Jump to content

ବ୍ରହ୍ମାନନ୍ଦ ଦାସ

ଉଇକିପିଡ଼ିଆ‌ରୁ
ବ୍ରହ୍ମାନନ୍ଦ ଦାସ
ଜନ୍ମ(1939-04-23)୨୩ ଅପ୍ରେଲ ୧୯୩୯
ବାମପଦା, ସେରଗଡ, ବାଲେଶ୍ୱର ଜିଲ୍ଲା
ମୃତ୍ୟୁ୨୬ ଡିସେମ୍ବର ୨୦୦୫(2005-12-26) (ବୟସ ୬୬)
ଜାତୀୟତାଭାରତୀୟ
ପ୍ରସିଦ୍ଧିଅଧ୍ୟାପକ, ସାହିତ୍ୟିକ
ଉଲ୍ଲେଖନୀୟ କୃତିଝର୍କା ବାହାରେ
ବୈବାହିକ-ସାଥୀବିନୀତା ଦେବୀ
ପିତାମାତାମୃଣାଳିନୀ ଦାସ (ମାତା), ରାଧାମୋହନ ଦାସ (ପିତା)

ବ୍ରହ୍ମାନନ୍ଦ ଦାସ (୨୩ ଅପ୍ରେଲ ୧୯୩୯-୨୬ ଡିସେମ୍ବର ୨୦୦୫) ଜଣେ ଭାରତୀୟ ଶିକ୍ଷାବିଦ୍, ଅଧ୍ୟାପକ ଓ ଓଡ଼ିଆ ଲେଖକ ଥିଲେ । ସେ ନିଜ ଅନୁବାଦ କବିତା ପୁସ୍ତକ ପୃଥିବୀର ଆଦିବାସୀ ଲୋକକବିତା ପାଇଁ ୧୯୯୭ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରରରେ ସମ୍ମାନୀତ ହୋଇଥିଲେ ।

୨୦୦୫ ଡିସେମ୍ବର ୨୬ ତାରିଖରେ ତାଙ୍କର ୬୬ ବର୍ଷ ବୟସରେ ଦେହାନ୍ତ ହୋଇଥିଲା ।

ଜୀବନୀ

[ସମ୍ପାଦନା]

ବ୍ରହ୍ମାନନ୍ଦ ଦାସ ୧୯୩୯ ମସିହାରେ ଓଡ଼ିଶାର ବାଲେଶ୍ୱର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ ମଧ୍ୟ ବହୁ ପୂର୍ବରୁ ତାଙ୍କ ପରିବାର ଖ୍ରୀଷ୍ଟଧର୍ମ ଗ୍ରହଣ କରିଥିଲେ । ସେ ନିଜର ବାଲ୍ୟ ଓ କୈଶୋର ଶିକ୍ଷା ଯଥାକ୍ରମେ ବାରିପଦା ଓ ବାଲେଶ୍ବରରେ ସମାପନ କରିଥିଲେ । ପରେ ସେ ରେଭେନସାରୁ ଓଡିଆ ଭାଷା ସାହିତ୍ୟରେ ସ୍ନାତକୋତ୍ତର ଶିକ୍ଷା ଲାଭ କରିଥିଲେ । ୧୯୬୪ରେ କେନ୍ଦ୍ରାପଡା ମହାବିଦ୍ୟାଳୟରେ ସେ ଅଧ୍ୟାପନା ଆରମ୍ଭ କଲେ । ସମୟ କ୍ରମେ ବିଭିନ୍ନ କଲେଜକୁ ବଦଳି ହୋଇଥିଲେ ମଧ୍ୟ ଶେଷରେ ସେ ଉପାଧ୍ୟକ୍ଷ ଭାବେ କେନ୍ଦ୍ରାପଡା କଲେଜରୁ ୨୦୦୫ରେ ଅବସର ନେଲେ । କେନ୍ଦ୍ରାପଡ଼ାରେ ସେ 'ଶ୍ରାବଣୀ ସାହିତ୍ୟ ସଂସଦ' ଗଠନ କରିଥିଲେ ।[]

ରଚନାବଳୀ

[ସମ୍ପାଦନା]

ବ୍ରହ୍ମାନନ୍ଦ କବିତା ସହ କିଛି ଉଲ୍ଲେଖନୀୟ ପ୍ରବନ୍ଧ ଓ ଅନୁବାଦ ପୁସ୍ତକମାନ ରଚନାକରିଥିଲେ । ସେ ଗୋରେଖ ଗୀତା ଓ କେତେକ ପ୍ରାଚୀନ ରଚନା ସଂପର୍କରେ ଆଲୋଚନା ମଧ୍ୟ କରିଥିଲେ ।[] ସେ ମତ୍ସ୍ୟେନ୍ଦ୍ର ନାଥଙ୍କ ମତ୍ସ୍ୟେନ୍ଦ୍ର ଗୀତା ଗ୍ରନ୍ଥର ଆବିଷ୍କାରକ । ଅନୁବାଦ ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ତାଙ୍କର ଝର୍କା ବାହାରେ କବିତା ଗ୍ରନ୍ଥ ଏକ ଉଲ୍ଲେଖନୀୟ ରଚନା ।[] ତାଙ୍କର ବହୁ କବିତା ବଂଗଭାଷାରେ ଅନୁବାଦ ହୋଇ ବ୍ରହ୍ମାନନ୍ଦ ଦାସେର କବିତା ନାମରେ ପ୍ରକାଶିତ ।

କବିତା

[ସମ୍ପାଦନା]
  • ଆଶାବରୀ (୧୯୬୨)
  • ଧରଣୀ ଓ ଝରଣା (୧୯୬୫)
  • ଅବିଶାପ (୧୯୭୨)
  • ଝର୍କା ବାହାରେ (୧୯୯୨)
  • ତାଳଗଛ (୧୯୯୩)
  • ଜୀବନ ଯେମିତି (୧୯୯୪)
  • ମାଟିର ମହୁରୀ (୧୯୯୭)
  • ସକାଳ ଆସନ୍ନ (୧୯୯୭)
  • ଯାତ୍ରା ସରେନା (୧୯୯୭)
  • ମଣିଷ, ତୁମ ସାଥିରେ (୧୯୯୮)
  • ଜଣେ ପଦାତିକର କବିତା (୧୯୯୮)
  • ବ୍ରହ୍ମାନନ୍ଦ ଦାସଙ୍କ ଘର (୨୦୦୧)
  • ପାଚିଲା ଧାନକ୍ଷେତ (୨୦୦୫)
  • ଚିତ୍ରଶାଳାର ଗୀତ
  • ପ୍ରଥମ ବର୍ଷା
  • ଅନ୍ତରଙ୍ଗ ପୃଥିବୀ
  • ଦ୍ରାକ୍ଷାଲତାର କାବ୍ୟ

ଅନୁବାଦ

[ସମ୍ପାଦନା]
  • ପୃଥିବୀର ଆଦିବାସୀ ଲୋକକବିତା (୧୯୯୪)[]
  • ଛାୟାସୂର୍ଯ୍ୟ (୧୯୭୩)[]
  • ନୂତନ ପୃଥିବୀର କବିତା (୧୯୮୯)
  • ଗ୍ରୀକ୍ କବିତା[]
  • ଚେରିବନରେ ପ୍ରଥମ ସୂର୍ଯ୍ୟ (୧୯୯୮)
  • ପ୍ରୀତିର ପୃଥିବୀ

ଆଲୋଚନା

[ସମ୍ପାଦନା]
  • ସୃଷ୍ଟି ଓ କୃଷ୍ଟି (୧୯୭୪)

ସଂକଳନ/ସମ୍ପାଦନା

[ସମ୍ପାଦନା]
  • ଖ୍ରୀଷ୍ଟଦାସ ସଞ୍ଚୟନ (୧୯୭୪) (ଖ୍ରୀଷ୍ଟଦାସ ମହାନ୍ତିଙ୍କ ରଚନାବଳୀର ଆଂଶିକ ସଂକଳନ)
  • ଉତ୍ତରଣ (କେନ୍ଦ୍ରାପଡ଼ା ମହାବିଦ୍ୟାଳୟର ମୁଖପତ୍ର)

ସମ୍ମାନ ଓ ପୁରସ୍କାର

[ସମ୍ପାଦନା]
  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ଅନୁବାଦ) ୧୯୯୭
  • ଶ୍ରେଷ୍ଠ ଶିକ୍ଷକ ସମ୍ମାନ ୨୦୦୪ (ନିଖିଳ ଉତ୍କଳ ଶିକ୍ଷକ ମହାସଂଘ)
  1. ଧଳ, ଅରବିନ୍ଦ, ed. (୨୦୦୭). ଭୂମିଲଗ୍ନା - ୧ମ. କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ସାହିତ୍ୟ ସଂସଦ. pp. ୨୧୮-୨୩୨.
  2. ମହାରଣା, ସୁରେନ୍ଦ୍ର କୁମାର (୨୦୧୫). ଓଡ଼ିଆ ସାହିତ୍ୟର ଇତିହାସ (୩ୟ ed.). କଟକ: ଓଡ଼ିଶା ବୁକ୍ ଷ୍ଟୋର୍. pp. ୧୦୮, ୫୨୩, ୬୩୮, ୮୮୪. ISBN 81-7400-331-2.
  3. ମହାନ୍ତି, ନଗେନ୍ଦ୍ର ନାଥ (୨୦୧୨). ଓଡ଼ିଆ ଚରିତ କୋଷ, ୩ୟ ଭାଗ. ନୂଆଦିଲ୍ଲୀ: ପ୍ରତିମା ନାଥ ଟ୍ରଷ୍ଟ. pp. ୧୧୫୦. ISBN 81-903352-3-5.
  4. http://odishasahityaakademi.org/English/sahitya-award8.php
  5. ବ୍ରହ୍ମାନନ୍ଦ ଦାସ; ବ୍ରହ୍ମାନନ୍ଦ ଦାସ; ବ୍ରହ୍ମାନନ୍ଦ ଦାସ; Brahmānanda Dās; ବ୍ରହ୍ମାନନ୍ଦ ଦାସ; Brahmananda Das; Brahmānanda Dās (1973). ଛାୟାସୂର୍ଯ୍ୟ.
  6. ସିଂହ, ବିଜୟାନନ୍ଦ (୨୦୦୪). ଓଡ଼ିଆ ଲେଖକ ପରିଚୟ, ୧୮୫୦ ମସିହା ପରବର୍ତ୍ତୀ. ଭୁବନେଶ୍ୱର: ଓଡ଼ିଶା ସାହିତ୍ୟ ଏକାଡ଼େମୀ. pp. ୨୦୨. ISBN 81-7586-097-9.