୍ତି ।

  1. ପ୍ରମୋଦ ଭଗତ (୨୦୧୯): ପାରା-ବ୍ୟାଡମିଣ୍ଟନ ଖେଳାଳି[]
  2. ଦୂତୀ ଚାନ୍ଦ (୨୦୨୦) : ଆଥଲେଟ[]
  3. କାଟୁଲୁ ରବି କୁମାର (୨୦୧୧): ଭାରୋତ୍ତଳକ
  4. ଇଗ୍ନେଶ ତିର୍କି (୨୦୦୯): ହକି ଖେଳାଳି
  5. ଜ୍ୟୋତି ସୁନିତା କୁଲୁ (୨୦୦୬): ମହିଳା ହକି ଖେଳାଳି
  6. ଦିଲୀପ ତିର୍କୀ (୨୦୦୨): ହକି ଖେଳାଳି
  7. ରଚିତା ପଣ୍ଡା (୧୯୯୮): ଆଥଲେଟ
  8. ବିଜୟ ଶତପଥୀ (୧୯୮୧): ଭାରୋତ୍ତଳକ
  9. ମିନତି ମହାପାତ୍ର (୧୯୭୮-୭୯): ସାଇକେଲ ଚାଳକ[]
  1. "The Bhagavad Gita | Princeton University Press". press.princeton.edu (in ଇଂରାଜୀ). 2014-10-26. Retrieved 2025-12-14.
  2. "Vishwanathan Anand gets Rajiv Gandhi Khel Ratna Award" (PDF) (Press release). Press Information Bureau, India. 18 August 1992. Archived (PDF) from the original on 29 December 2020. Retrieved 22 September 2020.
  3. "Pramod Bhagat becomes Odisha's eighth Arjuna awardee". The New Indian Express. Retrieved 2019-08-18.
  4. "क्रिकेटर इंशांत शर्मा और एथलीट दुती चंद समेत 27 खिलाड़ियों को मिलेगा अर्जुन अवॉर्ड". www.zeenews.india.com. ZEE NEWS. Archived from [www.zeenews.india.com/hindi/sports/cricket/ishant-sharma-dutee-chand-among-27-recipients-of-arjuna-award-2020/732795 the original] on 29 August 2020. Retrieved 29 August 2020. {{cite web}}: Check |url= value (help)
  5. "Winner-List-Arjun-Award-Cycling". Ministry of Youth Affairs and Sports, Govt. of India. Retrieved 7 March 2015.

ଅଧିକ ତଥ୍ୟ

[ସମ୍ପାଦନା]