ଝିଲି ଦଳବେହେରା
Jump to navigation
Jump to search
ବ୍ୟକ୍ତିଗତ ତଥ୍ୟ | |
---|---|
ଜନ୍ମ | ୩ ଫେବୃଆରୀ ୧୯୯୯ |
Sport | |
କ୍ରୀଡ଼ା | ଭାରୋତ୍ତୋଳନ |
Updated on ୧୧ ଜୁଲାଇ ୨୦୧୯. |
ଝିଲି ଦଳବେହେରା(ଜନ୍ମ : ୦୩ ଫେବୃଆରୀ ୧୯୯୯)[୧], ଜଣେ ଭାରତୀୟ ଭାରୋତ୍ତୋଳକ ।[୨] ସେ ୨୦୧୯ ମସିହାରେ ଅଷ୍ଟ୍ରେଲିଆ ମହାଦେଶର ସାମୋଆଠାରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନ ଚାମ୍ପିୟନସିପରେ ଭାରତକୁ ପ୍ରତିନିଧିତ୍ୱ କରି ସ୍ୱର୍ଣ୍ଣପଦକ ହାସଲ କରିଥିଲେ ।[୩] ସେ ୪୫ କିଗ୍ରା ଓଜନ ବିଭାଗରେ ପ୍ରତିଦ୍ୱନ୍ଦିତା କରନ୍ତି ।[୪]
ଝିଲି, ଭୁବନେଶ୍ୱରସ୍ଥିତ କ୍ରୀଡ଼ା ଛାତ୍ରାବାସରେ ପି ଧର୍ମାରାଓଙ୍କଠାରୁ ପ୍ରଶିକ୍ଷଣ ଗ୍ରହଣ କରନ୍ତି । ସେ ୨୦୧୭ ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନ ଚାମ୍ପିୟନସିପରେ ଜୁନିୟର ବାଳିକା ବିଭାଗରେ ରୌପ୍ୟ, ୨୦୧୮ ଜୁନିୟର ବିଶ୍ୱ ଭାରୋତ୍ତୋଳନ ଚାମ୍ପିୟନସିପରେ କାଂସ୍ୟ, ୨୦୧୯ ଏସିୟ ଭାରୋତ୍ତୋଳନ ଚାମ୍ପିୟନସିପରେ ରୌପ୍ୟ ପଦକ[୫] ହାସଲ କରିଥିଲେ ।[୬] ୨୦୧୮ ଏକଲବ୍ୟ ପୁରସ୍କାରପାଇଁ ସେ ମନୋନୀତ ହୋଇ ଉପ-ବିଜେତା ହୋଇଥିଲେ ।[୭]
ଆଧାର[ସମ୍ପାଦନା]
- ↑ orisports.com/. orisports http://orisports.com/PersonDetails.aspx?pId=MTExNA==. Retrieved 11 July 2019. Missing or empty
|title=
(help) - ↑ "Jhilli Dalabehera clinches silver in Asian Junior Weightlifting Championships". /kalingatv.com. kalinga tv.
- ↑ "ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନରେ ଓଡ଼ିଆଙ୍କ ଚମକ: ଭକ୍ତରାମଙ୍କୁ ଡବଲ୍, ଝିଲ୍ଲୀଙ୍କୁ ୧ ସ୍ବର୍ଣ୍ଣ". www.dharitri.com. ଧରିତ୍ରୀ. Retrieved 11 July 2019.
- ↑ "Asian Weightlifting Championship: Jhili Dalabehera wins silver, Jeremy smashes Youth World record". www.thehindubusinessline.com. hindu businessline. Retrieved 11 July 2019.
- ↑ "ଓଡ଼ିଆ ୱେଟଲିଫ୍ଟର୍ ଝିଲି ଜିତିଲେ ରୌପ୍ୟ". odishareporter.in. odishareporter.in. Retrieved 11 July 2019.
- ↑ "ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନ ଚାମ୍ପିୟନସିପରେ ଚମକିଲେ ଓଡ଼ିଆ" (ସମାଜ ୧୦/୦୭/୨୦୧୯ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୨୩). ସମାଜ. Retrieved 11 July 2019.
- ↑ "ଲିଲିମା ପାଇବେ ଏକଲବ୍ୟ ପୁରସ୍କାର ଝିଲି, ଋତୁପର୍ଣ୍ଣା ହେବେ ସମ୍ମାନିତ". sambad.in. ଇଷ୍ଟର୍ଣ୍ଣ ମିଡିଆ ପ୍ରା ଲି. Retrieved 11 July 2019.