ଶ୍ରୀରାମଚନ୍ଦ୍ର ଦାଶ
ଶ୍ରୀରାମଚନ୍ଦ୍ର ଦାଶ | |
---|---|
ଜନ୍ମ | ମାଛ ଗାଁ | ୧୭ ନଭେମ୍ବର ୧୯୧୮
ମୃତ୍ୟୁ | ୧୦ ଅଗଷ୍ଟ ୧୯୯୪ | (ବୟସ ୭୫)
ଶିକ୍ଷା | ସ୍ନାତକୋତ୍ତର(ଅର୍ଥନୀତି), ପିଏଚଡି |
ଶିକ୍ଷାନୁଷ୍ଠାନ | ପାଟଣା ବିଶ୍ୱବିଦ୍ୟାଳୟ, ବର୍ଲିନ ବିଶ୍ୱବିଦ୍ୟାଳୟ |
ପ୍ରସିଦ୍ଧି | ଶିକ୍ଷାବିତ, ପ୍ରାବନ୍ଧିକ |
ପିତାମାତା | ହାଡ଼ିବନ୍ଧୁ ଦାଶ |
ଶ୍ରୀରାମଚନ୍ଦ୍ର ଦାଶ(୧୭ ନଭେମ୍ବର ୧୯୧୮[୧]-୧୦ ଅଗଷ୍ଟ ୧୯୯୪), ଓଡ଼ିଶାର ଜଣେ ଶିକ୍ଷାବିତ, ପ୍ରାବନ୍ଧିକ ଏବଂ ସମ୍ବିଧାନ ବିଶେଷଜ୍ଞ ଥିଲେ ।[୨] ରାଜନୀତି ବିଜ୍ଞାନକୁ ଏକ ସ୍ୱତନ୍ତ୍ର ବିଷୟ ଭାବରେ ପରିଚିତ କରାଇବା ଦିଗରେ ସେ କାମ କରିଥିଲେ । ନିଜ ପୁସ୍ତକ "ଇଉରୋପରେ ମୋ ଅନୁଭୁତି"ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ ।
ଜୀବନୀ
[ସମ୍ପାଦନା]ଶ୍ରୀରାମଚନ୍ଦ୍ର ୧୯୧୮ମସିହାରେ ଏକ ଗରିବ ପରିବାରରେ ଜନ୍ମଗ୍ରହଣ କରିଥିଲେ । ରାସ୍ତାକଡ଼ ବତିଖୁଣ୍ଟ ତଳେ ବସି ସେ ପାଠ ପଢୁଥିଲେ । ବିହାର-ଓଡ଼ିଶା ଏଣ୍ଟ୍ରାନସ ପରୀକ୍ଷାରେ ସେ ପ୍ରଥମ ସ୍ଥାନ ହାସଲ କରିଥିଲେ । ପରେ ପାଟଣା ବିଶ୍ୱବିଦ୍ୟାଳୟରୁ ଅର୍ଥନୀତିରେ ସ୍ନାତକୋତ୍ତର ପଢ଼ିଥିଲେ । ସ୍ୱଳ୍ପକାଳ ଅଧ୍ୟାପନା ପରେ, ବର୍ଲିନ ବିଶ୍ୱବିଦ୍ୟାଳୟରେ ଭାରତୀୟ ସମ୍ବିଧାନ ଓ ୱେମାର ସମ୍ବିଧାନର ତୁଳନାତ୍ମକ ସମ୍ପର୍କ ବିଷୟରେ ଗବେଷଣା କରି ମାତ୍ର ଦେଢ ବର୍ଷରେ ପିଏଚଡି ହାସଲ କରିଥିଲେ । ଶ୍ରୀରାମଚନ୍ଦ୍ର, ଓଡ଼ିଶାର ବହୁ ମହାବିଦ୍ୟାଳୟରେ ଅଧ୍ୟାପନା କରିଥିଲେ । ୧୯୬୩ମସିହାରେ ସେ ଉତ୍କଳ ବିଶ୍ୱବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ଅଧ୍ୟାପନା ଆରମ୍ଭ କରି, ୧୯୭୫ମସିହା ପର୍ଯ୍ୟନ୍ତ ଏହି ଦାୟିତ୍ୱରେ ରହିଥିଲେ । ଦେଶରେ ଜରୁରୀ କାଳୀନ ପରିସ୍ଥିତି ମଧ୍ୟରେ ୧୯୭୫ମସିହା ଡିସେମ୍ବର ୨୩ତାରିଖରେ ତାଙ୍କୁ ଚାକିରୀରୁ ବାଧ୍ୟତାମୂଳକ ଅବସର ଦିଆଯାଇଥିଲା । ପରେ,ସେ ଓକିଲାତିକୁ ବୃତ୍ତି ଭାବରେ ଗ୍ରହଣ କରିଥିଲେ । ୧୯୭୭ ମସିହାରେ ସେ ବାଲିକୁଦା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ "ଉତ୍କଳ ଜନତା" ଦଳ ଟିକେଟରେ ନିର୍ବାଚନ ଲଢିଥିଲେ ଓ ମାତ୍ର ୨୪୫୮ଟି ଭୋଟପାଇ ପରାଜୟ ବରଣ କରିଥିଲେ । ଜନତା ଦଳର "ଉମେଶ ସ୍ୱାଇଁ" ଏହି ନିର୍ବାଚନରେ ଜିତିଥିଲେ ।[୩]
ଅର୍ଥନୀତିର ବଳୟ ମଧ୍ୟରୁ ରାଜନୀତି ବିଜ୍ଞାନକୁ ଆବିସ୍କାର କରିଥିଲେ ଶ୍ରୀରାମଚନ୍ଦ୍ର । ସର୍ବଭାରତୀୟ ସ୍ତରରେ ଶ୍ରୀରାମଚନ୍ଦ୍ର ଜଣେ ରାଜନୀତି ବିଜ୍ଞାନୀ ଭାବରେ ପରିଚିତି ପାଇଥିଲେ । "ସିଭିକ୍ସ"କୁ "ନଗର-ବିଜ୍ଞାନ" ଓ "ରେଜିଷ୍ଟାର"କୁ "କୁଳ-ସଚିବ" ନାଁରେ ସେ ହିଁ ଅନୁଦିତ କରିଥିଲେ ।[୪] ୧୯୭୦ମସିହାରେ ସେ "ଭାରତୀୟ ରାଜନୀତି ବିଜ୍ଞାନ ମହାସଂଘ"ର ସଭାପତୀ ଆସନ ଅଳଙ୍କୃତ କରିଥିଲେ । "ଓଡ଼ିଶା ରାଜନୀତି ବିଜ୍ଞାନ ସଂସଦ"ର ସେ ଥିଲେ ପ୍ରତିଷ୍ଠାତା ସଭାପତି । ଜଣେ ପ୍ରାବନ୍ଧିକ ଓ ସୁବକ୍ତାଭାବରେ ମଧ୍ୟ ସେ ପରିଚିତ ଥିଲେ ।
ରଚନାବଳୀ
[ସମ୍ପାଦନା]- ଇଉରୋପରେ ମୋ ଅନୁଭୁତି[୫]
- ରିଅଲ ରୋମାନ୍ସ(ଉପନ୍ୟାସ)
- ମୋ ରାଜନୈତିକ ଚିନ୍ତାଧାର(ପ୍ରବନ୍ଧ ସଂକଳନ)
- ଉତ୍କଳମଣି ଗୋପବନ୍ଧୁ ଦାସ
- ଓଡ଼ିଶା
- ନରପତି
- ମୋ ଅକୁହା କଥା(ଆତ୍ମଜୀବନୀ)
- Constitution of India:A comparative Study[୬]
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର -୧୯୫୯('ମୋ ଅକୁହା କଥା' ପାଇଁ)[୭]
ଆଧାର
[ସମ୍ପାଦନା]- ↑ "What I had told was not the whole truth". Eastern Media Limited. Retrieved 19 April 2019.
- ↑ "ଆର୍କାଇଭ୍ କପି". Archived from the original on 2017-11-14. Retrieved 2017-11-17.
{{cite web}}
: Cite has empty unknown parameter:|1=
(help) - ↑ "ଭୋଟ ପେଡ଼ିର ପୁରୁଣା କଥା". No. ସମ୍ବାଦ ୧୧/୦୪/୨୦୧୯ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୬. Retrieved 11 April 2019.[permanent dead link]
- ↑ "ସ୍ମୃତିର ଶାଳଗ୍ରାମ:ପ୍ରଫେସର ଶ୍ରୀରାମଚନ୍ଦ୍ର ଦାଶ". ନିତିଦିନ ୧୭/୧୧/୨୦୧୭ ପୃଷ୍ଠା ୧୦ରେ ଦାଶ ବେନହୁରଙ୍କ ଲେଖା. Archived from the original on 2017-11-20. Retrieved 17 November 2017.
- ↑ Mohan Lal (1992). Encyclopaedia of Indian Literature: Sasay to Zorgot. Sahitya Akademi. pp. 4380–. ISBN 978-81-260-1221-3.
- ↑ ସମ୍ବାଦ ୧୭/୧୧/୨୦୧୭ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧୦ରେ ଦେବପ୍ରସାଦ ଦାଶଙ୍କ ଲେଖା "ପାଣ୍ଡିତ୍ୟର ପରିଭାଷା: ପ୍ରଫେସର ଶ୍ରୀରାମଚନ୍ଧ ଦାଶ"
- ↑ http://odishasahityaakademi.org/sahitya-award.php