କିଶୋରଚନ୍ଦ୍ରାନନ ଚମ୍ପୂ
କିଶୋରଚନ୍ଦ୍ରାନନ ଚମ୍ପୂ (ବା କିଶୋରଚନ୍ଦ୍ରାନନ୍ଦ ଚମ୍ପୂ ) କବିସୂର୍ଯ୍ୟ ବଳଦେବ ରଥଙ୍କ ରଚିତ ଏକ ପୁରାତନ ଓଡ଼ିଆ ସାହିତ୍ୟ ରଚନା । ଏହି ଗ୍ରନ୍ଥରେ ବଳଦେବ ହରି ଓ ରାଧାଙ୍କ ପ୍ରେମଳୀଳା ବର୍ଣ୍ଣନା କରିଛନ୍ତି । ଗଦ୍ୟ ଏବଂ ପଦ୍ୟର ସମ୍ମିଶ୍ରଣ ଏହି ଚମ୍ପୂଟିର ସମଗ୍ର ଗଦ୍ୟାଂଶ ସଂସ୍କୃତ ଭାଷାରେ ରଚିତ ହୋଇଥିବା ବେଳେ କବିତାଗୁଡ଼ିକ ଓଡ଼ିଆରେ ରଚନା କରାଯାଇଛି ।
ସୂଚୀପତ୍ର
"କ ଚମ୍ପୂ" - କି ହେଲାରେ କହିତ ନୁହଇ ଭାରତୀରେ
"ଗ ଚମ୍ପୂ" - ଗଲାଣି ତ ଗଲା କଥାରେ ସଙ୍ଗାତ
"ଘ ଚମ୍ପୂ" - ଘେନାଇ ଆମ୍ଭେ ଯେତେ କହିଲୁ ରେ
"ଙ ଚମ୍ପୂ" - ନୂଆ ନଟ ପଟଳୀ ମୁକୁଟ ହେଲ
"ଚ ଚମ୍ପୂ" - ଚାହିଁ ଚାହିଁ ତୋ ସରଣୀ କକୁଭକୁରେ ତରୁଣୀ
"ଛ ଚମ୍ପୂ" - ଛଳବାହିନୀଶ ହେ ଛାଡ଼ ଏ ସାହସ ହେୱ
"ଜ ଚମ୍ପୂ" - ଜାଣିଛି ମୁଁ ଏତେ ମାତ୍ର ଗୋ ଲଳିତେ
"ଝ ଚମ୍ପୂ" - ଝଗଡ଼ି ମାତ୍ର ହେଲ ହେ ଶ୍ୟାମ
"ଞ ଚମ୍ପୂ" - ନ ଭାଙ୍ଗରେ ଶୁଭାଙ୍ଗୀ ଭାରତୀ ହୁଅ ସାହା
"ଠ ଚମ୍ପୂ" - ଠିକ ଠ ବର୍ତ୍ତୁଳ ଚନ୍ଦ୍ରାନନା ତୋ ଚିତ୍ତରେ
"ଡ ଚମ୍ପୂ" - ଡର ନାହିଁକି ହେ ପର ତରୁଣୀ ହରଣୁ
"ଢ ଚମ୍ପୂ" - ଢାଳେ ତ ଢାଳିଲୁ ନାହିଁ କୃପାସୁଧା ଝରିକି ରେ
"ଣ ଚମ୍ପୂ" - ଅତସୀ କୁସୁମ ସମ ଶ୍ୟାମ ହେ ମୁଁ ଗଲିଟି
"ତ ଚମ୍ପୂ" - ତୋ ଘେନି ତମାଳ ଶ୍ୟାମ ମୋ ମରଜି କଷିଲା ରେ
"ଥ ଚମ୍ପୂ" - ଥାପିରେ କହ ତଥାପିରେ ପ୍ରିୟସହି ଥିବି କି ଛାଡ଼ିବି ପ୍ରାଣ
"ଦ ଚମ୍ପୂ" -ରେ ଦୁଃଖୀଧନ ଦମ୍ଭ ଦେଖିବାକୁ ସିନା କଲି ଛନ
"ଧ ଚମ୍ପୂ" - ଧୀରାରେ କି ଧନ ତୁ ନ ଦେଲୁ ଆଜ
"ନ ଚମ୍ପୂ" - ନବ ବିଳାସିନୀରେ ନକ୍ଷତ୍ରେଶ ହାସିନୀ
"ପ ଚମ୍ପୂ" - ପ୍ରିୟସହି ପରମାଦ ବଡ଼ ତୁହି ଗୋ
"ଫ ଚମ୍ପୂ" - ଫାଟି ପଡ଼ିବାର ନିକୁଞ୍ଜ ସଞ୍ଚାର
"ବ ଚମ୍ପୂ" - ବିଚକ୍ଷଣାରେ ବିନା ତୋ ପ୍ରୀତି କେ ଗତି ଅଛି ଜଗତୀରେ
"ଭ ଚମ୍ପୂ" - ଭଙ୍ଗୀ ଚାହାଁ ଭୂରୁ ନୀଳ ଭୁଜଙ୍ଗୀ ଭ୍ରମର ଜୀବସଙ୍ଗୀ
"ମ ଚମ୍ପୂ" - ମଧୁରେ ମନ୍ଦ ମନ୍ଦ ହୋଇ
"ଯ ଚମ୍ପୂ" - ଯୋଷାବରରେ ଯଥାର୍ଥରେ ଜାଣ ମୁଁ ତୋହର ରେ
"ର ଚମ୍ପୂ" - ରସାଳସାରେ ରସି ପୁଣି ଏ କି ଲୋକହସା ରେ
"ଲ ଚମ୍ପୂ" - ଲୀଳାନିଧି ହେ ଲାଜେ ମୁଁ ଗଲିଟି ସଢ଼ି
"ବ (ଅନ୍ତସ୍ଥ) ଚମ୍ପୂ" - ବିଚିତ୍ର ବେଶ ମଞ୍ଜୁଳାରେ ବାଳା ବିବିଧ ଚାତୁରୀଶୀଳା
"ଶ ଚମ୍ପୂ" - ଶ୍ୟାମ ଶିଖଣ୍ଡଚୂଳ ଶ୍ରମ କି ଆଜ ଯାକେ ହେଲା ସଫଳ
"ସ ଚମ୍ପୂ" - ସପତଟି ମୋରରେ ସହ ଏହି ଥର ରେ
"ଷ ଚମ୍ପୂ" - ଷଟପଦ ନୀଳକେଶା ଆଗୋ ଚାହଁ ଚାହଁ
"ହ ଚମ୍ପୂ" - ହରି ଆମ୍ଭର ଗୋ ଏ ତ ପ୍ରାଣର ଧନ
"କ୍ଷ ଚମ୍ପୂ" - କ୍ଷମାନୁକମ୍ପାଧର ହେ
ଓଡ଼ିଆ ବର୍ଣ୍ଣମାଳାର କ୍ରମ ଅନୁଯାୟୀ ଶ ପରେ ଷ ରହିବା ବିଧେୟ। କିନ୍ତୁ କବିସୂର୍ଯ୍ୟ ମୂଳ ଲେଖାରେ ଭାବରକ୍ଷା କରି 'ଶ' ଗୀତ ପରେ 'ସ' ଗୀତ ଅବତାରଣା କରିଥିବାରୁ ଉକ୍ତ ବ୍ୟତିକ୍ରମକୁ ଅନୁସରଣ କରାଯାଇଛି।
ଆଧାର
[ସମ୍ପାଦନା]ରଚନା ବିଷୟବସ୍ତୁ
[ସମ୍ପାଦନା]ଯମୁନା ତୀରରେ କୃଷ୍ଣଙ୍କୁ ଅବଲୋକନ କରି ବିମୁଗ୍ଧା ହୁଅନ୍ତି ରାଧା । କୃଷ୍ଣଙ୍କ ତେଜସ୍ୱୀ ଏବଂ ରମଣୀୟ ରୂପ, ତାଙ୍କର କୋମଳ ବଂଶୀସ୍ୱର ରାଧାଙ୍କ ମାନସ ପଟଳରେ ବାରମ୍ବାର ନାଚିଉଠେ । ବିରହ ବେଦନାରେ ଅସହ୍ୟ ହୋଇ ସେ ସଖୀ ଲଳିତାଙ୍କୁ ପ୍ରେରଣା କରନ୍ତି ଶ୍ରୀକୃଷ୍ଣଙ୍କ ନିକଟକୁ ଯିବା ପାଇଁ । ଲଳିତା ଶ୍ରୀକୃଷ୍ଣଙ୍କ ସହିତ ବାର୍ତ୍ତାଳାପ କରି ଅବଗତ ହୁଅନ୍ତି ପ୍ରଣୟିନୀର ମିଳନ ସକାଶେ କାମୋପହତ ଶ୍ରୀକୃଷ୍ଣଙ୍କ ବ୍ୟଗ୍ରତା । ଲଳିତାଙ୍କ ପରାମର୍ଶରେ ନୀପକୁଞ୍ଜକୁ ଗମନ କରନ୍ତି ଅଭିସାରିଣୀ ରାଧା । ନିକୁଞ୍ଜସୀମାରେ ମୃଦୁମନ୍ଦ ସମୀରଣର ପ୍ରବହନ, ମଧୁବ୍ରତ ମଣ୍ଡଳୀର ଗୁଞ୍ଜରଣ ଇତ୍ୟାଦି ଦ୍ୱାରପ୍ରକୃତି ଅତ୍ୟନ୍ତ ମନୋରମ ହୋଇଉଠେ । ପ୍ରେମୀଯୁଗଳ ମଜ୍ଜିଯାଅନ୍ତି ମିଳନର ମାଧୁର୍ଯରେ । ପ୍ରଣୟର ପରିସମାପ୍ତିରେ ରତିକ୍ଳାନ୍ତା ରାଧାଙ୍କୁ ନିଜସ୍ୱ ଅଙ୍କରେ ଉପବେଶନ କରାଇ ମଧୁର ଚାଟୁକ୍ତି ପରିବେଷଣ କରନ୍ତି ଶ୍ରୀକୃଷ୍ଣ । ଧୀରେ ଧୀରେ ରାତ୍ରିର ଅବସାନ ଘଟେ ଏବଂ ପୂର୍ବଦିଗ ରକ୍ତିମା ହୋଇଉଠେ । ସଖୀବୃନ୍ଦ ରସାଳସା ରାଧାଙ୍କୁ ରଜନୀ ଶେଷ ହେବାର ଅବଗତ କରାନ୍ତି । ପ୍ରେମୀଯୁଗଳ ପରସ୍ପରଠାରୁ ବିଦାୟ ନେବାପରେ ଉପହାସିତ ହୁଅନ୍ତି ଆପଣା ଆପଣା ଅନୁଗାମୀଙ୍କ ସମୀପରେ । ପରିଶେଷରେ କବି କୃଷ୍ଣଙ୍କୁ ପ୍ରାର୍ଥନା କରି ଚମ୍ପୂଟିର ସମାପ୍ତି କରିଛନ୍ତି ।
- ↑ ଧରଣୀଧର ବେହେରା:କବିସୂର୍ଯ୍ୟ ବଳଦେବ ରଥ ଙ୍କ ରଚିତ କିଶୋର ଚନ୍ଦ୍ରାନନ୍ଦ ଚମ୍ପୂ କ ଠାରୁ କ୍ଷ ପର୍ଯ୍ୟନ୍ତ