Jump to content

ବିଜୟ କେତନ ପଟ୍ଟନାୟକ

ଉଇକିପିଡ଼ିଆ‌ରୁ
ବିଜୟ କେତନ ପଟ୍ଟନାୟକ
ଜନ୍ମ ଓ ଜନ୍ମସ୍ଥାନବିଜୟ କେତନ ପଟ୍ଟନାୟକ
ବୃତ୍ତିପରିବେଶବିତ୍, ଲେଖକ
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ସାହିତ୍ୟ କୃତିଅରଣ୍ୟ ଯାତ୍ରୀ
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୦୯

ବିଜୟ କେତନ ପଟ୍ଟନାୟକ ଜଣେ ଓଡ଼ିଆ ଲେଖକ ଓ ପରିବେଶବିତ୍ ଯିଏକି ମୁଖ୍ୟତଃ ବିଜ୍ଞାନ ଓ ପରିବେଶ ସମ୍ବନ୍ଧରେ ନିଜର ଲେଖନୀ ଚାଳନା କରନ୍ତି ।

ଜନ୍ମ, ପରିବାର ଓ ଶିକ୍ଷା

[ସମ୍ପାଦନା]

ବିଜୟ କେତନ ଖୋର୍ଦ୍ଧା ଜିଲ୍ଲାର ମୁକୁନ୍ଦପ୍ରସାଦ ଠାରେ ଜନ୍ମଗ୍ରହଣ କରିଥିଲେ । ଶିକ୍ଷା ସମାପ୍ତି ପରେ ସେ ଭାରତୀୟ ବନ ବିଭାଗରେ ଯୋଗ ଦେଇଥିଲେ । ବନ ବିଭାଗର ଜଣେ ପଦସ୍ଥ ଅଧିକାରୀ ଭାବେ ସେ ଯେଉଁ ଅଭିଜ୍ଞତା ଲାଭ କରିଥିଲେ ତାକୁ ହିଁ ନିଜ ଆତ୍ମଜୀବନୀ ଅରଣ୍ୟ ଯାତ୍ରୀରେ ଲିପିବଦ୍ଧ କରିଯାଇଛନ୍ତି । ୨୦୦୯ ମସିହାରେ ସେ ଉକ୍ତ ପୁସ୍ତକଟି ପାଇଁ ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାରରେ ସମ୍ମାନୀତ ।[]

ରଚନାବଳୀ

[ସମ୍ପାଦନା]
  • ଅରଣ୍ୟ ଯାତ୍ରୀ (ଆତ୍ମଜୀବନୀ)
  • ଛାମୁଙ୍କ ଆଖି ଲୁହ (କବିତା)
  • ନଈ ପରି ଝିଅ (କବିତା)