Jump to content

ବିଦ୍ୟାଧର ମିଶ୍ର

ଉଇକିପିଡ଼ିଆ‌ରୁ
ବିଦ୍ୟାଧର ମିଶ୍ର
ଜନ୍ମ(1918-02-14)୧୪ ଫେବୃଆରୀ ୧୯୧୮
କାଦୁଅପଡ଼ା, ଜଗତସିଂହପୁର
ମୃତ୍ୟୁ୨୮ ମଇ ୨୦୦୪(2004-05-28) (ବୟସ ୮୬)
ଜାତୀୟତାଭାରତୀୟ
ଜାତୀୟତାଭାରତୀୟ
ଉଲ୍ଲେଖନୀୟ କୃତିବିଂଶ ଶତାବ୍ଦୀର ଓଡ଼ିଶା ଓ ମୋ ଅନୁଭୂତି
ସନ୍ତାନଗୋପବନ୍ଧୁ ମିଶ୍ର (ପୁତ୍ର), ଚିତ୍ରଲେଖା ମିଶ୍ର (କନ୍ୟା)
ପିତାମାତାଅଲେଖ ମିଶ୍ର (ପିତା)
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର

ବିଦ୍ୟାଧର ମିଶ୍ର (ଜନ୍ମ: ୧୬ ଜାନୁଆରୀ ୧୯୨୯) ଜଣେ ଭାରତୀୟ ଓଡ଼ିଆ-ଭାଷୀ ଅର୍ଥନୀତିଜ୍ଞ, ଶିକ୍ଷାବିତ୍ ଓ ପ୍ରାବନ୍ଧିକ । ସେ ନିଜ ସାହିତ୍ୟକୃତି ବିଂଶ ଶତାବ୍ଦୀର ଓଡ଼ିଶା ଓ ମୋ ଅନୁଭୂତି ପାଇଁ ୧୯୯୯ରେ ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର ପାଇଥିଲେ ।[]

ଜୀବନୀ

[ସମ୍ପାଦନା]

ବିଦ୍ୟାଧର ୧୯୧୮ ମସିହା ଫେବୃଆରୀ ୧୪ ତାରିଖରେ ଓଡ଼ିଶାର ଜଗତସିଂହପୁରସ୍ଥିତ କାଦୁଅପଡ଼ା ଗାଁରେ ଜନ୍ମଗ୍ରହଣ କରିଥିଲେ । ବିଦ୍ୟାଧର ରେଭେନ୍ସା କଲେଜିଏଟ ସ୍କୁଲରୁ ମାଟ୍ରିକ୍, ରେଭେନ୍ସା ମହାବିଦ୍ୟାଳୟରୁ ଅର୍ଥନୀତି ସମ୍ମାନ ସହ ସ୍ନାତକ, ପାଟଣା ବିଶ୍ୱବିଦ୍ୟାଳୟରୁ ଅର୍ଥନୀତିରେ ସ୍ନାତକୋତ୍ତର (୧୯୪୨) ପ୍ରଥମ ଶ୍ରେଣୀରେ ପ୍ରଥମ ସ୍ଥାନ ପାଇ ସ୍ୱର୍ଣ୍ଣପଦକ ଲାଭ କରିଥିଲେ । ୧୯୪୪ରେ ଗଙ୍ଗାଧର ମେହେର ମହାବିଦ୍ୟାଳୟରେ ଅଧ୍ୟାପନା ଆରମ୍ଭ କଲେ । ପରେ ଲଣ୍ଡନ ସ୍କୁଲ୍ ଅଫ୍ ଇକୋନୋମିକ୍ସରୁ ଡକ୍ଟରେଟ୍ ଉପାଧି ଲାଭ କରିଥିଲେ । ସେ ରେଭେନ୍ସା ଓ ପରେ ଉତ୍କଳ ବିଶ୍ୱବିଦ୍ୟାଳୟରେ ୧୭ ବର୍ଷ ଧରି ପ୍ରାଧ୍ୟାପକ ଥିଲେ । ସେଠାରେ ସେ ବିଶ୍ଳେଷଣମୂଳକ ପ୍ରୟୋଗ ଅର୍ଥନୀତି (ଆନାଲିଟିକାଲ ଆପ୍ଲାଏଡ଼ ଇକୋନୋମିକ୍ସ) ଆରମ୍ଭ କରିଥିଲେ । ୧୯୭୭ରୁ ୧୯୮୦ ପର୍ଯ୍ୟନ୍ତ ସେ ସେଠାରେ କୁଳପତି ରହିବା ସହିତ ଚତୁର୍ଥ ଦରମା କମିଶନର ସଦସ୍ୟ ଥିଲେ । ଅର୍ଥନୀତି ଓ ବିଭିନ୍ନ ବିଷୟକ ସେ ଏକାଧିକ ପୁସ୍ତକ ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ପ୍ରଣୟନ କରିଥିଲେ ।[] ସେ ଇଂଲଣ୍ଡ, କାନାଡା, ସୁଇଜରଲାଣ୍ଡ, ଫ୍ରାନ୍ସ,, ପଶ୍ଚିମ ଜର୍ମାନୀ ଆଦି ଦେଶ ଭ୍ରମଣ କରିଥିଲେ ।

ରଚନାବଳୀ

[ସମ୍ପାଦନା]

ଓଡ଼ିଆ

[ସମ୍ପାଦନା]
  • ବିକଶିତ ପାଶ୍ଚାତ୍ୟ ଜଗତ
  • ନାନୀ ୧୯୯୨
  • ନବତୀର୍ଥ
  • ବିଂଶ ଶତାବ୍ଦୀର ଓଡ଼ିଶା ଓ ମୋ ଅନୁଭୂତି

ଇଂରାଜୀ

[ସମ୍ପାଦନା]
  • Study of beggar problem at Cuttack (1963)
  • Evaluation report of Malkangiri integrated Tribal Development project, Koraput, Orissa (1980)
  • Village life in India: pastand present (1988)

ସମ୍ମାନ ଓ ପୁରସ୍କାର

[ସମ୍ପାଦନା]
  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ବିଂଶ ଶତାବ୍ଦୀର ଓଡ଼ିଶା ଓ ମୋ ଅନୁଭୂତି ପାଇଁ) - ୧୯୯୬
  1. http://odishasahityaakademi.org/English/sahitya-award8.php
  2. ମହାନ୍ତି, ନଗେନ୍ଦ୍ର ନାଥ (୨୦୦୫). ଓଡ଼ିଆ ଚରିତ କୋଷ, ୩ୟ ଭାଗ. ନୁଆଦିଲ୍ଲୀ: ପ୍ରତିମା ନାଥ ଟ୍ରଷ୍ଟ. pp. ୧୦୧୨-୧୩. ISBN 81-903352-0-0.