ପଦ୍ମନାଭ ନାରାୟଣ ଦେବ

ଉଇକିପିଡ଼ିଆ‌ରୁ
ଗଜପତି

ପଦ୍ମନାଭ ନାରାୟଣ ଦେବ
Born୧୮୭୨
ପାରଳାଖେମୁଣ୍ଡି
Died୧୯୦୪
ପାରଳାଖେମୁଣ୍ଡି
Nationalityଭାରତ
Other namesଚନ୍ଦ୍ର ରାଜା
Occupationପାଟଦେଓ
Known forସେକେଣ୍ଡ ପ୍ରିନ୍ସ,ରାଜ କବି
Notable workସଙ୍ଗୀତ ପ୍ରହ୍ଲାଦ ନାଟକ
Childrenକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ

ଗଜପତି ପଦ୍ମନାଭ ନାରାୟଣ ଦେବ (୧୮୭୨-୧୯୦୪) ପାରଳାଖେମୁଣ୍ଡିର ପୂର୍ବତନ ପାଟଦେଓ(ରାଜ ଭ୍ରାତା) ଥିଲେ । ସମ୍ବନ୍ଧରେ ମହାରାଜ କୃଷ୍ଣଚନ୍ଦ୍ର ଗଜପତିଙ୍କ ଦାଦା ଥିଲେ । ସେ ଜଣେ ସିଦ୍ଧହସ୍ତ ନାଟ୍ୟକାର ହେବା ସଙ୍ଗେ ସଙ୍ଗେ ଅନେକ ଚଉପଦୀ ଓ ଜଣାଣ ମଧ୍ୟ ରଚନା କରିଥିଲେ । ଓଡ଼ିଆ, ହିନ୍ଦୀ, ଇଂରାଜୀ ଓ ତେଲୁଗୁ ଏହି ଚାରୋଟି ଭାଷାରେ ପାରଙ୍ଗମ ଥିଲେ । ଗୀତ ସ୍ତବକରାଧାଗୋବିନ୍ଦ ଜଣାଣ ନାମକ ଗ୍ରନ୍ଥଗୁଡ଼ିକର ଲେଖକ । ତାଙ୍କରି ଯୋଗୁଁ ପାରଳାର ଗଜପତି ପ୍ରେସ ଓ ପଦ୍ମନାଭ ରଙ୍ଗାଳୟ (ପରେ ଗୌରଚନ୍ଦ୍ରଙ୍କ ଦେବଙ୍କଦ୍ୱାରା ପଦ୍ମନାଭଙ୍କ ସ୍ମୃତିରେ) ସ୍ଥାପିତ ହୋଇଥିଲା । ପାରଳାଖେମୁଣ୍ଡିରେ ଓଡ଼ିଶୀ ସଙ୍ଗୀତର ଉନ୍ନତି ପାଇଁ ଏହାଙ୍କର ଅନେକ ଅବଦାନ ରହିଛି ।[୧]

ପଦ୍ମନାଭ ଦେବ ଜଳନ୍ତର ରାଜା ରାମକୃଷ୍ଣ ଛୋଟରାୟଙ୍କ ରଚନା ଅନୁକରଣରେ ନିଜେ ଏକ ପ୍ରହ୍ଲାଦ ନାଟକ ଲେଖିଥିଲେ । ଏହି ଗ୍ରନ୍ଥ ସଙ୍ଗୀତବହୁଳ ଥିବାରୁ ତାକୁ 'ଶ୍ରୀ ସଙ୍ଗୀତ ପ୍ରହ୍ଲାଦ ନାଟକ' ଭାବେ ନାମିତ କରିଥିଲେ ।

ପଦ୍ମନାଭଙ୍କ ରଚିତ ତାଳ ସର୍ବସାର ସଙ୍ଗ୍ରହ ବହିର ମୁଖବନ୍ଧରେ ଏହାଙ୍କଦ୍ୱାରା ଲେଖାଯାଇଥିବା ଏକ ମନ୍ତବ୍ୟକୁ କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ ଅନେକ ନିନ୍ଦା କରିଛନ୍ତି ।[୨]

ଆଧାର[ସମ୍ପାଦନା]

  1. ପଦ୍ମନାଭ ନାରାୟଣ ଦେବ ଗ୍ରନ୍ଥାବଳୀ, ସୁଦର୍ଶନ ଆଚାର୍ଯ୍ୟ (ସମ୍ପାଦନା) । ପ୍ରକାଶକ : ଜଗନ୍ନାଥ ରଥ, ବିନୋଦ ବିହାରୀ, କଟକ-୨ । ପ୍ରିଣ୍ଟିଂ - ପଞ୍ଚସଖା ପ୍ରକାଶନ, ସୂତାହାଟ, କଟକ । ପ୍ରଥମ ସଂସ୍କରଣ, ୨୦୧୧ ।
  2. ତାଳ ସର୍ବସାର ସଙ୍ଗ୍ରହ, ଗଜପତି ପ୍ରେସ, ପାରଳାଖେମୁଣ୍ଡି ।