Jump to content

ଜ୍ୟୋତି ସୁନିତା କୁଲୁ

ଉଇକିପିଡ଼ିଆ‌ରୁ
ଜ୍ୟୋତି ସୁନିତା କୁଲୁ
ବ୍ୟକ୍ତିଗତ ତଥ୍ୟ
ଜନ୍ମ (1978-09-09) ୯ ସେପ୍ଟେମ୍ବର ୧୯୭୮ (ବୟସ ୪୭)
ସୁନ୍ଦରଗଡ଼, ଓଡ଼ିଶା
Medal record
Women’s Field Hockey
Competitor for  ଭାରତ
Champions Challenge
Bronze2002 JohannesburgTeam
Commonwealth Games
Gold2002 ManchesterTeam
Asia Cup
Gold2004 New DelhiTeam
Asian Games
Bronze2006 DohaTeam

ଜ୍ୟୋତି ସୁନିତା କୁଲୁ (ଜନ୍ମ : ୯ ସେପ୍ଟେମ୍ବର ୧୯୭୮)[] ସୁନ୍ଦରଗଡ଼ଠାରେ ଜନ୍ମଗ୍ରହଣ କରିଥିବା[])ଭାରତର ଜଣେ ମହିଳା ଫିଲ୍ଡ ହକି ଖେଳାଳୀ । ଭାରତ ପାଇଁ ସେ ୧୭୯ଟି ମ୍ୟାଚ ଖେଳି ୩୫ରୁ ଅଧିକ ଗୋଲ କରିଛନ୍ତି । ସେ ୧୯୯୬ ମସିହାରେ ନୂଆ ଦିଲ୍ଲୀରେ ଖେଳାଯାଇଥିବା ଇନ୍ଦିରା ଗାନ୍ଧୀ ଗୋଲ୍ଡ କପରେ ନିଜର ପ୍ରଥମ ଆନ୍ତର୍ଜାତିୟ ମ୍ୟାଚ ଖେଳିଥିଲେ । ୨୦୦୨ ମସିହାରେ ଦକ୍ଷିଣ ଆଫ୍ରିକାର ଜୋହନସବର୍ଗରେ ଖେଳାଯାଇଥିବା ଚମ୍ପିୟାନ ଚାଲେଞ୍ଜ ଟୁର୍ଣ୍ଣାମେଣ୍ଟର ସର୍ବାଧିକ ଛ'ଟି ମ୍ୟାଚରେ ପାଞ୍ଚଟି ଗୋଲ କରିଥିଲେ । ସେହି ବର୍ଷ ଇଂଲଣ୍ଡର ମାଞ୍ଚେଷ୍ଟରରେ ଖେଳାଯାଇଥିବା "ରାଷ୍ଟ୍ରମଣ୍ଡଳ ଖେଳ"ରେ ସ୍ୱର୍ଣ୍ଣପଦକ ଜିତିଥିବା ଭାରତୀୟ ଦଳର ସେ ସଦସ୍ୟ ଥିଲେ ।

ଜ୍ୟୋତି, ହକି ଖେଳାଳି "ଆଲବର୍ଟ ଟେଟେ"ଙ୍କୁ ବିବାହ କରିଛନ୍ତି । ବର୍ତ୍ତମାନ ସେ ଭାରତୀୟ ରେଲବାଇରେ କାର୍ଯ୍ୟରତ ।[]


ଆନ୍ତର୍ଜାତୀୟ ସିନିଅର ଟୁର୍ଣ୍ଣାମେଣ୍ଟ

[ସମ୍ପାଦନା]

ସମ୍ମାନ ଓ ପୁରସ୍କାର

[ସମ୍ପାଦନା]
  1. "Personalities". orisports.com. Retrieved 26 January 2017.
  2. "Jyoti Sunita KULLU". bharatiyahockey.org. Retrieved 26 January 2017.
  3. "ସ୍ୱର୍ଣ୍ଣ ବିଜେତା ଓଡ଼ିଆ". ସମ୍ବାଦ ୩୦/୦୩/୨୦୧୮ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୨୧. Retrieved 30 March 2018.[permanent dead link]
  4. "Arjuna award came too late: Jyoti S Kullu". DNA. Retrieved 26 January 2017.

ବାହାର ଆଧାର

[ସମ୍ପାଦନା]