ଚକ୍ରଧର ମହାପାତ୍ର

ଉଇକିପିଡ଼ିଆ ରୁ
Jump to navigation Jump to search
ଚକ୍ରଧର ମହାପାତ୍ର
ଜନ୍ମ ଓ ଜନ୍ମସ୍ଥାନ୧୯୦୮
ନରସିଂହପୁର, କଟକ
ମୃତ୍ୟୁଅକ୍ଟୋବର ୨୪, ୧୯୮୨(୧୯୮୨-୧୦-୨୪)
ଜାତୀୟତାଭାରତୀୟ
ଜୀବନସାଥିକନକ ମଞ୍ଜରୀ ମହାପାତ୍ର
ସନ୍ତାନମନୋଜ ମଞ୍ଜରୀ ମିଶ୍ର
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର

ଚକ୍ରଧର ମହାପାତ୍ର(୧୯୦୮-୧୯୮୨), ଜଣେ ଓଡ଼ିଆ ସାହିତ୍ୟିକ ଓ ଗବେଷକ ଥିଲେ ।[୧] ସେ ମୁଖ୍ୟତଃ ଉପନ୍ୟାସ, ଜୀବନୀ ଓ ଗବେଷଣାଧର୍ମୀ ପୁସ୍ତକ ରଚନା କରିଥିଲେ । ନିଜ ପୁସ୍ତକ "କୁନ୍ତଳା କୁମାରୀ ଜୀବନ ଚରିତ" ପାଇଁ ସେ ୧୯୭୩ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ ।

ଜୀବନୀ[ସମ୍ପାଦନା]

ଚକ୍ରଧର ୧୯୦୮ ମସିହାରେ କଟକ ଜିଲ୍ଲାର ନରସିଂହପୁରଠାରେ ଜନ୍ମଗ୍ରହଣ କରିଥିଲେ । ବାଲ୍ୟଜୀବନ ତାଙ୍କର ସଂଘର୍ଷମୟ ଥିଲା । ପାଠପଢିବା ପାଇଁ କଟକ ଆସିଥିଲେ ଓ ପରବର୍ତ୍ତୀ ଜୀବନ କଟକରେ ହିଁ ବିତିଥିଲା । ସେ ଓଡ଼ିଆ ସହିତ ହିନ୍ଦୀ, ବଙ୍ଗଳା, ଇଂରାଜୀସଂସ୍କୃତ ଆଦି ଭାଷାରେ ପାରଙ୍ଗମ ଥିଲେ । କିଶୋର ବୟସରେ ସେ ସ୍ୱାଧୀନତା ସଂଗ୍ରାମରେ ଅଂଶଗ୍ରହଣ କରି, କଲିକତା ଓ କରାଚୀ କଂଗ୍ରେସ ଅଧିବେଶନରେ ଯୋଗ ଦେଇଥିଲେ । ଉତ୍କଳ ବିଶ୍ୱବିଦ୍ୟାଳୟଦ୍ୱାରା ପ୍ରକାଶିତ "ଜ୍ଞାନକୋଷ"ରେ ସେ ଜଣେ ଭାଷା ସହାୟକ ଭାବରେ କାର୍ଯ୍ୟ କରିଥିଲେ । ସେ ନରସିଂହପୁର ରାଜ୍ୟର ଦେବୋତ୍ତର ମ୍ୟାନେଜର ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ । ତାଙ୍କ ପତ୍ନୀ କନକ ମଞ୍ଜରୀ ମହାପାତ୍ର ଜଣେ ଶିଶୁ ସାହିତ୍ୟିକ ଭାବେ ପରିଚିତ ।[୨] ୧୯୮୨ ମସିହା[୩] ଅକ୍ଟୋବର ୨୪ତାରିଖରେ ଚକ୍ରଧରଙ୍କର ମହାପ୍ରୟାଣ ଘଟିଥିଲା ।

ରଚନାବଳୀ[ସମ୍ପାଦନା]

ଉପନ୍ୟାସ[ସମ୍ପାଦନା]

  • ଗୋବର ଗୋଟେଇ - ୧୯୮୨
  • ଅପୂର୍ଣ୍ଣ ପ୍ରେମ
  • ବଳାଙ୍ଗୀ
  • ଚନ୍ଦ୍ରିକା
  • ଖଞ୍ଜେଇ ନାହାକାଣୀ
  • ହସିଲା ଜହ୍ନ
  • ରୋଡ଼ଙ୍ଗ ବକ୍ସୀ

ଜୀବନୀ[ସମ୍ପାଦନା]

  • କୁନ୍ତଳା କୁମାରୀ ଜୀବନ ଚରିତ - ୧୯୭୨[୪]

ଗବେଷଣାଧର୍ମୀ[ସମ୍ପାଦନା]

  • ଉତ୍କଳ ଇତିହାସର ଏକ ଅଜ୍ଞାତ ଅଧ୍ୟାୟ
  • The real birth place of Buddha[୫]

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - ୧୯୭୩[୬]

ଆଧାର[ସମ୍ପାଦନା]

  1. Orissa (India). Orissa District Gazetteers: Sambalpur. Superintendent, Orissa Government Press.
  2. Philomena Royappa Reddy; P. Sumangala (1998). Women in Development: Perspectives from Selected States of India. B.R. Publishing Corporation. ISBN 978-81-7018-978-7.
  3. Sisir Kumar Das (2000). History of Indian Literature. Sahitya Akademi. pp. 751–. ISBN 978-81-7201-006-5.
  4. Malashri Lal; Sukrita Paul Kumar; Indian Institute of Advanced Study (1 January 2002). Women's studies in India: contours of change. Indian Insitute of Advanced Study.
  5. "ଆଜି ଶ୍ରାଦ୍ଧବାର୍ଷିକୀ". ସମ୍ବାଦ ୨୪/୧୦/୨୦୧୭ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୪. Retrieved 24 October 2017.
  6. http://odishasahityaakademi.org/sahitya-award1.php