ରାଧାମୋହନ ଗଡ଼ନାୟକ
ପଦ୍ମଶ୍ରୀ ରାଧାମୋହନ ଗଡ଼ନାୟକ | |
---|---|
ଜନ୍ମ ଓ ଜନ୍ମସ୍ଥାନ | କଲଣ୍ଡାପାଳ, ଅନୁଗୋଳ, ଓଡ଼ିଶା | ୨୫ ଅଗଷ୍ଟ ୧୯୧୧
ମୃତ୍ୟୁ | ୨୧ ଫେବୃଆରୀ ୨୦୦୦[୧] | (ବୟସ ୮୮)
ବୃତ୍ତି | କବି |
ଭାଷା | ଓଡ଼ିଆ |
ଜାତୀୟତା | ଭାରତୀୟ |
ନାଗରିକତା | ଭାରତୀୟ |
ସମୟ | ସବୁଜ ଯୁଗ |
ସାହିତ୍ୟ କୃତି | ସୂର୍ଯ୍ୟ ଓ ଅନ୍ଧକାର |
ପୁରସ୍କାର | ପଦ୍ମଶ୍ରୀ, କେନ୍ଦ୍ର ସାହିତ୍ୟ ଏକାଡେମୀ |
ରାଧାମୋହନ ଗଡ଼ନାୟକ (୨୫ ଅଗଷ୍ଟ ୧୯୧୧ - ୨୧ ଫେବୃଆରୀ, ୨୦୦୦) ଜଣେ କେନ୍ଦ୍ର ସାହିତ୍ୟ ଏକାଡେମୀ ସମ୍ମାନପ୍ରାପ୍ତ ଓଡ଼ିଆ କବି ଥିଲେ । ତାଙ୍କର କବିତା ଗୁଡ଼ିକରେ ସ୍ୱଦେଶ ପ୍ରୀତି ଓ ସୌନ୍ଦର୍ଯ୍ୟର ଅନୁଭୂତି ଲକ୍ଷ୍ୟ କରାଯାଇଥାଏ । ସବୁଜ ଗୋଷ୍ଠୀର ସାହିତ୍ୟ ସାଧନା କାଳରେ ଏକକ କବି ଭାବରେ ସେ ପରିଚିତ ଥିଲେ ।
ଜୀବନ କାଳ
[ସମ୍ପାଦନା]ରାଧାମୋହନ ୧୯୧୧ ଭାଦ୍ରବ କୃଷ୍ଣପକ୍ଷ ତୃତୀୟାରେ ଅନୁଗୋଳ ଜିଲ୍ଲାର କଲଣ୍ଡାପାଳରେ ବାଘସିଂହ ବଂଶରେ ଜନ୍ମ ନେଇଥିଲେ । ଅନୁଗୋଳର ମଧ୍ୟ ଇଂରାଜୀ ବିଦ୍ୟାଳୟରେ ସେ ପଢୁଥିବା ବେଳରେ 'ସହକାର' ପତ୍ରିକାର ସମ୍ପାଦକ ଲକ୍ଷ୍ମୀନାରାୟଣ ସାହୁଙ୍କ ଦେଇ କବିତା ଆଡ଼କୁ ମନ ବଳାଇଥିଲେ ଓ କବିତା ଲେଖାଲେଖି ଆରମ୍ଭ କରିଥିଲେ । ସେହି ସମୟରେ ତାଙ୍କ ରଚିତ କବିତା "ମୁଁ କି କେବେ ଦୀନହୀନ" ଗଡ଼ଜାତ ବାସିନୀ ପତ୍ରିକାରେ ପ୍ରକାଶିତ ହୋଇଥିଲା । ଉଚ୍ଚଶିକ୍ଷାରୁ ବଞ୍ଚିତ ରାଧାମୋହନ ୧୯୨୭-୧୯୨୮ ମସିହାରେ ଦେଶସେବକ ତଥା ସ୍ୱାଧୀନତା ସଂଗ୍ରାମୀ ଚନ୍ଦ୍ରଶେଖର ମିଶ୍ରଙ୍କ ଦେଇ ପ୍ରଭାବିତ ହୋଇଥିଲେ ଓ ଜାତି ଓ ଦେଶପ୍ରେମ ମୂଳକ ଅନେକ କବିତାବଳୀ ରଚନା କରିଥିଲେ । ୧୯୨୭ ବେଳକୁ ତାଙ୍କର ରଚିତ ଅନେକ କବିତା 'ସହକାର, 'ନବଯୁଗ, 'ପଞ୍ଚାମୃତ', 'ଉତ୍କଳ ସାହିତ୍ୟ', 'ଗଡ଼ଜାତ ବାସିନୀ' ଆଦି ପତ୍ରିକାରେ ପ୍ରକାଶିତ ହୋଇ ଅନେକ ଖ୍ୟାତି ଅର୍ଜନ କରିଥିଲା । ଏହାପରେ ସେ ନିଜର ଧାରାବାହିକ ପଢ଼ା ବନ୍ଦ କରି ଦେଶସେବାରେ ପୁରା ସମୟ ଦେଇଥିଲେ । ସ୍ୱାଧୀନତା ସଂଗ୍ରାମୀ କୃଷ୍ଣପ୍ରସାଦ ପଟ୍ଟନାୟକଙ୍କ କମୁନିଷ୍ଟ ଆନ୍ଦୋଳନ ବେଳରେ ସେ ମଧ୍ୟ ତାଙ୍କ ଲେଖନୀ ଚଳାଇଥିଲେ ।[୨] 'ଉତ୍କଳ ସାହିତ୍ୟ ସମ୍ମିଳନୀ, ଓଡ଼ିଶା ସାହିତ୍ୟ ଏକାଡେମୀ ଆଦି ଅନେକ ଅନୁଷ୍ଠାନରେ ସେ ସଭାପତି ଓ ଉପସଭାପତି ଭାବରେ କାମ ତୁଲାଇଥିଲେ । ସେ ଖ୍ରୀଷ୍ଟ କଲେଜରେ ଆଇଏ ପଢୁଥିବାବେଳେ ତାଙ୍କ ରଚିତ କାବ୍ୟନାୟିକା ଉକ୍ତ ଶ୍ରେଣୀର ପାଠ୍ୟ ଅନ୍ତର୍ଭୁକ୍ତ ଥିଲା ।[୩]
ରଚନବଳୀ
[ସମ୍ପାଦନା]କାବ୍ୟ କବିତା
[ସମ୍ପାଦନା]- ସୌରଭ (୨୦୦ ୩)
- ଅର୍ବାଚୀନ ତାରା (୧୯୮୨)
- ଉତ୍କଳିକା (୧୯୪୫)
- କାବ୍ୟ ନାୟିକା (୧୯୪୫)
- କାଳିଦାସ (୧୯୪୦)
- କୁମାରସମ୍ଭବ (୧୯୬୮)
- କୈଶୋରିକା (୧୯୫୩)
- ଗଡ଼ନାୟକ ସଂଚୟନ (୧୯୬୮)
- ଗାନ୍ଧୀ ଗାଥା (୧୯୭୮)
- ଦୀପଶିଖା (୧୯୫୬)
- ଦୁଇଟି ତାହାର ଡେଣା (୧୯୫୪)
- ଧୂସର ଭୂମିକା (୧୯୬୦)
- ନବଜାତକ (୧୯୪୭)
- ପଶୁପକ୍ଷୀର କାବ୍ୟ (୧୯୫୯)
- ବନରାଜି ନୀଳା (୧୯୬୮)
- ବିପ୍ଳବୀ ରାଧାନାଥ (୧୯୪୪)
- ମେଘଦୂତ (୧୯୫୪, କାଳିଦାସଙ୍କ ମେଘଦୁତର ଓଡ଼ିଆ ଅନୁବାଦ)
- ମୌସୁମୀ (୧୯୫୧)
- ହିରାଖଣ୍ଡ ଗାଥା (୧୯୮୬)
- ଶାମୁକାର ସ୍ୱପ୍ନ (୧୯୬୧)
- ସ୍ମରଣିକା (୧୯୫୦)
- ସୂର୍ଯ୍ୟ ଓ ଅନ୍ଧକାର (୧୯୭୪)
- ସୋରାବ ଓ ରୋସ୍ତମ (୧୯୬୩, ମୂଳ କାବ୍ୟର ଅଡ଼ିଆ ଅନୁବାଦ)
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- ପଦ୍ମଶ୍ରୀ, ୧୯୯୦
- ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ, ୧୯୯୩
- କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର (୧୯୭୫, ସୂର୍ଯ୍ୟ ଓ ଅନ୍ଧକାର କାବ୍ୟ ନିମନ୍ତେ )
- ବିଷୁବ ପୁରସ୍କାର - ୧୯୮୮[୪]
- ଉତ୍କଳ ରତ୍ନ (୧୯୯୭, ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ)
- ପ୍ରଥମ ସ୍ୱାଭିମାନ ପୁରସ୍କାର (୧୯୯୯, ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ)[୫]
- ଉତ୍କଳଶ୍ରୀ (୧୯୯୯)
- ସମ୍ମାନଜନକ ଡି. ଲିଟ୍ (୧୯୯୭, ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ)
- ନନ୍ଦିଘୋଷ ପୁରସ୍କାର (୧୯୮୮)
- ନୀଳଶୈଳ ପୁରସ୍କାର (୧୯୭୫)
ଆଧାର
[ସମ୍ପାଦନା]- ↑ "RADHA MOHANA GADNAYAK". orissadiary.com. Archived from the original on 9 November 2012. Retrieved 12 December 2012.
He died on 21st February in the year 2000 AD.
- ↑ http://krushna-patnaik.com/Life%20History.htm[permanent dead link]
- ↑ ସମ୍ବାଦ ୨୫/୦୮/୨୦୧୭ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୪ରେ ପ୍ରକାଶିତ "ଆଜି ଜନ୍ମଦିନ"
- ↑ "ବିଷୁବ ପୁରସ୍କାର ବିଜେତା" (PDF). ପ୍ରଜାତନ୍ତ୍ର ପ୍ରଚାର ସମିତି. Archived (PDF) from the original on 8 October 2020. Retrieved 9 October 2020.
- ↑ http://angul.nic.in/literature.htm