ସହକାର

ଉଇକିପିଡ଼ିଆ‌ରୁ
ସହକାର‌
ପ୍ରତିଷ୍ଠାତାଲକ୍ଷ୍ମୀନାରାୟଣ ସାହୁ
ପ୍ରତିଷ୍ଠିତ୧୯୧୯
ଭାଷାଓଡ଼ିଆ

ସହକାର ଏକ ଓଡ଼ିଆ[୧] ମାସିକ ପତ୍ରିକା ।[୨] ଏହାର ପ୍ରକାଶନ ୧୯୧୯ ମସିହାରୁ ଆରମ୍ଭ ହୋଇଥିଲା ।[୩] ଏହି ପତ୍ରିକାଟି ସମବାୟ ସେବକ ସମିତି ତରଫରୁ ପ୍ରକାଶିତ ହେଉଥିଲା ଓ ଏହାର ପ୍ରତିଷ୍ଠାତା ସଂପାଦକ ଥିଲେ ଲକ୍ଷ୍ମୀନାରାୟଣ ସାହୁ[୪] ଏହା କୋ-ଅପରେଟିଭ୍ (କୃଷି ସମ୍ବନ୍ଧୀୟ) ଆନ୍ଦୋଳନର ମୁଖପତ୍ର ରୂପେ ପ୍ରକାଶ ପାଉଥିଲା । ପରବର୍ତ୍ତୀ କାଳରେ ଅଲେଖ ପ୍ରସାଦ ଦାସ, ବାଳକୃଷ୍ଣ କର, ଗୋଦାବରୀଶ ମହାପାତ୍ର, ଅନ୍ନପୂର୍ଣ୍ଣା ମହାରଣା[୫]କାଳିନ୍ଦୀ ଚରଣ ପାଣିଗ୍ରାହୀ ଆଦି ଏହାର ସମ୍ପାଦନା ଦାୟିତ୍ୱରେ ରହିଥିଲେ । ୧୯୨୯ରେ ବାଳକୃଷ୍ଣ କରଙ୍କ ସମ୍ପାଦନାରେ ଏହା ଏକ ସାହିତ୍ୟ ପତ୍ରିକାର ରୂପ ନେଇଥିଲା ।[୬]


ଆଧାର[ସମ୍ପାଦନା]

  1. Contemporary Indian Literature. S.L. Shastry. 1966.
  2. Snehalata Panda (1992). Women and Social Change in India. Ashish Publishing House. ISBN 978-81-7024-423-3.
  3. Orissa (India). Orissa District Gazetteers: Sambalpur. Superintendent, Orissa Government Press.
  4. Balaram Mohanty (1979). Introducing Orissa. Konarka Prakasani.
  5. "ମିଶ୍ର ରାଗ". odishasambad.in. odisha sambad. Retrieved 18 October 2019.
  6. "ସହକାର ସୂଚୀ". odiabibhaba.in. ସୃଜନିକା. Retrieved 18 October 2019.