ଜୁଏଲ ଓରାମ

ଉଇକିପିଡ଼ିଆ‌ରୁ
ଜୁଏଲ ଓରାମ
ସାଂସଦ
ନିର୍ବାଚନ ମଣ୍ଡଳୀସୁନ୍ଦରଗଡ଼
ବ୍ୟକ୍ତିଗତ ସବିଶେଷ
ଜନ୍ମ (1961-03-22) ୨୨ ମାର୍ଚ୍ଚ ୧୯୬୧ (ବୟସ ୬୨)
କେନ୍ଦୁଡ଼ିହି,ସୁନ୍ଦରଗଡ଼ ଜିଲ୍ଲା
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜନତା ପାର୍ଟି
ଜୀବନ ସାଥୀଶ୍ରୀମତୀ ଝିଙ୍ଗିଆ ଓରାମ
ସନ୍ତାନ୩ କନ୍ୟା
ବୃତ୍ତିରାଜନୀତି
ୱେବସାଇଟhttp://jualoram.org/

ଜୁଏଲ ଓରାମ ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲାର କେନ୍ଦୁଡ଼ିହିଠାରେ ୩ ମାର୍ଚ୍ଚ ୧୯୬୧ରେ ଜନ୍ମଗ୍ରହଣ କରିଥିଲେ । ସପ୍ତଦଶ ଲୋକ ସଭାରେ ସୁନ୍ଦରଗଡ଼ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ଭାରତୀୟ ଜନତା ପାର୍ଟିର ଜଣେ ସାଂସଦ ଭାବେ ସେ ନିର୍ବାଚିତ ।[୧][୨] ସେ ମଧ୍ୟ ଭାରତୀୟ ଜନତା ପାର୍ଟି ଟିକେଟରେ ଦ୍ୱାଦଶ, ତ୍ରୟୋଦଶ, ଚତୁର୍ଦ୍ଦଶ ଲୋକ ସଭାକୁ ପ୍ରତିନିଧିତ୍ୱ କରିଥିଲେ । ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଗଠିତ ସରକାରରେ ସେ ଆଦିବାସୀ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଛନ୍ତି ।[୩][୪] ସଂପ୍ରତି ସେ ଭାରତୀୟ ଜନତା ପାର୍ଟି ଓଡ଼ିଶା ଶାଖାର ଜଣେ ବରିଷ୍ଠ ସଦସ୍ୟ ତଥା ଉପ ସଭାପତି । ଏଥି ପୂର୍ବରୁ ସେ ଭାରତୀୟ ଜନତା ପାର୍ଟି ଓଡ଼ିଶା ଶାଖାର ସଭାପତିରୂପେ ଚାରିବର୍ଷରୁ ଅଧିକ କାଳ ରହିଥିଲେ ।

ଶିକ୍ଷା[ସମ୍ପାଦନା]

ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂରେ ସେ ଡିପ୍ଳୋମା ଶିକ୍ଷା ସମାପ୍ତ କରିଛନ୍ତି ।[୫] "BHEL" ଅଧୀନରେ ଛଅ ବର୍ଷ ଚାକିରୀ କରିବା ପରେ ସେ ୧୯୯୦ ମସିହାରେ ରାଜନୀତିରେ ଯୋଗଦିଅନ୍ତି ।

ଆଧାର[ସମ୍ପାଦନା]

  1. "Jual Oram Biography". Retrieved 10 December 2017.
  2. Bureau, Samajalive (2019-05-24). "ଓଡ଼ିଶା ଲୋକ ସଭା ପ୍ରାର୍ଥୀଙ୍କ ବିଜୟ ତାଲିକା". Samaja Live (in ଆମେରିକୀୟ ଇଂରାଜୀ). Retrieved 2019-05-25.
  3. Modi does a balancing act
  4. "Jual Oram, India's first tribal minister, back in Union cabinet". Retrieved 10 December 2017.
  5. "Cabinet reshuffle: Modi government's got talent but is it being fully utilised?", The Economic Times, 10 July 2016