ଲାଲ କିଲ୍ଲା
ଲାଲ କିଲ୍ଲା لال قلعہ लाल क़िला | |
---|---|
ଅବସ୍ଥାନ | ଦିଲ୍ଲୀ, ଭାରତ |
ନିର୍ମାଣ କାଳ | ୧୬୪୮ |
ସ୍ଥପତି | ଉସ୍ତାଦ ଅହ୍ମଦ ଲହୋରୀ |
ନିର୍ମାଣ ଶୈଳୀ | Mughal architecture |
Official name: Red Fort Complex | |
ପ୍ରକାର | Cultural |
ମାନଦଣ୍ଡ | ii, iii, vi |
Designated | 2007 (31st session) |
Reference no. | 231 |
State Party | ଭାରତ |
Region | Asia-Pacific |
ଦିଲ୍ଲୀ ସ୍ଥିତଲାଲକିଲ୍ଲାର ରଙ୍ଗ ଲାଲ ହୋଇଥିବାରୁ ଏହାକୁ ଲାଲକିଲ୍ଲା ବୋଲି କୁହାଯାଏ। ଏହା ଭାରତର ରାଜଧାନୀ ନୂଆ ଦିଲ୍ଲୀ ନିକଟରେ ଥିବା ପୁରୁଣା-ଦିଲ୍ଲୀରେ ଅବସ୍ଥିତ । ଏହା ୟୁନେସ୍କୋର ବିଶ୍ୱ ଐତିହ୍ୟ ସ୍ଥଳ ସୂଚୀରେ ଅନ୍ତର୍ଭୁକ୍ତ ।
ନାମ
[ସମ୍ପାଦନା]ଇତିହାସ
[ସମ୍ପାଦନା]ବନ୍ଧନ ମୁକ୍ତ ଯାତ୍ରାର ନାଁ ହେଉଛି ସ୍ୱାଧୀନତା । ଏକ ମୁକ୍ତ ଉଡାଣର ନାଁ ହେଉଛି ସ୍ୱାଧୀନତା । ହେଲେ ବିନା ଲାଲ୍ କିଲ୍ଲାରେ ସ୍ୱାଧୀନତାର ଏହି ଦିନକୁ ପାଳନ କରିବା ସମ୍ଭବ ନୁହେଁ । ପ୍ରତିବର୍ଷ ଅଗଷ୍ଟ ୧୫ରେ ଏହି ଲାଲ୍ କିଲ୍ଲାରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧିତ କରିଥାନ୍ତି । ଏହି ସମ୍ବୋଧନ ପୂର୍ବରୁ ଯେତେବେଳେ ଲାଲ କିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରିଥାନ୍ତି ସେତେବେଳେ ଗର୍ବରେ ଦେଶବାସୀଙ୍କ ଛାତି ଚଉଡା ହୋଇଯାଇଥାଏ ।
ତେବେ କାହିଁକି ଅଧୁରା ଲାଲ୍ କିଲ୍ଲା ବିନା ସ୍ୱାଧୀନତାର ସୁଆଦ । ଜାଣନ୍ତୁ ଏହା ସହ ଜଡ଼ିତ କିଛି କଥା
ୟୁନେସ୍କୋ ବିଶ୍ୱ ଐତିହ୍ୟ :
• ଲାଲ୍ କିଲ୍ଲା ମୋଗଲ୍ ବାଦଶାହା ଶହାଜାହାନଙ୍କଦ୍ୱାରା ୧୬୩୯ରେ ନିର୍ମାଣ ହୋଇଥିଲା ।
• ଏହି ମହାନ୍ କିଲ୍ଲା ୟୁନେସ୍କୋ ବିଶ୍ୱ ଐତିହ୍ୟରେ ନିଜ ନାଁ ସାମିଲ୍ କରିଛି ।
• ଏହି କିଲ୍ଲା ଲାଲ୍ ସାଣ୍ଡଷ୍ଟୋନରେ ତିଆରି ହୋଇଛି ସେଥିପାଇଁ ଏହାକୁ ଲାଲ୍ କିଲ୍ଲା କୁହାଯାଏ ।
• ଦିଲ୍ଲୀର ସପ୍ତମ ମୁସଲମାନ୍ ନଗର ଲାଲ୍ କିଲ୍ଲା ।
• ଲାଲ୍ କିଲ୍ଲା ଯମୁନା ନଦୀ କୂଳରେ ଅବସ୍ଥିତ ।
• ପାରସୀ, ୟୁରୋପୀୟ ଏବଂ ଭାରତୀୟ କଳାର ସମାବେଶ ହେଉଛି ଏହି କିଲ୍ଲା ।
• ୮ଟି ଭାଗରେ ବିଭକ୍ତ ଏହି କିଲ୍ଲା । ଯାହାର ନାଁ ହେଉଛି ନକ୍କରଖାନ୍ନା, ଦିୱାନ୍ – ଏ -ଆମ୍, ନହର୍ – ଏ – ବହିସ୍ତ, ଜନାନା, ଖାସ୍ ମହଲ୍, ଦିୱାନ – ଏ – ଖାସ୍, ମୋତି ମସଜିଦ୍ ଏବଂ ହୟାତ ବଖ୍ସ ବାଗ୍ ।
ପ୍ରଥମ ପ୍ରଧାନମନ୍ତ୍ରୀ ପ୍ରଥମ ଥର ଉଡାଇଥିଲେ ତ୍ରିିରଙ୍ଗା :
• ଦିଲ୍ଲୀର ସବୁଠାରୁ ବଡ଼ ସ୍ମାରକ ହେଉଛି ଲାଲ୍ କିଲ୍ଲା ।
• ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ୍ ନେହରୁ ପ୍ରଥମ ଥର ଏଠାରେ ତ୍ରିରଙ୍ଗା ଉଡାଇଥିଲେ । ଆଉ ସେବେଠାରୁ ଚାଲିଆସିଛି ଏହି ପ୍ରଥା ।
• ୧୮୫୭ର ସ୍ୱତନ୍ତ୍ରତା ସଂଗ୍ରାମ ପରେ ଲାଲ୍ କିଲ୍ଲା ବ୍ରିଟିଶ୍ ସେନାର କବଜାକୁ ଆସିଥିଲା । ଏହାକୁ ବ୍ରିଟିଶ୍ ସେନାର ମୁଖ୍ୟାଳୟ ମଧ୍ୟ କରାଯାଇଥିଲା । ଏହି ସଂଗ୍ରାମ ପରେ ବାହାଦୁର ଶାହା ଜାଫରଙ୍କ ଉପରେ ମାମଲା ଚାଲିଥିଲା । ଏହିଠାରେ ହିଁ ନଭେମ୍ବର ୧୯୪୫ରେ ଇଣ୍ଡିଆନ୍ ନ୍ୟାସନାଲ୍ ଆର୍ମିର ତିନି ଜଣ ଅଫିସରଙ୍କୁ କୋର୍ଟ ମାର୍ସଲ୍ କରାଯାଇଥିଲା । ଏହା ପରେ ଭାରତୀୟ ସେନା ଏହି କିଲ୍ଲାକୁ ନିଜ ଅଧୀନକୁ ନେଇଥିଲା । ପରେ ଡିସେମ୍ବର ୨୦୦୩ରେ ଭାରତୀୟ ସେନା ଏହାକୁ ଭାରତୀୟ ପର୍ଯ୍ୟଟନ ଅଧିକାରୀଙ୍କୁ ହସ୍ତାନ୍ତର କରିଦେଇଥିଲେ ।
• ଡିସେମ୍ବର ୨୦୦୦ରେ ଲସ୍କର–ଏ– ତୋଏବାର ଆତଙ୍କବାଦୀମାନେ ଏହି ଲାଲ୍ କିଲ୍ଲାକୁ ଆକ୍ରମଣ କରିଥିଲେ । ଏହି ଆକ୍ରମଣ ଦୁଇ ଜଣ ସୈନିକ ଏବଂ ଜଣେ ନାଗରିକଙ୍କ ଜୀବନ ନେଇଥିଲା । ସମୟ ଥିଲା ଏଠାରେ ୩୦୦୦ ଲୋକ ବସିବାର ବ୍ୟବସ୍ଥା ଥିଲା । କିନ୍ତୁ ଏବେ ଏହା ପର୍ଯ୍ୟଟନସ୍ଥଳୀ ବନିଯାଇଛି , ଯାହାକୁ ଦେଖିବା ପାଇଁ ବିଦେଶରୁ ଲୋକଙ୍କ ସୁଅ ଛୁଟେ ।
ଆଧାର
[ସମ୍ପାଦନା]ବାହାର ତଥ୍ୟ
[ସମ୍ପାଦନା]- Delhi Tourism | Red Fort Archived 2010-11-21 at the Wayback Machine.