ଦୁର୍ଗାଚରଣ ମହାନ୍ତି

ଉଇକିପିଡ଼ିଆ‌ରୁ
ଦୁର୍ଗାଚରଣ ମହାନ୍ତି
Born୧୯୧୨
ବୀରତୁଙ୍ଗ, ପୁରୀ ଜିଲ୍ଲା
Died୧୯୮୫
Resting placeବୀରତୁଙ୍ଗ (ପୁରୀ)
Nationalityଭାରତୀୟ
Educationମେଟ୍ରିକ
Known forସମ୍ପାଦକ/ପରିଚାଳକ : ନୀଳାଚଳ ସାରସ୍ୱତ ସଙ୍ଘ, ପୁରୀ, ଓଡ଼ିଆ ଲେଖକ : ଶ୍ରୀ ଶ୍ରୀ ଠାକୁର ନିଗମାନନ୍ଦ, ସଙ୍ଘ ସେବକ (୨୭ ଭାଗ), ବ୍ରହ୍ମ୍ ଚର୍ୟ ସାଧନ, ଯୋଗୀ ଗୁରୁ , ତାନ୍ତ୍ରିକ ଗୁରୁ, ଜ୍ଞାନୀଗୁରୁ ଓ ପ୍ରେମିକଗୁରୁ
Parentପିତା :ଗୁଣନିଧି ମହାନ୍ତି ମାତା:ସୁନ୍ଦରମଣି ଦେବୀ
Awardsଓଡ଼ିଆ ସାହିତ୍ଯ ଏକାଡେମୀ (ପ୍ରଥମ ପୁରସ୍କାର) ୧୯୫୭-୫୮


ଦୁର୍ଗାଚରଣ ମହାନ୍ତି (୧୯୧୨-୧୯୮୫) ଓଡ଼ିଶାର କୋଣାର୍କ ନିକଟବର୍ତ୍ତି ଗୋପ ଥାନା ଅନ୍ତର୍ଗତ ବୀରତୁଙ୍ଗ ଗ୍ରାମରେ ୧୯୧୨ ମସିହା କାର୍ତ୍ତିକ ଶୁକ୍ଳ ତ୍ରୋୟଦଶୀ ତିଥିରେ ଜନ୍ମ ଗ୍ରହଣ କରିଥିଲେ | [୧] ଓଡ଼ିଶାର ସାହିତ୍ଯ ଏକାଡେମୀ ତରଫରୁ ତାଙ୍କ ଲିଖିତ 'ଭଗବାନ ଶଙ୍କରାଚାର୍ୟ' ପୁସ୍ତକ ୧୯୫୭-୫୮ରେ ପ୍ରଥମ ପୁରସ୍କାରପ୍ରାପ୍ତ ହୋଇଥିଲା | ସଦଗୁରୁ ନିଗମାନନ୍ଦଙ୍କ ଏକନିଷ୍ଠ ଶିଷ୍ଯ ଭାବରେ ସେ ବିଶେଷ ପରିଚିତ| ଠାକୁର ନିଗମାନନ୍ଦଙ୍କ ପ୍ରତିଷ୍ଠାନ 'ନୀଳାଚଳ ସାରସ୍ୱତ ସଙ୍ଘ' ପୁରୀର ସେ ସମ୍ପାଦକ/ପରିଚାଳକ ଥିଲେ | ଠାକୁର ନିଗମାନନ୍ଦଙ୍କ ସ୍ୱରଚିତ ବିଖ୍ଯାତ ଗ୍ରନ୍ଥ ବ୍ରହ୍ମଚର୍ୟ ସାଧନ, ଯୋଗୀଗୁରୁ , ତାନ୍ତ୍ରିକ ଗୁରୁ, ଜ୍ଞାନୀଗୁରୁ ଓ ପ୍ରେମିକଗୁରୁ ପ୍ରଭୁତି ପୁସ୍ତକାବଳୀ ବଙ୍ଗଳା ଭାଷାରୁ ଓଡ଼ିଆରେ ସେ ଅନୁବାଦ କରିଛନ୍ତି | [୨] ଏହା ବ୍ଯତିତ ନିଜ ଗ୍ରାମ ବୀରତୁଙ୍ଗର ଭଲ୍ଯୁଣ୍ଟର ଆସୋସିଏନ୍ର ସେ ସଭାପତି ଥିଲେ | ତାଙ୍କର ପ୍ରଚେଷ୍ଟାରେ ବୀରତୁଙ୍ଗ ଗ୍ରାମରେ ସାରସ୍ୱତ ବିଦ୍ଯାପୀଠ ସ୍ଥାପିତ ହୋଇପାରିଛି | [୩]

ପରିବାର, ଶିକ୍ଷା[ସମ୍ପାଦନା]

ପିତାଙ୍କ ନାମ ଗୁଣନିଧି ମହାନ୍ତି | ମାତା ସୁନ୍ଦରମଣି ଦେବୀ | ପିତା ଗୋପ ଥାନା ନାଗପୁର ନିକଟବର୍ତ୍ତୀ ମଦରଙ୍ଗ ଗ୍ରାମରେ ତହସିଲଦାର କାର୍ୟ କରୁଥିଲେ | ମାତା ନୀଳାଚଳ ସାରସ୍ୱତ ମହିଳା ସଙ୍ଘର ସଭାନେତ୍ରି ଥିଲେ |୧୯୨୯ ସାଲରେ ଦୁର୍ଗାଚରଣ ପୁରୀ ଜିଲ୍ଲା ସ୍କୁଲର ୯ମ ଶ୍ରେଣୀର ଛାତ୍ର ଥିଲେ |

ଆଧ୍ଯାତ୍ମିକ ବିକାଶ[ସମ୍ପାଦନା]

୧୯୨୯ ସାଲ ସେପ୍ଟମ୍ବର ମାସରେ ଠାକୁର ନିଗମାନନ୍ଦଙ୍କ ସହିତ ତାଙ୍କର ପ୍ରଥମ ଦର୍ଶନ ହୋଇଥିଲା | ୧୯୩୪ ମସିହା ଜୁନ୍ ୫ ତାରିଖ ଦିନ ନୀଳାଚଳ କୁଟୀରରେ ସେ ଠାକୁର ନିଗମାନନ୍ଦଙ୍କଠାରୁ ଦୀକ୍ଷା ଲାଭ କରିଥିଲେ | ସେହିଦିନଠାରୁ ସେ ଉତ୍କଳରେ ନିଗମାନନ୍ଦଙ୍କ ଭାବଧାର ପ୍ରଚାର କରି ନିଗମାନନ୍ଦଙ୍କ ଅନୁଷ୍ଠାନ ନୀଳାଚଳ ସାରସ୍ୱତ ସଙ୍ଘର ସମ୍ପାଦକ ଓ ପରିଚାଳକ ରହି ଆସିଥିଲେ |

ପୁସ୍ତକ ରଚନା[ସମ୍ପାଦନା]

ପ୍ରଣୀତ

ତାଙ୍କ ପ୍ରଣୀତ ଶ୍ରୀ ଶ୍ରୀ ଠାକୁର ନିଗମାନନ୍ଦ, ନୀଳାଚଳ ବାଣୀ, ସଂସାର ପଥେ(୪ ସ୍କନ୍ଧ -ଭାବନା, ସିଦ୍ଧି , ସାଧନା, ସଂଗ୍ରାମ), ନିଗମ ତତ୍ତ୍ୱ, ନିଗମ ଉପଦେଶ, ଭକ୍ତସମ୍ମିଳନୀ ବହୁଗ୍ରନ୍ଥ ଉତ୍କଳରେ ନିଗମାନନ୍ଦଙ୍କ ଭାବଧାରା ସମ୍ବନ୍ଧରେ ସର୍ବସାଧାରଣଙ୍କୁ ଅବହିତ କରିପାରିଛି । ନିମ୍ନଲିଖିତ ତାଙ୍କ ରଚିତ ପୁସ୍ତକ ମହିଳା ଭକ୍ତମାନଙ୍କୁ ଆଦର୍ଶ ନାରୀ ଜୀବନଯାପନରେ ଅନୁପ୍ରାଣିତ କରିଅଛି :

  • ସତିଚରିତ ମାଳା- ଆଦ ର୍ଶ ନାରୀ ଯୀବନ
  • ସତିଚରିତ ମାଳା-ଆଦର୍ଶ ଗୃହିଣୀ
  • ସତିଚରିତ ମାଳା-ଆଦର୍ଶ ନାରୀ ତତ୍ତ୍ୱ
  • ସତିଚରିତ ମାଳା-ଆଦର୍ଶ ଜନନୀ
ଅନୁବାଦ

ଠାକୁର ନିଗମାନନ୍ଦଙ୍କ ସ୍ୱଚରିତ ଯୋଗୀଗୁରୁ, ଜ୍ଞାନୀଗୁରୁ, ତାନ୍ତ୍ରିକ ଗୁରୁ ଓ ପ୍ରେମିକଗୁରୁ ଓ ବ୍ରହ୍ମଚର୍ଯ ସାଧନ ପୁସ୍ତକ ଗୁଡ଼ିକ, ସ୍ୱାମୀ ପ୍ରେମାନନ୍ଦ ସରସ୍ୱତୀଙ୍କ ପ୍ରଣୀତ ଶ୍ରୀ ଶ୍ରୀ ନିଗମାନନ୍ଦ କଥାମୃତ, ନାରାୟଣୀ ଦେବୀଙ୍କ ରଚିତ ଶ୍ରୀ ଶ୍ରୀ ନିଗମାନନ୍ଦ ଜୀବନ ପ୍ରସଙ୍ଗ ଓ ଶିଶିର କୁମାର ବସୁଙ୍କ ସମ୍ପାଦିତ ଶ୍ରୀ ଶ୍ରୀ ନିଗମାନନ୍ଦ କଥା ସଂଗ୍ରହ ପ୍ରଭୃତି ପୁସ୍ତକାବଳୀ ଓଡ଼ିଆ ଭାଷାରେ ଅନୁବାଦ କରିଛନ୍ତି । [୪]

ଏହା ବ୍ଯତୀତ ତ୍ରୈମାସିକ ପତ୍ରିକା 'ସଙ୍ଘ ସେବକ'ର ନିଜେ ସମ୍ପାଦକ ରହି ଏହାର ୨୮ ସ୍କନ୍ଧ ପ୍ରଣୟନ କରିଛନ୍ତି । [୫]

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

|200px|thumb|right| ୧୯୫୬-୫୮ରେ ଓଡ଼ିଆ ସାହିତ୍ଯ ଏକାଡେମୀ ପ୍ରଥମ ପୁରସ୍କାର ପ୍ରାପ୍ତପୁସ୍ତକ, ଭଗବାନ ଶଙ୍କରାଚାର୍ୟ


୧୯୫୬-୫୮ରେ ତାଙ୍କ ଲିଖିତ ଭଗବାନ ଶଙ୍କରାଚାର୍ୟ ପୁସ୍ତକ ଓଡ଼ିଆ ସାହିତ୍ଯ ଏକାଡେମୀର ପ୍ରଥମ ପୁରସ୍କାର ପ୍ରାପ୍ତ ହୋଇଥିଲା ।[୬]

ମୁଖ୍ଯ ଅବଦାନ[ସମ୍ପାଦନା]

ସାରସ୍ୱତ ବିଦ୍ଯାପୀଠ ବୀରତୁଙ୍ଗ, ସ୍ଥାପିତ:୧୯୬୪

୧୯୬୪ରେ ତାଙ୍କ ପ୍ରଚେଷ୍ଟାରେ ବୀରତୁଙ୍ଗ ଗ୍ରାମରେ ସତ୍ ଶିକ୍ଷାର ବିସ୍ତାର ନିମନ୍ତେ ସାରସ୍ୱତ ବିଦ୍ଯାପୀଠ ସ୍ଥାପିତ ହୋଇପାରିଛି । ସେ ଉକ୍ତଳ ପ୍ରାଦେଶିକ ଭକ୍ତ ସମ୍ମିଳନୀର ଆୟୋଜନା ଓ ପରିଚାଳନା, ନୀଳଚଳ କୁଟୀର ଓ ସ୍ମୃତିମନ୍ଦିରର ସୁରକ୍ଷା ଓ ଉତ୍କଳରେ ଠାକୁର ନିଗମାନନ୍ଦଙ୍କ ଭାବଧାରା ପ୍ରଚାରରେ ମୁଖ୍ଯ ଭୂମିକା ଗ୍ରହଣ କରି ଆସିଛନ୍ତି । ତାଙ୍କରି ପ୍ରେରଣାରେ ଉତ୍କଳରେ ବହୁ ଆସନ ମନ୍ଦିର ପ୍ରତିଷ୍ଠା ହୋଇପାରିଛି ।

ଆହୁରି ଦେଖନ୍ତୁ[ସମ୍ପାଦନା]

ସ୍ୱାମୀ ନିଗମାନନ୍ଦ

ଆଧାର[ସମ୍ପାଦନା]

  1. ଉତ୍କଳୀୟ ଭକ୍ତ- ନୀଳାଚଳ ବାଣୀ ପୃଷ୍ଠା: ୪୨୫ ନୂତନ ସଂସ୍କରଣ-ମାଘ ପୂର୍ଣ୍ଣିମା ୨୦୦୦ ଲେଖକ: ଦୁର୍ଗାଚରଣ ମହାନ୍ତି, ପ୍ରକାଶକ:ନୀଳାଚଳ ସାରସ୍ୱତ ସଙ୍ଘ, ପୁରୀ, ମୁଦ୍ରଣ: ଗୁରୁପ୍ରସନ୍ନ ପ୍ରେସ୍
  2. ଉତ୍କଳୀୟ ଭକ୍ତ- ନୀଳାଚଳ ବାଣୀ ପୃଷ୍ଠା: ୪୨୬ ନୂତନ ସଂସ୍କରଣ-ମାଘ ପୂର୍ଣ୍ଣିମା ୨୦୦୦ ଲେଖକ: ଦୁର୍ଗାଚରଣ ମହାନ୍ତି, ପ୍ରକାଶକ:ନୀଳାଚଳ ସାରସ୍ୱତ ସଙ୍ଘ, ପୁରୀ, ମୁଦ୍ରଣ: ଗୁରୁପ୍ରସନ୍ନ ପ୍ରେସ୍
  3. ଓଡ଼ିଶା ସାହିତ୍ଯ ଏକାଡେମୀ ପୁରସ୍କାର Archived 2011-10-08 at the Wayback Machine. ଦୁର୍ଗାଚରଣ ମହାନ୍ତିଙ୍କ ଲେଖନୀ ପୁସ୍ତକ:ଭଗବାନ ଶଙ୍କରାଚାର୍ୟ୧୯୫୭-୫୮, କ୍ରମାଙ୍କ-୧୨
  4. ଉତ୍କଳୀୟ ଭକ୍ତ- ନୀଳାଚଳ ବାଣୀ ପୃଷ୍ଠା: ୪୨୬ ନୂତନ ସଂସ୍କରଣ-ମାଘ ପୂର୍ଣ୍ଣିମା ୨୦୦୦ ଲେଖକ: ଦୁର୍ଗାଚରଣ ମହାନ୍ତି, ପ୍ରକାଶକ:ନୀଳାଚଳ ସାରସ୍ୱତ ସଙ୍ଘ, ପୁରୀ, ମୁଦ୍ରଣ: ଗୁରୁପ୍ରସନ୍ନ ପ୍ରେସ୍
  5. ଦୁର୍ଗାଚରଣ ମହାନ୍ତିଙ୍କଦ୍ୱାରା ଲିଖିତ, ସଙ୍ଘ ସେବକ (୨୮ ସ୍କନ୍ଧ). ପ୍ରକାଶକ: ନୀଳାଚଳ ସାରାସ୍ୱତ ସଙ୍ଘ, ପୁରୀ (ସତ୍ଯବାଦୀ ପ୍ରେସ୍ କଟକ) ୧୯୫୬
  6. ଓଡ଼ିଶା ସାହିତ୍ଯ ଏକାଡେମୀ ପୁରସ୍କାର Archived 2011-10-08 at the Wayback Machine. ଦୁର୍ଗାଚରଣ ମହାନ୍ତିଙ୍କ ଲେଖନୀ ପୁସ୍ତକ:ଭଗବାନ ଶଙ୍କରାଚାର୍ୟ୧୯୫୬-୫୮, କ୍ରମାଙ୍କ-୧୨

ବାହାର ଆଧାର[ସମ୍ପାଦନା]