ଅନୁରାଧା ବିଶ୍ୱାଳ

ଉଇକିପିଡ଼ିଆ‌ରୁ
(ଅନୁରାଧା ବିଶ୍ଵାଳରୁ ଲେଉଟି ଆସିଛି)
ଅନୁରାଧା ବିଶ୍ୱାଳ
ଜନ୍ମ (1975-03-28) ୨୮ ମାର୍ଚ୍ଚ ୧୯୭୫ (ବୟସ ୪୮)
ଜାତୀୟତା ଭାରତୀୟ
ଅନ୍ୟ ନାମଅନୁ
ଶିକ୍ଷାସ୍ନାତକୋତ୍ତର
ଜଣାଶୁଣାଆନ୍ତର୍ଜାତୀୟ ଧାବିକା
ଜୀବନସାଥୀପରମାନନ୍ଦ ରାଉତରାୟ
ସନ୍ତାନଅଂଶିକା
ପିତାମାତା(s)ରବିନ୍ଦ୍ରନାଥ ବିଶ୍ୱାଳ
ନିବେଦିତା ବିଶ୍ୱାଳ
ପୁରସ୍କାର(ଗୁଡ଼ିକ)ଏକଲବ୍ୟ ପୁରସ୍କାର, ୨୦୦୦[୧]

ଅନୁରାଧା ବିଶ୍ୱାଳ, ଓଡ଼ିଶାରେ ଜନ୍ମିତ ତଥା ଭାରତକୁ ଆନ୍ତର୍ଜାତୀୟ ସ୍ଥରରେ ପ୍ରତିନିଧିତ୍ୱ କରିଥିବା ଜଣେ ଧାବିକା ।[୨][୩][୪] ସେ ମୁଖ୍ୟତ ୧୦୦ମି. ବାଧାଦୌଡ଼ ଏବଂ ୪ X ୧୦୦ମି. ରିଲେ ଦୌଡରେ ପ୍ରତିଦ୍ୱନ୍ଦିତା କରିଥାନ୍ତି ।[୫]

ଅନୁରାଧା, ବିଭିନ୍ନ ଜାତୀୟ, ଆନ୍ତର୍ଜାତୀୟ ତଥା ୨୦୦୦ ମସିହାରେ ଅନୁଷ୍ଠିତ ହୋଇଥିବା ସିଡ଼ନୀ ଅଲିମ୍ପିକରେ ଭାରତକୁ ପ୍ରତିନିଧିତ୍ୱ କରିସାରିଛନ୍ତି ।[୬] ୨୦୦୬ ମସିହାରେ ଶ୍ରୀଲଙ୍କାର ରାଜଧାନୀ କଲୋମ୍ବୋଠାରେ ଅନୁଷ୍ଠିତ ସାଫ୍ କ୍ରୀଡ଼ାରେ ୪ X ୧୦୦ମି. ରିଲେ ଦୌଡ଼ରେ ସ୍ୱର୍ଣ୍ଣ ପଦକ ଜିତିବା, ତାଙ୍କ ଜୀବନରେ ଏକ ଉଲ୍ଲେଖନୀୟ ଘଟଣା । ଏହା ବ୍ୟତୀତ, ସେ ବହୁବାର ଜାତୀୟ ରେକର୍ଡ଼ ପ୍ରତିଷ୍ଠା ବା ତା'ର ସମକକ୍ଷ ହୋଇପାରିଛନ୍ତି । [୭][୮][୯]

୨୦୦୦ ମସିହାର, ଏକଲବ୍ୟ ପୁରସ୍କାର ବିଜୟିନୀ, ଅନୁରାଧା ବର୍ତ୍ତମାନ ନାଲକୋ କମ୍ପାନୀରେ କାର୍ଯ୍ୟରତ । [୧୦]

ସଫଳତା[ସମ୍ପାଦନା]

style="border:1px solid black"
Year Competition Venue Position Notes
Representing  ଭାରତ
2000 Asian Championships Jakarta, Indonesia 3rd 100m hurdles
2006 SAF Games Columbo, Sri Lanka 1st 100m hurdles

ଅନୁରାଧା ସମୁଦାୟ ୮୦ଟି ସ୍ୱର୍ଣ୍ଣ ୫୦ଟି ରୌପ୍ୟ ଓ ୩୭ଟି ବ୍ରୋଞ୍ଜ ପଦକ ଜିତିଛନ୍ତି

ପୁରସ୍କାର ଓ ପ୍ରଶଂସା[ସମ୍ପାଦନା]

ଅନୁରାଧାଙ୍କୁ ୨୦୧୩ ବର୍ଷର ବିଜୁ ପଟ୍ଟନାୟକ କ୍ରୀଡ଼ାରେ ଜୀବନ ବ୍ୟାପୀ ସାଧନ ପୁରସ୍କାର ମିଳିଥିଲା ୨୯ ଅଗଷ୍ଟ ୨୦୧୪ ଦିନ। ଏହି ପୁରସ୍କାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରରେ ପ୍ରଦାନ କରିଥିଲେ।ପୁରସ୍କାର ସ୍ୱରୂପ ୩ ଲକ୍ଷ ଟଙ୍କା ମିଳିଥିଲା । ସେହିପରି ସେ ୨୦୦୩ ମସିହାରେ ବିଜୁ ପଟ୍ଟନାୟକ ରାଜ୍ୟର ଶ୍ରେଷ୍ଠ କ୍ରୀଡାବିତ ଭାବେ ୫୦୦୦୦ ଟଙ୍କା ପୁରସ୍କାର ପାଇଥିଲେ।

ବାହ୍ୟ ଆଧାର[ସମ୍ପାଦନା]

ଆଧାର[ସମ୍ପାଦନା]

  1. http://www.imfa.in/resource-centre/2000/nov25.htm
  2. http://www.hindu.com/2000/07/31/stories/07310111.htm
  3. http://www.indianathletics.in/tech/ranking.pdf
  4. General Books LLC (June 2010). Indian Hurdlers: P. T. Usha, Joseph Abraham, M. D. Valsamma, Anuradha Biswal, K. Krishna Mohan, Gurbachan Singh Randhawa. General Books LLC. ISBN 978-1-158-25962-5. Retrieved 8 April 2013.
  5. http://www.all-athletics.com/node/129192
  6. http://www.orissadiary.com/ShowSportsNews.asp?id=21351
  7. http://portal.bsnl.in/bsnl/asp/content%20mgmt/html%20content/sports/sports1773.html
  8. http://hindu.com/2002/08/27/stories/2002082705202100.htm
  9. http://www.telegraphindia.com/1070513/asp/sports/story_7770560.asp
  10. http://www.orisports.com/PersonDetails.aspx?pId=MTQ=