ସଞ୍ଜୟ ରାଉଳ
ଦେଖଣା
| କ୍ରିକେଟ ତଥ୍ୟ | |
|---|---|
| ବ୍ୟାଟିଂ ପ୍ରକାର | ଡାହାଣ-ହାତୀ |
| ବୋଲିଂ ପ୍ରକାର | ଡାହାଣ-ହାତୀ |
| ଅନ୍ତର୍ଜାତୀୟ ତଥ୍ୟ | |
| National side | |
| ପ୍ରଥମ ଦିନିକିଆ | ୧୩ ସେପ୍ଟେମ୍ବର ୧୯୯୮ v ପାକିସ୍ଥାନ |
Source: ESPNcricinfo, ୨୭ ଜୁଲାଇ ୨୦୧୨ | |
ସଞ୍ଜୟ ରାଉଳ ଭାରତୀୟ କ୍ରିକେଟ ଦଳରେ ଓଡ଼ିଶା ତରଫରୁ ପ୍ରତିନିଧିତ୍ୱ କରିଥିବା ଜଣେ ଖେଳାଳି ।[୧] ତାଙ୍କ ବ୍ୟତିତ,ଶିବସୁନ୍ଦର ଦାସ,ଦେବାଶିଷ ମହାନ୍ତି, ପ୍ରଜ୍ଞାନ ଓଝା ମଧ୍ୟ ଭାରତୀୟ କ୍ରିକେଟ ଦଳରେ ପ୍ରତିନିଧିତ୍ୱ କରିଛନ୍ତି । କ୍ରିକେଟ ଖେଳରୁ ସନ୍ୟାସ ନେବା ପରେ ସଞ୍ଜୟ ବିସିସିଆଇର ମ୍ୟାଚ୍ ରେଫରି ଭାବରେ କାର୍ଯ୍ୟ କରୁଛନ୍ତି ।[୨]
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]ସଞ୍ଜୟ ରାଉଳ, ପିତା ସୁଶାନ୍ତ କୁମାର ରାଉଳ ଓ ମାତା ରମା ରାଣୀ ରାଉଳଙ୍କଠାରୁ ୬ ଅକ୍ଟୋବର ୧୯୭୬ ଦିନ କଟକରେ ଜନ୍ମଗ୍ରହଣ କରିଥିଲେ ।[୩] ଶିକ୍ଷାଗତ ଯୋଗ୍ଯତା ଅନୁଯାୟି, ସେ ଜଣେ ବାଣିଜ୍ୟ ସ୍ନାତକ ।
କ୍ରିକେଟ ଜୀବନ
[ସମ୍ପାଦନା]ସଞ୍ଜୟ ରାଉଳ, ଭାରତ ତରଫରୁ ପ୍ରଥମ ଦିନିକିଆ ମ୍ୟାଚ ସେପ୍ଟେମ୍ବର ୧୯୯୮ରେ ପାକିସ୍ଥାନ ବିରୋଧରେ ଖେଳିଥିଲେ । ଏହି ମ୍ୟାଚରେ ସେ ୮ ରନ କରିଥିଲେ ଓ ଗୋଟିଏ ଉଇକେଟ ଅର୍ଜନ କରିଥିଲେ । ସେ ଓଡ଼ିଶା ରଣଜୀ ଦଳର ଅଧିନାୟକତ୍ୱ କରିଛନ୍ତି । ଓଡ଼ିଶା ବ୍ୟତିତ ସେ ତ୍ରିପୁରା ଦଳ ପାଇଁ ମଧ୍ୟ ରଣଜୀ ଟ୍ରଫି ଖେଳିଛନ୍ତି ।
ସମ୍ମାନ
[ସମ୍ପାଦନା]- ୧୯୯୭ - ଏକଲବ୍ଯ ପୁରସ୍କାର
ଆଧାର
[ସମ୍ପାଦନା]- ↑ "Sanjay Raul". Retrieved ୨୭ ଜୁଲାଇ ୨୦୧୨.
{{cite web}}: Check date values in:|accessdate=(help) - ↑ "ବାରବାଟୀକୁ ଫେରିଲେ ସ˚ଜୟ, ଅରୁଣ". www.sambad.in. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 18 February 2022. Retrieved 18 February 2022.
- ↑ "Profile details". Archived from the original on 2016-03-06. Retrieved ୨୭ ଜୁଲାଇ ୨୦୧୨.
{{cite web}}: Check date values in:|accessdate=(help)