ଦୀପକ ମିଶ୍ର
ଦୀପକ ମିଶ୍ର | |
---|---|
ଜନ୍ମ | କମାରଖଣ୍ଡି, କେନ୍ଦ୍ରାପଡ଼ା | ୭ ନଭେମ୍ବର ୧୯୩୮
ମୃତ୍ୟୁ | ୩୦ ଜାନୁଆରୀ ୨୦୦୮ କେନ୍ଦ୍ରାପଡ଼ା | (ବୟସ ୬୯)
ମୃତ୍ୟୁର କାରଣ | ହୃଦ୍ଘାତ |
ଜାତୀୟତା | ଭାରତୀୟ |
ଶିକ୍ଷା | ସ୍ନାତକୋତ୍ତର(ଇତିହାସ) |
ଶିକ୍ଷାନୁଷ୍ଠାନ | ଆହ୍ଲାବାଦ ବିଶ୍ୱବିଦ୍ୟାଳୟ |
ପ୍ରସିଦ୍ଧି | କବି |
ପିତାମାତା | ବ୍ରଜ କୁମାର ମିଶ୍ର |
ସମ୍ପର୍କୀୟ | ଦୂଲାଳ ମିଶ୍ର (ଭାଇ) |
ପୁରସ୍କାର | କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର |
ଦୀପକ ମିଶ୍ର (୭ ନଭେମ୍ବର ୧୯୩୮ - ୩୦ ଜାନୁଆରୀ ୨୦୦୮[୧]) ଜଣେ ଓଡ଼ିଆ କବି[୨], ସାମ୍ବାଦିକ ଓ ଅଧ୍ୟାପକ ଥିଲେ । ତାଙ୍କର ବହୁ କବିତା ପୁସ୍ତକ ଓ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶ ପାଇସାରିଛି । ପ୍ରବନ୍ଧ ଓ ଅନୁବାଦ ସାହିତ୍ୟ କ୍ଷେତ୍ରରେ ମଧ୍ୟ ତାଙ୍କର ଅବଦାନ ରହିଛି । [୩]
ଜୀବନୀ
[ସମ୍ପାଦନା]ଦୀପକ ମିଶ୍ର, ୧୯୩୮ ମସିହାରେ କେନ୍ଦ୍ରାପଡ଼ା ଜିଲ୍ଲାର କମାରଖଣ୍ଡିଠାରେ ଜନ୍ମଗ୍ରହଣ କରିଥିଲେ । ପିତା ବ୍ରଜ କୁମାର ମିଶ୍ର ଥିଲେ ପଣ୍ଡିତ ଓ ଜମିଦାର । ଦୀପକ ପ୍ରାଥମିକ ଶ୍ରେଣୀରେ ପଢୁଥିବାବେଳେ ତାଙ୍କ ପିତାଙ୍କର ମୃତ୍ୟୁ ହୋଇଥିଲା । ଖୁବ ଅଳ୍ପ ବୟସରୁ କବିତା ଲେଖିବା ଆରମ୍ଭ କରିଥିଲେ ଓ ତାହା ନିୟମିତ ଭାବରେ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ହେଉଥିଲା । କଟକରେ ମହାବିଦ୍ୟାଳୟରେ ପଢୁଥିବା ସମୟରେ, ସେ ଜଙ୍ଗଲ ବିଭାଗରେ କିରାଣୀ ଚାକିରି କରିବା ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ସେ ଆହ୍ଲାବାଦ ବିଶ୍ୱବିଦ୍ୟାଳୟରୁ ଇତିହାସରେ ସ୍ନାତକୋତ୍ତର ପାଠ୍ୟକ୍ରମ ସମାପ୍ତ କରିସାରି, ଓଡ଼ିଶା ଫେରିଥିଲେ । ବିଜୁ ପଟ୍ଟନାୟକ କେନ୍ଦ୍ରାପଡ଼ାରୁ କଳିଙ୍ଗ ନାମକ ଦୈନିକ ଖବରକାଗଜ ପ୍ରକାଶନ ଆରମ୍ଭ କରିବାରୁ, ଦୀପକ ମିଶ୍ର ସେହି ଖବର କାଗଜର ସମ୍ପାଦକ ମଣ୍ଡଳୀରେ ଯୋଗଦାନ କରିଥିଲେ । ବାମପନ୍ଥୀ କବି ମନମୋହନ ମିଶ୍ର ଏହି ଖବର କାଗଜରେ ସମ୍ପାଦନା ଦାୟିତ୍ୱରେ ଥିଲେ । ଭାନୁଜୀ ରାଓ, ଜ୍ଞାନୀନ୍ଦ୍ର ବର୍ମା ଓ କୃଷ୍ଣ ଚନ୍ଦ୍ର ମହାନ୍ତି ସେଠାରେ ତାଙ୍କ ସହକର୍ମୀ ଥିଲେ । ପରବର୍ତ୍ତୀ ସମୟରେ ସୁରେନ୍ଦ୍ର ମହାନ୍ତି, ସେହି ଖବରକାଗଜର ସମ୍ପାଦକ ନିଯୁକ୍ତ ହେବାରୁ, ସେ ସୁରେନ୍ଦ୍ର ମହାନ୍ତିଙ୍କ ସହିତ କାମ କରିବାର ସୁଯୋଗ ମଧ୍ୟ ଲାଭ କରିଥିଲେ । ବର୍ଷକ ପରେ "କଳିଙ୍ଗ" ଛାଡି, ସେ କେନ୍ଦ୍ରାପଡ଼ା ମହାବିଦ୍ୟାଳୟରେ ଅଧ୍ୟାପକ ଭାବରେ ନିଜର ବୃତ୍ତି ଆରମ୍ଭ କରିଥିଲେ । ୧୯୯୮ ମସିହାରେ ସେବାନିବୃତ ହେବା ପର୍ଯ୍ୟନ୍ତ ସେହି ଅନୁଷ୍ଠାନରେ ଅଧ୍ୟାପନା କରିଥିଲେ ।
୨୦୦୮ରେ ତାଙ୍କ ଦେହାନ୍ତ ହେବାବେଳକୁ ସେ ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ଭାବରେ କାର୍ଯ୍ୟ କରୁଥିଲେ ।[୪] ଏହା ଥିଲା ତାଙ୍କର ଦ୍ୱିତୀୟ କାର୍ଯ୍ୟକାଳ ।[୫]
ସାହିତ୍ୟ କୃତି
[ସମ୍ପାଦନା]- ଅସମାପିକା - ୧୯୬୧
- ଅନୁଷ୍ଟୁପ - ୧୯୬୯
- ନିଶିଦ୍ଧ ହ୍ରଦ - ୧୯୭୦
- ନିର୍ଜନ ନକ୍ଷତ୍ର - ୧୯୭୧
- ନିଦାଘ ଯାତ୍ରା - ୧୯୯୯
- ମଧ୍ୟାହ୍ନର ଛାଇ - ୧୯୭୪
- ସପ୍ତମ ପୃଥିବୀ - ୧୯୭୭[୬]
- ଶୂନ୍ଯତାର ଶୋଷ - ୧୯୮୧
- ଧୂଳିର ସିଂହାସନ - ୧୯୮୯
- ନୀରବଧି ନାଭିଶ୍ୱାସ
- ଦୀପକ ମିଶ୍ରଙ୍କ କେତୋଟି କବିତା - ୧୯୬୩
- ଦୀପକ ମିଶ୍ରଙ୍କ ନିର୍ବାଚିତ କବିତା - ୨୦୦୩
- ଅରଣା ମଇଁଷି - ୧୯୭୯
- କେମିତି ହୁଅନ୍ତା
- କପଟ ସୂର୍ଯାସ୍ତ - ୧୯୮୪
- ଋକ୍ - ୧୯୯୪[୭]
- ଅନଘ
- ବୃତ୍ତ - ୧୯୭୫
- ସୁଖ ସଂହିତା - ୨୦୦୬[୮]
ପୁରସ୍କାର ଓ ସମ୍ମାନ
[ସମ୍ପାଦନା]- କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୦୭ ('ସୁଖ ସଂହିତା' ନିମନ୍ତେ)[୯] [୧୦]
- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୭୮ ('ବୃତ୍ତ' ନିମନ୍ତେ)[୧୧]
- ବିଷୁବ ପୁରସ୍କାର, ୨୦୦୧ (ପ୍ରଜାତନ୍ତ୍ର ପ୍ରଚାର ସମିତି ପ୍ରଦତ୍ତ) [୧୨]
- ଶାରଳା ପୁରସ୍କାର (ନିଦାଘ ଯାତ୍ରା)[୧୩] - ୨୦୦୩ (ଯୁଗ୍ମବିଜେତା ଘୋଷିତ ହେଇଥିବାରୁ ପ୍ରତ୍ୟାଖ୍ୟାନ କରିଥିଲେ)[୧୪]
- ଗୋକର୍ଣ୍ଣିକା ପୁରସ୍କାର, ୧୯୮୪
- ଝଙ୍କାର ପୁରସ୍କାର (କବିତା), ୧୯୭୬ (ପ୍ରଜାତନ୍ତ୍ର ପ୍ରଚାର ସମିତି ପ୍ରଦତ୍ତ)
ଆଧାର
[ସମ୍ପାଦନା]- ↑ http://www.thehindu.com/todays-paper/tp-national/tp-otherstates/deepak-mishra-passes-away/article1190054.ece
- ↑ Amaresh Datta (1987). Encyclopaedia of Indian Literature: A-Devo. Sahitya Akademi. pp. 304–. ISBN 978-81-260-1803-1.
- ↑ http://news.oneindia.in/2008/01/30/noted-oriya-poet-deepak-mishra-passes-away-1201707306.html
- ↑ http://odisha.in/wp/?p=132[permanent dead link]
- ↑ "ଦୀପକ ମିଶ୍ର". ସମ୍ବାଦ ୩୦/୦୧/୨୦୧୭ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୨. Archived from the original on 2 February 2017. Retrieved 30 January 2017.
- ↑ Jatindra Mohan Mohanty (1989). Into another intensity: essays on Oriya literature. Post-Graduate Dept. of English, Utkal University.
- ↑ http://www.oocities.org/indian_poets/oriya.html
- ↑ "ଆର୍କାଇଭ୍ କପି". Archived from the original on 2014-06-28. Retrieved 2014-06-07.
{{cite web}}
: Cite has empty unknown parameter:|1=
(help) - ↑ "AKADEMI AWARDS (1955-2020)". କେନ୍ଦ୍ର ସାହିତ୍ୟ ଏକାଡେମୀ. Retrieved 13 June 2021.
- ↑ http://orissa.gov.in/e-magazine/orissaannualreference/ORA-2011/pdf/90-91.pdf
- ↑ "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Retrieved 30 January 2017.
- ↑ "ବିଷୁବ ପୁରସ୍କାର ବିଜେତା" (PDF). ପ୍ରଜାତନ୍ତ୍ର ପ୍ରଚାର ସମିତି. Archived (PDF) from the original on 8 October 2020. Retrieved 9 October 2020.
- ↑ http://www.imfa.in/resource-centre/2003/may23.htm
- ↑ http://www.thehindu.com/todays-paper/tp-national/tp-otherstates/deepak-mishra-is-sahitya-akademi-president/article1889272.ece