ନମିତା ଟପ୍ପୋ
Appearance
ବ୍ୟକ୍ତିଗତ ସୂଚନା | |||
---|---|---|---|
ଜନ୍ମ |
ଓଡ଼ିଶା, ଭାରତ | ୪ ଜୁନ ୧୯୯୫||
Playing position | ମିଡ଼ଫିଲ୍ଡର୍ | ||
ନମିତା ଟପ୍ପୋ (ଜନ୍ମ ୪ ଜୁନ୍ ୧୯୯୫) ଜଣେ ଭାରତୀୟ ମହିଳା ଫିଲ୍ଡ୍ ହକି ଖେଳାଳି ।[୧] ସେ ଓଡ଼ିଶାର ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ବ୍ଲକ୍ ଅନ୍ତର୍ଗତ ଜଉରମାଳା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ସେ ଥୋବୋ ଟପ୍ପୋ (ବାପା) ଓ ଚକ୍ରବର୍ତ୍ତୀ ଟପ୍ପୋ (ମାଆ)ଙ୍କ ଝିଅ ।[୨] ସେ ପାନପୋଷ, ରାଉରକେଲା, ସ୍ପୋର୍ଟ୍ସ୍ ହଷ୍ଟେଲର ପୁର୍ବତନ ଛାତ୍ରୀ ।[୩][୪]
ସଫଳତା
[ସମ୍ପାଦନା]ସେ ୯୭ଟି ଆନ୍ତର୍ଜାତୀୟ ପ୍ରତିଯୋଗିତା ଖେଳି ୪ଟି ଗୋଲ୍ ଦେଇଛନ୍ତି ।[୫]
ଆନ୍ତର୍ଜାତୀୟ
[ସମ୍ପାଦନା]- ସେପ୍ଟେମ୍ବର ୨୫, ୨୦୧୧ରେ ୧୮ ବର୍ଷରୁ କମ୍ ଏସୀୟ କପ୍ ହରି ପ୍ପତିଯୋଗିତାରେ ରାଂସ୍ୟ ପଦକ ଜିତିଥିବା ଭାରତୀୟ ଦଳର ସେ ସଦସ୍ୟ ଥିଲେ ।[୬][୭]
- ଫେବୃଆରୀ ୧୮ରୁ ୨୪ ୨୦୧୩ରେ ନୂଆଦିଲ୍ଲୀଠାରେ ଏଫ୍ଆଇଏଚ୍ ବିଶ୍ୱ ଲିଗ୍ରେ ଭାରତୀୟ ମହିଳା ହକି ଦଳକୁ ପ୍ରତିନିଧିତ୍ୱ କରିଥିଲେ ।[୮]
- ଜୁଲାଇ ୪, ୨୦୧୩ରେ ଜର୍ମାନୀର ମୋଞ୍ଚେଙ୍ଗଲାବାଚ୍ରେ ବିଶ୍ୱ କପ୍ରେ କାଂସ୍ୟ ପଦକ ଜିତି ଇତିହାସ ରଚଥିବା ଜିତିଥିବା ମହିଳା କନିଷ୍ଠ ହକି ଦଳର ସଦସ୍ୟ ଥିଲେ ।[୯][୧୦]
- ୨୦୧୩ରେ ଜାପାନରେ ଆୟୋଜିତ ତୃତୀୟ ମହିଳା ଏସୀୟ ପ୍ରତିଯୋଗିତା ଟ୍ରଫିରେ ଦେଶକୁ ପ୍ରତିନିଧିତ୍ୱ କରିଥିଲେ ।[୧୧]
- ୨୦୧୩ରେ ମାଲେସିଆରେ ଅନୁଷ୍ଠିତ ଅଷ୍ଟମ ମହିଳା ଏସୀୟ ପ୍ରତିଯୋଗିତାରେ ପ୍ରତିନିଧିତ୍ୱ କରିଥିଲେ ।[୧୨]
- ୨୦୧୪ରେ ଗ୍ଲାସ୍ଗୋରେ ଅନୁଷ୍ଠିତ ଏଫ୍ଆଇଏଚ୍ ପ୍ରତିଯୋଗିତା ଚ୍ୟାଲେଞ୍ଜ୍ ୧ରେ ସେ ଦେଶକୁ ପ୍ରତିନିଧିତ୍ୱ କରିଥିଲେ ।[୧୩]
- ଜୁନ୍ ୯ରୁ ୧୭ ୨୦୧୪ରେ ମାଲେସିଆର କୁଆଲାମ୍ପୁରରେ ୬-୦ରେ ଟେଷ୍ଟ୍ ସିରିଜ୍ ଜିତିଥିବା ମହିଳା ହକି ଟେଷ୍ଟ ଦଳର ସେ ସଦସ୍ୟ ଥିଲେ ।[୧୪]
- ଜୁଲାଇ ୨୩ରୁ ଅଗଷ୍ଟ ୩ ୨୦୧୪ରେ ଗ୍ଲାସ୍ଗୋରେ ଅନୁଷ୍ଠିତ ୨୦ତମ ରାଜ୍ୟଗୋଷ୍ଠୀ କ୍ରୀଡାରେ ପଞ୍ଚମ ସ୍ଥାନରେ ଥିବା ଭାରତୀୟ ଦଳରେ ସେ ସଦସ୍ୟ ଥିଲେ ।[୧୫]
- ଅକ୍ଟୋବର ୧ ୨୦୧୪ରେ ଦକ୍ଷିଣ କୋରିଆର ଇଞ୍ଚିଅନ୍ରେ ଅନୁଷ୍ଠିତ ୧୭ତମ ଏସୀୟ ପ୍ରତିଯୋଗିତାରେ କାଂସ୍ୟ ପଦକ ଜିତିଥିବା ଭାରତୀୟ ଦଳର ସେ ସଦସ୍ୟ ଥିଲେ ।[୧୬]
- ଅପ୍ରେଲ୍ ୧୧ରୁ ୧୯ ୨୦୧୫ରେ ନ୍ୟୁଜିଲାଣ୍ଡ୍ର ହାଷ୍ଟିଙ୍ଗ୍ସଠାରେ ଅନୁଷ୍ଠିତ ହକ୍ସ ବେ ପ୍ରତୋଯୋଗିତାରେ ସପ୍ତମ ସ୍ଥାନରେ ଥିବା ଭାରତୀୟ ଦଳର ସେ ସଦସ୍ୟ ଥିଲେ ।
- ୨୦ ଫେବୃଆରୀରୁ ମାର୍ଚ୍ଚ ୧ ୨୦୧୬ରେ ଦକ୍ଷିଣ ଆଫ୍ରିକା ଗସ୍ତରେ ଖେଳିଥିବା ଭାରତୀୟ ଦଳର ସେ ସଦସ୍ୟ ଥିଲେ ।
- ଅପ୍ରେଲ୍ ୨ରୁ ୧୦ ୨୦୧୬ରେ ନ୍ୟୁଜିଲାଣ୍ଡ୍ର ହାଷ୍ଟିଙ୍ଗ୍ସଠାରେ ଅନୁଷ୍ଠିତ ହକ୍ସ ବେ କପ୍ ମହିଳା ହକି ଉତ୍ସବରେ ଷଷ୍ଠ ସ୍ଥାନରେ ଥିବା ଭାରତୀୟ ଦଳର ସେ ସଦସ୍ୟ ଥିଲେ ।[୧୭]
- ସେ ୨୦୧୬ରେ ବ୍ରାଜିଲରେ ଅନୁଷ୍ଠିତ ରିଓ ଅଲିମ୍ପିକ୍ସ ପାଇଁ ମନୋନୀତ ହୋଇଥିଲେ ।[୧୮]
ଜାତୀୟ
[ସମ୍ପାଦନା]- ୨୦୧୦ରେ ମହିଳା ଜାତୀୟ ପ୍ରତିଯୋଗିତାରେ ଓଡ଼ିଶାକୁ ପ୍ରତିନିଧିତ୍ୱ କରିଥିଲେ । (ଦ୍ୱିତୀୟ ସ୍ଥାନ)
- ୨୦୦୮ରେ ସବ୍-ଜୁନିଅର୍ ଜାତୀୟ ପ୍ରତିଯୋଗିତାରେ ଓଡ଼ିଶାକୁ ପ୍ରତିନିଧିତ୍ୱ କରିଥିଲେ । (ତୃତୀୟ ସ୍ଥାନ)
- ୨୦୦୮ (ତୃତୀୟ) ଓ ୨୦୧୧ (ପ୍ରଥମ)ରେ ଜାତୀୟ ବିଦ୍ୟାଳୟସ୍ତରୀୟ ପ୍ରତିଯୋଗିତାରେ ଓଡ଼ିଶାକୁ ପ୍ରତିନିଧତ୍ୱ କରିଥିଲେ ।
- ୨୦୦୯ (ପ୍ରଥମ) ଓ ୨୦୧୧ରେ ଜାତୀୟ ବିଦ୍ୟାଳୟ ପ୍ରତିଯୋଗିତାରେ ଓଡ଼ିଶାକୁ ପ୍ରତିନିଧିତ୍ୱ କରିଥିଲେ ।
- ୨୦୦୯ (ପ୍ରଥମ)ରେ ଜାତୀୟ ଗ୍ରାମାଞ୍ଚଳ ପ୍ରତିଯୋଗିତାରେ ଓଡ଼ିଶାକୁ ପ୍ରତିନିଧିତ୍ୱ କରିଥିଲେ ।
- ୨୦୦୭, ୨୦୦୮, ୨୦୦୯ (ପ୍ରଥମ), ୨୦୧୦ (ତୃତୀୟ)ରେ କନିଷ୍ଠ ନେହେରୁ କପ୍ ପ୍ରତିଯୋଗିତରେ ଅଂଶଗ୍ରହଣ କରିଥିଲେ ।
- ୨୦୧୧ (ତୃତୀୟ)ରେ ବରିଷ୍ଠ ଜାତୀୟ ପ୍ରତିଯୋଗିତାରେ ଓଡ଼ିଶାକୁ ପ୍ରତିନିଧିତ୍ୱ କରିଥିଲେ ।
- ୨୭ ଡିସେମ୍ବରରୁ ୧ ଫେବୃଆରୀ ୨୦୧୧ ପର୍ଯ୍ୟନ୍ତ ନୂଆଦିଲ୍ଲୀର ମେଜର୍ ଧ୍ୟାନ୍ଚାନ୍ଦ୍ ଜାତୀୟ ଷ୍ଟାଡ଼ିୟମ୍ରେ ଅନୁଷ୍ଠିତ ବରିଷ୍ଠ ଜାତୀୟ ମହିଲା ପ୍ରଶିକ୍ଷଣ ଶିବିର ପାଇଁ ହକି ଇଣ୍ଡିଆ ତରଫରୁ ମନୋନୀତ ହୋଇଥିଲେ ।
ଅନ୍ୟ ଦରକାରୀ ତଥ୍ୟ
[ସମ୍ପାଦନା]- ୨୦୧୨ରେ ଡବ୍ଲିନ୍ଠାରେ ଏଫ୍ଆଇଏଚ୍ ପ୍ରତିଯୋଗିତାରେ ସେ ଆନ୍ତର୍ଜାତୀୟ ପଦାର୍ପଣ କରିଥିଲେ ।
- ୩୦ ଜୁଲାଇ ୨୦୧୪ରେ ସ୍କଟ୍ଲ୍ୟାଣ୍ଡ୍ର ଗ୍ଲାସ୍ଗୋଠାରେ ୨୦ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ନିଜର ୫୦ତମ ମ୍ୟାଚ୍ ଖେଳିଥିଲେ । ସେ ଏହି ସଫଳତା ୨ ବର୍ଷ ମଧ୍ୟରେ ପାଇଥିଲେ ।
- ଜର୍ମାନୀରେ ଅନୁଷ୍ଠିତ କନିଷ୍ଠ ମହିଳା ହକି ବିଶ୍ୱକପ୍ରେ କାଂସ୍ୟ ପଦକ ଜିତିବାରେ ଭାତକୁ ସାହାଯ୍ୟ କରିଥିବା ହେତୁ ୧୧ ଅଗଷ୍ଟ ୨୦୧୪ରେ ତାଙ୍କୁ ମହାନ୍ଦୀ କୋଲ୍ଫିଲ୍ଡ୍ସ ଲିମିଟେଡ୍ ୧ ଲକ୍ଷ ଟଙ୍କାର ପୁରସ୍କାର ପ୍ରଦାନ କରିଥିଲା ।
- ୧୭ତମ ଏସୀୟ ପ୍ରତିଯୋଗିତା, ଇଞ୍ଚିଅନ୍ଠାରେ ଭାରତ କାଂସ୍ୟ ପଦକ ଜିତିଥିବା ହେତୁ ୨ ଅକ୍ଟୋବର ୨୦୧୪ରେ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ତାଙ୍କୁ ୧୦,୦୦୦ ଟଙ୍କାର ପୁରସ୍କାର ଦେଇଥିଲା ।
- ୧୭ତମ ଏସୀୟ ପ୍ରତିଯୋଗିତା, ଇଞ୍ଚିଅନ୍ଠାରେ ଭାରତ କାଂସ୍ୟ ପଦକ ଜିତିଥିବା ହେତୁ ୧୦ ଅକ୍ଟୋବର ୨୦୧୪ରେ ଓଡ଼ିଶା ସରକାର ତାଙ୍କୁ ୭୫,୦୦୦ ଟଙ୍କାର ପୁରସ୍କାର ଦେଇଥିଲା ।
- ୨୮ ମାର୍ଚ୍ଚ ୨୦୧୫ରେ ନୂଆଦିଲ୍ଲୀଠାରେ ବାର୍ଷିକ ପୁରସ୍କାର ପ୍ରଦାନ ଉତ୍ସବରେ ହକି ଇଣ୍ଡିଆ ତରଫରୁ, ସେ ୨୦୧୪ ବର୍ଷର ଆସନ୍ତା ଖେଳାଳି (ମହିଳା, ୨୧ ବର୍ଷରୁ କମ୍) ହାବେ ଅସୁନ୍ତା ଲାକ୍ରା ସମ୍ମାନ ଓ ୧୦ ଲକ୍ଷ ଟଙ୍କାର ପୁରସ୍କାର ପାଇଥିଲେ ।
- ୨୬ ଜୁଲାଇ ୨୦୧୬ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରିଓ ଅଲିମ୍ପିକ୍ସରେ ଭାଗ ନେବା ପାଇଁ ସାହାଯ୍ୟ ଭାବେ ୧୦ ଲକ୍ଷ ଟଙ୍କା ଦେବା ପାଇଁ ଓଡ଼ିଶା ଖଣି କର୍ପୋରେସନ୍କୁ ନିର୍ଦ୍ଦେଶ ଦେଇଥିଲେ ।
- ୨୦୨୦ ମସିହା ପାଇଁ ସେ ଏକଲବ୍ୟ ପୁରସ୍କାର ଲାଭ କରିଥିଲେ ।[୧୯]
ଆଧାର
[ସମ୍ପାଦନା]- ↑ "Four Odisha players part of Olympic-bound women's hockey squad". timesofindia.indiatimes.com. Retrieved 30 July 2016.
- ↑ "PERSONALITIES". orisports.com. Retrieved 31 July 2016.
- ↑ "Hockey cradle celebrates Rio entry". newindianexpress.com. Archived from the original on 16 August 2016. Retrieved 31 July 2016.
- ↑ "Senior Women Core Probables". hockeyindia.org. Archived from the original on 2 February 2017. Retrieved 31 July 2016.
- ↑ "Senior Women Core Probables". hockeyindia.org. Archived from the original on 2 February 2017. Retrieved 31 July 2016.
- ↑ "Bronze for India in the U-18 Girls Asia Cup". thefansofhockey.com. Retrieved 31 July 2016.
- ↑ "India Get Bronze Medal in u-18 Asia Cup Women's Hockey". bharatiyahockey.org. Retrieved 31 July 2016.
- ↑ "Ritu Rani to Lead Indian Women's Team at World Hockey League Round 2 in Delhi". thefansofhockey.com. Retrieved 31 July 2016.
- ↑ "India win historic bronze at junior women hockey World Cup". thehindu.com. Retrieved 31 July 2016.
- ↑ "Sushila to Lead India at Junior Women's Hockey World Cup in Mönchengladbach". thefansofhockey.com. Retrieved 31 July 2016.
- ↑ "Hockey India names women's team for 3rd Asian Champions Trophy". sports.ndtv.com. Retrieved 31 July 2016.
- ↑ "Indian Senior Women Hockey Team Announced For 8th Women's Asia Cup At Kuala Lumpur, Malaysia". hockeyindia.org. Retrieved 31 July 2016.[permanent dead link]
- ↑ "Indian Women Team departs for Champions Challenge 1". thefansofhockey.com. Retrieved 31 July 2016.
- ↑ "Ritu Rani to lead Indian Women Team for Malaysia Tour". thefansofhockey.com. Retrieved 31 July 2016.
- ↑ "Indian women's hockey team leaves for Commonwealth Games". thehansindia.com. Retrieved 31 July 2016.
- ↑ "Indian Players at Incheon Asian games 2014". sports.mapsofindia.com. Retrieved 30 July 2016.
- ↑ "PERSONALITIES". Orisports.com. Retrieved 30 July 2016.
- ↑ "Odisha hockey player Deep, Lilima, Sunita, Namita gets Rio ticket". sportslogon.com. Retrieved 31 July 2016.
- ↑ "ନମିତା ଟପ୍ପୋ ପାଇଲେ ଏକଲବ୍ୟ ପୁରସ୍କାର". No. ସମାଜ ୨୮/୧୨/୨୦୨୦ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧୯. ସମାଜ. 28 December 2020. Archived from the original on 28 December 2020. Retrieved 28 December 2020.