ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାବିଦ୍ୟାଳୟ

ଉଇକିପିଡ଼ିଆ‌ରୁ
ବକ୍ସି ଜଗବନ୍ଧୁ ବିଦ୍ୟାଧର ସ୍ୱୟଂଶାସିତ ମହାବିଦ୍ୟାଳୟ
ପ୍ରତିଷ୍ଠା୧୯୫୭
ପ୍ରକାରସରକାରୀ
Academic affiliationଉତ୍କଳ ବିଶ୍ୱବିଦ୍ୟାଳୟ
ଅବସ୍ଥାନଭୁବନେଶ୍ୱର, ଓଡ଼ିଶା, ଭାରତ
ୱେବସାଇଟବକ୍ସି ଜଗବନ୍ଧୁ ବିଦ୍ୟାଧର ମହାବିଦ୍ୟାଳୟର ମୁଖ୍ୟ ୱେବସାଇଟ


ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାବିଦ୍ୟାଳୟ (ବିଜେବି କଲେଜ୍) ଭୁବନେଶ୍ୱରଠାରେ ଅବସ୍ଥିତ ଏକ ସରକାରୀ ମହାବିଦ୍ୟାଳୟ । ୧୯୯୯ ମସିହାରୁ ଏହି ମହାବିଦ୍ୟାଳୟ ସ୍ୱୟଂଶାସିତ ମାନ୍ୟତା ଲାଭ କରି ବକ୍ସି ଜଗବନ୍ଧୁ ବିଦ୍ୟାଧର ସ୍ୱୟଂଶାସିତ ମହାବିଦ୍ୟାଳୟ ନାମରେ ନାମିତ । [୧]

ଇତିହାସ[ସମ୍ପାଦନା]

ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାବିଦ୍ୟାଳୟ, ୧୯୫୭ ମସିହାରେ ସରକାରୀ ଉଦ୍ୟମରେ ପ୍ରତିଷ୍ଠିତ । ପ୍ରାରମ୍ଭିକ ଅବସ୍ଥାରେ ଏଠାରେ କେବଳ ଇଣ୍ଟରମିଡିୟଟ ସ୍ତର ପର୍ଯ୍ୟନ୍ତ ଶିକ୍ଷାଦାନର ବ୍ୟବସ୍ଥା ରହିଥିଲା । ବକ୍ସି ଜଗବନ୍ଧୁଙ୍କ ନାମରେ ନାମିତ ଏହି କଲେଜଟି ୧୯୯୮ ମସିହା ପର୍ଯ୍ୟନ୍ତ ଉତ୍କଳ ବିଶ୍ୱବିଦ୍ୟାଳୟ ସହ ଅନୁବନ୍ଧିତ ଥିଲା । ୧୯୯୯ ମସିହାରେ ୟୁଜିସିଦ୍ୱାରା କଲେଜକୁ ସ୍ୱୟଂଶାସିତ ମାନ୍ୟତା ପ୍ରଦାନ କରାଯାଇଥିଲା । ୨୦୦୪ ମସିହାରେ ଏହା ନାକ୍(NAAC)ଦ୍ୱାରା A ଗ୍ରେଡ଼ ମାନ୍ୟତା ଲାଭ କରିଅଛି ।[୨]

ଶିକ୍ଷା ବ୍ୟବସ୍ଥା[ସମ୍ପାଦନା]

ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାବିଦ୍ୟାଳୟରେ +୨, ସ୍ନାତ୍ତକ ଓ ସ୍ନାତକୋତ୍ତର ସ୍ଥରରେ ଶିକ୍ଷାଦାନ କରାଯାଏ । କଳା, ବିଜ୍ଞାନ ଓ ବାଣିଜ୍ୟରେ ଡିଗ୍ରୀ ପାଠ୍ୟକ୍ରମ ବ୍ୟତୀତ ଏଠାରେ ସାମାଜିକ କାର୍ଯ୍ୟ (Social work) ପାଠ୍ୟକ୍ରମରେ ସ୍ନାତକୋତ୍ତର ଡିଗ୍ରୀ, ଜୈବ ପ୍ରଦ୍ୟୋଗିକୀ (Biotechnology) ତଥା କମ୍ପ୍ୟୁଟର ବିଜ୍ଞାନ ପାଠ୍ୟକ୍ରମରେ ସ୍ନାତକ(ସମ୍ମାନ) ଭଳି ଅନେକ ବିଭାଗରେ ଶିକ୍ଷାଦାନର ବ୍ୟବସ୍ଥା ରହିଛି ।

ଆଧାର[ସମ୍ପାଦନା]

  1. "BJB Autonomous College". Retrieved 7 September 2017.
  2. "SELF STUDY REPORT FOR RE ACCREDITATION BY NAAC BJB AUTONOMOUS COLLEGE, BHUBANESWAR" (PDF). Retrieved 7 September 2017.